ଦୈନିକ ରାଶିଫଳ: 30 ଜୁଲାଇ 2022, ଶନିଦେବଙ୍କ କୃପାରୁ ଏହି 4ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଜୁଲାଇମାସ ୩୦ତାରିଖ, ଶନିବାର, କର୍କଟମାସ୧୪ଦିନ, ଶ୍ରାବଣମାସ, ଶୁକ୍ଳପକ୍ଷ, ଦ୍ଵିତୀୟାତିଥି, ଅଶ୍ଳେଷା ନକ୍ଷତ୍ର କର୍କଟ ରାଶିରେ ଚନ୍ଦ୍ର ଦିବା ୧୨ଟା ୧୨ମିନିଟ୍ ପରେ ମଘା ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର । ବ୍ୟତିପାତ ଯୋଗ ସନ୍ଧ୍ୟା ୭ଟା ପରେ ବରୀୟାନ ଯୋଗ । ବାଳବ କରଣ ଦିବା ୨ଟା ୧୩ମିନିଟ୍ ପରେ କୌଳବ କରଣ । ବୃଷ, ସିଂହ, କନ୍ୟା ରାଶିର ଘାତବାର । ଦିବା ୧୨ଟା ୧୨ମିନିଟ୍ ପରେ କର୍କଟ, ମକର ରାଶିର ଘାତଚନ୍ଦ୍ର । ବୋଇତିକଖାରୁ ନ ଖାଇଲେ ଭଲ ରାତି ୩ଟା ପରେ ପୋଟଳ ନ ଖାଇଲେ ଭଲ । ଯୋଗିନୀ- ଉତ୍ତରେ ରାତି ୩ଟା ପରେ ଆଗ୍ନେୟେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧତର୍ପଣ- ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ପ୍ରାତଃ ୫ଟା ୨୫ମିନିଟ୍ ରୁ ୭ଟା ୨ମିନିଟ୍, ଦିବା ୧ଟା ୨୯ମିନିଟ୍ ରୁ ୩ଟା ୬ମିନିଟ୍, ଦିବା ୪ଟା ୪୩ମିନିଟ୍ ରୁ ସନ୍ଧ୍ୟା ୭ଟା ୪୩ମିନିଟ୍, ରାତ୍ର ୪ଟା ୨ମିନିଟ୍ ରୁ ୫ଟା ୨୫ମିନିଟ୍ । ଶୁଭସମୟ- ଦିବା ୧୦ଟା ୧୭ମିନିଟ୍ ରୁ ୧ଟା ୯ମିନିଟ୍, ରାତ୍ର ୮ଟା ୩୪ମିନିଟ୍ ରୁ ୧୦ଟା ୪୫ମିନିଟ୍, ରାତ୍ର ୧୨ଟା ୧୬ମିନିଟ୍ ରୁ ୧ଟା ୪୩ମିନିଟ୍, ରାତ୍ର ୨ଟା ୨୯ମିନିଟ୍ ରୁ ୩ଟା ୫୬ମିନିଟ୍ ।

ମେଷ:-ସହଯୋଗୀଙ୍କର ପୂର୍ଣ୍ଣ ସହଯୋଗ ପାଇ ସରକାରୀ କର୍ମଚାରୀ ମାନଙ୍କର ଉନ୍ନତି ହେବ । ଶତୃ ଓ ବିରୋଧୀମାନେ ପରାସ୍ତ ହେବେ । ଆୟ ଉପାର୍ଜନ ମଧ୍ୟମ ଧରଣର ହେବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ନୂଆ କାମ ନୂଆ ପ୍ରେରଣା ଦେବ । ଏକ ବିରାଟ କାର୍ଯ୍ୟର ସଂକଳ୍ପ ନେବେ ଯାହା ଫଳରେ ଆର୍ଥିକ କ୍ଷେତ୍ରରେ ଟଣା ଟଣି ପରିସ୍ଥିତି ଦେଖାଦେବ । ପ୍ରତିଯୋଗୀତା ପରୀକ୍ଷା ଅଥବା ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ବୃଷ:-ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେଇ କାର୍ଯ୍ୟ କରନ୍ତୁ । ପତିପତ୍ନିଙ୍କ ମଧ୍ୟରେ ଥିବା ମତାନ୍ତର ଦୂରେଇ ଯିବ ଓ ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । କୋର୍ଟ-କଚେରୀ ମାମଲା ଓ ବାଦବିବାଦ ଆପଣଙ୍କ ସପକ୍ଷରେ ରହିବ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-ବ୍ୟବସାୟରେ ଭାଗିଦାରୀ ମାନଙ୍କଠାରୁ ସାହାଯ୍ୟ ମିଳିବ । ଦୈବୀ କୃପା ଫଳରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ । ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଧନ ସମ୍ପତ୍ତି ପ୍ରାପ୍ତି ହେବ । ରାଜନୀତି କ୍ଷେତ୍ରରେ ଯଶମାନ ବୃଦ୍ଧି ହେବ । ପରିବାରର ସମସ୍ତ ସଦସ୍ୟଙ୍କର ସହଯୋଗ ପାଇବେ । ପୁରୁଣା ବନ୍ଧୁଙ୍କ ସହାୟତାରେ ଆର୍ଥିକସ୍ଥିତି ବଦଳିବ । ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କର୍କଟ:-ଷ୍ଟେନସାରୀ, ଔଷଧ ବ୍ୟବସାୟୀମାନଙ୍କୁ ଉତ୍ତମ ଲାଭ ପ୍ରାପ୍ତି ହେବ । ଶୁଭ ସମ୍ବାଦ ପାଇବେ ଓ ପରିବାରରେ ବ୍ୟକ୍ତିଗତ ସମସ୍ୟା ସାର୍ବଜନୀନ ସମ୍ପର୍କରେ ବିକଶିତ ହେବ । ଉଚ୍ଚପଦସ୍ଥ ବ୍ୟକ୍ତି ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସମ୍ପର୍କ ମଧୁର ହେବା ଫଳରେ ସୁଖ ଶାନ୍ତିରେ ଦିନଟି କାଟିବେ । ବନ୍ଧୁ ମିତ୍ର ଓ ସମ୍ପର୍କୀୟ ବ୍ୟକ୍ତିଙ୍କ ସହ ମାନମନାନ୍ତର ଦୂରେଇ ଯିବ । ଆତ୍ମବିଶ୍ୱାସ ଫଳରେ ସମସ୍ତ କାର୍ଯ୍ୟ ସହଜ ସରଳରେ ସମାଧାନ ହୋଇଯିବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ସିଂହ:-ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ । ଆଧ୍ୟାତ୍ମିକ ଓ ବୌଦ୍ଧିକ କ୍ଷମତା ପ୍ରାପ୍ତ କରିବେ । ଦୁର୍ବଳ ବା ବୃଦ୍ଧ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢେଇବେ । ଆତ୍ମବିଶ୍ଵାସ ଓ ମନବଳ ଦୃଢ ହେବ । ଗୁରୁଗୁରୁଜନ ଓ ମାଆବାପାଙ୍କ ଆଶୀର୍ବାଦ ସ୍ନେହ ପ୍ରାପ୍ତ ହେବ । ବ୍ୟବସାୟରେ ଉତ୍ତମ ଲାଭହେବ । ସରକାରୀ କର୍ମଚାରୀ ମାନଙ୍କର ଟିମ୍ ୱାର୍କ, ପ୍ରତିସ୍ପର୍ଦ୍ଧା ଓ ଦ୍ଵେଷର ସାମ୍ନା କରିବାକୁ ପଡିବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-ଘା୧୧ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଆକସ୍ମିକ ଧନପ୍ରାପ୍ତି, ଆୟ ବଢାଇବା ପାଇଁ ଆପ୍ରାଣ ଚେଷ୍ଟା କରିବେ, ଶତ୍ରୁ ଓ ବିରୋଧୀମାନେ କିଛି ଅହିତ ସାଧନ କରି ପାରିବେ ନାହିଁ । ବନ୍ଧୁ ବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇ ଆପଣଙ୍କର ସବୁସ୍ୱପ୍ନ ସାକାର ହେବ । ବ୍ୟବସାୟୀମାନେ କାରବାର ଯେତିକି ହେଲେ ବି ତହିଁରେ ସଂସ୍ଥା ଚଳାଇ ପାରିବେ । ନିଜ ଲୋକମାନେ ଶତୃତା ଆଚରଣ କରିବେ ଓ ଚୌରଭୟ ଦେଖାଦେବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-ଅଳ୍ପ ପରିଶ୍ରମରେ ବହୁତ ଧନ ଲାଭ ହେବ । ଶତୃ, ରୋଗ, ଋଣରୁ ମୁକ୍ତି ହେବେ । କର୍ମକ୍ଷେତ୍ରରେ ଆପଣଙ୍କର ପ୍ରତିଭାକୁ ପ୍ରୋତ୍ସାହନ ମିଳିପାରେ । ନୂଆ ଲୋଳଙ୍କ ସହିତ ସମ୍ପର୍କ ମଜବୁତ ହେବ । କର୍ମକ୍ଷେତ୍ରରେ ଉନ୍ନତି ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ଯଦି ବ୍ୟବସାୟ ବଢେଇବା ପାଇଁ କୌଣସି ଋଣ କରିବାକୁ ଇଛା କରୁଛନ୍ତି ତେବେ ସେଥିରେ କିଛି ବାଧା ବିଘ୍ନର ସମ୍ମୁଖୀନ ହେବାକୁ ପଡିବ ନାହିଁ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବିଚ୍ଛା:-ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ଗୃହପୋକରଣ ନୂତନ ଦ୍ରବ୍ୟ କ୍ରୟ କରିବେ । ଚାକିରିରେ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବା ଫଳରେ ଉଚ୍ଚାଧିକାରୀମାନେ ପ୍ରସନ୍ନ ରହିବେ । ଧର୍ମକାର୍ଯ୍ୟ ଓ ଶୁଭ କାର୍ଯ୍ୟରେ ଯୋଗଦାନ କରି କିଛି ଅର୍ଥ ମଧ୍ୟ ବ୍ୟୟ କରିପାରନ୍ତି । ବ୍ୟାପାରରେ ନୂଆ ଅର୍ଡର ବା ଏଗ୍ରୀମେଣ୍ଟ କରିପାରିବେ । ବ୍ୟାଙ୍କ, ବୀମା, ନିବେଶ ପରି ଆର୍ଥିକ ଗତିବିଧିରେ ସଫଳତା ପାଇବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ଧନୁ:-ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ଓ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ, କ୍ଷାତି ବଢ଼ିବ । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ । ବିଦ୍ୟାକ୍ଷେତ୍ରରେ ସ୍ୱନାମ ଅର୍ଜନ କରିବେ । ଦୂର ସମ୍ପର୍କୀୟ ବ୍ୟକ୍ତିଙ୍କୁ ବିଶ୍ଵାସ କଲେ ଠକାମୀ ଭଣ୍ଡାମିର ଶୀକାର ହେବେ । ଅନ୍ୟମାନଙ୍କ କାମରେ ମନଦେଇ ନିଜକାମକୁ ଅବହେଳା କରି ପାରନ୍ତି । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ମକର:-ସାଧାରଣ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବେ । ବ୍ୟବସାୟୀମାନେ ଭଲ ଅର୍ଡର ପାଇବେ ଓ ଆୟ ପନ୍ଥାର ପରିବର୍ତ୍ତନ ଆସିବ । ଜାଗା, ଜମି, ଗୃହ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କଲେ ସଫଳ ହେବେ । ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ । ପାରିବାରିକ କ୍ଷେତ୍ରରେ ଶାନ୍ତିଶୃଙ୍ଖଳା ଦେଖା ଦେବ । ଅଧ୍ୟୟନ, ଅନୁସନ୍ଧାନ, ଧ୍ୟାନ, ପ୍ରାର୍ଥନା ଆଦି ପାଇଁ ସମୟ ଉପଯୁକ୍ତ ଅଟେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କୁମ୍ଭ:-ସନ୍ତାନଙ୍କର ଉନ୍ନତିରେ ଉତ୍ସାହିତ ହେବେ । ଭାଗୀଦାରୀଙ୍କ ସହିତ ଲାଗିରହିଥିବା ବିବାଦ ବା ମତଭେଦର ନିରାକରଣ ହୋଇ ଯିବ । କାର୍ଯ୍ୟକ୍ଷେତ୍ରରେ ନୂତନ ପଦକ୍ଷେପ ନେବା ଫଳରେ ଆଶାତୀତ ଲାଭ ପାଇବେ । କଠିନ ପରିଶ୍ରମ କରି ନିଜର ପତିଆରା ବଜାୟ ରଖିବେ । ନୂତନ କାର୍ଯ୍ୟ ଆରମ୍ଭ କରି ପାରିବେ । ନୂଆ କୌଶଳ ଶିଖିବାର ସୁଯୋଗ ପାଇବେ । ପରିବାରରେ ସମୃଦ୍ଧତା ଓ ସନ୍ତୁଷ୍ଟିର ପରିବେଶ ରହିବ । ପ୍ରତିକାର- ନୀଳ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

ମୀନ:-ସ୍ୱାସ୍ଥ୍ୟସମସ୍ୟା ସୁଧୁରିବା ଫଳରେ ଆଶାକରିଥିବା କାର୍ଯ୍ୟ ପୁରଣ କରିପାରିବେ । ଗୁରୁଜନଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ ଓ ଆଶୀର୍ବାଦ ମିଳିବ । ଆତ୍ମବିଶ୍ଵାସରେ ବୃଦ୍ଧି ହେବ । କୌଣସି ମହତ୍ଵପୂର୍ଣ୍ଣ ସୂଚନା, ସନ୍ଦେଶ, ଅର୍ଡର ବା ପେମେଣ୍ଟ ଆଦି ପ୍ରାପ୍ତ ହେବ । କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଭେଟ ହୋଇ ଆଗକୁ ବଢିବାରେ ସହାୟତା ମିଳିବ । ବ୍ୟାପାର ଓ କାରବାରରେ ବହୁତ ଲାଭ ପାଇବାର ଯୋଗଅଛି । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!