ଦୈନିକ ରାଶିଫଳ: 29 ସେପ୍ଟେମ୍ବର 2022, ମା’ ଲକ୍ଷ୍ମୀଙ୍କ କୃପାରୁ ଏହି 4ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ସେପ୍ଟେମ୍ବର ମାସ ୨୯ତାରିଖ, ଗୁରୁବାର, କନ୍ୟାମାସ୧୩ଦିନ, ଆଶ୍ଵିନମାସ, ଶୁକ୍ଳପକ୍ଷ, ଚତୁର୍ଥୀତିଥି, ସ୍ଵାତୀ ନକ୍ଷତ୍ର ପ୍ରାତଃ ୫ଟା ୫୨ମିନିଟ୍ ପରେ ବିଶାଖା ନକ୍ଷତ୍ର, ତୁଳା ରାଶିରେ ଚନ୍ଦ୍ର । ବିଷ୍କୁମ୍ଭ ଯୋଗ । ବାଣିଜ୍ୟ କରଣ ଦିବା ୧୨ଟା ୫୦ମିନିଟ୍ ପରେ ବିଷ୍ଟି କରଣ । ତୁଳା, କୁମ୍ଭ ରାଶିର ଘାତବାର । ମୂଳା ନ ଖାଇଲେ ଭଲ ରାତି ୧୨ଟା ୯ମିନିଟ୍ ପରେ ବେଲ, ପଣସ ନ ଖାଇଲେ ଭଲ । ଯୋଗିନୀ- ନୈଋତେ ରାତି ୧୨ଟା ୯ମିନିଟ୍ ପରେ ଦକ୍ଷିଣେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅଶୁଭସମୟ- ଦିବା ୨ଟା ୩୫ମିନିଟ୍ ରୁ ୫ଟା ୩୩ମିନିଟ୍, ରାତ୍ରି ୧୧ଟା ୩୭ମିନିଟ୍ ରୁ ୧ଟା ୭ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୪୧ମିନିଟ୍ ରୁ ୭ଟା ୧୪ମିନିଟ୍, ସନ୍ଧ୍ୟା ୬ଟା ୨୨ମିନିଟ୍ ରୁ ରାତ୍ର ୯ଟା ୩୪ମିନିଟ୍, ରାତ୍ର ୧ଟା ୮ମିନିଟ୍ ରୁ ୩ଟା ୧୪ମିନିଟ୍, ରାତ୍ର ୪ଟା ୪ମିନିଟ୍ ରୁ ୫ଟା ୩୯ମିନିଟ୍ । ପର୍ବଦିନ- ବିନାୟକ ଚତୁର୍ଥୀ, ଗୌରୀଗଣେଶ ଚତୁର୍ଥୀ ।

ମେଷ:- ଆଚରଣ ଓ ଉଚ୍ଚାରଣରେ ସାଧାରଣ ଲୋକମାନେ ବଶୀଭୂତ ହେବେ । ବିଦେଶ ଭ୍ରମଣ କରିବାର ସମ୍ଭାବନା ଅଛି । ସପିଂ କରିବା ସମୟରେ ଆପଣଙ୍କର ବଜେଟ୍ ଉପରେ ଧ୍ୟାନ ରଖନ୍ତୁ । ଆଜି ଆପଣ ଅନଲାଇନ୍ ସପିଂରେ ବହୁତ ବ୍ୟସ୍ତ ରହିବେ । ସମ୍ପର୍କୀୟଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ପଡିପାରେ । ପରିସ୍ଥିତି ଉପରେ କ୍ରୋଧିତ ହେବା ପରିବର୍ତ୍ତେ, ଶାନ୍ତ ଭାବରେ ଏହାର ମୁକାବିଲା କରନ୍ତୁ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ବୃଷ:- ମନ ଓ ଶରୀର ଭଲ ରହିବ । ବ୍ୟବସାୟକୁ ବିସ୍ତାର କରିବା ପାଇଁ ସହଜ ସରଳ ହେବ । ନୂତନ ନିଯୁକ୍ତି ପାଇବାର ସୁଯୋଗ ପାଇ ଉତ୍ସାହିତ ହେବେ । ପ୍ରେମ ବିବାହ ପାଇଁ ପରିବାରର ସହମତି ମିଳିଯିବା ଫଳରେ ଆନନ୍ଦିତ ହେବେ । ଜାଗା ଜମି ଗାଡିମୋଟର ଓ ନୂତନ ସମ୍ପତ୍ତି କିଣିପାରିବେ । ନିଜର ଇଚ୍ଛା ପୂରଣ କରିବାକୁ ଆପ୍ରାଣ ଚେଷ୍ଟା କରିବେ । ଇଞ୍ଜିନିୟରିଂ ଛାତ୍ରମାନେ ଚାକିରି ପାଇବାର ସୂଚନା ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:-ରାଜନୀତି ସହ ଜଡିତ ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ ତଥାପି, ଦୟାକରି କୌଣସି ପ୍ରସଙ୍ଗକୁ ସତର୍କତାର ସହିତ ଜବାବ ଦିଅନ୍ତୁ । ଛୋଟ ପିଲାମାନଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ । ଆପଣ ଦ୍ୱନ୍ଦ୍ୱରେ ଥିବା ଟଙ୍କା ପାଇବେ । ପରିବାର ସଦସ୍ୟଙ୍କଠାରୁ ଉତ୍ତମ ସମର୍ଥନ ପାଇବାର ସମ୍ଭାବନା ଅଛି । କ୍ୟାରିୟର ପାଇଁ ଆଜି ବହୁତ ଭଲ ଦିନ । ସମ୍ପର୍କୀୟମାନେ ଧାର୍ମିକ କାର୍ଯ୍ୟକଳାପରେ ବହୁତ ଆଗ୍ରହ ଦେଖାଇବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କର୍କଟ:-କଳା ସଙ୍ଗୀତ ପ୍ରତି ଆଗ୍ରହ ବୃଦ୍ଧି ପାଇବା ସହ ଦିନଟି ବହୁତ ଭଲରେ କଟିବ । ସହକର୍ମୀ ମାନଙ୍କ ସହିତ ଭଲ ସମ୍ପର୍କ ରହିବ ଓ ନିଜର ଦକ୍ଷତା ବୃଦ୍ଧି ପାଇବ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବୃଦ୍ଧି ପାଇବା ଫଳରେ ପାରିବାରିକ ଜୀବନ ମଧୁମୟ ହେବ । ଛାତ୍ରଛାତ୍ରୀମାନେ ସେମାନଙ୍କ କ୍ୟାରିଅରରେ କିଛି ପରିବର୍ତ୍ତନ କରିପାରିବେ । ସ୍ୱାର୍ଥପର ଲୋକଙ୍କ ସହିତ ମିଶିବା ଯୋଗେ ଅସୁବିଧା ହେବ । ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ସିଂହ:-ସନ୍ତାନମାନଙ୍କ ଉନ୍ନତି ପାଇଁ ଆନନ୍ଦିତ ହେବେ । ଶତୃ ପରାଜିତ ହେବେ ଓ ଶାରିରୀକ ଅସୁସ୍ଥତା ଦୂରହେବ । କର୍ମକ୍ଷେତ୍ରରେ ସହଯୋଗ ପାଇ ମନ ଖୁସୀ ରହିବ । ବ୍ୟବସାୟୀମାନେ ପ୍ରଚୁର ଲାଭ ପାଇବେ । ଖେଳ, କୁଦ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ପଡା-ପଡୋଶୀ ବନ୍ଧୁ ମିତ୍ରଙ୍କ ବ୍ୟବହାରରେ ମନ ଶାନ୍ତ ହେବ । ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ । ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କନ୍ୟା:-ଛାତ୍ରଛାତ୍ରୀମାନେ ନୂତନ ପାଠ୍ୟକ୍ରମରେ ଆଡମିଶନ ନେବାକୁ ଚେଷ୍ଟା କରିବେ । ବନ୍ଦହୋଇ ପଡିଥିବା କାର୍ଯ୍ୟ ସହଜରେ ସମାପ୍ତ ହେବ । ବିଦେଶ ଭ୍ରମଣ କରିବାର ସମ୍ଭାବନା ଅଛି । ଅଫିସ୍ ପରିବେଶ ଅନୁକୂଳ ହେବ । ପ୍ରେମିକ ପ୍ରେମିକାଙ୍କ ଠାରୁ ଉପହାର ପାଇପାରିବେ । କୌଣସି ପ୍ରସଙ୍ଗରେ ପରିବାରରେ ସୁଖମୟ ପରିସ୍ଥିତି ସୃଷ୍ଟି ହୋଇ ପାରେ । ଉଚ୍ଚ ପଦାଧିକାରୀଙ୍କ ସହ ଆପଣଙ୍କର ସମ୍ପର୍କ ମଜବୁତ ହେବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ତୁଳା:-ସନ୍ତାନ ସନ୍ତତିଙ୍କ ତରଫରୁ ଆଶାବାଦୀ ହେବେ । ବନ୍ଧୁ ମିତ୍ରଙ୍କ ଆଗମନ ଫଳରେ ଘରର ପରିବେଶ ଆନନ୍ଦ ଦାୟକ ହେବ । କୃଷିଜାତ ଦ୍ରବ୍ୟ ବାଣିଜ୍ୟରେ ବ୍ୟୟ ଅପେକ୍ଷା ଆୟ ଅଧିକ ହେବ । ବିଦ୍ୟା କ୍ଷେତ୍ରରେ ଯଶ ପ୍ରାପ୍ତି ହେବ । ଅଚାନକ ଭାବରେ କୌଣସି ସୁସମ୍ବାଦ ଶୁଣିବେ । ଆଜି ମିଛ କହିବା ଠାରୁ ଦୂରେଇ ରହିବା ଉଚିତ୍ । ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ସୋସିଆଲ ମିଡିଆରେ ଯତ୍ନର ସହ ପୋଷ୍ଟ କରନ୍ତୁ ବହୁତ ପପୁଲାର ହେବ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବା ଠିକ୍ ହେବ ନାହିଁ । ଋଣଦିଆଯାଇଥିବା ଟଙ୍କା ଫେରସ୍ତ ପାଇବେ । ହାସ୍ୟ ଏବଂ ବ୍ୟଙ୍ଗ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରି ସମାଜରେ ଭିନ୍ନ ନାମ ବୃଦ୍ଧି ପାଇବ । ପ୍ରେମ ବିବାହ ପାଇଁ ପରିବାରର ସମ୍ମତି ମିଳିପାରିବ । ବ୍ୟବସାୟରେ ବଡ ଅର୍ଡର ପାଇବା ସମ୍ଭାବନା ଅଛି । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-ସାହିତ୍ୟଚର୍ଚ୍ଚା, ସଭାସମିତିରେ ସଫଳତା ମିଳିବ । ଅତୀତରେ ନିଆଯାଇଥିବା ସ୍ୱଳ୍ପ ଦୃଷ୍ଟିହୀନ ନିଷ୍ପତ୍ତିଗୁଡ଼ିକ ଆପଣଙ୍କୁ ଭଲ ଲାଭଦେବ । ଧାର୍ମିକ ଅନୁଷ୍ଠାନରୁ ପ୍ରେରଣା ପାଇ ଭୌତିକ ଐଶ୍ଵର୍ଯ୍ୟ ସାଧନରେ ବୃଦ୍ଧି ହେବ । ପିଲାମାନଙ୍କ ପାଇଁ ବିଶେଷ ସମୟ ଦେବେ । ପୂର୍ବରୁ ଆରମ୍ଭ ହୋଇଥିବା କାର୍ଯ୍ୟ ସହଜରେ ପୁରଣ କରି ପାରିବେ । କର୍ମକ୍ଷେତ୍ରରେ ପ୍ରମୋଶନର ସୂଚନା ପାଇ ଖୁସି ହୋଇଯିବେ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ମକର:-ବ୍ୟବସାୟରେ ଉଚିତ୍ ଲାଭ ପ୍ରାପ୍ତ ହେବା ସହ କୌଣସି ନୂଆ ପ୍ରୋଜେକ୍ଟ ଆରମ୍ଭ କରିପାରିବେ । ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବେ । ବାଦବିବାଦ, ମାଲିମୋକଦ୍ଦମା, ଖେଳ, କୁଦ, ପ୍ରତିଯୋଗିତା ପରୀକ୍ଷାରେ ଜୟଯୁକ୍ତ ହେବେ । ରାଜନୈତିକ କ୍ଷେତ୍ରରେ ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସ ଫଳରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧିପାଇବ । କର୍ମ କ୍ଷେତ୍ରରେ ଉନ୍ନତି ହେତୁ ମନ ଖୁସି ରହିବ । ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-ସରକାରୀ କ୍ଷେତ୍ରରେ ସଂଘର୍ଷ ଦ୍ଵାରା ସଫଳତା ମିଳିବ । ବନ୍ଧୁମାନଙ୍କ ସାହାଯ୍ୟ ପାଇ ପାରିବାରିକ ତିକ୍ତତାର ସମାପ୍ତି ହେବ । ଉଚ୍ଚଅଧିକାରୀଙ୍କଠାରୁ ସହଯୋଗ ମିଳିବା ଫଳରେ କର୍ମକ୍ଷେତ୍ରରେ ଆତ୍ମନିର୍ଭର ଶୀଳ ହେବେ । କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ । ଉଚିତ୍ ପନ୍ଥା ଗ୍ରହଣ କରି ପୂର୍ବରୁ ଆରମ୍ଭ ହୋଇଥିବା କାର୍ଯ୍ୟ ପୁରଣ କରିବା ପାଇଁ ଉଦ୍ୟମ କରିବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମୀନ:-ସମାଜ ସେବାରେ ସ୍ଵନାମ ଅର୍ଜନ କରିପାରିବେ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । ବ୍ୟବସାୟରେ ସଫଳତା ଅର୍ଜନ କରିବେ । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ସମସ୍ୟାକୁ ସୁଧାରିବା ପାଇଁ ଚେଷ୍ଟା କରି କୌଶଳକ୍ରମେ ସମାଧାନ କରିବେ । ଶତୃମୁକ୍ତ ନିରୁପଦ୍ରବ ଜୀବନଚର୍ଯ୍ୟା କାଏମ୍ ରଖି ପାରିଲେ ଲାଭ ପାଇବେ । ବାଦବିବାଦଠାରୁ ଦୂରେଇ ରହିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!