ଦୈନିକ ରାଶିଫଳ: 29 ମାର୍ଚ୍ଚ 2023, ବୁଧବାର, ଶ୍ରୀ ଗଣେଶଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୩ ମସିହା, ମାର୍ଚ୍ଚମାସ ୨୯ ତାରିଖ, ବୁଧବାର, ମୀନମାସ ୧୫ଦିନ, ଚୈତ୍ରମାସ, ଶୁକ୍ଳପକ୍ଷ, ଅଷ୍ଟମୀତିଥି, ଆର୍ଦ୍ରାନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ର। ଶୋଭନ ଯୋଗ। ବିଷ୍ଟି କରଣ ଦିବା ୮ଟା ୦୨ମିନିଟ୍ ପରେ ବବ କରଣ। କର୍କଟ ରାଶିର ଘାତବାର। କନ୍ୟା ରାଶିର ଘାତଚନ୍ଦ୍ର। ନିଷିଦ୍ଧ ଖାଦ୍ୟ- ନଡିଆ, ଆମିଷ ରାତ୍ରି ୯ଟା ୭ମିନିଟ ପରେ ଲାଉ ନ ଖାଇଲେ ଭଲ । ଯୋଗିନୀ- ଐଶାନ୍ୟେ ରାତ୍ରି ୯ଟା ୦୭ମିନିଟ୍ ପରେ ପୂର୍ବେ ଯାତ୍ରା ନିଷେଧ। ଶ୍ରାଦ୍ଧ ତର୍ପଣ- ଅଷ୍ଟମୀର ଏକୋଦ୍ଧିଷ୍ଟ ଓ ପାର୍ବଣ ପାର୍ବଣ ଶ୍ରାଦ୍ଧ। ଅଶୁଭସମୟ- ଦିବା ୮ଟା ୪୯ମିନିଟ୍ ରୁ ୧୦ଟା ୨୦ମିନିଟ୍, ଦିବା ୧୧ଟା ୫୧ମିନିଟ୍ ରୁ ଦିବା ୧ଟା ୨୨ମିନିଟ୍, ରାତ୍ରି ୨ଟା ୪୮ମିନିଟ୍ ରୁ ୪ଟା ୧୭ମିନିଟ୍। ଶୁଭସମୟ- ପ୍ରାତଃ ୫ଟା ୪୭ମିନିଟ୍ ରୁ ୦୭ଟା ୨୪ମିନିଟ୍, ଦିବା ୧୦ଟା ୨୦ମିନିଟ୍ ରୁ ୧୧ଟା ୨୭ମିନିଟ୍, ଦିବା ୧ଟା ୫୩ମିନିଟ୍ ରୁ ଦିବା ୫ଟା ୦୭ମିନିଟ୍, ସନ୍ଧ୍ୟା ୬ଟା ୪୩ମିନିଟ୍ ରୁ ୧୦ଟା ୪୦ମିନିଟ୍, ରାତ୍ର ୧ଟା ୪୯ମିନିଟ୍ ରୁ ରାତ୍ର ୨ଟା ୪୮ମିନିଟ୍, ରାତ୍ର ୪ଟା ୧୭ମିନିଟ୍ ରୁ ୫ଟା ୪୬ମିନିଟ୍। ପର୍ବଦିନ- ଅଶୋକାଷ୍ଟମୀ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ। ଆୟବୃଦ୍ଧି, ଋଣମୁକ୍ତି ଓ ଲୋକ ସମ୍ପର୍କ ବୃଦ୍ଧି ହେବ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ। ବନ୍ଧୁ, ମିତ୍ର ଏବଂ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ। ଯାନବାହାନ ବ୍ୟବସାୟରେ ତଥା ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ଆଶାତୀତ ଲାଭ ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ:-ସନ୍ତାନଙ୍କ ପାଇଁ ଶୁଭସମ୍ବାଦ ପାଇବେ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସୁସମ୍ପର୍କ ରହିବ। ଦୂରଯାତ୍ରାରେ ପ୍ରିୟଜନଙ୍କସହ ମିଳନ ହେବା ସହ ଅଟକିଥିବା କାର୍ଯ୍ୟ ପୂରଣ ହେବ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀ ହୋଇ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ପ୍ରଚୁର ଲାଭବାନ ହେବେ। ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ରାଜନୀତିରେ ସଫଳତା ମିଳିବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ମିଥୁନ:-ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ। ପରାକ୍ରମ ବଢିବ ଓ ଅଚାନକ ଭାବରେ ଦୂରଯାତ୍ରା କରି ପାରନ୍ତି। ଶିଳ୍ପବାଣିଜ୍ୟ ଓ ବ୍ୟବସାୟରେ ନିଜର ଯୋଜନା ମୁତାବକ କାମ କରିବେ। କର୍ମଚାରୀ ମାନଙ୍କୁ ଭରସା କଲେ କୌଣସି ପ୍ରକାର ଅସୁବିଧା ହେବନାହିଁ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ। ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁ ରୂପେ ହେବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

କର୍କଟ:-ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ଓ ଆତ୍ମବିଶ୍ୱାସ ବୃଦ୍ଧିପାଇବ। ପ୍ରେମପ୍ରସଙ୍ଗରେ ନିଶ୍ଚିତ ରୂପରେ ସଫଳତା ମିଳିବ। କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ। ବାଦବିବାଦ ପରୀକ୍ଷା, ପ୍ରତିଯୋଗିତା ଓ ମାଲିମକଦ୍ଦମାର ଅବସାନ ହେବ। କୌଣସି ପ୍ରକାରେ ଉଚ୍ଚମାନ୍ୟତା ରକ୍ଷା କରି ଆର୍ଥିକ ସ୍ଥିତିକୁ ସୁଦୃଢ କରି ପାରିବେ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-ଯାତ୍ରା ଫଳରେ ଉତ୍ସାହିତ ହେବେ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ। ମାନସିକ ଦୁଶ୍ଚିନ୍ତା, ଶତୃବଧା ଦୂରେଇ ଯିବ। ଅନେକ ଶୁଭ କର୍ମର ସୁଯୋଗ ପାଇବେ। ପିଲାମାନଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ। ନିଜ ଚେଷ୍ଟାରେ ବାକିଥିବା ଅର୍ଥ ପାଇବେ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

କନ୍ୟା:-ସାହିତ୍ୟଚର୍ଚ୍ଚା ଓ ସଭାସମିତିରେ ସଫଳତା ମିଳିବ। ଭୌତିକ ସୁଖସୁବିଧା ସାଧନର ବୃଦ୍ଧି ହେବ ଓ ପରିଶ୍ରମ କଷ୍ଟର ପୁରା ଲାଭ ମିଳିବ। କର୍ମକ୍ଷେତ୍ରରେ ପ୍ରସିଦ୍ଧି, ସାମାଜିକସ୍ଥିତି, ମାନସମ୍ମାନ ପାଇଁ କଠିନ ପରିଶ୍ରମ କରିବେ। ଭାଇ, ବନ୍ଧୁ, ମିତ୍ର ଓ ସହକର୍ମୀ ମାନଙ୍କ ସହିତ ମତଭେଦ ସମାପ୍ତ ହେବ। ଯୁବକ ଯୁବତୀ ମାନଙ୍କର ଉତ୍ତରଦାୟିତ୍ୱ ବଢ଼ିବ। ଦୂରଯାତ୍ରା କରି ହଇରାଣ ହରକତ ହେବାକୁ ପଡିବ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଫିସରମାନେ ସନ୍ତୋଷ ହେବା ସହ ପରିବାରରେ ମାନ ମନାନ୍ତର ଦୂର ହେବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ରାଜନୈତିକ କ୍ଷେତ୍ରରେ ଶତ୍ରୁମାନେ ମିତ୍ରବତ କାର୍ଯ୍ୟ କରିବେ। ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-ବ୍ୟବସାୟ ସମ୍ବନ୍ଧୀୟ ଶୁଭ ସମାଚାର ମିଳିବ। ଶତୃମାନେ ପରାଜିତ ହୋଇ ପାରିବାରିକ କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ବହୁତ ଦିନରୁ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇ ଯାଇ ପାରେ। ଭାବି ଚିନ୍ତି କାର୍ଯ୍ୟ ନ କଲେ ଠକାମିରେ ପଡିବେ। ଭୋଗ ବିଳାସଦ୍ରବ୍ୟ କ୍ରୟକରି ଆର୍ଥିକ ଶଙ୍କଟ ଭୋଗି ପାରନ୍ତି। ପୁରାତନ ରୋଗର ପ୍ରକୋପରେ ହଇରାଣ ହରକତ ହେବେ। ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ଧନୁ:-ସହକର୍ମୀ ମାନଙ୍କର ସମର୍ଥନ ସହ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ। ଆକସ୍ମିକ ଧନ ପ୍ରାପ୍ତିର ଯୋଗ ଅଛି। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସା ପାଇବେ। ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପ୍ରତିକାର:- କଦଳୀଗଛ ମୂଳରେ ହଳଦୀପାଣି ଢାଳନ୍ତୁ।

ମକର:-ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ। ବନ୍ଧୁ, ମିତ୍ର ଓ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ସାମାନ୍ୟ ପରିଶ୍ରମ କରି ଅଧିକ ଲାଭ ପାଇବେ। ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, ବାସସ୍ଥାନ ବା ଯାନବାହାନ କ୍ରୟକରି ପାରିବେ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର, ଶିଳ୍ପ, ବାଣିଜ୍ୟ ଓ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ପ୍ରତିକାର- ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

କୁମ୍ଭ:-ପୂର୍ବ ଶତୃମାନେ ପଛଘୁଞ୍ଚା ଦେବା ଫଳରେ ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ। ପରିବାରରେ କଳହର ଅବସାନ ହେବ। ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ। ପରୀକ୍ଷା, ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ବ୍ୟବସାୟୀମାନେ କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବେ। ରାଜନୀତି କ୍ଷେତ୍ରରେ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମୀନ:-ରାଜନୀତି କ୍ଷେତ୍ରରେ ସମ୍ମାନ ପାଇବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ବିଭିନ୍ନ ପ୍ରକାର ସମସ୍ୟା ଭିତରେ ରହି କାର୍ଯ୍ୟ ହାସଲ କରିବେ। ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ହେବ। ପଡୋଶୀମାନେ ସ୍ଵାର୍ଥ ହାସଲ କରିବା ପାଇଁ ବାକ୍ ଚାତୁରୀ କଥା କହି କାର୍ଯ୍ୟ ପୂରଣ କରିବେ। ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!