ଦୈନିକ ରାଶିଫଳ: ୨୯ ଡିସେମ୍ବର ୨୦୧୮
ମେଷ:-
ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ପାରିବାରିକ କ୍ଷେତ୍ରରେ ଶ୍ଣେହ ଶ୍ରଦ୍ଧାର ସ୍ରୋତ ଯୋଗେ ହସ ଖୁଶିର ବାତାବରଣ ସୃଷ୍ଟି ହେବ। କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ। ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ରାଜନୀତିରେ ପ୍ରଶଂସିତ ହେବେ ଓ ବରିଷ୍ଠ ବ୍ୟକ୍ତି, ଗୁରୁ ଗୁରୁଜନଙ୍କ ଠାରୁ ପ୍ରଶଂସା ପାଇବେ। ମହିଳାମାନେ କର୍ମ କ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁଁ ଶାନ୍ତି ପାଇବେ। ପ୍ରତିକାର: ଗାଈକୁ ଖାଇବାକୁ ଦିଅନ୍ତୁ।
ବୃଷ:-
କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ଫଳରେ ପ୍ରଶଂସିତ ହେବେ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ଆର୍ଥୀକ ଦିଗରୁ ଉନ୍ନତି ଓ ନୂତନ ପଦାର୍ଥ ସଂଗ୍ରହକରିବେ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ। ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡିବ। ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ। ଛାତ୍ର-ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ମନ ଲଗେଇବେ। ଆରମ୍ଭ କରିଥିବା କାର୍ଯ୍ୟ ଶେଷ କରିପାରିବେ। ନିକଟସ୍ଥ ବ୍ୟକ୍ତି ସାହାର୍ଯ୍ୟ କରିବା ଦ୍ଵାରା ସଫଳତା ମିଳିବ। ଆୟ ତୁଳନାରେ ବ୍ୟୟ ଅଧିକହେବା ଦ୍ଵାରା ଆର୍ଥୀକ କ୍ଷେତ୍ରରେ ଅବନତି ହୋଇପାରେ। ପ୍ରତିକାର: ଅସହାୟା ବୃଦ୍ଧାଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ।
ମିଥୁନ:-
ଶାରିରୀକ ସୁସ୍ଥତା ଦେଖା ଦେବା ସହ ଦାମ୍ପତ୍ୟ ସୁଖ, ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ପ୍ରାପ୍ତିହେବ। ଦୂର ଯାତ୍ରାର ସୁଯୋଗ ପାଇବେ। ମହିଳାମାନଙ୍କର ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ। ରାଜନୈତିକ କ୍ଷେତ୍ରରେ ସାମାନ୍ୟ କଥାରେ ଅଯଥା ତର୍କ ନକରି ଶାନ୍ତ ରହିବା ଉଚିତ୍। କୌଣସି କ୍ଷେତ୍ରରେ ଆଗକୁହା ନ ହୋଇ କର୍ମନିଷ୍ଠା ମଧ୍ୟରେ ନିଜକୁ ସୀମିତ ରଖିବା ହିତକର। କର୍ମ କ୍ଷେତ୍ରରେ ସମ୍ମାନ ଲାଭ କରିବେ। ବ୍ୟବସାୟରେ ଉନ୍ନତି ହେବା ସହ ଲାଭବାନ ହେବେ। ବାଦ-ବିବାଦ, ପ୍ରତିଯୋଗୀତା-ପରୀକ୍ଷା, ଓ ମାଲିମୋକଦ୍ଦମାର ସମାଧାନ ହେବ। ପ୍ରତିକାର: ଗାଈକୁ ପେଟଭରିଖାଇବାକୁ ଦିଅନ୍ତୁ।
କର୍କଟ:-
ନୂଆ ବେପାରୀଙ୍କ ସହ ସମ୍ପର୍କ ଯୋଗୁଁ ନୂତନ ବ୍ୟବସାୟର ଯୋଜନା କରିବେ। ପ୍ରେମସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୁରତା ସୃଷ୍ଟି ହେବ। ସାସାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବା ଫଳରେ ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ନୂତନ କାର୍ଯ୍ୟକିଛି ଶୁଭାରମ୍ଭ କରି ପାରନ୍ତି। ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇବେ। ଛାତ୍ର-ଛତ୍ରୀମାନେ ପରିଶ୍ରମ କରିବା ଫଳରେ ପ୍ରଶଂସା ପାଇବେ। କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ସ୍ଵାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସିବ। ମହିଳାଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ। ପ୍ରତିକାର: ଷଣ୍ଢକୁ ଗୁଡ଼ ଓ ରୁଟି ଖାଇବାକୁ ଦିଅନ୍ତୁ ।
ସିଂହ:-
କର୍ମ କ୍ଷେତ୍ରରେ ଉଚ୍ଚଧିକାରୀ ସହକର୍ମୀଙ୍କ ସହ ବାଦବିବାଦ ମେଣ୍ଟି ଯିବା ଫଳରେ ଉତ୍ସାହ ସହ କାର୍ଯ୍ୟ କରିବେ । ବ୍ୟବସାୟରେ ଆଶାନୁରୂପ ଫଳ ପାଇବେ। ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ। ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ। ଛାତ୍ର-ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ମନଯୋଗ ଦେବେ। ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ମହିଳାମାନଙ୍କର ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ। ଭାବନାର ବଶୀଭୂତ ହୋଇ ଅମିନୀ, ଜମିନି, ମଧ୍ୟସ୍ଥତା ଠିକ୍ ହେବ ନାହିଁ। ପ୍ରତିକାର: କୁକୁରକୁ ଖାଇବାକୁ ଦିଅନ୍ତୁ।
କନ୍ୟା:-
କର୍ମକ୍ଷେତ୍ର ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ସଂପାଦନ ହେବ। ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ପ୍ରଶଂସା ପାଇବେ। ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ ଓ ସ୍ଵର୍ଣ୍ଣ ଅଳଙ୍କାର କ୍ରୟ କରି ପାରନ୍ତି। ଜନ ସେବାରେ ନିଜକୁ ନିୟୋଜିତ କରିବେ। କର୍ମ କ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁଁ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। କର୍ମସନ୍ଧିତ୍ସୁମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ଯାତ୍ରାଫଳରେ ଉତ୍ସାହିତ ହେବେ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ। ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।
ତୁଳା:-
କର୍ମ କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ପାଇ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ବ୍ୟବସାୟିକ ପରିଣାମ ସନ୍ତୋଷଜନକ ହେବ ଓ ଆର୍ଥିକ ବୃଦ୍ଧି ସହ ବକେୟା ଅର୍ଥ ପ୍ରାପ୍ତି ହେବ। ମହିଳା ମାନଙ୍କର କାର୍ଯ୍ୟ କ୍ଷେତ୍ରରେ ଶତୃମାନେ ପରାଜିତ ହେବେ। ନିଜର ବୁଦ୍ଧି, ବିବେକ ଖଟାଇ ସମସ୍ୟାର ସମାଧାନ କରିପାରିବେ। ଆମୋଦ ପ୍ରମୋଦ, ମନୋରଞ୍ଜନ, ଦୀର୍ଘଯାତ୍ରା, ଛୋଟ ବଡ ମିଟିଙ୍ଗୀରେ ଯୋଗ ଦେବେ। ଉପରିସ୍ଥ ଅଧିକାରୀଙ୍କ ସହିତ ସମ୍ପର୍କ ଦୃଢ ହେବ। ପରିବାରରେ ଅଶାନ୍ତି ଅଶନ୍ତୋଷ ଦୂରେଇଯିବ। ରାଜନୀତି ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡିପାରେ। ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।
ବିଚ୍ଛା:-
ଉଚ୍ଚାଧିକାରୀ, ସହକର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢେଇଦେବ। କର୍ମ କ୍ଷେତ୍ରରେ ସହଯୋଗୀ ମାନଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ପରିବାରରେ ହସ ଖୁସିର ବାତାବରଣ ଖେଳିଯିବ। କୌଣସି ପୁରାତନ ରୋଗରୁ ମୁକ୍ତି ମିଳିବ। ମହିଳାମାନେ ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ବ୍ୟବସାୟରେ ଉତ୍ତମ ରୋଜଗାର କରି ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ ହେଲେ ଆଗେଇ ନବା ଉଚିତ୍। ଅନେକ ସମସ୍ୟାର ସମାଧାନ ହେବ। ପ୍ରତିକାର: ଅସହାୟଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ।
ଧନୁ:-
ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ। ଅଶାନ୍ତି ଓ ବିଶୃଙ୍ଖଳାରୁ ମୁକ୍ତ ହେବେ। କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ଫଳରେ ପ୍ରଶଂସିତ ହେବେ ଓ ପଦୋନ୍ନତିର ସୂଚନା ପାଇବେ। ଆରମ୍ଭ କରିଥିବା କାର୍ଯ୍ୟ ଶେଷ କରିପାରିବେ। ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ଵାରା ସଫଳତା ମିଳିବ। ସୁଖ, ସମ୍ପତ୍ତି ଲାଭ, ସାହାଯ୍ୟ ପ୍ରାପ୍ତି, ଗୃହବାହନ ପ୍ରାପ୍ତି, ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ। ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ ଜୟଲାଭ ହେବ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।
ମକର:-
ଅଚାନକ ଧନ ପ୍ରାପ୍ତି ହେବ ଓ ଉଚ୍ଚଧିକାରୀ, ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ। ସୁଖ ସମୃଦ୍ଧି ବୃଦ୍ଧି ହେବ। ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ। ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ପ୍ରବାସ ଓ ଯାତ୍ରାରେ କଷ୍ଟସହି ଲାଭବାନ ହେବେ। ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ। ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ପୂରଣ ହୋଇପାରିବେ। ଯୁବତୀମାନଙ୍କର ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚ ସମ୍ମାନ ପାଇବେ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଫଳରେ ବିଦ୍ୟାରେ ଉନ୍ନତି କରିବେ। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।
କୁମ୍ଭ :-
କର୍ମକ୍ଷେତ୍ରରେ ଆନୁଷ୍ଠାନିକ କାମରେ ଠିକ୍ ପରାମର୍ଶ ଦେଇ ଆଦର, ସମ୍ମାନ ଓ ପ୍ରଶଂସା ପାଇବେ। ସନ୍ତାନ ପକ୍ଷର ଚିନ୍ତା ଦୂର ହୋଇଯିବ। ଅଟକିଥିବା କାର୍ଯ୍ୟ ପୂରଣ ହେବ। ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ। ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କସ୍ଥାପିତ ହେବ। ବ୍ୟବସାୟରେ ଆଶାତୀତ ଲାଭକରି ଖୁସିହେବେ। ପରିବାରରେ କଳହ ମେଣ୍ଟିଯିବ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ। ପ୍ରତିକାର- ଗ୍ରାମ୍ୟଦେବତାଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।
ମୀନ :-
ପାରିବାରିକ ଜୀବନ ସୁଖ ଓ ଶାନ୍ତିରେ କଟିବ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ଆଶା କରିଥିବା କାର୍ଯ୍ୟଟି ଆଜି ପୂରଣ ହେବ। ଶୁଭ ସମାଚାର ପାଇ ଖୁସି ହେବେ। ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ। ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସି ହେବେ। ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ। ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। ସାମାଜିକ ପତିଆରା ଅମଳିନ ରହିବ। ପରିବାର ହିତ ପାଇଁ କିଛି ଗୃହୋପକରଣ କ୍ରୟ କରିବେ। ବ୍ୟବସାୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ପ୍ରତିକାର: ଭୋକିଲା ଲୋକଙ୍କୁ ଅନ୍ନ ଦାନ କରନ୍ତୁ।
Jyotirbid Dr. Pramod Satapathy
Jantra Jyotisha, Cuttack
Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri
For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988