ଦୈନିକ ରାଶିଫଳ: 29 ଡିସେମ୍ବର ୨୦୨୦, ମା’ ମଙ୍ଗଳାଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆକସ୍ମିକ ଧନଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ଡିସେମ୍ବରମାସ ୨୯ତାରିଖ, ମଙ୍ଗଳବାର, ଧନୁମାସ ୧୫ଦିନ, ମାର୍ଗଶିରମାସ, ଶୁକ୍ଳପକ୍ଷ, ମଳ ଚତୁର୍ଦ୍ଦଶୀତିଥି, ପ୍ରାତଃ ୭ଟା ୫୪ମିନିଟ୍ ଗତେ ପୂର୍ଣ୍ଣିମା ତିଥି, ମୃଗଶିରା ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ର । ମକର ରାଶିର ଘାତବାର । କନ୍ୟା ରାଶିର ଘାତଚନ୍ଦ୍ର । ଆମିଷ ନ ଖାଇଲେ ଭଲ । ଶୁଭସମୟ- ପ୍ରାତଃ ୬ଟା ୨୫ମିନିଟ୍ ରୁ ୭ଟା ୬ମିନିଟ୍, ସକାଳ ୯ଟା ୭ମିନିଟ୍ ରୁ ୧୧ଟା ୨୬ମିନିଟ୍, ସନ୍ଧ୍ୟା ୫ଟା ୧୪ମିନିଟ୍ ରୁ ୬ଟା ୫୧ମିନିଟ୍, ରାତ୍ର ୮ଟା ୩୨ମିନିଟ୍ ରୁ ୮ଟା ୪୩ମିନିଟ୍, ରାତ୍ର ୯ଟା ୩୮ମିନିଟ୍ ରୁ ୧୨ଟା ୧୪ମିନିଟ୍ । ପର୍ବଦିନ:-ପଣ୍ଡୁ ଓଷା, ଦତ୍ତାତ୍ରେୟ ଜୟନ୍ତୀ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହୋଇ ଆର୍ଥିକ ଚିନ୍ତା ଦୁରହେବ । କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟର ଦାୟିତ୍ଵ ନେଇ ଧାଦୌଡ କରିବାକୁ ପଡିପାରେ । ପରୀକ୍ଷା ପ୍ରତିଯୋଗୀତାରେ ଆଶା ମୁତାବକ ଫଳ ପାଇବେ । ରାଜନୈତିକ କ୍ଷେତ୍ରରେ ଭୋଗବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସ୍ଵାସ୍ଥ୍ୟକର ପରିବେଶ ଓ ସମ୍ମାନଜନକ ଘଟଣା ଘଟି ପାରେ । ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-

ସାମାଜିକ କ୍ଷେତ୍ରରେ ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଶାନ୍ତି ପାଇବେ । ନିଜ ଆତ୍ମୀୟ ଲୋକଙ୍କ ସହ ସାକ୍ଷାତ ହେବ । ବ୍ୟବସାୟରେ ଯେତେ ପରିଶ୍ରମ କରିବେ ସେତେ ଲାଭ ବାନ୍ ହେବେ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । ରାଜନୀତିରେ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ମିଥୁନ:-

ଆକସ୍ମିକ ଅର୍ଥଲାଭହେବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରି ପାରିବେ । ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ । ବିଦ୍ୟାରେ ଉନ୍ନତି କରିବେ । ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ହେଲେ ଆଗେଇ ନବା ଉଚିତ୍ । ବ୍ୟବସାୟ ସମ୍ବନ୍ଧୀୟ କେତେକ ଜରୁରୀ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡ଼ିବ । କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କର୍କଟ:-

ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ । ପରିବାରରେ ଓ କୁଟୁମ୍ବରେ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟର ଦାୟିତ୍ୱ ନେଇ ପ୍ରଶଂସା ପାଇବେ । ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ । ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ । ଭାବନାର ବଶୀଭୂତ ହୋଇ ଅମିନୀ, ଜାମିନି, ମଧ୍ୟସ୍ଥତା ଠିକ୍ ହେବ ନାହିଁ । ବେପରୁଆ କାର୍ଯ୍ୟକଳାପ ଯୋଗୁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ ଓ ମାନହାନୀର ସମ୍ଭାବନା ଅଛି । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।

ସିଂହ:-

ଶତୃଙ୍କ ଠାରୁ ସାହାଯ୍ୟ ପାଇବେ । କର୍ମକ୍ଷେତ୍ରରେ କ୍ଷମତା, ଶକ୍ତି ବଳରେ ନିଜର ସମୟ ବିତାଇବେ । ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ । ନୂତନକର୍ମ ନିଯୁକ୍ତି ପାଇଁ ଚେଷ୍ଟା କଲେ କର୍ମପ୍ରାପ୍ତି ହେବ । ଭାଗୀଦାର ବା ମିତ୍ରଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ । ସେୟାର ମାର୍କେଟ, ଲଟେରୀ, ଜୁଆ ଆଦିରେ ଅର୍ଥ ଖଟେଇଲେ ବିଶେଷ ଲାଭବାନ୍ ହେବେ । ରାଜନୈତିକ କ୍ଷେତ୍ରରେ ଦୂରଯାତ୍ରା କରି ପରିଶ୍ରମର ଉଚିତ୍ ମୂଲ୍ୟ ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କନ୍ୟା:-

ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । କର୍ମକ୍ଷେତ୍ରରେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରୀ ହୋଇ ପାରିବେ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରତିଯୋଗୀତା ପରୀକ୍ଷା, ସାକ୍ଷାତ କାରରେ ବିଜୟୀ ହେବେ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ନୂତନ ବନ୍ଧୁଙ୍କୁ ପାଇ ଖୁସୀ ହେବେ । ପରିବାରରରେ ମନୋମାଳିନ୍ୟକୁ ଏଡ଼େଇ ପାରିଲେ ଶାନ୍ତି ମିଳିବ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ତୁଳା:-

ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ଭଲ ରହିବ । ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ । ଦୂର ଯାତ୍ରାରେ ସଫଳତା ମିଳିବ । କିଛି ନୂତନ କର୍ମ ଆରମ୍ଭ କରି ପାରିବେ । ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ । ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଅଳ୍ପ ପ୍ରୟାସରେ ପୂର୍ଣ ହୋଇଯିବ । ଦାମ୍ପତ୍ୟ ସୁଖରେ ପ୍ରସନ୍ନତା ଅନୁଭୂତି ହେବ । ଖେଳ, କୁଦ ପ୍ରତିଯୋଗିତା ରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ରାଜନୀତିରେ ପ୍ରତିଷ୍ଠା ସହ ଖ୍ୟାତି ପାଇବେ । ପ୍ରତିକାର:- ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-

ଧର୍ମ କାର୍ଯ୍ୟରେ ଯୋଗଦେଇ ଦେବଦର୍ଶନ କରିବେ । କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବାଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ସଫଳତା ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ଆମୋଦ ପ୍ରମୋଦ, ମନୋରଞ୍ଜନ ଯୋଗ ଦେବେ । ପରିବାରର କେତେକ ଅକୁହା କଥା ଚିନ୍ତା କରି ଅନ୍ୟମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖି ପାରନ୍ତି । ତେଣୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ । ଖାଇବା ପିଇବାରେ ଅବହେଳା କରିବାରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।

ଧନୁ:-

ଅତି ପ୍ରିୟବନ୍ଧୁ ଆର୍ଥିକ ସାହାଯ୍ୟ କରିବେ । ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ । ଆଇନ ଅଦାଲତ ତଥା ଲେଖାପଢାରୁ ଶୁଭଫଳ ମିଳିବ । ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ । ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ନୂତନ ଚାକିରୀ ପାଇଁ ପ୍ରୟାସ ରତ ଯୁବକ ଯୁବତୀମାନେ ଉତ୍ସାହବର୍ଦ୍ଧକ ସମାଚାର ପାଇବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ମକର:-

ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ । କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ । ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ । ଆଲୋଚନା କ୍ଷେତ୍ରରେ ସୁଫଳ ପାଇବା ସହ ମାନପ୍ରତିଷ୍ଠାରେ ବୃଦ୍ଧି ହେବ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । ବାସଗୃହ ଓ ଯାନବାହନର କେତେକ ସମସ୍ୟା ସମାଧାନ ହୋଇଯିବ । ଆତ୍ମୀୟଙ୍କ ଡାକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ । କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ । ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ ।

କୁମ୍ଭ:-

ସନ୍ତାନ ଯୋଗେ ଆନନ୍ଦିତ ହେବେ । ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବା ଫଳରେ ଅର୍ଥ ଲାଭର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ନେଇ ପ୍ରଶଂସିତ ହେବେ । ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ । ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ପରୀକ୍ଷା ପ୍ରତିଯୋଗିତା ଓ ମାଲିମୋକଦ୍ଦମାରେ ଶୁଭଫଳ ମିଳିବ । ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇବେ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ମୀନ:-

ସାଙ୍ଗସାଥିମାନେ ସାହାଯ୍ୟ ସହଯୋଗ କରିବେ । କର୍ମକ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନ ସନ୍ତୁଷ୍ଟ ରହିବ । କେତେକ କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ପରୀକ୍ଷା ପ୍ରତି ଯୋଗିତାରେ ଶୁଭଫଳ ମିଳିବ । ପାଖ ପଡୋଶୀମାନେ କଟୁବଚନ ଶୁଣେଇ ପାରନ୍ତି । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!