ଦୈନିକ ରାଶିଫଳ: 28 ମାର୍ଚ୍ଚ 2022, ମହାଦେବଙ୍କ କୃପାରୁ ଏହି 3ଟି ରାଶିଙ୍କୁ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ ମସିହା, ମାର୍ଚ୍ଚ ମାସ ୨୮ ତାରିଖ, ସୋମବାର, ମୀନ ମାସ ୧୪ ଦିନ, ଚୈତ୍ରମାସ, କୃଷ୍ଣପକ୍ଷ, ଏକାଦଶୀ ତିଥି, ଶ୍ରବଣା ନକ୍ଷତ୍ର, ଦିବା ୧୨ଟା ୨୫ମିନିଟ୍ ପରେ ଧନିଷ୍ଠା ନକ୍ଷତ୍ର, ମକର ରାଶିରେ ଚନ୍ଦ୍ର । ସିଦ୍ଧ ଯୋଗ । ବାଳବ କରଣ ଦିବା ୪ଟା ୧୬ମିନିଟ୍ ପରେ କୌଳବ କରଣ । ମିଥୁନ ରାଶିର ଘାତବାର । ସିଂହ ରାଶିର ଘାତଚନ୍ଦ୍ର ରାତି ୧୧ଟା ୫୪ ମିନିଟ୍ ପରେ ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର । ଶିମ୍ବ,ଆମିଷ ନ ଖାଇଲେ ଭଲ ଦିବା ୪ ଟା୧୬ ମିନିଟ୍ ପରେ ପୋଇ,ମସୁରଡାଲି ନ ଖାଇଲେ ଭଲ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯୋଗିନୀ- ଆଗ୍ନେୟେ ଦିବା ୪ଟା ୧୬ ମିନିଟ୍ ପରେ ନୈଋତେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ଏକାଦଶୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ପ୍ରାତଃ ୭ଟା ୧୮ମିନିଟ୍ ରୁ ୮ଟା ୫୦ମିନିଟ୍, ଦିବା ୨ଟା ୫୪ମିନିଟ୍ ରୁ ୪ଟା ୨୫ମିନିଟ୍, ରାତ୍ରି ୧୦ଟା ୨୨ମିନିଟ୍ ରୁ ୧୧ଟା ୫୨ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୪୮ମିନିଟ୍ ରୁ ୭ଟା ୧୮ମିନିଟ୍, ଦିବା ୧୦ଟା ୪୦ମିନିଟ୍ ରୁ ଦିବା ୧ଟା ୪ମିନିଟ୍, ଦିବା ୪ଟା ୨୬ମିନିଟ୍ ରୁ ୫ଟା ୭ମିନିଟ୍, ସନ୍ଧ୍ୟା ୬ଟା ୪୪ମିନିଟ୍ ରୁ ରାତ୍ର ୯ଟା ୦୫ମିନିଟ୍, ରାତ୍ର ୧୧ଟା ୫୨ମିନିଟ୍ ରୁ ରାତ୍ର ୨ଟା ୩୭ମିନିଟ୍ ।

ମେଷ:-ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ । ଆର୍ଥିକସ୍ଥିତି ସୁଦୃଢ ହେବା ଫଳରେ ବ୍ୟାଙ୍କ-ବାଲାନ୍ସ ବୃଦ୍ଧି ହେବ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ । ପରିବହନ ବ୍ୟବସାୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହେବ । ପ୍ରତିଯୋଗିତା ପରୀକ୍ଷା ଓ ମାଲିମୋକଦ୍ଦମାରେ ସଫଳତା ମିଳିବ । ବନ୍ଧୁମିତ୍ରଙ୍କ ସହ ମନୋରଞ୍ଜନ, ଭ୍ରମଣ ଫଳରେ ହସଖୁସିର ବାତାବରଣ ସୃଷ୍ଟି ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ଉନ୍ନତି କରି ପାରିବେ । କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ମିତ୍ର ଓ ସହଯୋଗୀଙ୍କ ଠାରୁ ଆଶାତୀତ ସହଯୋଗ ମିଳିବ ଓ ଶୁଭ ସମାଚାର ଶୁଣିବେ । ଲୋକମାନେ ଆପଣଙ୍କ ସଚ୍ଚୋଟତା ଓ ସରଳତା ଭାବ ଦେଖି ଫାଇଦା ଉଠେଇବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାମ ନିଶ୍ଚୟ ସମ୍ପନ୍ନ ହେବ । କାମ-କାର୍ଯ୍ୟରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ପ୍ରେମ-ପ୍ରସଙ୍ଗରେ ଭୁଲ୍ ବୁଝାମଣାର ନିରାକରଣ ହେବ । ବୌଦ୍ଧିକ କ୍ଷମତାରେ ବୃଦ୍ଧି ହେବ, କୌଣସି ମିତ୍ରଙ୍କ ଉପଦେଶ କାମରେ ଲାଗିବ । ରୋଜି-ରୋଜଗାରର ଉଚିତ୍ ସୁଯୋଗ ମିଳିବ । ଶତୃ ବା ବିରୋଧୀଙ୍କ ଠାରୁ ସାବଧାନ ରହିବା ଉଚିତ୍ । କୌଣସି ଗୋପନୀୟ କଥା ଉଜାଗର ହେବାର ସମ୍ଭାବାନା ଅଛି । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ସମସ୍ତ କାର୍ଯ୍ୟର ସମସ୍ୟା ସମାଧାନ ହୋଇଯିବ । ଯଶ କୀର୍ତ୍ତିରେ ଉନ୍ନତି ହେବ । ଋଣ ଓ ପୁଞ୍ଜିନିବେଶ ସମ୍ବନ୍ଧୀୟ କାର୍ଯ୍ୟରେ ବ୍ୟସ୍ତ ରହିବେ ଓ ବ୍ୟାଙ୍କ, ବୀମା, ନିବେଶ ପରି ଆର୍ଥିକ ଗତିବିଧିରେ ଉନ୍ନତିହେବ । ପରିବାର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ । ଅନୁସନ୍ଧାନ, ଖୋଜିବା, ଶୋଧ ପାଇଁ ସମୟ ଉପଯୁକ୍ତ ଅଟେ । କାରବାର ଓ ବ୍ୟାପାରରେ ଉନ୍ନତି ହୋଇ ଆଶାତୀତ ଲାଭ ପ୍ରାପ୍ତ ହେବ । ଭୂମି, ଭବନ ଓ ବାହନ କ୍ରୟ କରିବେ । ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ସିଂହ:-ଆନ୍ତରିକଶକ୍ତି ଓ ଆତ୍ମବଳ ଦ୍ଵାରା ଆଗକୁ ବଢିବାରେ ସକ୍ଷମ ହେବେ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସନ୍ନିଧ୍ୟ ଲାଭ ଫଳରେ ସମସ୍ୟାରୁ ମୁକ୍ତି ମିଳିବ । କର୍ମକ୍ଷେତ୍ରରେ ଦାଇତ୍ଵ ବଢିବ । କଷ୍ଟ ଓ ପରିଶ୍ରମର ଉଚିତ୍ ପୁରସ୍କାର ପ୍ରାପ୍ତ ହେବ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । ପ୍ରତ୍ୟେକ କାର୍ଯ୍ୟ ସାବଧାନତା ପୂର୍ବକ କରିବା ଉଚ୍ଚିତ୍ । କିନ୍ତୁ ଭୂମି କ୍ରୟ କରିଲା ବେଳେ ଆବଶ୍ୟକ କାଗଜପତ୍ର ଭଲରେ ଦେଖି ବୁଝି-ବିଚାରୀ ରଖିବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କନ୍ୟା:-ସନ୍ତାନଙ୍କ ଚିନ୍ତା ଦୂର ହେବ । ବିଦ୍ୟାର୍ଥୀଙ୍କୁ ପ୍ରତିଯୋଗିତାରେ ସଫଳତା ମିଳିବ । କାର୍ଯ୍ୟରେ ବାଧା ଆସିଲେ ମଧ୍ୟ କାର୍ଯ୍ୟ ପୂରଣ ହେବ । ପୂର୍ବରୁ ଅଟକିଥିବା କାର୍ଯ୍ୟରେ ସଫଳ ହେବେ । ବନ୍ଧୁଙ୍କ ଠାରୁ ସହଯୋଗ ପାଇ ଫଶିଯାଇଥିବା ଷଡଯନ୍ତ୍ର ବା ଚକ୍ରବ୍ୟୁହ ମଧ୍ୟରୁ ମୁକୁଳିବେ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ । ପାରିବାରିକ ବାତାବରଣ ମଧ୍ୟ ପ୍ରତିକୂଳ ରହିବ । ଲୋକମାନଙ୍କ ସହିତ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-ଶତୃ ଓ ବିରୋଧୀମାନେ ଯେତେ ଚାହିଁଲେ ମଧ୍ୟ ଆପଣଙ୍କର କିଛି ଅହିତ ସାଧନ କରିପାରିବେ ନାହିଁ । ବ୍ୟବସାୟରେ ଉଚିତ୍ ଲାଭ ପ୍ରାପ୍ତ ହେବ । ମିତ୍ର ସହଯୋଗୀମାନେ ସାହାଯ୍ୟ ସହଯୋଗ କରିବେ । ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇ ମାଲିମୋକଦ୍ଦମାରେ ଜିତିବେ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ । ଚାକିରିରେ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେବେ ଓ ଶୁଭ ସମାଚାର ଶୁଣି ମାନସିକ ଚିନ୍ତା ଦୂର ହେବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ବିଚ୍ଛା:-ସ୍ୱାସ୍ଥ୍ୟରେ ସୁଧାର ଆସିବା ସହ ମାନସିକଶାନ୍ତି ଅନୁଭବ କରିବେ । ସମସ୍ୟା ଗୁଡିକ ଶାନ୍ତିପୂର୍ବକ ଢଙ୍ଗରେ ସମାଧାନ ହେବ ଓ କଷ୍ଟରୁ ମୁକ୍ତି ମିଳିବ । ପୁରାତନ ଶତୃମାନେ ଦୂରେଇ ଯିବେ । ଜମି, ଯାନବାହାନ, ସମ୍ପତ୍ତି କ୍ରୟ ଓ ବିକ୍ରୟ କରି ପାରିବେ । କାମ-କାର୍ଯ୍ୟରେ ଗମ୍ଭୀରତା ପୂର୍ବକ ଧ୍ୟାନ ଦେଇ ବହୁତ ପଇସା ଇନକମ୍ କରିବେ । ଭବିଷ୍ୟ ଯୋଜନା ଦ୍ଵାରା ଲାଭ ମିଳିବ । ରାଜକୀୟ କାର୍ଯ୍ୟରେ ସଫଳତା ମିଳିବ । ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

ଧନୁ:-ସ୍ୱାସ୍ଥ୍ୟ ସ୍ଥିତି ମଧ୍ୟମ ରହିବ । ଅସହାୟ ଓ ଦୁର୍ବଳ ଲୋକଙ୍କୁ ସାହାଯ୍ୟ କରିବାକୁ ମନ ବଳାଇବେ । ପରିବାରରେ କୌଣସି ଶୁଭକାର୍ଯ୍ୟ ହେବ । ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ । କୌଣସି ଅଚିହ୍ନା ବ୍ୟକ୍ତି ସାହାଯ୍ୟ କରିବେ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ । ବସ୍ତ୍ର, ଆଭୁଷଣ ଗହଣା ଆଦି କ୍ରୟ କରିପାରିବେ । ଟେଲିଫୋନ୍ ଦ୍ଵାରା କୌଣସି ମହତ୍ଵପୂର୍ଣ୍ଣ ସୂଚନା ପ୍ରାପ୍ତ ହେବାର ସମ୍ଭାବନା ଅଛି । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ମକର:-ଧୈର୍ଯ୍ୟ, ସାହସ ଓ ବୁଦ୍ଧିମତା ଯୋଗେ ପ୍ରଶଂସା ପାଇବେ । କାର୍ଯ୍ୟକ୍ଷେତ୍ରରେ ନୂତନ ପଦକ୍ଷେପ ନେବା ଫଳରେ ଆଶାତୀତ ଲାଭ ପାଇବେ । ପ୍ରତିସ୍ପର୍ଦ୍ଧା ଓ ପ୍ରତିଯୋଗିତାରେ ବିଜୟଶ୍ରୀ ହେବ । ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ । ସ୍ୱାସ୍ଥ୍ୟସମସ୍ୟା ସୁଧୁରିବା ଫଳରେ ଆଶାକରିଥିବା କାର୍ଯ୍ୟ ପୁରଣ କରିପାରିବେ । ଆତ୍ମବିଶ୍ଵାସରେ ବୃଦ୍ଧି ହେବ । କୌଣସି ମହତ୍ଵପୂର୍ଣ୍ଣ ସୂଚନା, ସନ୍ଦେଶ, ଅର୍ଡର ବା ପେମେଣ୍ଟ ଆଦି ପ୍ରାପ୍ତ ହେବ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

କୁମ୍ଭ:-ସାହସ ଦ୍ଵାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଗୁରୁ ଗୁରୁଜନ ଓ ମାଆ ବାପାଙ୍କ ଆଶୀର୍ବାଦ ସ୍ନେହ ପ୍ରାପ୍ତ ହେବ । କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଭେଟ ହୋଇ ଆଗକୁ ବଢିବାରେ ସହାୟତା ମିଳିବ । ନୂତନ ଦ୍ରବ୍ୟ କ୍ରୟ-ବିକ୍ରୟ କରି ଆଶାତୀତ ଲାଭ ପାଇବେ । ଲୋକକଲ୍ୟାଣ କର୍ମରେ ନିଜକୁ ନିୟୋଜିତ କରିବେ । କୌଣସି ଧର୍ମସ୍ଥଳ, ମନ୍ଦିର, ମଠକୁ ଯିବା ପାଇଁ ପୋଗ୍ରାମ୍ କରିବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ମୀନ:-ସରକାରୀ କ୍ଷେତ୍ରରେ ଯଶ, କୀର୍ତ୍ତି, ମାନ-ସମ୍ମାନ ମିଳିବ । ଶତୃମାନଙ୍କୁ ମିତ୍ର କରିବା ପାଇଁ ପ୍ରୟାସରତ ରହିବେ । ନୂତନ କାମ ଆରମ୍ଭ କରିପାରିବେ । ଆପଣଙ୍କ ପ୍ରୟାସରେ ସୁଖଦ ପରିଣାମ ଅବଶ୍ୟ ଆସିବ । ଉଚ୍ଚାଧିକାରୀମାନେ ପ୍ରସନ୍ନ ରହିବେ । କର୍ମକ୍ଷେତ୍ରରେ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟଭାର ହାତକୁ ନେବେ । ବ୍ୟବସାୟରେ ଅଚାନକ ଭାବରେ ପରିବର୍ତ୍ତନ ହୋଇପାରେ ଓ ଉଚିତ୍ ଲାଭ ମଧ୍ୟ ପ୍ରାପ୍ତି ହେବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!