ଦୈନିକ ରାଶିଫଳ: ୨୮ ଜୁନ୍ ୨୦୨୦, ସୂର୍ଯ୍ୟଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ଜୁନ୍ ମାସ ୨୮ ତାରିଖ, ରବିବାର, ମିଥୁନ ମାସ ୧୪ ଦିନ, ଆଷାଢମାସ, ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ଉତ୍ତରା ଫାଲଗୁଣୀ ନକ୍ଷତ୍ର, ସକାଳ ୮ଟା ୪୬ମିନିଟ୍ ଗତେ ହସ୍ତା ନକ୍ଷତ୍ର, କନ୍ୟା ରାଶିରେ ଚନ୍ଦ୍ର ମେଷ ରାଶିର ଘାତବାର ବୃଷ ରାଶିର ଘାତଚନ୍ଦ୍ର ନଡିଆ, ଆମିଷ ନ ଖାଇଲେ ଭଲଶୁଭସମୟସକାଳ ୭ଟା ୧ମିନିଟ୍ ରୁ ୯ଟା ୩୭ମିନିଟ୍, ଦିବା ୧ଟା ୨୯ମିନିଟ୍ ରୁ ୨ଟା ୫୩ମିନିଟ୍, ଦିବା ୪ଟା ୪୧ମିନିଟ୍ ରୁ ୪ଟା ୪୫ମିନିଟ୍, ସନ୍ଧ୍ୟା ୬ଟା ୨୬ମିନିଟ୍ ରୁ ୭ଟା ୫୧ମିନିଟ୍, ରାତ୍ର ୧୦ଟା ୪୬ମିନିଟ୍ ରୁ ୧୨ଟା ୫୪ମିନିଟ୍

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ବ୍ୟବସାୟୀମାନେ କର୍ମଚାରୀ ଓ ଶ୍ରମିକମାନଙ୍କ ଦ୍ଵାରା ବେଶି ଉପକୃତ ହେବା ସହ ବ୍ୟବସାୟ ବଢ଼ାଇବାରେ ସମର୍ଥ ହେବେ। କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇବେ। ତଳ ମହଲରୁ ଆଶାତୀତ ଲାଭ ପାଇବେ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳିୟାନ ହେଲେ ବି ବଡ଼ନେତାଙ୍କୁ ସନ୍ତୁଷ୍ଟ କରିବା କାଠିକର ପାଠ ହେବ। କୃଷିଜୀବି ମାନେ ସୁଖ ଶାନ୍ତିରେ ଦିନ କଟାଇବେ। ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ବୃଷ:-

ବ୍ୟବସାୟୀ ମାନଙ୍କର କାରବାର ବଢ଼ିବା ସହ ଲୋକ ସମ୍ପର୍କ ବୃଦ୍ଧି ହେବ। ଶ୍ରମିକ ଓ କର୍ମଚାରୀମାନେ ଦୂର ଓ ନିକଟ କାର୍ଯ୍ୟରେ ତିଷ୍ଠି ରହି ପାରିବେ। ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ। କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ। ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାର ସାମର୍ଥ୍ୟ ବଢ଼ିବ। କୃଷିଜୀବିମାନେ ସୁଖୀ ହେବେ। ନିମ୍ନବର୍ଗ କର୍ମୀଙ୍କ ପ୍ରତି ସତର୍କ ରହି ଚଉଆଖିଆହୋଇ କର୍ତ୍ତବ୍ୟ ପାଳି ଚାଲିଲେ ପରେ ହଇରାଣ ହେବେ ନାହିଁ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:-

ବରିଷ୍ଠ ବ୍ୟକ୍ତିଙ୍କୁ ଆପଣାର କରି କୃପା ଭାଜନ ହେବେ। ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶମାନ ବୃଦ୍ଧି  ସହିତ ଉତ୍ତମ ଆୟର ପଥ ପରିସ୍କାର କରିବେ। କେତେକ କ୍ଷେତ୍ରରେ କର୍ମ ଯୋଗକୁ  ଅଧିକ ମହତ୍ତ୍ୱ ଦେଇ ଯଶ, ମାନ, ପ୍ରତିଷ୍ଠାର ଅଧିକାରୀ ହେବେ। ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନସ୍ଥିତି ଅଟଳ ରଖି ପାରିବେ। କୃଷିଜୀବିମାନେ କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବାକୁ ସହଜ ହେବ। ଅପେକ୍ଷାକୃତ ସୁସ୍ଥ ବାତାବାରଣ ପାଇ ଅଳ୍ପରେ ସନ୍ତୁଷ୍ଟ ହେବେ। ବନ୍ଧୁ ମିତ୍ରମାନେ ସହଯୋଗ କରିବେ। ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ପ୍ରତିକାର ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ:-

ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ଚାକିରୀଜୀବିମାନେ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି, ତଳୁ ଉପର ସ୍ତର ଯାଏ ଆଦର୍ଶ ସ୍ଥାନ ଗ୍ରହଣ କରିବେ। କୃଷିଜୀବିମାନେ ଅଳ୍ପ ପରିଶ୍ରମ କରି ଅଧିକ ଲାଭ ପାଇବେ। ବ୍ୟବସାୟୀ ମାନଙ୍କର ପରିବର୍ତ୍ତନର ଝଲକ ଦୃଶ୍ୟ ହୋଇ କାରବାର ବୃଦ୍ଧି ହେବା ସହ ଲୋକ ସମ୍ପର୍କରେ ଉନ୍ନତି ହେବ। ରାଜନୀତି କ୍ଷେତ୍ରରେ ସଂଘର୍ଷରତ ହେଲେ ମଧ୍ୟ କ୍ଷୟକ୍ଷତି ଘଟିବାର ଆଶଙ୍କା ନାହିଁ ବରଂ ମାନ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। କାର୍ଯ୍ୟ ସିଦ୍ଧି ହେବା ଫଳରେ ଚିତ୍ତପ୍ରସନ୍ନ ରହିବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:-

କର୍ତ୍ତବ୍ୟ ପରାୟଣ ପ୍ରଦର୍ଶନ କରି ନିଜର ପାରିଲା ପଣିଆ ଜାହିର କରିବେ। ବ୍ୟବସାୟୀମାନେ କାରବାର ଯେତିକି ହେଲେ ବି ତହିଁରେ ସଂସ୍ଥା ଚଳାଇ ଗୁଜୁରାଣ ମେଣ୍ଟାଇ ପାରିବେ। ଆର୍ଥିକ ଦିଗରୁ ସୁବିଧା ପାଇ ଉଚ୍ଚ ଆଶାରେ ଆଗେଇବେ। କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବ। ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ। ଆଶା କରିଥିବା କାର୍ଯ୍ୟଟି ପୂରଣ ହେବ। ଶୁଭ ସମାଚାର ପାଇ ଖୁସି ହେବେ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ। ରାଜନୀତିରେ କୋଲସମ୍ପର୍କ ବୃଦ୍ଧି ଓ ନିଜର ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ। କୃଷିଜୀବିମାନେ କର୍ତ୍ତବ୍ୟ ନିଷ୍ଠା ରକ୍ଷାକରି ବିଶେଷ ଲାଭବାନ ହେବେ। ପ୍ରତିକାର ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କନ୍ୟା:-

ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ଯୋଗେ ଆୟ ବଢିବା ସହ ବକେୟା ପ୍ରାପ୍ୟ ହାତକୁ ଆଣିବାରେ ସଫଳ ହେବେ। ପରିବାରର ସଦସ୍ୟଙ୍କ ସହିତ ସୌହାଦ୍ୟ ପୂର୍ଣ୍ଣ ସଂପର୍କ ରହିବ। କୃଷିଜୀବିମାନେ ସାଧୁ ଓ ସଚ୍ଚୋଟ ଭାବେ ଦାୟିତ୍ୱ ତୁଲାଇବା ସହ କୃଷିକାର୍ଯ୍ୟରେ ଉନ୍ନତି କରିବେ। ଧନମାନ ଦିଗରୁ ସୁରକ୍ଷିତ ରହିବେ। ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ। ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭସାହସ ବୃଦ୍ଧି, କ୍ଷମାଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ। ଅଟକି ଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ। ରାଜନୀତିରେ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-

ଶିକ୍ଷା କ୍ଷେତ୍ରରେ ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହୋଇ ଶାନ୍ତି ବିରାଜମାନ କରିବ। ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହେବ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ। ଗଚ୍ଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ବନ୍ଧୁ, ମିତ୍ର ଏବଂ ସହକର୍ମୀମାନଙ୍କ ଦ୍ୱାରା ଲାଭବାନ୍ ହେବେ। ରାଜନୈତିକ କ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢ଼େଇବା ବୁଦ୍ଧିମତା ପୂର୍ଣ୍ଣ ହେବ। ଶେଷ କରିବାକୁ ଚାହୁଁଥିବା କର୍ମଟି ପୂରଣ କରିବା ପାଇଁ ବହୁତ କଷ୍ଟ କରିବାକୁ ପଡିବ। ଆବଶ୍ୟକତା ପୂରଣ ଦିଗରେ ବହୁତ ଖର୍ଚ୍ଚାନ୍ତ ହେବେ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-

ସ୍ଵାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସିବ। ଉଚ୍ଚାଧିକାରୀ, ସହ କର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଠ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢ଼େଇ ଦେବ। ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ। ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ହେଲେ ଆଗେଇ ନବା ଉଚିତ୍। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ।  ବିଦ୍ୟାରେ ଉନ୍ନତି କରିବେ। କୃଷିଜୀବିମାନେ ସୁ-ସମୃଦ୍ଧି ଯୁକ୍ତ ହେବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-

ସହକର୍ମୀମାନଙ୍କର ସମର୍ଥନ ଓ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ। ସ୍ୱାସ୍ଥ୍ୟ ଠିକ୍ ରହିବ। ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ ସାଙ୍ଗକୁ ସ୍ୱାସ୍ଥ୍ୟକର ପରିବେଶ ଓ ସମ୍ମାନଜନକ ଘଟଣା ଘଟିବ। ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବା ସହ ପାରିବାରିକ ଜୀବନ ଆନନ୍ଦମୟ ହେବ। ବ୍ୟବସାୟକ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ।  ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-

ଉଚ୍ଚ କର୍ମକର୍ତ୍ତାଙ୍କର ସୁଦୃଷ୍ଟି ପ୍ରାପ୍ତି ହେବ। କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ବ୍ୟବସାୟରେ ଉଚିତ୍ ପନ୍ଥା ଗ୍ରହଣ କରି ଯାନବାହାନ ବ୍ୟବସାୟରେ ତଥା ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ଲାଭବାନ ହେବେ। ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ପୂରଣ ହୋଇପାରିବ। ପାରିବାରିକ ଶାନ୍ତିଶୃଙ୍ଖଳା ବୃଦ୍ଧି ହେବା ସହ ଗଠନମୂଳକ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। କୃଷିଜୀବିମାନଙ୍କର ଜମିବାଡ଼ି ନେଇ କେତେକ ସମସ୍ୟା ସହଜରେ ସମାଧାନ କରି ପାରିବେ। ଖୁସିଗପ ଓ ମଉଜ ମଜଲିସ୍ କରିବା ପାଇଁ ସମୟ ପାଇବେ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

କୁମ୍ଭ:-

ସମସ୍ତ ବାଧାବିଘ୍ନକୁ ଭ୍ରୂକ୍ଷେପ ନକରି ନିଜର ସିଦ୍ଧାନ୍ତରେ ଅଟଳ ରହିବେ। ଶୋଷିତ ଓ ନିର୍ଯାତିତଙ୍କ ବିଡମ୍ବନାକୁ ମୁଣ୍ଡେଇ ଦୃଢ ମନୋବଳରେ ଆଗେଇ ପାରିବେ। ବରିଷ୍ଠବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢ଼ୀଭୂତ ହେବ। ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ନିଜରବୁଦ୍ଧି, ବିବେକ ଖଟାଇ ଲାଭ ସୁନିଶ୍ଚିତ। ସୁଖ ସମ୍ପଦ ପ୍ରାପ୍ତି ହେବ। କୃଷିଜୀବିମାନେ ଅଧିକ ପରିଶ୍ରମ କରି ସାମାନ୍ୟ ଲାଭ ପାଇବେ। କେତେକ କ୍ଷେତ୍ରରେ ଅନ୍ୟମାନଙ୍କର ଭଲ କରିବାକୁ ଯାଇ ଅପଦସ୍ତ ହେବେ। ପରିବାର ହିତପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ଭାବନାର ବଶୀଭୂତ ହୋଇ ଅମିନୀ, ଜାମିନି, ମଧ୍ୟସ୍ଥତା  ଠିକ୍ ହେବ ନାହିଁ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ମୀନ:-

ସ୍ୱାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସିବ। ସନ୍ତାନର ସୁ-ଖବର ଶୁଣି ଖୁସିହେବେ। ଜମି, ଜାଗା, ବାସ ଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। କଠିନ କାର୍ଯ୍ୟ ସହଜରେ ସମାଧାନ କରି ଅଟକି ଥିବା କାର୍ଯ୍ୟ ପୂରଣ ହେବ। ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ। ସାମାଜିକ ସ୍ଥିତି ଓ ମାନସମ୍ମ।ନ ବଜାୟ ରହିବ। କଳକାରଖାନା ବା ଯନ୍ତ୍ରପାତି ବ୍ୟବସାୟରେ ପ୍ରବଳ ଲାଭ ହେବ। ପରିବହନ ବ୍ୟବଶାୟରେ ଲାଭ ଅପରି ବର୍ତିତ ରହିବ। ଗୁରୁଜନଙ୍କ ସହାନୁଭୁତି ଉପଲବ୍ଧ ହେବା ସହ ପାରିବାରିକ ଜୀବନ ସମସ୍ତଙ୍କ ମେଳରେ ରହି ସୁଖ ସନ୍ତୋଷରେ କଟିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!