ଦୈନିକ ରାଶିଫଳ: 28 ଅଗଷ୍ଟ 2022, ସୂର୍ଯ୍ୟଦେବଙ୍କ କୃପାରୁ ଏହି 3ଟି ରାଶିଙ୍କୁ ମିଳିବ କିଛି ବଡ ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଅଗଷ୍ଟମାସ ୨୮ତାରିଖ, ରବିବାର, ସିଂହମାସ ୧୨ଦିନ, ଭାଦ୍ରବମାସ ଶୁକ୍ଳପକ୍ଷ, ପ୍ରତିପଦାତିଥି ଦିବା ୨ଟା ୪୫ମିନିଟ୍ ପରେ ଦ୍ଵିତୀୟାତିଥି, ପୂର୍ବାଫାଲଗୁନୀ ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର । ସିଦ୍ଧ ଯୋଗ । ବବ କରଣ ଦିବା ୨ଟା ୪୫ମିନିଟ୍ ପରେ ବାଳବ କରଣ । ମେଷ ରାଶିର ଘାତବାର । କର୍କଟ, ମକର ରାଶିର ଘାତଚନ୍ଦ୍ର । ପାଣିକଖାରୁ ନ ଖାଇଲେ ଭଲ ଦିବା ୨ଟା ୪୫ମିନିଟ୍ ପରେ ବୋଇତିକଖାରୁ ନ ଖାଇଲେ ଭଲ । ଯୋଗିନୀ- ପୂର୍ବେ ଦିବା ୨ଟା ୪୫ମିନିଟ୍ ପରେ ଉତ୍ତରେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ପ୍ରତିପଦାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅଶୁଭସମୟ- ଦିବା ୧୦ଟା ୧୪ମିନିଟ୍ ରୁ ୧ଟା ୨୧ମିନିଟ୍, ରାତ୍ରି ୧ଟା ୧୪ମିନିଟ୍ ରୁ ୨ଟା ୪୧ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୩୪ମିନିଟ୍ ରୁ ୯ଟା ୪୨ମିନିଟ୍, ଦିବା ୧ଟା ୨୨ମିନିଟ୍ ରୁ ୧ଟା ୫୧ମିନିଟ୍, ସନ୍ଧ୍ୟା ୬ଟା ୪୯ମିନିଟ୍ ରୁ ରାତ୍ର ୯ଟା ୫ମିନିଟ୍, ରାତ୍ର ୧୨ଟା ୧୨ମିନିଟ୍ ରୁ ୧ଟା ୧୩ମିନିଟ୍, ରାତ୍ର ୨ଟା ୪୨ମିନିଟ୍ ରୁ ରାତ୍ର ୩ଟା ୧୪ମିନିଟ୍ । ପର୍ବଦିନ- ଖୁଦୁରୁକୁଣୀ ଓଷା ତୃତୀୟ ପାଳି ।

ମେଷ:-ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ । ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତାପରୀକ୍ଷା ଓ ସାକ୍ଷାତକାରରେ ଉଚ୍ଚ ପ୍ରଶଂସିତ ହେବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ କୃତକାର୍ଯ୍ୟ ହେବେ । ଛାତ୍ରଛାତ୍ରୀମାନେ ପରୀକ୍ଷା ଓ ପ୍ରତିଯୋଗିତାରେ ସଫଳ ହେବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-ବ୍ୟବସାୟରେ ରପ୍ତାନି ବାଣିଜ୍ୟରୁ ଯଥେଷ୍ଟ ଲାଭ ମିଳିବ ଓ ଉନ୍ନତି ହେବ । ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ । ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ । ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବାପାଇଁ କରିଥିବା ଯୋଜନା ସଫଳ ହୋଇ ପାରିବ । ସନ୍ତାନର ଖୁସି ଓ ସୁରକ୍ଷିତ ଅନୁଭବ କରିବେ । ଅଧା ଅଧୁରାଥିବା କାର୍ଯ୍ୟ ପୂରଣ ହୋଇ ଯିବ । ନୂଆଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରଣ କରିବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମିଥୁନ:-ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ବିରୋଧିମାନେ ଦୂରେଇଯିବେ । ପରୀକ୍ଷା ଓ ପ୍ରତିଯୋଗୀତାରେ ଆଶା ମୁତାବକ ଫଳ ପାଇବେ । ରାଜ ନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତିକୁ ସହଜ ସରଳ କରି ପ୍ରଶଂସିତ ହେବେ । ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ନୁତନ କାର୍ଯ୍ୟ ନିର୍ଦ୍ୱୋନ୍ଦରେ ଧୀରସ୍ଥିର ଭାବରେ ଆଗେଇନେବେ । ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ । ପ୍ରତିକାର- ସବୁଜ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

କର୍କଟ:-ବ୍ୟବସାୟ କ୍ଷେତ୍ରରେ ମନ ଲାଗିବା ଦ୍ଵାରା ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ । ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ଅଧିକାରୀଙ୍କଠାରୁ ସହଯୋଗ ମିଳିବ । ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ । ପୁରାତନ ରୋଗରପ୍ରକୋପ ସହିତ ଉଦର ପୀଡ଼ା ଦେଖାଦେଇ ପାରେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-ବିଦେଶ ଯାତ୍ରା ଫଳରେ ବିଶେଷ ଲାଭବାନ ହେବେ । ନୂଆ ଚାକିରୀ ହେବାର ସୁଯୋଗ ମିଳିବ । ପରିବାର ଓ ମିତ୍ରଙ୍କ ସହିତ ସମୟ ବିତେଇବେ । ମନରେଥିବା କାମନା ପୂର୍ଣ୍ଣ ହେବ । ବନ୍ଧୁ ବାନ୍ଧବଙ୍କଦ୍ଵାରା ସମସ୍ୟାର ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ଯେ କୌଣସି କାମରେ ହାତ ଦେଲେ, ସଫଳତା ପାଇବେ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସଫଳତା ଲାଭ କରିବେ । ସମସ୍ତ କ୍ଷେତ୍ରରେ ସଫଳତା ମିଳିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କନ୍ୟା:-ବ୍ୟବସାୟିକ ସ୍ଥିତି ସୁଧୁରିଯିବ ଓ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ଭ୍ରମଣ, ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ । ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ । ସମାଜ କଲ୍ୟାଣ, ଧର୍ମାନୁଷ୍ଠାନରେ, ମଠ, ମନ୍ଦିରମାନଙ୍କରେ ଯୋଗଦାନ କରି ପ୍ରଶଂସିତ ହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ତୁଳା:-କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ । ପ୍ରତିଯୋଗୀତା ପରୀକ୍ଷାରେ ଯଶରସହ ଉତ୍ତୀର୍ଣ୍ଣ ହୋଇ ପ୍ରଶଂସିତ ହେବେ ଓ ଉଚ୍ଚ ଶିକ୍ଷାପାଇଁ ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ଶତୃମାନେ ପରାଜିତ ହେବେ । ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ । ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରନ୍ତି । ପ୍ରତିକାର- ଧଳା ରୁମାଲ ଟିଏ ପାଖରେ ରଖନ୍ତୁ ।

ବିଚ୍ଛା:-ରାଜନୀତିରେ ଉନ୍ନତି ହେବା ସହ ପ୍ରତିଷ୍ଠା ପ୍ରତ୍ତିପତ୍ତି, ମାନସମ୍ମାନ ପ୍ରାପ୍ତିହେବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ ହେବ । ସ୍ୱାସ୍ଥ୍ୟରେ ଉନ୍ନତି ହେତୁ ମାନସିକସ୍ଥିତି ଭଲ ରହିବ । ଉଧାର ଦେଇଥିବା ଟଙ୍କା ମିଳିଯିବା ଫଳରେ କିମ୍ବା ପୁରୁଣାପ୍ରାପ୍ୟ ଆଦାୟ ହେବା ଫଳରେ ବ୍ୟବସାୟରେ ନିଜରପଦ ଗରିମା ବଜାୟ ରହିବ । ପରିବାରରେ ଖୁସିର ବାତାବରଣ ସୃଷ୍ଟି ହେବ । ପୂର୍ବ କଳହର ସମାଧାନ ହୋଇ ଦାମ୍ପତ୍ୟସୁଖ ବୃଦ୍ଧି ହେବ । ପ୍ରତିକାର-ଲାଲଚନ୍ଦନ ମସ୍ତକରେ ଲଗାଇବା ଉଚିତ ।

ଧନୁ:-ବନ୍ଧୁମିତ୍ର ମାନଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇ ଆର୍ଥିକ ସ୍ଥିତି ଭଲ ରହିବ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ପାରିବାରିକ ସମସ୍ୟାକୁ ସୁଧାରି ନେଇ ପ୍ରଶଂସିତ ହେବେ । ପ୍ରିୟଜନ ମାନଙ୍କୁ ଆର୍ଥିକ ଓ ଭାବନାତ୍ମକ ସାହାଯ୍ୟ କରିବେ । ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ନିଜର ଇଚ୍ଛା ବିରୋଧରେ କୌଣସି କାର୍ଯ୍ୟ କରିବା ଅନୁଚିତ୍ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମକର:-ସହକର୍ମୀ ଓ ପଡୋଶୀମାନଙ୍କ ସାହାଯ୍ୟ ମିଳିବ । ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବା ସହ ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ବ୍ୟବସାୟିକ ଗତିବିଧି ସାମାନ୍ୟ ରୂପରେ ଚଳିବ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବା ଫଳରେ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ବଢ଼ିବ । ପରିଶ୍ରମ କାର୍ଯ୍ୟ କରି ପ୍ରଶଂସିତ ହେବେ । ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ । ପ୍ରତିକାର:- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିପାରିବେ । କୌଣସି ବନ୍ଧୁଙ୍କ ଦ୍ଵାରା ପରିବାର ସମ୍ବନ୍ଧିତ ଶୁଭ ସମାଚାର ଶୁଣିବେ । ଖେଳ ଓ ବିଦ୍ୟାରେ ଉନ୍ନତି ହେବ । କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ । କମିଶନ ସମ୍ବନ୍ଧିତ କାର୍ଯ୍ୟରେ ଲାଭ ମିଳିବ । ନୂତନ ବନ୍ଧୁଙ୍କ ସହିତ ଭେଟ ହେବା ଫଳରେ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ । ପ୍ରେମପ୍ରସଙ୍ଗରେ ଉନ୍ନତି ହୋଇପାରେ । ବ୍ୟବସାୟରେ ଆଶାତୀତ ଲାଭ କରିବେ । ପ୍ରତିକାର- ନୀଳ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

ମୀନ:-ସ୍ୱାସ୍ଥ୍ୟ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ପ୍ରିୟଜନ ଓ ପରିବାର ସଦସ୍ୟ ଆପଣଙ୍କ ନିକଟତର ହେବେ । ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସରେ ଭରପୁର ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ମିତ୍ରମାନଙ୍କ ଦ୍ଵାରା ଲାଭ ପାଇବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । କୌଣସି ଅଚିହ୍ନା ବ୍ୟକ୍ତି ସାହାଯ୍ୟ କରିବେ । ଆମୋଦ ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତରେ ଉତ୍ସାହିତ ହେବେ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!