ଦୈନିକ ରାଶିଫଳ: ୨୮ ଅଗଷ୍ଟ ୨୦୨୦, ମା’ ସନ୍ତୋଷୀଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ସମସ୍ଯାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ଅଗଷ୍ଟ ମାସ ୨୮ ତାରିଖ, ଶୁକ୍ରବାର, ସିଂହ ମାସ ୧୩ ଦିନ, ଭାଦ୍ରବମାସ, ଶୁକ୍ଳପକ୍ଷ, ଦଶମୀ ତିଥି, ସକାଳ ୮ଟା ୩୮ମିନିଟ୍ ଗତେ ଏକାଦଶୀ ତିଥି, ମୂଳା ନକ୍ଷତ୍ର, ଦିବା ୧୨ଟା ୩୮ମିନିଟ୍ ଗତେ ପୂର୍ବାଷାଢା ନକ୍ଷତ୍ର, ଧନୁ ରାଶିରେ ଚନ୍ଦ୍ର। ବିଛା, ଧନୁ, ମୀନ ରାଶିର ଘାତବାର। ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର। କଳମଶାଗ ନ ଖାଇଲେ ଭଲ, ସକାଳ ୮ଟା ୩୮ମିନିଟ୍ ଗତେ ଶିମ୍ବ, ଆମିଷ ନ ଖାଇଲେ ଭଲ। ଶୁଭସମୟ- ପ୍ରାତଃ ୫ଟା ୩୪ମିନିଟ୍ ରୁ ୬ଟା ୨୨ମିନିଟ୍, ସକାଳ ୭ଟା ୧୪ମିନିଟ୍ ରୁ ୮ଟା ୫୩ମିନିଟ୍, ଦିବା ୧୨ଟା ୧୩ମିନିଟ୍ ରୁ ୨ଟା ୪୧ମିନିଟ୍, ଦିବା ୪ଟା ୨୨ମିନିଟ୍ ରୁ ସନ୍ଧ୍ୟା ୬ଟା ୧ମିନିଟ୍, ରାତ୍ର ୭ଟା ୩୪ମିନିଟ୍ ରୁ ୮ଟା ୫୩ମିନିଟ୍।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ସମସ୍ତଙ୍କ ପ୍ରତି ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ। ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ।ପଡୋଶୀ ବା କୁଟୁମ୍ବଙ୍କ ସହ ମାନମନାନ୍ତର ଥିଲେ ମେଣ୍ଟିଯିବ। ରୋମାନ୍ସ ଓ ପ୍ରେମରେ ପ୍ରସନ୍ନତାର ଅନୁଭୂତି ଜାଗ୍ରତ ହେବ। ପଢିବା, ପଢେଇବା ମାମଲାରେ ଆଗକୁ ଗତି କରିବେ। କଳା, ସଙ୍ଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧି ହେବ। ରାଜନୀତିରେ ଜନ କଲ୍ୟାଣ କାର୍ଯ୍ୟ ଇଛା ଅନୁସାରେ ସମ୍ପନ୍ନ କରିବେ। ସମାଜ ସେବା କରି ସ୍ଵନାମ ଅର୍ଜନ କରି ପାରିବେ। ବ୍ୟବସାୟରେ ଭାଗିଦାରମାନେ ପାଦ ସହିତ ପାଦ ମିଶେଇ ବେପାର ବୃଦ୍ଧି କରିବେ। ଅଭାବ ଅନାଟନ ପାଇଁ ବ୍ୟୟ ସଂକୋଚନ ହୋଇ ପାରେ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ବୃଷ:-

ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରି ପ୍ରଶଂସିତ ହେବେ। ସରକାରୀ କ୍ଷେତ୍ରରେ ଉନ୍ନତିହେବ। କର୍ମକ୍ଷେତ୍ରରେ ଉନ୍ନତି ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ବଢ଼ିବ। ବ୍ୟବସାୟରେ ଲାଭବାନ ହେବେ। ରାଜନୀତି କ୍ଷେତ୍ରରେ ଆନ୍ତରିକ ମୂଲ୍ୟାଙ୍କନର ଅନୁଭୂତି ଜାଗ୍ରତ ହେବ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ମିତ୍ରମାନଙ୍କ ଦ୍ଵାରା ଲାଭ ପାଇବେ। ଛାତ୍ରଛାତ୍ରୀ ମାନଙ୍କର ଉଚ୍ଚଶିକ୍ଷା ପାଇଁ ଆଗ୍ରହ ବୃଦ୍ଧି ପାଇବା ସହ ପଢାପଢିରେ ମନଯୋଗ ଦେବେ। ପରିବାରରେ ଅଯଥା ଝଗଡ଼ା ବଢ଼ିଯିବା ଫଳରେ ନିଜେ ଲଜ୍ଜିତ ହେବେ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:-

କର୍ମକ୍ଷେତ୍ରରେ ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ। ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। କେତେକ ସମସ୍ୟାର ଆପୋଷ ସମାଧାନର ରାସ୍ତା ଖୋଲିଯିବ। ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ। ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ପାଇ ଉଚ୍ଚ ଆଶାରେ ଆଗେଇବେ। ରାଜନୀତି କ୍ଷେତ୍ରରେ ସୁ ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ। ଶିକ୍ଷାର୍ଥୀମାନେ ଉଚ୍ଚଶିକ୍ଷା ପାଇବାର ସୁଯୋଗ ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ:-

ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଆଜି ଚେଷ୍ଟା କରିବେ। ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ଆପୋଷ ସମାଧାନର ରାସ୍ତା ଖୋଲିଯିବ। ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ମନ ଯୋଗ ଦେବେ। ବ୍ୟବସାୟିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି ହେବ। ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ।କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବାକୁ ଚେଷ୍ଟା କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:-

ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ। ପାରିବାରିକ ସ୍ତର ହସ ଖୁସିରେ କଟିବ। ଶତୃମାନେ ଦୂରେଇ ଯିବେ। ଅପେକ୍ଷା କରିଥିବା କାମର ଶୁଭସୂଚନା ମିଳିବ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ଲାଗି ରହିଥିଲେ ସମାଧାନ କରି ପାରିବେ। ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ। ଆର୍ଥିକ ସମସ୍ୟା ସମାଧାନ ହୋଇଯିବ।କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ। ଛାତ୍ରଛାତ୍ରୀମାନଙ୍କର ଉଚ୍ଚଶିକ୍ଷା ପାଇଁ ଆଗ୍ରହ ବୃଦ୍ଧି ପାଇବା ସହ ପଢାପଢିରେ ମନଯୋଗ ଦେବେ। ସୁଖ ଶାନ୍ତିରେ ଦିନଟି କାଟି ପାରିବେ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

କନ୍ୟା:-

ସାମାଜିକ ପତିଆରା ଅମଳିନ ରହିବ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ କୁ ନିଜର ଭୂଷଣଭାବି କର୍ମ କରିଲେ ଲାଭବାନ ହେବେ।  ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ଭଲ ରହିବ। ସରକାରୀ କାମରେ ସଫଳତା ପାଇବେ। ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ।  ରାଜନୀତି କ୍ଷେତ୍ରରେ ସମସ୍ୟା ଦୂରହେବା ଫଳରେ ଆସ୍ୱସ୍ତି ଲାଭ କରିବେ। ସମସ୍ତ ପ୍ରକାର ପରିବେଶ ଓ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ। ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ। ପରିବାରରେ ପ୍ରକୃତିସ୍ଥ ହୋଇ ହିସାବରେ ଚଳିଲେ ଦୁର୍ଗତିରୁ ସୁରକ୍ଷିତ ରହି ହେବ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ତୁଳା:-

ଅଫିସରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବା ସହ ସନ୍ତାନ ସୁଖ ମିଳିବ। ବୌଦ୍ଧିକ କ୍ଷମତାରେ ବୃଦ୍ଧି ହେବ, କୌଣସି ମିତ୍ରଙ୍କ ଉପଦେଶ କାମରେ ଲାଗିବ। ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ। ପ୍ରେମୀକପ୍ରେମିକାଙ୍କ ସମ୍ପର୍କ ସ୍ଥାପିତ ହେଲେ ଦୃଢୀଭୂତ ହେବ। ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ। ପୁରୁଣା ମିତ୍ରଙ୍କ ସହ ଅଚାନକ ଭାବେ ଦେଖା ହୋଇପାରେ। ରାସ୍ତା ଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ। ପ୍ରତିକାର-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-

ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବା ଫଳରେ ମନ ଖୁସି ରହିବ। ରାଜକୀୟ ମାମଲାରେ ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ ଚିତ୍ତପ୍ରସନ୍ନ ଯୋଗେ କାର୍ଯ୍ୟ ସିଦ୍ଧି ହେବା ସହ ସୁଖଶାନ୍ତି ବୃଦ୍ଧି ହେବ। ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳ ହେବେ। କର୍ତ୍ତବ୍ୟନିଷ୍ଠା ପରାୟଣ ହୋଇ କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରି ପାରନ୍ତି। ସତର୍କରେ ନ ଚାଲିଲେ ଓ ଆଚାର ବ୍ୟବହାର କଥାବାର୍ତ୍ତାରେ ନିୟନ୍ତ୍ରଣ ନ ରହିଲେ କୌଣସି ଭୁଲ୍ କାମ କରି ଅନୁତାପ କରି ପାରନ୍ତି।  ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ଟଙ୍କ। ପଇସା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡିବ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ଧନୁ:-

ସମାଜ ସେବାରେ ସ୍ଵନାମ ଅର୍ଜନ କରି ପାରିବେ। ସ୍ଵାସ୍ଥ୍ୟରେ ଉନ୍ନତି ସହ ମାନସିକ ସ୍ଥିରତା ଦେଖାଦେବ। ବ୍ୟବସାୟର ବୃଦ୍ଧି ଯୋଗେ ଆୟ ବୃଦ୍ଧି ଘଟିବା ସହ ଆଶାତୀତ ଲାଭବାନ ହେବେ।  ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ। ଦାମ୍ପତ୍ୟ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ। ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ। ଛାତ୍ରଛାତ୍ରୀମାନେ ନିଜ ପରିଶ୍ରମରେ ସଫଳତା ପାଇବେ। ରାଜନୈତିକ କ୍ଷେତ୍ରରେ ଲୋକସମର୍ଥନ ବୃଦ୍ଧି ହେବା ଫଳରେ ଆର୍ଥିକ ବୃଦ୍ଧି ସହ ଯଶ ମାନସମ୍ମାନ ବଢିବ। ରାସ୍ତା ଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଉଚିତ୍।  ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-

ନିଜର କାମକୁ ଅଧିକ ଗୁରୁତ୍ଵ ଦେବେ। ସାମାଜିକ ସ୍ତରରେ ବାଣୀଯୋଗେ ପ୍ରତିଷ୍ଠା ବଢିବା ସହ ଇଛାଶକ୍ତି ପ୍ରବଳ ହେବ। ଯୋଗ ଓ ବ୍ୟାୟାମ ଦିନଚର୍ଯ୍ୟାକୁ ବ୍ୟବସ୍ଥିତ ରଖିବ। ଚାକିରୀକ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ। ଧର୍ମକାର୍ଯ୍ୟରେ ରୁଚି ବୃଦ୍ଧି ହେବ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ନିଜର ଧ୍ୟାନ ଲକ୍ଷ ଉପରେ କେନ୍ଦ୍ରିତ କରିବେ। ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ। ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରି ପାରନ୍ତି। କଳହ, ବାଦବିବାଦରୁ ଦୂରେଇ ଯିବେ।   ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

କୁମ୍ଭ:-

କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ପାରିବାରିକ କ୍ଷେତ୍ରରେ ସୁଖ ଶାନ୍ତି ପ୍ରାପ୍ତି ହେବ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ। ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ସହଜରେ ପାଇ ପାରନ୍ତି। ବିଦ୍ୟାକ୍ଷେତ୍ରରେ ମନରେ ଥିବା ଭୟ ଆଶଙ୍କା, ଶାରୀରିକ ଅସୁସ୍ଥତା ଦୂରେଇ ଯିବା ଫଳରେ ବେଶ୍ ଆନନ୍ଦ ଅନୁଭବ କରିବେ। ପ୍ରତ୍ୟେକ କ୍ଷେତ୍ରରେ ଅଯଥା ତରତର ନ ହୋଇ ବିବେକ ବୁଦ୍ଧି ଖଟାଇ ଧୈର୍ଯ୍ୟର ସହିତ ଚାଲିବା ଉଚିତ। ପ୍ରେମ ପ୍ରସଙ୍ଗ ଓ ଗୁପ୍ତ ସମ୍ପର୍କକୁ ବନ୍ଧୁମାନେ ବାହାରକୁ ପ୍ରକାଶ କରି ପାରନ୍ତି।ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-

ଶୁଭକାମ କରି ପ୍ରଶଂସିତ ହେବେ। ପୁରାତନ ରୋଗର ଉପସମ ହେବ। ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବା ସହ  ଭାଇ ଭଉଣୀ ମାନଙ୍କ ସହ ମନୋ ମାଳିନ୍ୟ ଦୂର ହେବ। ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ। ରାଜନୀତି କ୍ଷେତ୍ରରେ ଯଶ ମାନକୁ ଅଧିକ ମହତ୍ତ୍ଵ ଦେଇ ତଳୁ ଉପରସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ। ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ। ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ରାସ୍ତା ଘାଟରେ ଯଥେଷ୍ଟ ସତର୍କ ରହି ଯାତାୟତ କରିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!