ଦୈନିକ ରାଶିଫଳ: 27 ସେପ୍ଟେମ୍ବର ୨୦୨୦, ସୂର୍ଯ୍ୟଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଶାରୀରିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ସେପ୍ଟେମ୍ବର ମାସ ୨୭ ତାରିଖ, ରବିବାର, କନ୍ୟା ମାସ ୧୨ ଦିନ, ମଳ ଆଶ୍ଵିନମାସ, ଶୁକ୍ଳପକ୍ଷ, ଏକାଦଶୀ ତିଥି, ଶ୍ରବଣା ନକ୍ଷତ୍ର, ମକର ରାଶିରେ ଚନ୍ଦ୍ର। ମେଷ ରାଶିର ଘାତବାର। ସିଂହ ରାଶିର ଘାତଚନ୍ଦ୍ର। ଶିମ୍ବ, ଆମିଷ ନ ଖାଇଲେ ଭଲ। ଶୁଭସମୟ- ପ୍ରାତଃ ୬ଟା ୨୮ମିନିଟ୍ ରୁ ୮ଟା ୪୯ମିନିଟ୍, ଦିବା ୧ଟା ୭ମିନିଟ୍ ରୁ ୩ଟା ୧୦ମିନିଟ୍, ଦିବା ୪ଟା ୧ମିନିଟ୍ ରୁ ୪ଟା ୫ମିନିଟ୍, ରାତ୍ର ୮ଟା ୧ମିନିଟ୍ ରୁ ୯ଟା ୩୫ମିନିଟ୍। ପର୍ବଦିନ- ରବିନାରାୟଣ ବ୍ରତ, ସର୍ବସମ୍ମତ ପୁରୁଷୋତ୍ତମି ପଦ୍ମିନୀ ଏକାଦଶୀ, ସିଂହ ରାଶିକୁ ଶୁକ୍ର ଚଳିବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

କାର୍ଯ୍ୟରେ ଗମ୍ଭୀରତା ସହ ଧ୍ୟାନ ଦେଇ ବହୁତ ପଇସା ଇନକମ୍ କରିବେ। ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବାର ସମ୍ଭାବନା ଅଛି। ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବା ଯୋଗେ ମନ ଆନନ୍ଦ ରହିବ। କର୍ମକ୍ଷେତ୍ରରେ ସମସ୍ୟା ସୁଧୁରିବା ସହ ନିଜର ସମସ୍ତ ଦୁଃଖ ଭୁଲି ଯିବେ। ମାନ-ସମ୍ମାନ, ଯଶ, କୀର୍ତ୍ତି ଓ ପ୍ରତିଷ୍ଠାରେ ବୃଦ୍ଧି ହେବ।  ଅଟକିଥିବା ଟଙ୍କା ଅଚାନକ ପ୍ରାପ୍ତ ହେବା ଦ୍ଵାରା ମନ ହର୍ଷିତ ରହିବ। ଉଚିତ୍ ସାଧନରେ ଧନପ୍ରାପ୍ତ ହେବ। ପାରିବାରିକ ସମ୍ବନ୍ଧରେ ଅଧିକ ମଧୁରତା ଆସିବ। ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ। ଶତୃମାନେ ଷଡ଼ଯନ୍ତ୍ର କରି ଅପଦସ୍ତ ହେବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ:-

କାର୍ଯ୍ୟକ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ। ଆତ୍ମବିଶ୍ଵାସରେ ବୃଦ୍ଧି ହେବ। କଠିନ ପରିଶ୍ରମ ଦ୍ଵାରା ସଫଳତା ପାଇବେ। ନୂଆ-ନୂଆ ଲୋକଙ୍କ ସହିତ ସମ୍ପର୍କ ସୃଷ୍ଟି ହେବ। ବ୍ୟବସାୟୀମାନେ ଉତ୍ସାହଜନକ ସମାଚାର ଶୁଣିବାକୁ ପାଇବେ। ଅଧୁରା କାମକୁ ମନଦେଇ ପୂରଣ କରିବେ। ପୁରୁଣା ପ୍ରେମୀ ବା ମିତ୍ର ମାନେ ଯୋଡିହୋଇ ରହିବା ପାଇଁ ଚାହିଁବେ। ପରାକ୍ରମ କାରଣରୁ ପରିବାରରେ ଶାନ୍ତି ବିରାଜମାନ କରିବ। ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।  

ମିଥୁନ:-

ସ୍ୱାସ୍ଥ୍ୟସମସ୍ୟା ସୁଧୁରିବ। ସମ୍ୟକ ବୁଦ୍ଧି ଜାଗ୍ରତ ଓ ଇଛାଶକ୍ତି ପ୍ରବଳ ହେବା ଫଳରେ ମାନସମ୍ମାନ, ଯଶପ୍ରତିଷ୍ଠାରେ ବୃଦ୍ଧି ହେବ।  କେତେକ କ୍ଷେତ୍ରରେ ନିଜର ଶକ୍ତି, ଉତ୍ସାହ ଓ ପ୍ରେରଣା ଭରପୁର ରହିବ। କୌଣସି ରଚନାତ୍ମକ କାମ ନିଜ ହାତରେ ସମ୍ପନ୍ନ କରିବେ।   ସମସ୍ତଙ୍କ ଠାରୁ କାମରେ ପ୍ରଶଂସା ମିଳିବ। ନିଜ ବୁଦ୍ଧିରେ ସମସ୍ତ ସମସ୍ୟାରୁ ମୁକୁଳି ଯିବେ। ନିର୍ମାଣମୂଳକ ଯୋଜନାରେ ଆଗେଇବେ ଓ  ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଆତ୍ମୀୟଙ୍କ ସମ୍ବନ୍ଧୀତ ଚିନ୍ତା ଦୂର ହୋଇ ପାରିବାରିକ ଜୀବନ ଆନନ୍ଦରେ କଟିବ।  ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବା ସହ ଆର୍ଥିକ ଲାଭ ହେବ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

କର୍କଟ:-

ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବା ଫଳରେ ବ୍ୟାପାର ଓ କାରବାରରେ ସୁଧାର ହେବ। ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ। ପ୍ରେମୀପ୍ରେମିକାଙ୍କ ସାମଞ୍ଜସ୍ୟ ସୃଷ୍ଟି ହେବ। ନିଜର ଧ୍ୟାନ ଲକ୍ଷ ଉପରେ କେନ୍ଦ୍ରିତ କରିବେ। ବୁଦ୍ଧିମତା ଓ ଚତୁରତା ଯୋଗେ ସାଂସାରିକ ମହତ୍ଵ କାମ ତୁଲେଇ ପାରିବେ। ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇ ପାରେ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ। ଜଣେ ପୁରୁଣା ମିତ୍ର ଅଚାନକ ଭାବେ ଦେଖା ହେବେ, ଯାହା ଦ୍ଵାରା ପୁରୁଣା କଥା ମନେ ପଡି ପ୍ରସନ୍ନ ହୋଇଯିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।  

ସିଂହ:-

ସମ୍ପର୍କୀୟଙ୍କ ଶୁଭ ସୂଚନା ଶୁଣି ଖୁସି ହେବେ। ବିରୋଧୀମାନେ କରିଥିବା ଷଡଯନ୍ତ୍ରରୁ ମୁକୁଳି ପାରିବେ। ଉଦାସୀନତା ଓ ନକରାତ୍ମକ ପ୍ରବୃତ୍ତିକୁ ଛାଡିବା ପାଇଁ ପ୍ରୟାସ କରିବେ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ ହେବ। ବିଦ୍ୟୁତ୍ ଯନ୍ତ୍ର ଚାଳନ, ଯାନବାହାନ ତଥା ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନଙ୍କର ଆକସ୍ମିକ ଧନ ପ୍ରାପ୍ତି ହେବ। ରାଜନୈତିକ କ୍ଷେତ୍ରରେ ବିଳାସବ୍ୟସନ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ବନ୍ଧୁ, ମିତ୍ର ସହକର୍ମୀ ଭାଗୀଦାରୀଙ୍କ ଯୋଗେ ଲାଭ ପାଇବେ। ଯାନବାହାନ ଓ ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-

ସନ୍ତାନର ଭବିଷ୍ୟତ ପାଇଁ ଯେଉଁ କାମକୁ କରିବା ପାଇଁ ଚିନ୍ତା ବା ବିଚାର କରୁଥିଲେ ତାହା ସମ୍ପନ୍ନ କରି ପାରିବେ। ଗଣମାନ୍ୟ ବ୍ୟକ୍ତିଙ୍କ ସହିତ ସମ୍ପର୍କ ହେବ। ବ୍ୟବସାୟ ବାଣିଜ୍ୟ ମାମଲାରେ ଦୂରସ୍ଥାନ ଯିବାକୁ ପଡିପାରେ। ପରିବାର ଓ କୁଟୁମ୍ବରେ ସମୟ ଦେବେ। ଉଧାର ଦେଇଥିବା ଟଙ୍କା ମିଳିଯିବା ଫଳରେ ପରିବାର ରେ ନିଜରପଦ ଗରିମା ବଜାୟ ରହିବ। କୃଷିରେ ଉନ୍ନତି ହେବା ସହ ପ୍ରତିଷ୍ଠା ପ୍ରତ୍ତିପତ୍ତି, ମାନସମ୍ମାନ ପ୍ରାପ୍ତିହେବ। ପୁରୁଣାପ୍ରାପ୍ୟ ଆଦାୟ ହେବା ଫଳରେ ବନ୍ଧୁ, ମିତ୍ର ଏବଂ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ। ରାଜନୈତିକ କ୍ଷେତ୍ରରେ ଶତୃତା କମିଯିବା ଫଳରେ ପ୍ରତିଷ୍ଠିତ ହୋଇ ପାରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-

କାମକାର୍ଯ୍ୟର ସ୍ଥିତି ଠିକ୍ ରହିବ। ସ୍ଵାସ୍ଥ୍ୟରେ ସୁଧାର ହେବ। ପ୍ରତିଯୋଗୀତା ପରୀକ୍ଷାରେ ସଫଳତା ମିଳିବ। କୌଣସି ଆଶ୍ଚର୍ଯ୍ୟ ଜନକ କଥା ଶୁଣି ଚକିତ ହେବେ। ମିତ୍ର ଆପଣଙ୍କ ପ୍ରତି ପ୍ରଭାବିତ ରହିବେ, ତାଙ୍କ ଦ୍ଵାରା ଅଟକିଥିବା କାମ ହାସଲ କରି ପାରିବେ। ଭୂମି, ଭବନ, ବାହନ ଓ ଭୌତିକ ଐଶ୍ଵର୍ଯ୍ୟର ସାଧନରେ ବୃଦ୍ଧି ହେବ। ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ। କୌଣସି ମହାପୁରୁଷଙ୍କ ଆଦର୍ଶ ଓ ସିଦ୍ଧାନ୍ତକୁ ମନେ ପକାଇବେ। ପୁରୁଣା ମିତ୍ର ଅଚାନକ ଭାବେ ଦେଖା ହେବା ଦ୍ଵାରା ପୁରୁଣା କଥା ମନେ ପଡି ପ୍ରସନ୍ନ ହୋଇ ଯିବେ। ଲୋକକଲ୍ୟାଣ କର୍ମରେ ନିଜକୁ ନିୟୋଜିତ କରିବେ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ବିଚ୍ଛା:-

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। ବ୍ୟବସାୟିକ ସ୍ଥିତି ଅଚାନକ ବୃଦ୍ଧି ହେବା ଫଳରେ ଆଶାନୁରୂପ ଅର୍ଥାଗମ ହେବ। ଲୋକମାନେ ଆପଣଙ୍କ ସଚ୍ଚୋଟ ଓ ସରଳତା ଭାବର ଫାଇଦା ଉଠେଇବେ। ବୌଦ୍ଧିକ କ୍ଷମତାରେ ବୃଦ୍ଧି ହେବ, କୌଣସି ମିତ୍ରଙ୍କ ଉପଦେଶ କାମରେ ଲାଗିବ। ବନ୍ଧୁଙ୍କ ସହଯୋଗରେ ପଇସା ମିଳିବାର ସୂଚନା ମିଳିବ। ଆଖପାଖକୁ ଯାତ୍ରା କରିବାର ସମ୍ଭାବନା ଅଛି। ଶୁଭ ସମାଚାର ଶୁଣି ମାନସିକ ଚିନ୍ତା ଦୂର ହେବ। ପୁରୁଣା ବନ୍ଧୁଙ୍କ ସହାୟତାରେ ଆର୍ଥିକସ୍ଥିତି ବଦଳିବ। ମିତ୍ର ସହଯୋଗୀମାନେ ସାହାଯ୍ୟ ସହଯୋଗ କରିବେ। ପ୍ରେମୀକ ପ୍ରେମିକାଙ୍କ ସମ୍ପର୍କ ସ୍ଥାପିତହେଲେ ଦୃଢୀଭୂତ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-

ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ନୂତନ କାମ ଆରମ୍ଭ କରିପାରିବେ। ଉଦାସୀନତା ଓ ନକରାତ୍ମକ ପ୍ରବୃତ୍ତିକୁ ଛାଡିବା ପାଇଁ ପ୍ରୟାସ କରିବେ। ଗୃହ ସମସ୍ୟାରେ ଜଡିତ ଥିଲେ ମଧ୍ୟ ଅନ୍ୟକାର୍ଯ୍ୟରେ ଧ୍ୟାନ ରଖିବାକୁ ହେବ। ଜମି, ଯାନବାହାନ, ସମ୍ପତ୍ତି କ୍ରୟ ଓ ବିକ୍ରୟ କରିପାରିବେ। ନୂଆଲକ୍ଷ ନିର୍ଦ୍ଧାରିତ କରି ତାହାର ସଫଳତା ପାଇଁ ପ୍ରଯତ୍ନଶୀଳ ରହିବେ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ। ଦୂରଯାତ୍ରାର ସୁଯୋଗ ପାଇବେ। ଗୁରୁଗୁରୁଜନ ଓ ମାତାପିତାଙ୍କ ଆଶୀର୍ବାଦ ସ୍ନେହ ପ୍ରାପ୍ତ ହେବ।  ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ।  

ମକର:-

ସ୍ଵାସ୍ଥ୍ୟରେ ସୁଧାର ଆସିବ। ସମସ୍ତ ପ୍ରକାର ପରିବେଶ ଓ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଗୃହୋପକରଣ, ନୂତନଦ୍ରବ୍ୟ କ୍ରୟ କରିବେ। କାମ କାର୍ଯ୍ୟରେ କୌଣସି ନୂତନ କୌଶଳ ପ୍ରୟୋଗ କରି ଦୁଇଗୁଣା ଲାଭ ଉଠେଇବେ। ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରତି ସମ୍ବନ୍ଧ ସୁଦୃଢ ହେବ ଓ ପରିବର୍ତ୍ତନର ସ୍ଥିତି ଅନୁଭବ କରିବେ। ମନୋରଞ୍ଜନ ଓ ହସଖୁସିରେ ସମୟ ବ୍ୟତୀତ ହେବ। ରାଜନୀତି କ୍ଷେତ୍ରରେ ଇଛାଶକ୍ତି ପ୍ରବଳ ହେବା ଫଳରେ ଯଶ, ମାନସମ୍ମାନ, ପ୍ରତିଷ୍ଠା ତଥା ଲୋକପ୍ରିୟତା ମଧ୍ୟ ହାସିଲ କରିପାରିବେ। ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା, ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରୁ ଶୁଭଫଳ ମିଳିବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।  

କୁମ୍ଭ:-

ସାମାଜିକ କାର୍ଯ୍ୟରେ ଯୋଗଦାନ କରି ଉତ୍ସାହ ଉଦ୍ଦିପନାରେ ଆଗେଇ ପାରିବେ। ଧୈର୍ଯ୍ୟ ଓ ବୁଦ୍ଧିମତା ଯୋଗେ ଅଟକିଥିବା କାର୍ଯ୍ୟର ପରିସମାପ୍ତି ଘଟିବ। ଉଧାର ଦେଇଥିବା ବା ଅଟକିଥିବା ଟଙ୍କା ମଧ୍ୟ ମିଳିଯିବ। ବ୍ୟବସାୟ ପାଇଁ ନୂଆ ଅର୍ଡର ପାଇବେ ଓ ନୂତନ ଏଗ୍ରୀମେଣ୍ଟ କରିପାରିବେ। ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇ ପରିବାର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କେତେକ କ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରେମପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ।  ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମୀନ:-

ସାମାଜିକ ପତିଆରା ଅମଳିନ ରହିବ। ଆୟ ଉପାର୍ଜନ ବୃଦ୍ଧି ହେବ। ଆତ୍ମବିଶ୍ଵାସ ଓ ମନବଳ ଦୃଢ ହେବା ଯୋଗେ କରିଥିବା କାର୍ଯ୍ୟର ପରିଣାମ ଆପଣଙ୍କ ସପକ୍ଷରେ ରହିବ। ମିତ୍ର ଓ ସହଯୋଗୀ ସହଯୋଗ କରିବେ। କୌଣସି ବଡ ସମସ୍ୟାର ସମାଧାନ ହୋଇଯିବ। ମନରେ ଶାନ୍ତି ସନ୍ତୋଷ ଦେଖାଦେବ। ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ। କୌଣସି ବନ୍ଧୁଙ୍କ ଦ୍ଵାରା ଶୁଭ ସମାଚାର ଶୁଣିବେ। ଧର୍ମ କର୍ମରେ ରୁଚି ବୃଦ୍ଧି ହେବ। ଜୀବନରେ ନୂଆଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରିତ କରିବେ।  ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!