ଦୈନିକ ରାଶିଫଳ: 27 ସେପ୍ଟେମ୍ବର 2022, ମା’ ମଙ୍ଗଳାଙ୍କ କୃପାରୁ ଏହି 5ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ସେପ୍ଟେମ୍ବର ମାସ ୨୭ତାରିଖ, ମଙ୍ଗଳବାର, କନ୍ୟାମାସ୧୧ଦିନ, ଆଶ୍ଵିନମାସ, ଶୁକ୍ଳପକ୍ଷ, ଦ୍ଵିତୀୟାତିଥି, ହସ୍ତା ନକ୍ଷତ୍ର ସକାଳ ୬ଟା ୧୬ମିନିଟ୍ ପରେ ଚିତ୍ରା ନକ୍ଷତ୍ର, କନ୍ୟା ରାଶିରେ ଚନ୍ଦ୍ର । ବ୍ରହ୍ମ ଯୋଗ ସକାଳ ୬ଟା ୪୨ମିନିଟ୍ ପରେ ଇନ୍ଦ୍ର ଯୋଗ । ବାଳବ କରଣ ଦିବା ୨ଟା ୫୧ମିନିଟ୍ ପରେ କୌଳବ କରଣ । ମକର ରାଶିର ଘାତବାର । ବୃଷ ରାଶିର ଘାତଚନ୍ଦ୍ର । ବୋଇତିକଖାରୁ ନ ଖାଇଲେ ଭଲ ରାତି ୨ଟା ୨୮ମିନିଟ୍ ପରେ ପୋଟଳ ନ ଖାଇଲେ ଭଲ । ଯୋଗିନୀ- ଉତ୍ତରେ ରାତି ୨ଟା ୨୮ମିନିଟ୍ ପରେ ଆଗ୍ନେୟେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅଶୁଭସମୟ- ସକାଳ ୭ଟା ୯ମିନିଟ୍ ରୁ ୮ଟା ୩୮ମିନିଟ୍, ଦିବା ୧ଟା ୬ମିନିଟ୍ ରୁ ୨ଟା ୩୬ମିନିଟ୍, ରାତ୍ରି ୭ଟା ୫ମିନିଟ୍ ରୁ ୮ଟା ୩୬ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୪୧ମିନିଟ୍ ରୁ ୬ଟା ୨୬ମିନିଟ୍, ସକାଳ ୮ଟା ୩୯ମିନିଟ୍ ରୁ ୧୧ଟା ୧୨ମିନିଟ୍, ସନ୍ଧ୍ୟା ୫ଟା ୩୬ମିନିଟ୍ ରୁ ୭ଟା ୪ମିନିଟ୍, ରାତ୍ର ୮ଟା ୩୭ମିନିଟ୍ ରୁ ୮ଟା ୪୭ମିନିଟ୍, ରାତ୍ର ୯ଟା ୩୭ମିନିଟ୍ ରୁ ୧୨ଟା, ରାତ୍ର ୧ଟା ୩୯ମିନିଟ୍ ରୁ ୩ଟା ୧୪ମିନିଟ୍, ରାତ୍ର ୪ଟା ୪ମିନିଟ୍ ରୁ ୫ଟା ୩୯ମିନିଟ୍ । ପର୍ବଦିନ- ଦ୍ଵିତୀୟା ଚନ୍ଦ୍ର ଦର୍ଶନ ।

ମେଷ:-ଆଇନଗତ ପ୍ରସଙ୍ଗରେ ବିଜୟି ହୋଇ ସମାଜରେ ଖ୍ୟାତି ଓ ସମ୍ମାନ ପାଇବେ । ନିଜର ଚିନ୍ତାଧାରାକୁ ସକାରାତ୍ମକ ରଖିବା ଫଳରେ ଲୋକମାନେ ଆପଣଙ୍କ ଉଦାର ପ୍ରକୃତିର ପ୍ରଶଂସା କରିବେ । ବ୍ୟକ୍ତିଗତ ବିଷୟ ସମ୍ବନ୍ଧରେ ସମ୍ପର୍କୀୟମାନେ ଆପଣଙ୍କଠାରୁ ମତାମତ ନେଇ ପାରନ୍ତି । ସୁନ୍ଦର ସ୍ଥାନକୁ ପରିବାର ସହିତ ରାତ୍ରୀ ଭୋଜନ ପାଇଁ ଯାଇପାରନ୍ତି । ବିବାହିତ ଜୀବନ ଅତ୍ୟନ୍ତ ଆନନ୍ଦଦାୟକ ହେବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ବୃଷ:-ବ୍ୟବସାୟରେ କଠିନ ପରିଶ୍ରମର ସକରାତ୍ମକ ଫଳାଫଳ ପାଇବେ । ଯେକୌଣସି ପରିସ୍ଥିତିରେ, ଆପଣଙ୍କର ଭାବନା ଓ କ୍ରୋଧକୁ ନିୟନ୍ତ୍ରଣ କରି ଉଚ୍ଚାଧିକାରୀଙ୍କର ପ୍ରିୟପାତ୍ର ହୋଇ ପାରିବେ । ପିଲାମାନେ ପ୍ରତିଯୋଗିତା ମୂଳକ ପରୀକ୍ଷା ଏବଂ କ୍ୟାରିୟର ସମ୍ବନ୍ଧୀୟ ସଫଳତା ପାଇପାରିବେ । ଦଳଗତ କାର୍ଯ୍ୟ ଆପଣଙ୍କୁ ଅସୁବିଧାରେ ସାହାଯ୍ୟ କରିବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମିଥୁନ:-ପ୍ରିୟ କାର୍ଯ୍ୟ ବିଷୟରେ ବହୁତ ଆଗ୍ରହୀ ହେବେ ଓ ଅର୍ଥ ସ୍ଥିତିରେ ଉନ୍ନତି ହେବ । ବ୍ୟବସାୟ କ୍ଷେତ୍ରରେ ନିଜର ଦକ୍ଷତା ଅନୁଯାୟୀ ଆର୍ଥିକ ଲାଭ ପାଇବେ । ବୈଷୟିକ ଶିକ୍ଷା ସହିତ ଜଡିତ ଛାତ୍ରଛାତ୍ରୀମାନେ ଉତ୍କୃଷ୍ଟ ବୃତ୍ତି ବିକଳ୍ପ ପାଇପାରିବେ । କିଛି ଲୋକ ଆପଣଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିପାରନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଭଲ ସୂଚନା ପାଇପାରିବେ । ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

କର୍କଟ:-ଦଳଗତ ସମସ୍ୟାରେ ସଫଳତା ପାଇଁ ଗର୍ବିତ ହେବେ । ଏକ ବଡ କମ୍ପାନୀରୁ ଚାକିରିର ସୁଯୋଗ ପାଇପାରିବେ ଓ ନୂତନ ପ୍ରକଳ୍ପଗୁଡିକ ସହଜରେ ସମାଧାନ ହୋଇପାରେ । ଷ୍ଟକ୍ ମାର୍କେଟ୍ ସହିତ ଜଡିତ ଲୋକମାନେ ସାବଧାନତାର ସହିତ ବିନିଯୋଗ କରିବା ଉଚିତ୍ କାରଣ ବହୁତ ଭଲ ଲାଭ ପାଇ ପାରିବେ । ଆପଣଙ୍କର ଚିନ୍ତାଧାରାକୁ ଘନିଷ୍ଠ ବନ୍ଧୁମାନଙ୍କ ସହିତ ଅଂଶୀଦାର କରିପାରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ସିଂହ:-ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ମାନସିକ ଶାନ୍ତି ଦେଖାଦେବ । ପରିଚାଳନା ସମ୍ବନ୍ଧୀୟ କାର୍ଯ୍ୟରେ ଆପଣ ସଫଳତା ପାଇବେ । ପାରିବାରିକ ରୁଟିନ୍ ସଂଗଠିତ ଏବଂ ଶୃଙ୍ଖଳିତ ରହିବ । ପ୍ରେମ ସମ୍ପର୍କ ଏକ ନୂତନ ସମ୍ପର୍କକୁ ମୋଡନେଇ ପାରେ । ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଖୁସି ରହିବେ । ରାଜନୀତିରେ ଶତୃମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-ନୂତନ ଯାନ କିଣି ପାରିବେ ଓ ପୂଜାଅର୍ଚ୍ଚନାରେ ନିୟୋଜିତ ହେବେ । ଉଚ୍ଚପଦାଧିକାରୀଙ୍କ ସହ ଆପଣଙ୍କର ସମ୍ପର୍କ ଆନ୍ତରିକ ହେବ । ଆତ୍ମବିଶ୍ୱାସର ସହିତ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ ଆପଣଙ୍କର କାର୍ଯ୍ୟ ସୁରୁଖୁରୁରେ ହୋଇଯିବ । ପରିବାର ସହିତ ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ କରିବେ । ଦୃଢସଂକଳ୍ପ ନେଇ ନୂତନ କାର୍ଯ୍ୟ ଆରମ୍ଭ କରିବାର ଯୋଜନା ପ୍ରସ୍ତୁତ କରି ପାରିବେ । ପରୀକ୍ଷାରେ ଉଚ୍ଚ ଶ୍ରେଣୀ ମିଳିବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ତୁଳା:-ସମସ୍ତ ଅଫିସ୍ କାର୍ଯ୍ୟ ସୁରୁଖୁରୁରେ ଚାଲିବ । ଜୀବନସାଥିଙ୍କ ସମର୍ଥନ ଆପଣଙ୍କ ଚିନ୍ତାକୁ ହ୍ରାସ କରିବ ଅନେକ କାର୍ଯ୍ୟ ସଫଳତାରେ ପରିପୂର୍ଣ୍ଣ ହେବ । ବନ୍ଧୁ ବାନ୍ଧବଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି । ଅନ୍ୟମାନଙ୍କ ଚିନ୍ତାଧାରାକୁ ଗୁରୁତ୍ୱ ଦେବାକୁ ନିଶ୍ଚିତ ହୁଅନ୍ତୁ । ପରିଶ୍ରମ ଓ କଷ୍ଟକରି ଶାନ୍ତିବଜାୟ ରଖିବେ । ବିଳାସପୂର୍ଣ୍ଣ ସମ୍ବଳ ପାଇଁ ଟଙ୍କା ଖର୍ଚ୍ଚ କରିବେ ଓ ଆପଣଙ୍କୁ ଅନାବଶ୍ୟକ ଭ୍ରମଣରେ ଯିବାକୁ ପଡିପାରେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଧନ ସମ୍ବନ୍ଧୀୟ ମାମଲାରେ ବିବେକ ଦ୍ଵାରା ବିଚାର କଲେ ଲାଭ ମିଳିବ । ରାଜନୀତି କ୍ଷେତ୍ରରେ ସୁବକ୍ତା, ଜନପ୍ରିୟ, ସଚ୍ଚୋଟ ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । କର୍ମକ୍ଷେତ୍ରରେ ସନ୍ତୋଷ ଲାଭ କରିବେ । ଉଧାର ଦେଇଥିବା ଟଙ୍କା ମିଳି ଯାଇ ପାରେ । ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

ଧନୁ:-ନୂତନ ଦ୍ରବ୍ୟ କ୍ରୟ କରିବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ଆପଣଙ୍କର ଆର୍ଥିକ ଅବସ୍ଥା ଭଲ ରହିବ । ଜୀବନସାଥିଙ୍କ ସହିତ ସପିଂ କରିବାକୁ ଯାଇ ପାରନ୍ତି । ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବା ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ବ୍ୟବସାୟରେ ଆଶା କରାଯାଉଥିବା ଠାରୁ ଆପଣ ଅଧିକ ଟଙ୍କା ପାଇବେ । ନୂତନ ଚିନ୍ତାଧାରା ଏବଂ କାର୍ଯ୍ୟ ଶୈଳୀର ପରାକାଷ୍ଠା ଯୋଗେ ବିଶେଷ ଲାଭ ପାଇବେ । ପ୍ରତିକାର- ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

ମକର:-ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ । ବ୍ୟବସାୟରେ ଆୟ ଅଧିକ ହେବ । ମାଆବାପାଙ୍କର ଆରାମର ଯତ୍ନ ନିଅନ୍ତୁ । ନିଜର ଭାବନାକୁ ପରିବାର ସଦସ୍ୟଙ୍କ ସହ ବାଣ୍ଟିବେ । ବିରୋଧୀମାନେ ଆପଣଙ୍କ ବିଷୟରେ ଗୁଜବ ପ୍ରଚାର କରିପାରନ୍ତି । ନିଜର ପ୍ରତିଦ୍ୱନ୍ଦୀଙ୍କୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ । ଧର୍ମାନୁଷ୍ଠାନରୁ ପରାମର୍ଶ ପାଇ ପ୍ରେମ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଉତ୍ସର୍ଗ ସହିତ ସମ୍ମତି ମିଳିପାରିବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-ସାମାଜିକ କାର୍ଯ୍ୟରେ ନିଜର ସକ୍ରିୟତା ବୃଦ୍ଧି ପାଇବା ଫଳରେ ସମ୍ମାନିତ ହେବେ । ବ୍ୟବସାୟରେ କରିଥିବା ପରିଶ୍ରମର ଫଳାଫଳ ଆପଣ ଅଳ୍ପସମୟ ମଧ୍ୟରେ ବିସ୍ତାର ରୂପରେ ପାଇବେ । ଅନ୍ୟମାନଙ୍କ ଠାରୁ ପରାମର୍ଶ ନେବା ଅପେକ୍ଷା ଆପଣଙ୍କ ଚିନ୍ତାଧାରାକୁ ଅଧିକ ପ୍ରାଧାନ୍ୟ ଦିଅନ୍ତୁ । ପ୍ରତିଦ୍ୱନ୍ଦିତା ପରୀକ୍ଷାରେ ସଫଳତା ଲାଭ କରିବେ । ସ୍ୱାସ୍ଥ୍ୟ ହାନୀ ହେବା ସହ ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-କଠିନ ପରିସ୍ଥିତିରେ ପ୍ରିୟଜନଙ୍କୁ ସାହାଯ୍ୟ କରିଥିବାରୁ ପ୍ରଶଂସିତ ହେବେ । କିଛି ସମ୍ପର୍କୀୟ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ପାରନ୍ତି । ଜାଗାଜମି, ସମ୍ପତ୍ତିଆଦି କ୍ରୟ ବିକ୍ରୟରୁ ପ୍ରବଳ ଲାଭ ପାଇବେ । ପୁରୁଣା ସାଙ୍ଗମାନଙ୍କ ସହ ଭେଟହେବା ଫଳରେ ଅନେକ ପ୍ରକଳ୍ପ ଠିକ୍ ସମୟରେ ଶେଷ କରିବାର ଦୃଢତା ଆସିବ । ଅଫିସ୍ ରେ ଆପଣଙ୍କ ସିନିୟରମାନେ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବା ସହ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!