ସାପ୍ତାହିକ ରାଶିଫଳ: ୨୭ ଜାନୁୟାରୀ ରୁ ୨ ଫେବୃୟାରୀ, ଏହି ସପ୍ତାହରେ ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପାରିବାରିକ ଅଶାନ୍ତି ଦୂରେଇ ଯାଇ ପରିବାରରେ ସୁସ୍ଥ ବାତାବରଣ ଜାରିରହିବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ବନ୍ଧୁ ମିତ୍ରଙ୍କର ସହଯୋଗରେ କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ମେଣ୍ଟିଯିବ ଓ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। କର୍ମ ସନ୍ଧିତ୍ସୁମାନେ କର୍ମ ନିଯୁକ୍ତିରେ ସଫଳ ହେବେ। ଆମୋଦ, ପ୍ରମୋଦ, ମନୋରଞ୍ଜନ, ଦୀର୍ଘ ଯାତ୍ରା, ଛୋଟ ବଡ଼ ମିଟିଂରେ ଯୋଗ ଦେବେ। ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ପୂରଣ ହୋଇପାରିବ। ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ହେଲେ ଆଗେଇ ନବା ଉଚିତ୍। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ କ୍ଷେତ୍ରରେ ଆଶାତୀତ ଲାଭ ମିଳିବ । ଆୟ ଉପାର୍ଜନରେ ବାଧାନାହିଁ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳହେବେ। ପ୍ରତିକାର- ଗୋମାତାକୁ ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଆର୍ଥିକସ୍ଥିତି ଭଲ ରହିବ। କର୍ମକ୍ଷେତ୍ରରେ ସୁସ୍ଥ ବାତାବରଣ ସୃଷ୍ଟିହେବ। ଆୟ ଉତ୍ତମ, ଶରୀର ସୁସ୍ଥରହିବ ନିର୍ମାଣାଧିନ କାମ ପୂର୍ଣ୍ଣାଙ୍ଗହେବ। କ୍ରୀଡ଼ା, କଳା, ସଂସ୍କୃତି, ବାଣିଜ୍ୟବ୍ୟବସାୟ, ବାଦବିବାଦ, ମାଲିମୋକଦ୍ଦମା କ୍ଷେତ୍ରରେ ବିଜୟୀହେବେ। ଘର ସାଜସଜ୍ଜାରେ ବ୍ୟସ୍ତ ରହିବେ। ମିତ୍ରମାନେ ପରାମର୍ଶ ଦେଇ ଲାଭଦାୟକ କାମପ୍ରତି ପ୍ରଲୋଭିତ କରିବେ। ପରିବାରରେ ସାଧାରଣ ବାତାବରଣ ରହିବ। ବ୍ୟବସାୟରେ ସମସ୍ତ ଆଶା ପୂରଣ ହେବ। ସମ୍ପର୍କୀୟଙ୍କ ଶୁଭସୂଚନା ଶୁଣି ଖୁସି ହେବେ। ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ସୁଖ ସମୃଦ୍ଧି ବୃଦ୍ଧି  ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ରାଜନୀତିରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନେ ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ। କାର୍ଯ୍ୟ କ୍ଷେତ୍ରରେ ଶତୃମାନେ ପରାଜିତ ହେବେ। ମାନସିକ ଅଶାନ୍ତି ଦୂର ହେବ। ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ। କର୍ମସନ୍ଧିତ୍ସୁମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ଅଚାନକ ଧନ ପ୍ରାପ୍ତି ହେବ ଓ ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ। ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ। ଗୃହରେ ଥିବା କଳହ, ପତି-ପତ୍ନୀ ମଧ୍ୟରେ ମତଭେଦ, ବିରୋଧଭାବ ଏବଂ ତିକ୍ତତା ଭାବର ସମାଧାନ ହେବ। ବ୍ୟବସାୟୀମାନେ ଆବଶ୍ୟକତା ଠାରୁ ଅଧିକ ଆଦାନ-ପ୍ରଦାନ କରି ଉଚିତ ଲାଭ ପାଇବେ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅତ୍ୟନ୍ତ ଶୁଭ ଦାୟକ। ନ୍ୟାୟଧୀଶ, ପ୍ରଶାସନିକ ସେବା ଅଧିକାରୀ, ଓକିଲ, ଜେଲର, ଶିକ୍ଷକ, ପ୍ରଶିକ୍ଷକ, ଖାଦ୍ୟସାମଗ୍ରୀ, କାଚ, ବିଦ୍ୟୁତ୍ ସାମଗ୍ରୀ, ଧାତୁ, ବସ୍ତ୍ର, ଔଷଧ, ଚଳଚିତ୍ର, ଅଭିନେତା, ଡାକ୍ତର ଇତ୍ୟାଦି ହୋଇଥିଲେ ବା ଏହି ସମ୍ବନ୍ଧିୟ ଦ୍ରବ୍ୟ ବ୍ୟବସାୟ କରୁଥିଲେ ଆଶାତୀତ ଲାଭ ପାଇବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

କର୍କଟ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଅତି ଉତ୍ତମ ଫଳ ଭୋଗିବେ। ଭାଗ୍ୟଶାଳୀ, ସନ୍ତାନସୁଖ, ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ। ପରହାତରେ ଥିବା ଧନ ସହଜରେ ପ୍ରାପ୍ତି ହେବ। ଅଧା ହୋଇଥିବା କାର୍ଯ୍ୟ ସହଜରେ ପୂରଣ ହେବ। ବ୍ୟବସାୟରେ ଉନ୍ନତି ଓ ଲାଭପ୍ରାପ୍ତି ହେବ। ସନ୍ତାନମାନେ ଉଚ୍ଚଶିକ୍ଷା ଅଧ୍ୟୟନ କରୁଥିଲେ  ପଢା ପଢିରେ ମନ ଦେବେ। ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରି ପାରିବେ। ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କ ଠାରୁ ଅକସ୍ମାତ୍ ସାହାଯ୍ୟ ପାଇ ଧନ୍ୟ ହେବେ। ସାଂସାରିକ ଜୀବନ ସୁଖମୟ ହେବ। ଉଦ୍ୟୋଗ, ରେଶମୀବସ୍ତ୍ର, ଅଗରବତୀ, ଇଟା, କ୍ଷୀର, ଦହି, ଘିଅ, ଚାନ୍ଦି, ବାଦ୍ୟଯନ୍ତ୍ର, ଚଳଚିତ୍ର, ଔଷଧ, ଶାଢ଼ୀ ଇଦ୍ୟାଦି ବ୍ୟବସାୟର ଉଦ୍ୟୋଗ କରିପାରିବେ। ସଂଚାଳକ, ଓକିଲ, ନ୍ୟାୟଧୀଶ, ଚିକିତ୍ସକ, କଳାକାରମାନଙ୍କର ପ୍ରବଳ ଉନ୍ନତି ହେବ। ରାଜନୈତିକ କ୍ଷେତ୍ରରେ ପ୍ରବଳ ଲୋକ ସମର୍ଥନ ମିଳିବ। ପୁରୁଖା ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇପାରିବେ। ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେଇ ସୁଚାରୁରୂପେ ଚଳେଇ ପାରିବେ। ପ୍ରତିକାର-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ମେଣ୍ଟିଯିବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବନ୍ଧୁ ବାନ୍ଧବଙ୍କ ଦ୍ଵାରା କୌଣସି ଜଟିଳ ସମସ୍ୟାର ସମାଧାନ ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବା ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ଉତ୍ତମ ରୋଜଗାର କରି ପାରିବେ। ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରକ୍ଷାକରି ନିମ୍ନବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ଦୁଃସାହସିକ ପଦକ୍ଷେପ ନେଇ ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ। ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

କନ୍ୟା:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ମାନସିକ ଶାନ୍ତିସହ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ବନ୍ଧୁମିତ୍ରଙ୍କ ସହ ମନୋରଞ୍ଜନ, ଭ୍ରମଣ ଫଳରେ ହସଖୁସିର ବାତାବରଣ ସୃଷ୍ଟି ହେବ। ନୂତନକର୍ମ ନିଯୁକ୍ତିରେ ସଫଳ ହେବେ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ହେବେ। ଗୃହପାଳିତ ପଶୁ ଓ ଯାନବାହାନ  ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ। ପାରିବାରିକ କ୍ଷେତ୍ରରେ ଗୋଟିଏ ପାଖରେ ସ୍ନେହ ଶ୍ରଦ୍ଧାର ସ୍ରୋତ ଛୁଟୁଥିଲାବେଳେ ଅନ୍ୟ ପାଖରେ ଉପେକ୍ଷା ଓ ଅଶାନ୍ତିର ବାତାବରଣ ଦେଖାଦେଇ ପାରେ। ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ କିଛି ବ୍ୟୟ ହେବ। ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ। ଧାର୍ମିକ କାର୍ଯ୍ୟରେ ଯୋଗଦେବା ଫଳରେ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କ୍ରିଡା, ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-

ଏସପ୍ତାହରେ ମହିଳା ଓ ପୁରୁଷ ମାନେ ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ଯଦି ବ୍ୟବସାୟ କରୁଥାନ୍ତି ଅତ୍ୟନ୍ତ ଲାଭାନ୍ନିତ ହୋଇ ସଂପତ୍ତି କ୍ରୟ କରିବେ। ବିଦ୍ୟାର୍ଥୀ ହୋଇଥିଲେ ପ୍ରଶାସନିକ ସେବା ସଂବନ୍ଧିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଉଚିତ କିମ୍ବା ଡାକ୍ତରୀ ପାଠ ପଢ଼ୁଥିଲେ ବିଶେଷ ସଫଳତା ପ୍ରାପ୍ତ ହେବ। ଭାଗ୍ୟର ପ୍ରବଳତା ହେତୁ ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ। ସନ୍ତାନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଫଳ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନୂତନ ଗୃହ, ନୂତନ ଯାନ, ନୂତନ ବ୍ୟବସାୟ, ନୂତନ ଜାଗା ଜମିପ୍ରାପ୍ତି ହେବ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବେ। ଚାକିରୀ ପାଇଁ ଚେଷ୍ଟା କରୁଥିଲେ ଶିକ୍ଷାକ୍ଷେତ୍ର, ଧର୍ମାନୁଷ୍ଠାନ, ଭୋଜନାଳୟ, ପ୍ରଶାସନ ବିଭାଗ, ଖାଦ୍ୟ ସଂବନ୍ଧୀୟ ବିଭାଗ, ଖାଦ୍ୟ ପ୍ରସ୍ତୁତି କରୁଥିବା କାରଖାନାରେ ଯୋଗାଯୋଗ କରନ୍ତୁ। ରାଜନୀତି କ୍ଷେତ୍ରରେ ଅନୁକୂଳ ହେତୁ ଲୋକ ସମର୍ଥନ ବୃଦ୍ଧି ପାଇବ। କୋର୍ଟ, କଚେରୀ, ମାଲିମକଦ୍ଦମା, ବାଦବିବାଦ କ୍ଷେତ୍ରରେ ଜୟଯୁକ୍ତ ହେବେ। ଗୁରୁ-ଗୁରୁଜନମାନଙ୍କର ଆସ୍ଥାଭାଜନ ହେବେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଶାରିରୀକ ଅସୁସ୍ଥତା ଦୂର ହୋଇ ଶରୀର ସୁସ୍ଥ ରହିବ। ପ୍ରେମିକ ପ୍ରେମିକାମାନେ ପ୍ରଶଂସିତ ହେବେ। ଦାମ୍ପତ୍ୟ କଳହର ସମାଧାନ ହୋଇଯିବ। ଠିକାଦାରୀ, ସଡକ, ଗୃହନିର୍ମାଣ ସାମଗ୍ରୀ ବ୍ୟବସାୟ, ପ୍ଳାଷ୍ଟିକ୍ ଚମଡା, ବସ୍ତ୍ର, ଫଳ, ତେଲ, ଲୁହା, ମଟର ପାର୍ଟସ୍, କୋଇଲା, ପେଟ୍ରୋଲିୟମ ପଦାର୍ଥ, ଏଜେନ୍ସି ଆଦି ବ୍ୟବସାୟରେ ଲାଭବାନ ହେବେ। କଳକାରଖାନା, କୋଇଲା ଖଣି, ରେଳବିଭାଗ, ଡାକ ଓ ତାର ବିଭାଗ, ଟ୍ରାନ୍ସପୋର୍ଟ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଅଧିକ ପରିଶ୍ରମ କରି ପ୍ରଶଂସା ପାଇବେ। ସରକାରୀ କର୍ମଚାରୀମାନଙ୍କର ଉପରିସ୍ଥ ଅଧିକାରୀଙ୍କ ସହିତ ମନାନ୍ତର ମତାନ୍ତର କଟି ଯାଇ ଉନ୍ନତି ହେବା ଫଳରେ ସ୍ଥାନ ପରିବର୍ତ୍ତନ ପାଇଁ ଚେଷ୍ଟା କରିବେ। କର୍ମସଂଧାନୀ ମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇବେ। ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳତା ମିଳିବ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧିହେବ। ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ, ଦଳ ସମର୍ଥନ ବଢିବା ସହ ମୁଖ୍ୟନେତାଙ୍କର ପ୍ରିୟପାତ୍ର ହେବେ। ବ୍ୟବସାୟରେ ଉନ୍ନତୀ ହେବ କିନ୍ତୁ ଶେଷରେ ଖର୍ଚ୍ଚାନ୍ତ ହେବା ଫଳରେ ହିସାବ ପାଇବେ ନାହିଁ। ପ୍ରତିକାର- ଚଣାଡାଲି ମନ୍ଦିରରେ ଦାନ କରନ୍ତୁ।

ଧନୁ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଗୃହବାହନ ପ୍ରାପ୍ତି, ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ। ବିଦେଶ ଯାତ୍ରାରେ ଲାଭବାନ ହେବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କୁ ଆପଣାର କରି କୃପା ଭାଜନ ହେବେ ଓ ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ସ୍ଥଳ ବିଶେଷରେ ବିନା ପରିଶ୍ରମରେ ଅଧିକ ଲାଭବାନ ହେବେ। ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାର ସାମର୍ଥ୍ୟ ବଢ଼ିବ। କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବାକୁ ହକ୍ ହେବେ। ଅପେକ୍ଷାକୃତ ସୁସ୍ଥ ବାତାବାରଣ ପାଇ ସ୍ଥାନ ଓ ସ୍ଥିତି ଅଟଳ ରଖି ପାରିବେ। ପାରିବାରିକ କ୍ଷେତ୍ରରେ ଅସ୍ଥିରତା ଓ ଅଶାନ୍ତି ଦୂରେଇଯିବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ଧର୍ମଦିଗରୁ ଦୂରେଇ ଯାଇ ବୈଷୟିକ-ଆସକ୍ତି ଦ୍ଵାରା ଜଡିତ ହେବେ। ବୁଡ଼ି ଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ ଦେଉନଥିଲେ କଳେବଳେ କୌଶଳେ ପ୍ରାପ୍ତି ହେବ। ପଡୋଶୀଙ୍କ ସହିତ ମଧୁର ସଂପର୍କ ସ୍ଥାପନ ହେବ। ମହତ୍ ଉଦ୍ଦେଶ୍ୟ ଓ ଉଚ୍ଚ ଆକାଂକ୍ଷା ପୂର୍ଣ୍ଣ ହେବ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ। ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନସମ୍ମାନ ତଥା ପରାକ୍ରମର ବୃଦ୍ଧି ହେବ। ବ୍ୟବସାୟୀ ହୋଇଥିଲେ ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ ହେବେ। ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ। ଭୂମିକ୍ରୟ, ବାହନକ୍ରୟ, ଗୃହନିର୍ମାଣ କରିବାରେ ଖର୍ଚ୍ଚ କରିବାକୁ ପଡ଼ିବ। ବିଦ୍ୟାର୍ଥୀବର୍ଗ ଅତ୍ୟନ୍ତ ସଫଳତା ସହ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ। ବିଦେଶ ଯାତ୍ରା ଫଳରେ ବିଶେଷ ଲାଭବାନ ହେବେ। ସମାଜ କଲ୍ୟାଣ, ଧର୍ମାନୁଷ୍ଠାନରେ, ମଠ, ମନ୍ଦିରମାନଙ୍କରେ ଯୋଗଦାନ କରି ପ୍ରଶଂସିତ ହେବେ। ଏହାକୁ ସତ୍ ଉପଯୋଗ କରିବାକୁ ଆପ୍ରାଣ ଚେଷ୍ଟା କରିବା ଉଚିତ। ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ କମିଯିବ। ଆତ୍ମୀୟମାନେ ଭିତରେ ଚେର କାଟି ପାରନ୍ତି। ବିଷକୁମ୍ଭ ପୟୋମୁଖ ବ୍ୟକ୍ତିମାନେ ଅନେକ କ୍ଷେତ୍ରରେ ଧରା ପଡିବେ। ପ୍ରତିକାର-ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

କୁମ୍ଭ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ। ବ୍ୟବସାୟରେ ଉନ୍ନତି ଓ ଲାଭ ପ୍ରାପ୍ତି ହେବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବେ ଏବଂ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ। ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ଦାମ୍ପତ୍ୟ ସୁଖ ବୃଦ୍ଧି ହେବ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବଢିବ। ପାରିବାରିକ କ୍ଷେତ୍ରରେ ସ୍ୱାର୍ଥ ପ୍ରବୃତ୍ତିର ଶୀକାର ହୋଇ ସମ୍ପର୍କର ମଧୁରସ୍ୱାଦ ପାଇବେ।  ଆୟରସ୍ରୋତ ବୃଦ୍ଧିହେବ  କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ, ବାଣିଜ୍ୟ, ବ୍ୟବସାୟ, କୃଷି ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ। ନିଜ ଗୃହ ସମସ୍ୟା ସଜାଡିବାର ସୁବିଧା ପାଇବେ। ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ। ନେଇଥିବା ଲୋକ କିମ୍ବା ଦେଉନଥିବା ଲୋକ ଏବଂ ସାହାଯ୍ୟ କରିଥିବା ଲୋକଠାରୁ ସମସ୍ତ ଅର୍ଥପ୍ରାପ୍ତି ହୋଇଯିବ।  ପ୍ରତିକାର:- ଭୋକିଲା ଲୋକଙ୍କୁ ଖାଦ୍ୟ ଦିଅନ୍ତୁ।

ମୀନ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଶରୀର ସୁସ୍ଥ ରହିବ ଓ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ। ଅତ୍ୟଧିକ କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ। ସରକାରୀ କର୍ମଚାରୀ ମାନଙ୍କର ନିଜର ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ। ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ ଓ ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ। ଶତୃମାନେ ମିତ୍ରଭାବ ଆଚରଣ କରିବେ। ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ବାଦବିବାଦ, ପରୀକ୍ଷାପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳହେବେ। ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ଦାମ୍ପତ୍ୟ ସୁଖରେ ଉନ୍ନତି ହେବ। ବନ୍ଧୁମିତ୍ରଙ୍କ ସହ ମନୋରଞ୍ଜନ, ଭ୍ରମଣ ଫଳରେ ହସଖୁସିର ବାତାବରଣ ସୃଷ୍ଟି ହେବ। ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ପରୀକ୍ଷା ପରିଣାମ ଅନୁକୂଳ ହେବ। ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!