ଦୈନିକ ରାଶିଫଳ: 27 ଫେବୃୟାରୀ 2023, ସୋମବାର, ମହାଦେବଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୩ ମସିହା, ଫେବୃୟାରୀ ମାସ ୨୭ତାରିଖ, ସୋମବାର, କୁମ୍ଭମାସ ୧୫ଦିନ, ଫାଲଗୁନମାସ, ଶୁକ୍ଲପକ୍ଷ, ଅଷ୍ଟମୀତିଥି, ରୋହିଣୀ ନକ୍ଷତ୍ର, ବୃଷରାଶିରେ ଚନ୍ଦ୍ର। ବୈଧୃତି ଯୋଗ ଦିବା ୪ଟା ୧୧ମିନିଟ୍ ପରେ ବିଷ୍କୁମ୍ଭ ଯୋଗ। ବିଷ୍ଟି କରଣ ଦିବା ୧ଟା ୩୫ମିନିଟ୍ ପରେ ବବ କରଣ। ମିଥୁନ ରାଶିର ଘାତବାର। ବିଛା ରାଶିର ଘାତଚନ୍ଦ୍ର। ନିଷିଦ୍ଧଖାଦ୍ୟ- ନଡିଆ, ଆମିଷ ନ ଖାଇଲେ ଭଲ। ଯୋଗିନୀ- ଐଶାନ୍ୟେ ରାତି ୨ଟା ୨୧ମିନିଟ୍ ପରେ ପୂର୍ବେ ଯାତ୍ରା ନିଷେଧ। ଶ୍ରାଦ୍ଧତର୍ପଣ- ଅଷ୍ଟମୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଅଶୁଭସମୟ- ସକାଳ ୭ଟା ୩୮ମିନିଟରୁ ୯ଟା ୫ମିନିଟ, ଦିବା ୨ଟା ୫୩ ମିନିଟ ରୁ ୪ଟା ୨୦ମିନିଟ, ରାତ୍ରି ୧୦ଟା ୨୬ମିନିଟ ରୁ ୧୨ଟା । ଶୁଭସମୟ- ପ୍ରାତଃ ୬ଟା ୧୧ମିନିଟ୍ ରୁ ୭ଟା ୩୮ମିନିଟ୍, ଦିବା ୧୦ଟା ୫୦ମିନିଟ୍ ରୁ ୧ଟା ୯ମିନିଟ୍, ଦିବା ୪ଟା ୨୦ମିନିଟ୍ ରୁ ୫ଟା, ସନ୍ଧ୍ୟା ୬ଟା ୩୬ମିନିଟ୍ ରୁ ୯ଟା ୫ମିନିଟ୍, ରାତ୍ର ୧୨ଟା ରୁ ୨ଟା ୫୨ମିନିଟ୍।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଭ୍ରମଣ, ରାଜନୀତି, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। ଦୂର ସ୍ଥାନକୁ ଯାତ୍ରା କରି ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ଵାରା ବ୍ୟବସାୟରେ ସଫଳତା ମିଳିବ ଓ ବ୍ୟବସାୟ ବଢାଇବାରେ ସମର୍ଥ ହେବେ। ଆରମ୍ଭ କରିଥିବା କାର୍ଯ୍ୟ ଶେଷ କରିପାରିବେ। ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ।

ବୃଷ:-ସୁଯୋଗ ହାତପାହାନ୍ତାରେ ପହଞ୍ଚିବ। କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ। ତଳ ମହଲରୁ ଆଶାତୀତ ଲାଭ ପାଇବେ। ବନ୍ଧୁବାନ୍ଧବଙ୍କ ଚେଷ୍ଟାରେ ଅତି ସହଜରେ ବାକିଥିବା ଅର୍ଥ ପାଇବେ। ପରୀକ୍ଷା ପ୍ରତିଯୋଗିତାରେ ବିଜୟୀ ହେବେ। ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ସ୍ଥିର ହେବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

ମିଥୁନ:-କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ଜୟଯୁକ୍ତ ହେବେ। ପରିସ୍ଥିତିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବା ଫଳରେ ସାମାଜିକ ଭାବମୂର୍ତ୍ତି-ସୁରକ୍ଷା ହେବ। ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। କୋର୍ଟ କଚେରୀ ମାମଲାରେ ହାତେମାପି ଚାଖଣ୍ଡେ ଚାଲିବା ବିଧେୟ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-ସ୍ୱାସ୍ଥ୍ୟରେ ଉନ୍ନତି ହେବା ଫଳରେ ମନ ଖୁସି ରହିବ। ବ୍ୟବସାୟରେ ଶତୃ ପରାଜିତ ହୋଇ ବାକିଥିବା ଅର୍ଥପ୍ରାପ୍ତି ହେବା ଫଳରେ ଭଲ ଲାଭ ପାଇବେ। ଗୃହସ୍ଥ ଜୀବନ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ପାଇ ସୁଖମୟ ହେବ। ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, ବାସସ୍ଥାନ ବା ଯାନବାହାନର ନବୀକରଣ କରି ପାରନ୍ତି। ଅବିବାହିତ ଯୁବକ ଓ ଯୁବତୀମାନଙ୍କର ବିବାହ ପ୍ରସ୍ତାବ ସ୍ଥିର ହେବ। ପ୍ରତିକାର- ମୟୂର ଚନ୍ଦ୍ରିକା ପାଖରେ ରଖି ଯାତ୍ରା କରନ୍ତୁ।

ସିଂହ:-ନୂତନ ଯୋଜନାରେ ସଫଳତା ମିଳିବା ସହ ଆର୍ଥିକ ଉନ୍ନତିହେବ। ପୂର୍ବରୁ ଥିବା ପାରିବାରିକ ସମସ୍ୟା ସମାଧାନ ହେବ। ବ୍ୟବସାୟରେ ଆଶାତୀତ ଲାଭ ପାଇବେ। ଅବିବାହିତ ଯୁବକ ଓ ଯୁବତୀମାନଙ୍କର ବିବାହ ପ୍ରସ୍ତାବ ସ୍ଥିର ହେବ। ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ କୃତକାର୍ଯ୍ୟ ହେବେ। ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

କନ୍ୟା:-ଉତ୍ତମ ରୋଜଗାର ମିଳିବ। ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ। ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ। ପ୍ରେମ କ୍ଷେତ୍ରରେ ଆନନ୍ଦିତ ହେବେ। ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-ସାମ୍ବାଦିକ ମାନେ ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ପାରିବାରିକ ଜୀବନ ଆନନ୍ଦରେ କଟିବ। ଧର୍ମ କାର୍ଯ୍ୟରେ ଯୋଗ ଦେଇ ଦେବ ଦର୍ଶନ କରିବେ। ପରୀକ୍ଷା ପ୍ରତିଯୋଗିତାରେ ଆଶା ମୁତାବକ ଫଳ ପାଇବେ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ପ୍ରେମିକ ପ୍ରେମିକା ମାନଙ୍କର ଆମୋଦ ପ୍ରମୋଦ, ମନୋରଞ୍ଜନରେ ଆଗ୍ରହ ବଢିବ। ବ୍ୟବସାୟ କ୍ଷେତ୍ରରେ ଲାଭବାନ୍ ହେବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ରାଜନୀତି କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପରିବାରର ସଦସ୍ୟଙ୍କ ସହିତ ସୌହାଦ୍ୟ ପୂର୍ଣ୍ଣ ସଂପର୍କ ରହିବ। ଦାମ୍ପତ୍ୟ ସୁଖ ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ଧନୁ:-ନୂତନ ବ୍ୟବସାୟ ଆରମ୍ଭ କଲେ ଆଶାତୀତ ଲାଭ ହେବ। ନୂତନ ଆୟପନ୍ଥା ପ୍ରାପ୍ତି ହେବ। ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ସ୍ଥଗିତ ଥିବା ଧନ ମିଳିବାରୁ ଖୁସି ହେବେ। ମନୋକାମନା ପୂରଣ ହେବ ଓ ଆତ୍ମ ବିଶ୍ୱାସ ବୃଦ୍ଧି ହୋଇ ଲାଭର ମାର୍ଗ ପ୍ରଶସ୍ଥ ହେବ। ସାମ୍ବାଦିକତାରୁ ଲାଭ ଓ ଶୁଭ ସମାଚାର ମିଳିବ। ପରୀକ୍ଷା ଓ ସାକ୍ଷାତ କାରରେ ସଫଳତା ମିଳିବ। ପ୍ରତିକାର- ହଳଦୀ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।

ମକର:-ପାରିବାରିକ ଜୀବନରେ ଆନନ୍ଦିତ ହେବେ। କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ। ସାମ୍ବାଦିକ ମାନଙ୍କର ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ। ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ବ୍ୟବସାୟରେ ଉତ୍ତମ ରୋଜଗାର ହେବା ସହ ବେଶ୍ ଦୁଇ ପଇସା ମିଳି ପାରିବ। ବ୍ୟବସାୟ ବୃଦ୍ଧି ଓ ନୂଆ ଯୋଜନା ଉପରେ କାର୍ଯ୍ୟ କରିବେ। ପ୍ରତିକାର- ଅଷ୍ଟଗନ୍ଧ ତିଳକ ଚନ୍ଦନ ଧାରଣ କରନ୍ତୁ।

କୁମ୍ଭ:-ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣାରେ ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବ ଓ ସାହାଯ୍ୟ ସହଯୋଗ ମିଳିବ। ସହକର୍ମୀ ମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ। ଆକସ୍ମିକ ଧନ ପ୍ରାପ୍ତି ହେବ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମୀନ:-ନୂତନ ଗୃହସୁଖ ଓ ଯାନବାହନ ସୁଖ ମିଳି ପାରେ। ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଜୟଯୁକ୍ତ ହେବେ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ମେଣ୍ଟିଯିବ। ଭ୍ରମଣ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ବନ୍ଧୁମିତ୍ରଙ୍କ ସହ ମନୋରଞ୍ଜନ, ଭ୍ରମଣ ଫଳରେ ହସଖୁସିର ବାତାବରଣ ସୃଷ୍ଟି ହେବ। ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!