ଦୈନିକ ରାଶିଫଳ: 26 ସେପ୍ଟେମ୍ବର 2022, ମହାଦେବଙ୍କ କୃପାରୁ ଏହି 4ଟି ରାଶିଙ୍କୁ ମିଳିବ କିଛି ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ସେପ୍ଟେମ୍ବର ମାସ ୨୬ତାରିଖ, ସୋମବାର, କନ୍ୟାମାସ୧୦ଦିନ, ଆଶ୍ଵିନମାସ, ଶୁକ୍ଳପକ୍ଷ, ପ୍ରତିପଦାତିଥି, ଉତ୍ତରାଫାଲଗୁନୀ ନକ୍ଷତ୍ର ପ୍ରାତଃ ୫ଟା ୫୪ମିନିଟ୍ ପରେ ହସ୍ତା ନକ୍ଷତ୍ର, କନ୍ୟା ରାଶିରେ ଚନ୍ଦ୍ର । ଶୁକ୍ଳ ଯୋଗ ସକାଳ ୮ଟା ୪ମିନିଟ୍ ପରେ ବ୍ରହ୍ମ ଯୋଗ । କିସ୍ତୁଘ୍ନ କରଣ ଦିବା ୩ଟା ୧୯ମିନିଟ୍ ପରେ ବବ କରଣ । ମିଥୁନ ରାଶିର ଘାତବାର । ବୃଷ ରାଶିର ଘାତଚନ୍ଦ୍ର । ପାଣିକଖାରୁ ନ ଖାଇଲେ ରାତି ୩ଟା ୮ମିନିଟ୍ ପରେ ବୋଇତିକଖାରୁ ନ ଖାଇଲେ ଭଲ । ଯୋଗିନୀ- ପୂର୍ବେ ରାତି ୩ଟା ୮ମିନିଟ୍ ପରେ ଉତ୍ତରେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧତର୍ପଣ- ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୭ଟା ୯ମିନିଟ୍ ରୁ ୮ଟା ୩୮ମିନିଟ୍, ଦିବା ୨ଟା ୩୭ମିନିଟ୍ ରୁ ୪ଟା ୬ମିନିଟ୍, ରାତ୍ରି ୧୦ଟା ୭ମିନିଟ୍ ରୁ ୧୧ଟା ୩୮ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୪୦ମିନିଟ୍ ରୁ ୭ଟା ୮ମିନିଟ୍, ଦିବା ୮ଟା ୫୧ମିନିଟ୍ ରୁ ୧୧ଟା ୧୩ମିନିଟ୍, ରାତ୍ର ୮ଟା ୧ମିନିଟ୍ ରୁ ୧୦ଟା ୬ମିନିଟ୍, ରାତ୍ର ୨ଟା ୨୭ମିନିଟ୍ ରୁ ୩ଟା ୧୪ମିନିଟ୍ । ପର୍ବଦିନ- ଶାରଦୀୟ ନବରାତ୍ର ବା ନବଦିନାତ୍ମକ ଦୂର୍ଗାପୂଜା ଆରମ୍ଭ ।

ମେଷ:-କୌଣସି ବିଚାରାଧୀନ ଯୋଜନାକୁ ପୁନର୍ବାର ଆରମ୍ଭ କରିବାରେ ସଫଳତା ମିଳିବ । ନିଜ ବ୍ୟକ୍ତିତ୍ୱର ବିକାଶ ହୋଇ ମାନସମ୍ମାନ ପ୍ରତିଷ୍ଠା ବୃଦ୍ଧି ପାଇବ । ଆପଣଙ୍କ ଆଖପାଖର ଲୋକମାନେ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ । ଟଙ୍କା ସମ୍ବନ୍ଧୀୟ ପ୍ରସଙ୍ଗରେ ଅବହେଳା କରିବା ଠିକ୍ ହେବ ନାହିଁ । ଲଭମେଟଙ୍କ ସହ ସମ୍ପର୍କରେ ସତେଜତା ରହିବ । ରାଜନୀତି ସହ ଜଡିତ ଲୋକମାଙ୍କର ମାନସମ୍ମାନ ବୃଦ୍ଧି ପାଇବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-ଯତ୍ନର ସହିତ ବୈଦୁତିକ ଉପକରଣ ବ୍ୟବହାର କରନ୍ତୁ । ଦିନର ଆରମ୍ଭ ବହୁତ ଶୁଭ ହେବ ଯାହା ଆପଣଙ୍କୁ ଖୁସିର ସନ୍ଦେଶ ଆଣିଦେବ । ଧୈର୍ଯ୍ୟ ଏବଂ ଦୃଢତା ସହିତ କାର୍ଯ୍ୟ କରନ୍ତୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଆବଶ୍ୟକତାଠାରୁ ଅଧିକ କାହାକୁ ବିଶ୍ୱାସ କରନ୍ତୁ ନାହିଁ । ନିଜ ଜୀବନସାଥୀଙ୍କ ଭାବନାପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଅଦରକାରୀ ଜିନିଷ ଉପରେ ଓ ଅଦରକାରୀ ଭାବନା ଉପରେ ଅଧିକ ସମୟ ନଷ୍ଟ କରନ୍ତୁ ନାହିଁ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-ନିଜର କାମକୁ ଅନ୍ୟମାନଙ୍କୁ ଦେବା ଠାରୁ ଦୂରେଇ ରୁହନ୍ତୁ । ଲୋକମାନେ ଆପଣଙ୍କ ମତ ସହିତ ସହମତ ହେବା ଫଳରେ ଆନନ୍ଦିତ ହେବେ । ପ୍ରେମିକା ପ୍ରେମିକମାନେ ନିଜ ନିଜ ସହିତ ଭଲରେ ସମୟ ବିତାଇପାରନ୍ତି । ବ୍ୟବସାୟରେ ଆଶା କରାଯାଉଥିବା ଠାରୁ ଅଧିକ ଲାଭ ହେବ । ନିଜର ଚିନ୍ତାଧାରାକୁ ଭଲପାଉଥିବା ଲୋକଙ୍କ ସହିତ ବାଣ୍ଟି ପାରିବେ । କୌଣସି ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ପ୍ରଶାସନ ସହିତ ଜଡିତ ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ । ଆତ୍ମ ସମ୍ମାନ ବୃଦ୍ଧି ପାଇବା ସହ ଦିନଟି ବହୁତ ଉତ୍ସାହଜନକ ହେବ । ବିବାହ ସମ୍ବନ୍ଧୀୟ ମାମଲା ଆଗକୁ ଯାଇପାରେ । କାର୍ଯ୍ୟ ପରିବେଶ ଆପଣଙ୍କ ସପକ୍ଷରେ ରହିବ ଓ ନୂତନ ଆୟର ଉତ୍ସ ବିକାଶ ହେବ । ସେୟାର ବଜାରରୁ ବଡ ଲାଭ ହୋଇପାରିବ । ଚାକିରିରେ ଉଚ୍ଚ ପଦାଧିକାରୀମାନେ ଆପଣଙ୍କ ଉପରେ ବହୁତ ଖୁସି ହେବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ସିଂହ:-କୌଶଳ ପ୍ରୟୋଗ କରି ନିଜର କାର୍ଯ୍ୟକୁ ବିସ୍ତାର କରିବାକୁ ସକ୍ଷମହେବା ଫଳରେ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ନୂତନ ବନ୍ଧୁ ସୃଷ୍ଟି ହୋଇ ପାରନ୍ତି । ପର୍ଯ୍ୟଟନ ବ୍ୟବସାୟ ସହିତ ଜଡିତ ଲୋକମାନେ ବଡ଼ ଧରଣର କାରବାର କରିପାରିବେ । ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ପାଇବ । ସହକର୍ମୀମାନେ ଆପଣଙ୍କୁ ପ୍ରତାରଣା କରିପାରନ୍ତି । ବ୍ୟବସାୟିକ ବୃଦ୍ଧି କରିବା ପାଇଁ ଯାତ୍ରା କରିବାର ବିଶେଷ ସମ୍ଭାବନା ଅଛି । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କନ୍ୟା:-ନୂତନ କାର୍ଯ୍ୟ ଆରମ୍ଭ କରିଲେ ଭଲ ଲାଭ ପାଇବେ । ସରକାରୀ ଆଦେଶକୁ ଅବମାନନା କରନ୍ତୁ ନାହିଁ । ଛୋଟ ଭୁଲଗୁଡ଼ିକୁ ସଂଶୋଧନ କରିବାକୁ ଚେଷ୍ଟା କରନ୍ତୁ । ଆପଣ ଏକ ନୂତନ ଚାକିରି ଅଫର୍ ପାଇପାରନ୍ତି । ଲୁକ୍କାୟିତ ପ୍ରତିଭାର ବିକାଶ କରିବାକୁ ସମର୍ଥ ହେବେ । ବ୍ୟବସାୟରେ ଆଶା କରାଯାଉଥିବା ଫଳାଫଳର ଆଧିକ୍ୟହେତୁ, ଆପଣ କିଛି ପରିବର୍ତ୍ତନ ବିଷୟରେ ଚିନ୍ତା କରିପାରନ୍ତି । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ତୁଳା:-କଠିନ ପରିଶ୍ରମ ଭଲ ଫଳାଫଳ ଦେବ । ସବୁ ଦିଗରୁ ଭଲ ଖବର ଆସିବା ଫଳରେ ଆପଣଙ୍କ ଆତ୍ମବିଶ୍ୱାସ ବଢିବ । ଆପଣ ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବା ଫଳରେ ଏକାଗ୍ରତା ବୃଦ୍ଧି ପାଇବ । ବ୍ୟବସାୟରେ ନୂତନ ଚୁକ୍ତିନାମା ପାଇବା ସମ୍ଭାବନା ଅଛି । ପିଲାମାନଙ୍କ ସହିତ ପିକନିକ୍ ଯୋଜନା କରି ପାରିବେ । ନିଜର କାର୍ଯ୍ୟ ଶୈଳୀରେ ନିଜେ ସନ୍ତୁଷ୍ଟ ହେବେ । ପ୍ରେମ ସଂପର୍କରେ ଘନିଷ୍ଠତା ରହିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ବିଚାରାଧୀନ କାର୍ଯ୍ୟରେ କିଛି ଅଗ୍ରଗତି ହେବ । ଗୁରୁଜନ ମାନଙ୍କସହ ଆଲୋଚନାକରି ଓ ତାଙ୍କର ମତାମତ ନେଇ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ପାରିବେ । ଆୟର ଉତ୍ସ ବୃଦ୍ଧି ପାଇବା ସହ ଭଲ ମୁଦ୍ରା ଲାଭ ହେବ । ମନର ନକାରାତ୍ମକତା ଦୂର ହୋଇ ଉଚ୍ଚଶିକ୍ଷାରେ ସଫଳତା ପାଇବେ । ଲୋକମାନେ ଆପଣଙ୍କ ଗୁଣକୁ ପ୍ରଶଂସା କରିବେ । ଘର ପାଇଁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ କିଣି ପାରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ଧନୁ:-ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରି ପ୍ରଶଂସିତ ହେବେ । ବ୍ୟବସାୟରେ ଅଂଶୀଦାରମାନଙ୍କ ସହିତ କିଛି ଚୁକ୍ତିନାମା କରି ପାରନ୍ତି । ବ୍ୟବସାୟରେ କଠିନ ପରିଶ୍ରମର ଫଳାଫଳ ପାଇବେ । ଘର କିମ୍ବା କାର୍ଯ୍ୟାଳୟର ନବୀକରଣ ପାଇଁ ଯୋଜନା କରିପାରିବେ । ଜୀବନସାଥୀଙ୍କ ପ୍ରତି ପ୍ରେମ ଓ ସମ୍ମାନ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନରେ ବହୁତ ଖୁସି ରହିବେ । ବୟନଶିଳ୍ପ ବ୍ୟବସାୟୀଙ୍କ ଆୟ ବୃଦ୍ଧି ପାଇପାରେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ମକର:-ସମ୍ପର୍କୀୟ ଓ ବନ୍ଧୁଙ୍କ ସହଯୋଗରେ ମନ ଖୁସି ହେବ ଏବଂ ଧାର୍ମିକ ଆଲୋଚନାରେ ଅଂଶଗ୍ରହଣ କରିପାରନ୍ତି । ପରିବାର ସଦସ୍ୟଙ୍କ ସହିତ ସୁସମ୍ପର୍କ ରଖି ପାରିବେ । ବ୍ୟବସାୟରେ ଅଂଶୀଦାରମାନଙ୍କ ସହିତ କିଛି ଚୁକ୍ତିନାମା କରି ପାରନ୍ତି । ସାମାଜିକ ସମ୍ପର୍କର ପରିସର ବିସ୍ତାର ହେବ ଓ ପ୍ରଦର୍ଶନ ବହୁତ ଭଲ ହେବ । ପିଲାମାନଙ୍କ ପାଇଁ ନୂତନ କ୍ୟାରିୟର ସୁଯୋଗ ପାଇବାର ସମ୍ଭାବନା ଅଛି । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-ବ୍ୟବସାୟରେ ଆୟ ବୃଦ୍ଧି ପାଇପାରେ । ପ୍ରେମ ସଂପର୍କରେ ଭାବପ୍ରବଣତା ସମସ୍ୟାର ସାମ୍ନା କରିବାକୁ ପଡିପରେ । ଜିଦ୍ଖୋର ମନୋଭାବ ଗ୍ରହଣ କରିବା ହେତୁ କିଛି ଲୋକ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି । ବ୍ୟବସାୟରେ ନୂତନ ଜିନିଷ କ୍ରୟ ବିକ୍ରୟ କରିବା ପାଇଁ ଚେଷ୍ଟା କରିବେ । ବିବାହିତ ଜୀବନ ସୁଖଦ ହେବ । ଅଧିକ ବିଶ୍ଵାସ କରୁଥିବା ଲୋକମାନେ ଆପଣଙ୍କୁ ପ୍ରତାରଣା କରିପାରନ୍ତି । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ଉଚ୍ଚପଦବୀରେ ଥିବା ବ୍ୟକ୍ତି ସାଧାରଣ କର୍ମଚାରୀଙ୍କ ଉପରେ ଅଧିକ ବିଶ୍ୱାସ କଲେ ମାନ ସମ୍ମାନ ବୃଦ୍ଧି ପାଇବ । ପାରିବାରିକ ଦାୟିତ୍ଵଭାର ଆପଣଙ୍କ ଉପରେ ରହିବ । ଯେଉଁ କାରଣରୁ ଆପଣଙ୍କୁ ଆଧ୍ୟାତ୍ମିକ ସନ୍ତୁଷ୍ଟିର ଅନୁଭବ ଦେବ । ଦୈନଦିନ କାର୍ଯ୍ୟରେ ଭଲ ଅଭ୍ୟାସକୁ ଅନ୍ତର୍ଭୁକ୍ତ କରି ପାରିବେ । ସାମାଜିକ କାର୍ଯ୍ୟରେ ନିଜର ସଫଳତା ପାଇଁ ଆପଣ ଗର୍ବିତ ଅନୁଭବ କରିବେ । ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!