ଦୈନିକ ରାଶିଫଳ: 26 ମଇ 2022, ମା’ ଲକ୍ଷ୍ମୀଙ୍କ କୃପାରୁ ଏହି 3ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ ମସିହା, ମଇମାସ ୨୬ତାରିଖ, ଗୁରୁବାର, ବୃଷମାସ ୧୨ଦିନ, ଜ୍ୟେଷ୍ଠମାସ କୃଷ୍ଣପକ୍ଷ, ଏକାଦଶୀତିଥି ଦିବା ୧୦ଟା ୫୪ମିନିଟ୍ ପରେ ଦ୍ଵାଦଶୀ ତିଥି, ରେବତୀ ନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର । ଆୟୁଷ୍ମାନ ଯୋଗ । ବାଳବ କରଣ ଦିବା ୧୦ଟା ୫୪ମିନିଟ୍ ପରେ କୌଳବ କରଣ । ତୁଳା, କୁମ୍ଭ ରାଶିର ଘାତବାର । ଧନୁ ରାଶିର ଘାତଚନ୍ଦ୍ର । ଶିମ୍ବ, ଆମିଷ ନ ଖାଇଲେ ଭଲ ଦିବା ୧୦ଟା ୫୪ମିନିଟ୍ ପରେ ପୋଇ, ମସୁରଡାଲି ନ ଖାଇଲେ ଭଲ । ଯୋଗିନୀ- ଆଗ୍ନେୟେ ଦିବା ୧୦ଟା ୫୪ମିନିଟ୍ ପରେ ନୈଋତେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧତର୍ପଣ- ଦ୍ଵାଦଶୀର ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୨ଟା ୫୯ମିନିଟ୍ ରୁ ସନ୍ଧ୍ୟା ୬ଟା ୧୫ମିନିଟ୍, ରାତ୍ରି ୧୧ଟା ୪୩ମିନିଟ୍ ରୁ ରାତ୍ରି ୧ଟା ୫ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୧୨ମିନିଟ୍ ରୁ ୬ଟା ୩ମିନିଟ୍, ଦିବା ୯ଟା ୩୪ମିନିଟ୍ ରୁ ୧୧ଟା ୧୬ମିନିଟ୍, ସନ୍ଧ୍ୟା ୭ଟା ରୁ ରାତ୍ରି ୯ଟା ୯ମିନିଟ୍, ରାତ୍ର ୧ଟା ୬ମିନିଟ୍ ରୁ ୨ଟା ୧୫ମିନିଟ୍, ରାତ୍ର ୩ଟା ୪୫ମିନିଟ୍ ରୁ ୫ଟା ୧୦ମିନିଟ୍ । ପର୍ବଦିନ- ସର୍ବସମ୍ମତ ଜଳକ୍ରୀଡା ଏକାଦଶୀ ।

ମେଷ:-ପରିବାରର ସମସ୍ୟା ସମାଧାନ ହୋଇଯିବା ଫଳରେ ପାରିବାରିକ ଜୀବନ ସୁଖମୟ ହେବ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ପୁରାତନ ରୋଗର ପ୍ରକୋପ ଉପଶମ ହେବ । ବନ୍ଧୁଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ମନସ୍କାମନା ପୂର୍ଣ୍ଣ ହେବ । ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ । ଆବଶ୍ୟକତା ପୂରଣ ଦିଗରେ ବହୁତ ଖର୍ଚ୍ଚାନ୍ତ ହେବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ବୃଷ:-ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ନୂତନ ଓ ପୁରାତନ ଯୋଜନା ଫଳପ୍ରସୂ ହେବା ସହଜ ସରଳ ହୋଇଯିବ । ନିଜ ଚେଷ୍ଟାରେ ବାକିଥିବା ଅର୍ଥ ପାଇବେ । ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା ପାଇବେ । କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଚିନ୍ତା କରିବେ । ସନ୍ତାନ ଯୋଗେ ଖୁସି ରହିବେ । ପାରିବାରିକସ୍ଥିତି ସନ୍ତୋଷ ଜନକ ହେବ । ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ । ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।

ମିଥୁନ:-ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ରାଜନୀତିରେ ସଫଳତା ମିଳିବ । ଯେଉଁ ଜିନିଷ ପାଇବା ପାଇଁ ଚିନ୍ତାକରୁଥିଲେ ତାହା ନିଶ୍ଚିତ ଭାବେ ପାଇବେ । କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବାକୁ ଚେଷ୍ଟା କରିବେ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ପରିବାରର ସାହାଯ୍ୟରେ ଉପକୃତ ହେବେ । ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:-ବ୍ୟବସାୟ ପାଇଁ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ । ବାଦବିବାଦ, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ସଫଳତା ମିଳିବ । ଭାଇ ବନ୍ଧୁମାନେ କାର୍ଯ୍ୟକ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ । କୌଣସି ଯୋଜନା କରିବା ପୂର୍ବରୁ ଗଭୀର ଚିନ୍ତା କରନ୍ତୁ । ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ । ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ସିଂହ:-ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ଅନେକ ଦିଗରୁ ଖୁସି ମିଳିବ । ରାଜନୈତିକ ଯାତ୍ରାରେ ପୁରାତନ ଶତୃମାନେ ମୁଣ୍ଡଟେକି ପାରନ୍ତି । କୌଣସି ଗୁରୁତ୍ୱପୂର୍ଣ୍ଣ ନିସ୍ପତି ନେବା ପୂର୍ବରୁ ପରିବାରସହ ଆଲୋଚନା କରିବା ଉଚିତ୍ ନଚେତ୍ କ୍ଷତିରେ ପଡିବେ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ସହ କଷ୍ଟ ଅନୁଭବ କରିବେ । କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଧାର କରି ପାରନ୍ତି । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-ଶତୃମାନେ ଦୂରେଇ ଯିବେ । କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ । କେତେକ କ୍ଷେତ୍ରରେ ସୁବିଧା ଓ ସମ୍ମାନ ପାଇବେ । ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ । ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ଲାଗି ରହିଥିଲେ ଆଜି ତାହାର ସମାଧାନ କରିପାରିବେ । ରାଜନୀତିରେ ଫାଇଦା ଉଠାଇବେ । ବ୍ୟବସାୟରେ ପ୍ରଚୁର ଲାଭହେବ । ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ । ପ୍ରତିକାର- ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।

ତୁଳା:-କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ । ନିଶ୍ଚିତ ରୂପରେ ଯୋଜନାବଦ୍ଧ କର୍ମରେ ସଫଳତା ମିଳିବ । ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଗୃହାରମ୍ଭ, ଦୁରଯାତ୍ରା, ଯାନବାହାନ କିଣନ୍ତୁ ନାହିଁ । ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ । ସତର୍କତାର ସହ କାର୍ଯ୍ୟ କରିଲେ ସମସ୍ତ ପରିସ୍ଥିତି ଆପଣଙ୍କ ସପକ୍ଷରେ ଯିବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ଶତୃବାଧା ଦୂରେଇ ଯିବ । ଆୟବୃଦ୍ଧି ହେବ । ଅପେକ୍ଷା କରିଥିବା କାମର ଶୁଭସୂଚନା ମିଳିବ । କଳା ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ । ପାରିବାରିକ ଜୀବନ ଆନନ୍ଦରେ କଟିବ । ଦୂରଯାତ୍ରାରେ ସଫଳ ହେବେ । ଧର୍ମ କାର୍ଯ୍ୟରେ ଯୋଗ ଦେଇ ଦେବ ଦର୍ଶନ କରିବେ । ପ୍ରତିଯୋଗିତା ପରୀକ୍ଷାରେ ଆଶା ମୁତାବକ ଫଳ ପାଇବେ । ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ପରିବାରର ସମସ୍ତ ସଦସ୍ୟଙ୍କର ସହଯୋଗ ପାଇବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ଧନୁ:-ମାନସିକ ଦୁଶ୍ଚିନ୍ତା ଦୂରହେବ । ଭାଗିଦାରୀ ମାନଙ୍କ ଠାରୁ ସାହାଯ୍ୟ ପାଇ ଲାଭବାନ୍ ହେବେ । ରାଜନୀତି କ୍ଷେତ୍ରରେ ଯଶମାନ ବୃଦ୍ଧି ହେବ । ଭଲଭାବରେ ଚିନ୍ତା କରି କାମରେ ଆଗେଇ ଚାଲନ୍ତୁ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ପରିବାରର ସଦସ୍ୟଙ୍କ ସହିତ ସୌହାଦ୍ୟ ପୂର୍ଣ୍ଣ ସଂପର୍କ ରହିବ । ବନ୍ଧୁ, ମିତ୍ର ଏବଂ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଛାତ୍ରଛାତ୍ରୀମାନେ ସକ୍ରିୟ ହେବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ । ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ । ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ । ମାନସିକ ଦୁଶ୍ଚିନ୍ତାଦୂରହେବ । ଋଣମୁକ୍ତିପାଇଁ ରାସ୍ତା ଦେଖାଦେବ । ମାନ, ସମ୍ମାନ, ଯଶ, ପ୍ରତିଷ୍ଠା, ପ୍ରତିପତ୍ତି ଓ ସୁଖ ସମ୍ପଦ ପ୍ରାପ୍ତିହେବ । ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ମିଳିବ । ରାଜନୀତି କ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ହେବା ସହ ଶୁଭ ସମାଚାର ଶୁଣିବାକୁ ମିଳିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ । ବନ୍ଧୁ, ମିତ୍ର ଏବଂ ସହକର୍ମୀ ମାନଙ୍କ ଦ୍ୱାରା ଲାଭବାନ୍ ହେବେ । କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ । ଆମୋଦ ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍, ଆଡମ୍ବରରେ ଉତ୍ସାହ ବଢିବ । ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ଆକସ୍ମିକ ଧନ ପ୍ରାପ୍ତି ହେବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରନ୍ତି । ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଜୟଯୁକ୍ତ ହେବେ । ଆମୋଦ ପ୍ରମୋଦ, କ୍ରିଡା, ମନୋରଞ୍ଜନରେ ଆଗ୍ରହ ବଢିବ । ପ୍ରତିକାର:- କଦଳୀଗଛ ମୂଳରେ ହଳଦୀପାଣି ଢାଳନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!