ଦୈନିକ ରାଶିଫଳ: 26 ମାର୍ଚ୍ଚ 2021, ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି ରାଶି ବ୍ୟକ୍ତିଙ୍କୁ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ମାର୍ଚ୍ଚମାସ ୨୬ତାରିଖ, ଶୁକ୍ରବାର, ମୀନମାସ ୧୩ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ, ଦ୍ଵାଦଶୀତିଥି, ସକାଳ ୮ଟା ୨୧ମିନିଟ୍ ଗତେ ତ୍ରୟୋଦଶୀ ତିଥି, ମଘା ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର । ବିଛା, ଧନୁ, ମୀନ ରାଶିର ଘାତବାର । କର୍କଟ, ମକର ରାଶିର ଘାତଚନ୍ଦ୍ର । ପୋଇ, ମସୁରଡାଲି ନ ଖାଇଲେ ଭଲ, ସକାଳ ୮ଟା ୨୧ମିନିଟ୍ ପରେ ବାଇଗଣ ନ ଖାଇଲେ ଭଲ । ଶୁଭସମୟ- ପ୍ରାତଃ ୫ଟା ୫୦ମିନିଟ୍ ରୁ ୬ଟା ୩୬ମିନିଟ୍, ସକାଳ ୭ଟା ୨୭ମିନିଟ୍ ରୁ ୮ଟା ୪୯ମିନିଟ୍, ଦିବା ୧୨ଟା ୧୭ମିନିଟ୍ ରୁ ୨ଟା ୪୧ମିନିଟ୍, ଦିବା ୪ଟା ୧୯ମିନିଟ୍ ରୁ ୫ଟା ୫୪ମିନିଟ୍, ସନ୍ଧ୍ୟା ୭ଟା ୩୧ମିନିଟ୍ ରୁ ରାତ୍ର ୮ଟା ୫୨ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ବ୍ୟବସାୟୀକ ହିସାବପତ୍ର ସହ ଭଲଭାବରେ ଜଗାରଖା କରିବା ଦ୍ୱାରା ବିଶେଷ ଲାଭବାନ୍ ହେବେ । କଳକାରଖାନା, କୋଇଲା ଖଣି, ରେଳ ବିଭାଗ, ଡାକ ଓ ତାର ବିଭାଗ, ଟ୍ରାନ୍ସପୋର୍ଟ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କର କର୍ମୋନ୍ନତି ହେବ । ଅର୍ଥ ସମ୍ପର୍କୀୟ କଥାହେବା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ । ଦୂରଯାତ୍ରାର ସୁଯୋଗ ପାଇବେ । ରାଜନୀତିରେ ଅଧିକ ପରିଶ୍ରମ କରିବା ଫଳରେ କୃତକାର୍ଯ୍ୟ ହେବେ । ପରିବାରରେ ସୁଖଭୋଗ କରିବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ବୃଷ:-

ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପରିବାରରେ ଆର୍ଥିକ ଉନ୍ନତି ହୋଇ ନୂତନ ସମ୍ବନ୍ଧ ସୃଷ୍ଟିହେବ ଓ ଖୁସିର ବାତାବରଣ ସ୍ଥାୟି ରହିବ । ପ୍ରତିଯୋଗିତା ପରୀକ୍ଷାରେ ଶୁଭଫଳ ମିଳିବ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ଘରଲୋକଙ୍କୁ ଅବିଶ୍ଵାସ କରି ପରଲୋକଙ୍କୁ ବିଶ୍ଵାସ କଲେ ହଇରାଣରେ ପଡିବେ । ଯେଉଁ ଯାଗାରେ ଦସ୍ତଖତ କରିବାକୁ ପଡିବ ଭଲ ଭାବରେ ପଢି ବୁଝି ବିଚାରି ଦସ୍ତଖତ କରିବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ମିଥୁନ:-

ସନ୍ତାନମାନେ ଉନ୍ନତି କରିବେ । ଅଧିକ ଭାଗ୍ୟବାଦୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ମନୋକାମନା ପୂରଣ ହେବ ଓ ଆତ୍ମ ବିଶ୍ୱାସ ବୃଦ୍ଧି ହୋଇ ଲାଭର ମାର୍ଗ ପ୍ରଶସ୍ଥ ହେବ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:-

ବ୍ୟବସାୟୀମାନେ ଘର ଅପେକ୍ଷା ବ୍ୟବସାୟକ୍ଷେତ୍ରରେ ଜଞ୍ଜାଳ ଅଧିକ ମୁଣ୍ଡାଇ ବ୍ୟସ୍ତ ରହିବେ । ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳହେବେ । ପରିଶ୍ରମ କାର୍ଯ୍ୟ କରି ପ୍ରଶଂସିତ ହେବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ । କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଧାର କରିବାକୁ ବାଧ୍ୟ ହେବେ । ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ସିଂହ:-

ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ନୂଆ ଯୋଜନା ଉପରେ କାର୍ଯ୍ୟ କରିବେ ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ଆକସ୍ମିକ ଧନପ୍ରାପ୍ତିହେବ ବା ସ୍ଥଗିତ ଥିବା ଧନ ମିଳିବାରୁ ଖୁସି ହେବେ । ବାଦବିବାଦ, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ରାଜନୀତିରେ ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବା ଫଳରେ ପ୍ରଶଂସିତ ହେବେ । ଦୂରଯାତ୍ରାରେ ଲାଭପାଇବେ । ପ୍ରତିକାର- ନାଲିବସ୍ତ୍ର ପରିଧାନ କରନ୍ତୁ । ନତୁବା ନାଲି ରୁମାଲ ଟିଏ ପାଖରେ ରଖନ୍ତୁ ।

କନ୍ୟା:-

ପରିବାରରେ ସୁଖଭୋଗ କରିବେ । ଗୃହରେ ଧାର୍ମିକ କାର୍ଯ୍ୟରେ ଧନ ବ୍ୟୟହେବ । ବ୍ୟବସାୟରେ ଉନ୍ନତି ଫଳରେ ଲାଭବାନ୍ ହେବେ । ଅଧିକ ପରିଶ୍ରମ ତୁଳନାରେ ଅଧିକ ପାରିଶ୍ରମିକ ଆଦାୟର ପ୍ରଚେଷ୍ଟା ଚଳାଇବେ । ରାଜନୀତିରେ କଳବଳ ଖଟାଇ ନିଜର ସ୍ଥାନକୁ କୌଣସିମତେ ଦୃଢ ରଖି ପାରିବେ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବ । ଛୋଟ ଛୋଟ କାମକୁ ବୁଝିବିଚାରି ନକଲେ ଦ୍ଵନ୍ଦରେ ପଡିବେ । ପ୍ରତିକାର:- ଚାଉଳ କୁଆ ପାରାଙ୍କୁ ଖାଇବାକୁ ଦିଅନ୍ତୁ ।

ତୁଳା:-

ଶତୃମାନେ ମିତ୍ରଭାବ ଆଚରଣ କରିବେ । ବ୍ୟବସାୟୀମାନେ ଧନଲାଭ କରିବାର ସୁଯୋଗ ପାଇବେ । ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ଶାରିରୀକ ଅସୁସ୍ଥତା ଦୂରହେବ । ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ । ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ ଓ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ଗୃହ ନିର୍ମାଣ କରି ପାରିବେ । ଅତ୍ୟଧିକ ଅର୍ଥ ଆୟ କରିବା ଦ୍ୱାରା ଆର୍ଥିକ ସଙ୍କଟ ଦୂରେଇ ଯିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବିଚ୍ଛା:-

ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସ୍ଵନାମ ଅର୍ଜନ କରିପାରିବେ । ବ୍ୟବସାୟିକ କ୍ଷେତ୍ରରେ ସ୍ଥିତି ସୁଧୁରିବା ସହ ଉନ୍ନତିହେବ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ପାଇ ଉତ୍ତମ ରୋଜଗାର କରିପାରିବେ । ପାରିବାରିକ କ୍ଷେତ୍ରରେ ଅସନ୍ତୋଷ, କ୍ଷୋଭ ଓ ଅବଶୋଷ ଦୂରେଇ ଯିବ । କୌଣସି ଆଧ୍ୟାତ୍ମିକ କାର୍ଯ୍ୟର ଆୟୋଜନ କରେଇବା ଯୋଗେ ଗୁରୁଜନ ସନ୍ତୁଷ୍ଟ ରହିବେ । ସ୍ୱାସ୍ଥ୍ୟ ଦିଗରୁ ବିଶେଷ ସତର୍କ ରହିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-

ପ୍ରତିଦ୍ୱନ୍ଦିତା ପରୀକ୍ଷାରେ ସଫଳତା ଲାଭ କରିବେ । ବନ୍ଧୁ ମିତ୍ରମାନଙ୍କର ସମର୍ଥନ ଓ ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ହେତୁ ଖୁସି ହେବେ । ରାଜନୈତିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବା ସହ ସୁନାମ ଅର୍ଜନ କରିବେ । ଅଚାନକ ଭାବରେ ଧନ ପ୍ରାପ୍ତି କରିବାର ସୁଯୋଗ ମିଳିବ । ଗୃହରେ କୌଣସି ଶୁଭକର୍ମ ସମ୍ପାଦନ କରିପାରନ୍ତି । ପାରିବାରିକ ଜୀବନ ଆନନ୍ଦମୟ ହେବ । ପିଲାମାନଙ୍କ ପ୍ରତି ବିଶେଷ ସତର୍କ ରହିବା ଉଚିତ୍ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ମକର:-

ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ଆତ୍ମବିଶ୍ଵାସ ବୃଦ୍ଧି ପାଇବା ଫଳରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ବ୍ୟବସାୟ କ୍ଷେତ୍ରରେ ନିଜ ଲୋକ ମନମୋଟିଆ ହେବେ ଓ ମାନସିକ ଚିନ୍ତା ବୃଦ୍ଧି ହେବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଖର୍ଚ୍ଚାନ୍ତ ହେବେ । ସତର୍କ ନହେଲେ ଯାନବାହନରେ ଆକସ୍ମିକ ଦୁର୍ଘଟଣା ଘଟିପାରେ । ପ୍ରତିକାର:- ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-

ଔଷଧନିର୍ମାଣ ଓ ବିକ୍ରୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭାନ୍ୱିତ ହେବେ । ଆର୍ଥିକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଦୂରଯାତ୍ରାର ସୁଯୋଗ ପାଇବେ । ପରିବାରରେ ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ସମ୍ମାନର ସହିତ ଦିନଚର୍ଯ୍ୟା କରି ସୁଖରେ ଚଳିବାରେ ବାଧା ଉପୁଜିବ ନାହିଁ । ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ନିଶ୍ଚିତ ଭାବେ ପାଇବେ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ମୀନ:-

ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଆପଣା ଲୋକଙ୍କ ଠାରୁ ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ପରିଶ୍ରମ ନ ବଢାଇଲେ ଉତ୍ତମ ରୂପେ ଲକ୍ଷ୍ୟ ସିଦ୍ଧି ସମ୍ଭବ ହେବ ନାହିଁ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଅର୍ଥ ପ୍ରାପ୍ତି ହୋଇଯିବ । ବ୍ୟବସାୟରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରି ସଫଳତା ଅର୍ଜନ କରି ପାରିବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!