ଦୈନିକ ରାଶିଫଳ: ୨୬ ଜୁନ୍ ୨୦୨୦, ମା ସନ୍ତୋଶୀଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ଜୁନ୍ ମାସ ୨୬ ତାରିଖ, ଶୁକ୍ରବାର, ମିଥୁନ ମାସ ୧୨ ଦିନ, ଆଷାଢମାସ, ଶୁକ୍ଳପକ୍ଷ, ପଞ୍ଚମୀ ତିଥି, ସକାଳ ୭ଟା ୩ମିନିଟ୍ ୨୦ ସେକେଣ୍ଡ ଗତେ ଷଷ୍ଠୀ ତିଥି, ମଘା ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର ବିଛା, ଧନୁ, ମୀନ ରାଶିର ଘାତବାର କର୍କଟ, ମକର ରାଶିର ଘାତଚନ୍ଦ୍ର ବେଲ, ପଣସ ନ ଖାଇଲେ ଭଲ ସକାଳ ୭ଟା ୪ମିନିଟ୍ ଗତେ ପିତା ଦ୍ରବ୍ୟ ନ ଖାଇଲେ ଭଲଶୁଭସମୟସକାଳ ୬ଟା ୭ମିନିଟ୍ ରୁ ୬ଟା ୫୮ମିନିଟ୍, ଦିବା ୧୨ଟା ୧୬ମିନିଟ୍ ରୁ ୨ଟା ୫୩ମିନିଟ୍, ସନ୍ଧ୍ୟା ୬ଟା ୨୬ମିନିଟ୍ ରୁ ୮ଟା ୩୪ମିନିଟ୍

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ଉଚ୍ଚପଦସ୍ଥ ଅଫିସରମାନେ ସନ୍ତୋଷ ହେବା ସହ ସମ୍ମାନ ଲାଭ କରିବେ। ବାଦବିବାଦ, ମାଲିମୋକଦ୍ଦମାରେ ସଫଳ ହେବେ। ବ୍ୟବସାୟ କ୍ଷେତ୍ରରେ ଦଦୁଲ୍ୟମାନ ପରିସ୍ଥିତି ସୃଷ୍ଟିହେଲେ ମଧ୍ୟ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ। ରାଜନୈତିକ କ୍ଷେତ୍ରରେ ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତକାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ।   ପ୍ରତିକାର ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବୃଷ:-

ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ପୁରାତନ ରୋଗପୀଡ଼ାର ଉପଶମ ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇ ଉଚ୍ଚ ପ୍ରଶଂସିତ ହେବେ। ସାମାଜିକ କ୍ଷେତ୍ରରେ ନିଜର ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ। ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଫଳରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ଗୃହସ୍ଥ ଜୀବନ ସୁଖ ଶାନ୍ତିରେ କଟିବ। ଲୋକମାନେ ଆପଣଙ୍କ ସଚ୍ଚୋଟ ଓ ସରଳତାଭାବର ଫାଇଦା ଉଠେଇବେ। ରାଜନୈତିକ କ୍ଷେତ୍ରରରେ ସ୍ଥିତି ସୁଦୃଢ ହେବା ସହ କାର୍ଯ୍ୟଭାର ବୃଦ୍ଧି ହେବ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ମିଥୁନ:-

ଶୁଭ ସମାଚାର ଶୁଣି ମାନସିକ ଚିନ୍ତା ଦୂର ହେବ। ଧନଧାନ୍ୟ, ଗୋ ସଂପଦ, ଭୂମି, ବସ୍ତ୍ରଭୂଷଣ, ବାହାନାଦି ପ୍ରାପ୍ତିହୋଇ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ଆୟ ବୃଦ୍ଧିହେବା ଫଳରେ ସାମାଜିକ କଲ୍ୟାଣ ଓ ଜୀବନସ୍ତର ପରିବର୍ତ୍ତନ ହେବ। ବାଦବିବାଦ, ମାଲିମୋକଦ୍ଦମାରେ ଜୟଯୁକ୍ତ ହେବେ।ଦୈବୀ କୃପା ଫଳରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ। ପତିପତ୍ନିଙ୍କ ମଧ୍ୟରେ ଥିବା ମତାନ୍ତର ଦୂରେଇ ଯିବ। କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ। ପ୍ରିୟଜନ ଓ ବନ୍ଧୁ ମିତ୍ରଙ୍କ ସହଯୋଗ ପାଇ ଯେକୌଣସି କାର୍ଯ୍ୟ କରିବେ ଭବିଷ୍ୟତ ପାଇଁ କ୍ୟାରିୟରର ଉନ୍ନତି ହେବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ:-

ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ଲାଭ ପାଇବେ। ନିକଟ ସମ୍ପର୍କୀୟଙ୍କ ଠାରୁ ପ୍ରଶଂସିତ ହେବେ। ବିଦ୍ୟାରେ ଉନ୍ନତି କରିବେ। କର୍ମକ୍ଷେତ୍ରରେ ଚିନ୍ତା କରିଥିବା କାମ ଗୁଡିକ ଠିକ୍ ଭାବେ ସଂପୂର୍ଣ୍ଣ ହେବ। ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦର ସମାଧାନ କରି ପାରିବେ। କେତେକ କ୍ଷେତ୍ରରେ ସୁବିଧା ଓ ସମ୍ମାନ ପାଇବେ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଗଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନହେବ। ଅବହେଳିତ ଲୋକଙ୍କ ସହ ମିଳାମିଶା କରି ପ୍ରଶଂସିତ ହେବେ। ଭଗୀଦାରି କ୍ଷେତ୍ରରେ ଆଖିବନ୍ଦ କରି କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-

ସରକାରୀ କର୍ମଚାରୀଙ୍କର କର୍ମକ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ। ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ। ପାରିବାରିକ ଜୀବନ କ୍ଷେତ୍ରରେ ଆନନ୍ଦମୟ  ପରିସ୍ଥିତି ସୃଷ୍ଟିହେବ। ଶାରୀରିକ କଷ୍ଟ ଦୂରେଇ ଯିବ। ମାନସିକ ଅଶାନ୍ତି ଦୂର ହେବ। ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ ଓ କାର୍ଯ୍ୟକ୍ଷେତ୍ରରେ ନୂତନ ଯୋଜନା ପାଇଁ ସହଯୋଗ ମିଳିବ। ବାଦବିବାଦ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ। ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ବିଶେଷ ଲାଭବାନ ହେବେ।  ଆର୍ଥିକ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ଫଳରେ ଆୟ ବୃଦ୍ଧି ହେବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-

କର୍ମକ୍ଷେତ୍ରରେ ସମ୍ମାନ ପ୍ରାପ୍ତି ଓ ସହକର୍ମୀଙ୍କ ସହ ବୁଝାମଣା ଠିକ୍ ରହିବ। କ୍ୟାରିଅର ସମସ୍ୟା ସମାଧାନର ବାଟ ମିଳିବ। ପରିବାରରେ ପ୍ରତିବନ୍ଧକ ସତ୍ତ୍ୱେ ଆଗକୁ ବଢ଼ିବାର ଇଚ୍ଛା ଓ ଆତ୍ମବିଶ୍ୱାସ ବୃଦ୍ଧିହେବ। ଦାମ୍ପତ୍ୟ ସୁଖରେ ସୁଖୀ ହେବେ। ବ୍ୟବସାୟ କ୍ଷେତ୍ରରେ କଠିିନ ପରିଶ୍ରମ କରିବାକୁ ପଡିବ। ବନ୍ଧୁ ମିତ୍ରଙ୍କ ଉପଦେଶକୁ ଖରାପ ନଭାବି ମାନି ନେବା ହିତକର। ଉତ୍ତରାଧିକାର ଏବଂ ପୈତୃକ ସମ୍ପତ୍ତିକୁନେଇ କୋର୍ଟକଚେରୀ ମାମଲାରେ ଚିନ୍ତିତ ରହିବେ। ଭଲମନ୍ଦ ବିଚାର କରି ଯେକୌଣସି କାର୍ଯ୍ୟକଲେ ଅଯଥା ଖର୍ଚ୍ଚାନ୍ତରେ ପଡିବେ ନାହିଁ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ତୁଳା:-

ଶତୃମାନେ ପରାଜିତ ହେବେ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ବ୍ୟବସାୟରେ ଭାଗିଦାରମାନେ ପାଦ ସହିତ ପାଦ ମିଶେଇ ବେପାର ବୃଦ୍ଧି କରିବେ। ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନପଦାର୍ଥ ସଂଗ୍ରହ କରି ପାରନ୍ତି। ପରିବାରରେ ଯେତେ ପରିଶ୍ରମ କରିବେ ସେତେ ଲାଭବାନ୍ ହେବେ। ଉଚ୍ଚ ଶିକ୍ଷାପାଇଁ ସୁଯୋଗ ପାଇବେ। ଆର୍ଥିକକ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ। ସନ୍ତାନ ପକ୍ଷର ଚିନ୍ତା ଦୂର ହେଇଯିବ। ସ୍ୱାସ୍ଥ୍ୟ ଠିକ୍ ରହିବ। ଅଚାନକ ଧନ ପ୍ରାପ୍ତିହେବା ଫଳରେ ଭବିଷ୍ୟତ ପାଇଁ ଯୋଜନାକରି ପୁଞ୍ଜି ନିବେସ କରିବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-

ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ। ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ। କର୍ମକ୍ଷେତ୍ରରେ ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସହ ବାଦବିବାଦ ମେଣ୍ଟିଯିବା ଫଳରେ ସାମାଜିକ ସ୍ଥିତି, ମାନ ସମ୍ମାନ ବଜାୟ ରହିବ। ପରିବାରରେ ସୁଖ ଶାନ୍ତି ଓ ସାମଞ୍ଜସ୍ୟ ବାତାବରଣ ରହିବ। କୁଟୁମ୍ବରେ ମାଙ୍ଗଳିକ କାର୍ଯ୍ୟର ଦାୟିତ୍ୱ ନେଇ ଧାଁ ଦଉଡ଼ କରିବା ଫଳରେ କଷ୍ଟ ସ୍ୱୀକାର କରିବେ। ନୂଆ ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ନିଜରବୁଦ୍ଧି, ବିବେକ ଖଟାଇ ସମାଧାନ କରିପାରିବେ। ଶିକ୍ଷା କିମ୍ବା ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-

ଭୌତିକ ଓ ଆଧ୍ୟାତ୍ମିକ ମାମଲାରେ ବ୍ୟସ୍ତ  ରହିବେ। ଗୁରୁଗୁରୁଜନ ଓ ମାଆ ବାପାଙ୍କ ଆଶୀର୍ବାଦ ସ୍ନେହ ପ୍ରାପ୍ତ ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରେମକ୍ଷେତ୍ରରେ ସାହାଯ୍ୟ ପାଇ ଆଗକୁ ବଢିବା ସମ୍ଭବ ହେବ। ବ୍ୟବସାୟିକ କ୍ଷେତ୍ରରେ ଆଖପାଖକୁ ଯାତ୍ରା କରି କମ୍ ପରିଶ୍ରମରେ ଆଶାଜନକ ଫଳ ପାଇବେ। ପୁରୁଣା ବନ୍ଧୁଙ୍କ ସହାୟତାରେ ଆର୍ଥିକସ୍ଥିତି ବଦଳିବ। ଉଚ୍ଚାଧିକାରୀ ଓ ବରିଷ୍ଠବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କିଛି ସମସ୍ୟା ଦେଖାଦେଇ ପାରେ। ପରିବାରର କେତେକ ସମସ୍ୟା ନେଇ, ମାନସିକ ପୀଡ଼ା ଅନୁଭବ କରିବେ। ପ୍ରତିକାର ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମକର:-

ସହଯୋଗୀମାନେ ସାହାଯ୍ୟ ସହଯୋଗ କରିବେ। ଉଚ୍ଚ କର୍ମକର୍ତ୍ତାଙ୍କର ସୁଦୃଷ୍ଟି ପ୍ରାପ୍ତି ହେବ। ଧୈର୍ଯ୍ୟ ଓ ବୁଦ୍ଧିମତା  ଯୋଗେ ଅଟକିଥିବା କାର୍ଯ୍ୟର ପରି ସମାପ୍ତି ଘଟିବ। କାମ କାର୍ଯ୍ୟରେ କୌଣସି ନୂତନ କୌଶଳ ପ୍ରୟୋଗ କରି ଦୁଇଗୁଣା ଲାଭ ଉଠେଇବେ। ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ। ପରିବାର ହିତପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ବ୍ୟବସାୟ କ୍ଷେତ୍ରରେ ଆଲୁଅ ଅନ୍ଧାରରେ ଲୁଚକାଳି ଖେଳଭଳି ହେବ। ପାରିଶ୍ରମିକ ତୁଳନାରେ ଅଧିକ ଶ୍ରମ କରିବେ।  ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହୋଇ ଅପ୍ରତ୍ୟାଶିତ ଘଟଣା ଘଟିବ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ସହକର୍ମୀମାନଙ୍କର ସମର୍ଥନ ଓ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ। ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ। ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ ସାଙ୍ଗକୁ ସ୍ୱାସ୍ଥ୍ୟକର ପରିବେଶ ଓ ସମ୍ମାନଜନକ ଘଟଣା ଘଟିବ। ପାରିବାରିକ ଜୀବନ ଆନନ୍ଦମୟ ହେବ। ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ହେଲେ ଆଗେଇ ନବା ଉଚିତ୍। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:-

ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ବରିଷ୍ଠବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢ଼ୀଭୂତ ହେବ। ବ୍ୟବସାୟକ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ଧୀରସ୍ଥିର ଭାବରେ ପାରିବାରିକ ସମସ୍ୟା ଗୁଡ଼ିକୁ ସୁଧାରି ନେବା ଉଚିତ୍। ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ। ଆର୍ଥିକ ଦିଗରୁ ଉନ୍ନତି ହେଲେ ମଧ୍ୟ ବ୍ୟୟ  ଭାର ବୃଦ୍ଧି ହେବ। ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେଲେ ବି ବଡନେତାଙ୍କୁ ସନ୍ତୁଷ୍ଟ କରିବା କାଠିକର ପାଠ ହେବ। ଜମିବାଡ଼ି ନେଇ କେତେକ ସମସ୍ୟା ଉପୁଜି ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!