ଦୈନିକ ରାଶିଫଳ: ୨୬ ଜୁଲାଇ ୨୦୧୯, ମା ସନ୍ତୋଶୀଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

କେତେକ କାର୍ଯ୍ୟରେ ବିକ୍ରମଶାଳୀ ହେଲେ ମଧ୍ୟ ନିଜର ମର୍ଯ୍ୟାଦାକୁ ଜଗି ରଖି ଚଳିବେ। ରାଜନୈତିକ କ୍ଷେତ୍ରରେ ସଫଳତା ପାଇ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ଆମୋଦ ପ୍ରମୋଦ ମନୋରଞ୍ଜନ କାର୍ଯ୍ୟରେ ମାତି ଅନ୍ୟ ମନସ୍କ ରହିବେ। ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ।ଶତୃମାନେ ପରାଜିତ ହେବେ। ମହିଳାମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇ ବ୍ୟବସାୟରେ ଶତୃମାନେ ଦୂରେଇ ଯିବେ ଓ ଉନ୍ନତି ହେବାସହ ଗୃହବାହାନ ପ୍ରାପ୍ତି ହେବ। ପ୍ରତିକାର- ଛୋଟପିଲାକୁ ଚକୋଲେଟ୍‌ ଦିଅନ୍ତୁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ପାରିବାରିକ ସମସ୍ୟା ସୁଧାରିବା ପାଇଁ କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ସ୍ୱାସ୍ଥ୍ୟ କିମ୍ବା ଆଇନ, ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ। ସମାଜିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କୌଣସି ପ୍ରକାର ଅସୁବିଧା ନହୋଇ କାମ ହୋଇଯିବ। କୃଷିକ୍ଷେତ୍ରରେ ପରିଶ୍ରମର ଯଥା ମୂଲ୍ୟ ପାଇବେ। ମହିଳାମାନଙ୍କର ବନ୍ଧୁମିଳନ ହେତୁ ମନ ଖୁସୀ ରହିବ। ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:-

ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ।  ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ।  ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ।  ବନ୍ଧୁବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ସରକାରୀ କର୍ମ କ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ  ଅଧିକାରୀଙ୍କର କୃପା ଲାଭ କରିବେ।  ନୂତନ କର୍ମ ସଂସ୍ଥାନରେ ନିଯୁକ୍ତି ପାଇବାର ଯୋଗ ରହିଛି। କୃଷିଜିବୀମାନେ ଉତ୍ସାହିତ ହେବେ। ବ୍ୟବସାୟୀମାନେ ଯେକୌଣସି ଯାଗାରୁ ଧନ ଉପାର୍ଜନ କରିପାରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ:-

କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ। ଦୁର୍ନୀତି ନିବାରଣ ପ୍ରତି ଉଦଯୋଗୀ ହେବେ। ଛାତ୍ରଛାତ୍ରୀମାନଙ୍କର ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ଆମୋଦ ପ୍ରମୋଦର ମଉକା ଜୁଟିବ। ଅର୍ଥସାହାଯ୍ୟ ଦେବା ସକାଶେ କିମ୍ବା ସମସ୍ୟା ସମାଧାନ ପାଇଁ ବନ୍ଧୁ ପ୍ରତିଶୃତି ଦେଇଥିଲେ କାର୍ଯ୍ୟରେ ପରିଣତ କରିବେ। ମହିଳାମାନେ ମିତ୍ରଙ୍କ ସାହାଯ୍ୟରେ ନିଜର ପ୍ରତିଷ୍ଠା ବୃଦ୍ଧି ଧାରଣାକୁ ଉଜ୍ଜ୍ୱଳ ପଥରେ ପରିଣତ କରିବେ। ଘରେ ବାହାରେ କେହି ଆପଣଙ୍କୁ ହଟାଇପାରିବେ ନାହିଁ। ପ୍ରତିକାର-କୁକୁରକୁ ଖାଇବାକୁ ଦିଅନ୍ତୁ ।

ସିଂହ:-

ମହିଳାମାନେ ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ। ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ। ଯୁବକ ଯୁବତୀମାନଙ୍କର ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ। ପ୍ରେମିକ ପ୍ରେମିକା ମାନଙ୍କର ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ସହ କଷ୍ଟ ଅନୁଭବ କରିବେ। ଆତ୍ମୀୟ- ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ କ୍ରୟକରି ଆର୍ଥିକ ଶଙ୍କଟ ଭୋଗିବେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-

ଶାନ୍ତଶୀଳ ଭାବଧରି ଦୁର୍ନୀତି ଦୁସ୍ତର କାର୍ଯ୍ୟକୁ ହଟାଇବେ। ଭୋଗବିଳାସରେ ସାମିଲ ହେବାକୁ ଅବସର ସୃଷ୍ଟି କରି ପାରିବେ। ପ୍ରବାସରେ  ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। କର୍ମ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି କାର୍ଯ୍ୟପନ୍ଥା ବୃଦ୍ଧି କରାଇବେ। ସତର୍କତା ସହିତ ନ ଚଳିଲେ କାର୍ଯ୍ୟକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି। ବ୍ୟବସାୟରେ ଆନୁସଙ୍ଗିକ କ୍ରିୟାଦ୍ୱାରା ନୂଆ ଧରଣର କାର୍ଯ୍ୟକୁ ପସନ୍ଦ କରିବେ। ଯୋଜନା ମୁତାବକ କାମକରି ସବୁ ଭଲ ଥିଲେ ମଧ୍ୟ ପରୋକ୍ଷ ଶତୃତା ଯୋଗୁ ବିଚଳିତ ବୋଧ କରିପାରନ୍ତି। ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ତୁଳା:-

ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ବ୍ୟବ ସାୟର ପ୍ରସାର ଫଳରେ ଆଶାତୀତ ଲାଭ ପାଇବେ ଶତୃମାନେ ପରାଜିତ ହେବେ। ପାରିବାରିକ ଅଶାନ୍ତି ଦୂରେଇଯିବ। ଦାମ୍ପତ୍ୟ ସୁଖରେ ସୁଖୀ ହେବେ। ସାମାଜିକ ପ୍ରତିଷ୍ଠା ମାନ-ସମ୍ମାନ ବୃଦ୍ଧିହେବ। ପରୀକ୍ଷା ପ୍ରତୀଯୋଗିତାରେ ସଫଳ ହେବେ। କର୍ମକ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। ନୂତନ କାର୍ଯ୍ୟ କରିବାର ସୁଯୋଗ ପାଇବେ। ବକେୟା ଅର୍ଥ ପ୍ରାପ୍ତି ହେବ ଓ ଆର୍ଥିକ ସ୍ଥିତି ସୁଧୁରିଯିବ। ବନ୍ଧୁଙ୍କ ସମସ୍ୟା ସମାଧାନ କରିବା ପାଇଁ ଚିନ୍ତା କରିବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ବିଚ୍ଛା:-

ଆୟ ବୃଦ୍ଧିହେବା ଫଳରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ। ପତି-ପତ୍ନିଙ୍କ ମଧ୍ୟରେ ଥିବା ମତାନ୍ତର ଦୂରେଇ ଯିବ। ଯେକୌଣସି କାର୍ଯ୍ୟ କରିବେ ଭବିଷ୍ୟତ ପାଇଁ ଉନ୍ନତି ହେବ। ପ୍ରିୟଜନ ଓ ବନ୍ଧୁ ମିତ୍ରଙ୍କ ସମାଗମରେ ସମୟ ବିତିବ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଜୟଯୁକ୍ତ ହେବେ। ବିଦ୍ୟା କ୍ଷେତ୍ରରେ ବିଜୟ ପ୍ରାପ୍ତ ହେବ। ଅର୍ଥ ସଂପର୍କିତ  ଚୁକ୍ତିପତ୍ର କଲେ ବିପଦରେ ପଡିବେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-

ସନ୍ତାନଙ୍କର ଉନ୍ନତିରେ ଖୁସିହେବେ। ଭାତୃବିବାଦ, ଜମିବାଡ଼ି ଓ ଘରଜାଗାନେଇ ଥିବା ଦ୍ୱନ୍ଦ୍ୱର ସମାଧାନ ହେବ। ଦାମ୍ପତ୍ୟ କଳହ ଦୂର ହେବ। ଆଧ୍ୟାତ୍ମିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହେବେ। କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। କୃଷିଜିବୀମାନେ ଉତ୍ସାହିତ ହେବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତ କାରରେ ସଫଳ ହେବେ। ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ମନରେ ଦୁଶ୍ଚିନ୍ତା ଓ ବନ୍ଧନଭୟ ରହିବ। ଅଧିକାଂଶ ସମୟରେ ମିଶୁଥିବା ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି।ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-

କର୍ମକ୍ଷେତ୍ରରେ ପଦୋନ୍ନତିର ସଂକେତ ପାଇବେ। ସୁଖ, ସମ୍ପତ୍ତି ଲାଭ ଓ ପ୍ରିୟଜନଙ୍କ ଠାରୁ ସାହାଯ୍ୟ ପ୍ରାପ୍ତି ହେବ। ସକଳ କାର୍ଯ୍ୟରେ ସଫଳତା ମିଳିବ। ଗୃହ ଜାଗା ଯାନବାହାନ ପ୍ରାପ୍ତି ହେବ। ମିଷ୍ଠାନ୍ନ ଭୋଜନ କରିବେ। ଉଚ୍ଚଆଶା ପୂରଣ ହୋଇପାରେ। ବାଦବିବାଦ, ମାଲିମକଦ୍ଦମା, ପରୀକ୍ଷା, ପ୍ରତିଯୋଗିତା ଓ ସାକ୍ଷାତକାରରେ ଜୟଲାଭ ହେବ। ଶତ୍ରୁନାଶ ହେବ। ଧନପ୍ରାପ୍ତି ହେବ। ନୂତନ ମିତ୍ର ଲାଭ ହେବ। ଚାକିରୀ କ୍ଷେତ୍ରରେ ଉଚ୍ଚସମ୍ମାନ ପାଇବେ। ଧାର୍ମିକ କ୍ଷେତ୍ରରେ ମନ ବଳାଇବେ। ମହିଳାମାନେ ନୂତନ ବନ୍ଧୁଙ୍କୁ ପାଇ ଖୁସୀ ଅନୁଭବ କରିବେ। ପ୍ରତିକାର- ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ।

କୁମ୍ଭ:-

ସହକର୍ମୀମାନଙ୍କ ସହ ଶତ୍ରୁତା ଦୂର ହେବ। ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ ଘରୋଇ କର୍ମଚାରୀଙ୍କର କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ। ମାନସିକ ଅଶାନ୍ତି ଦୂର ହେବ। ବ୍ୟବସାୟରେ ସାମାନ୍ୟ ଲାଭ ହେବ। ଅନେକ ଶୁଭକର୍ମରେ ଯୋଗ ଦେବାର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ବିଦେଶ ଯାତ୍ରାରେ ଲାଭ ପାଇବେ। ମହିଳାମାନଙ୍କର ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ତ୍ୱରାନ୍ୱିତ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:-

ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତିରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଉଚ୍ଚଆଶା ସଫଳହେବ। ବିଚାରବିଭାଗ ରାୟ ସପକ୍ଷରେ ଯିବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ ଉଚ୍ଚ ପ୍ରଶଂସିତ ହେବେ। କମ୍ ପରିଶ୍ରମରେ ଆଶାଜନକ ଫଳ ପାଇବେ। ଆର୍ଥିକ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ। କୃଷିଜୀବିମାନେ ପରିଶ୍ରମର ମୂଲ୍ୟ ପାଇବେ। ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ। ପରିବାରରେ ମାନ ମନାନ୍ତର ଦୂର ହେବ। ପ୍ରତିକାର- ଅସହାୟକୁ ସାହାଯ୍ୟ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!