ଦୈନିକ ରାଶିଫଳ: ୨୬ ଜାନୁୟାରୀ ୨୦୨୦, ସୂର୍ଯ୍ୟ ଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ବ୍ୟବସାୟରେ ହେବ ପ୍ରବଳ ଉନ୍ନତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ସନ୍ତାନ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ। ପାରିବାରିକ ସମସ୍ୟା ସୁଧାରିବା ପାଇଁ ଚେଷ୍ଟା କରିବେ। ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। କର୍ମନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ବ୍ୟବସାୟରେ ସଫଳତା, ଆର୍ଥିକ ଉନ୍ନତି ଓ ଅଚାନକ ଧନ ପ୍ରାପ୍ତି ହେବା ସହ ମାନ ସମ୍ମାନ ବୃଦ୍ଧି ହେବ। ବନ୍ଧୁମିଳନ ହେତୁ ମନଖୁସୀ ରହିବ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରି ପାରିବେ। ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ। ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ। କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ନିଜର ଯୋଜନାମୁତାବକ କାମକଲେ କୌଣସିପ୍ରକାର ଅସୁବିଧା ହେବନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମିଥୁନ:-

ଅବହେଳିତ ଲୋକଙ୍କ ସହ ମିଳାମିଶା କରି ପ୍ରଶଂସିତ ହେବେ। ପାରିବାରିକ ଜୀବନରେ ଆୟ ବୃଦ୍ଧିହେବା ଫଳରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ। ପତି-ପତ୍ନିଙ୍କ ମଧ୍ୟରେ ଥିବା ମତାନ୍ତର ଦୂରେଇ ଯିବ। ପ୍ରିୟଜନ ଓ ବନ୍ଧୁ ମିତ୍ରଙ୍କ ସମାଗମରେ ସମୟ ବିତିବ। ଗଠନମୂଳକ ପ୍ରସ୍ତାବ ନେଇ ପ୍ରଶଂସିତ ହେବେ।ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନଦେଇ ବ୍ୟାୟାମ କରିବା ଆବଶ୍ୟକ। କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। କୌଣସିକାର୍ଯ୍ୟ କରିବା ପୂର୍ବରୁ ବୁଝିବିଚାରି ନିର୍ଣ୍ଣୟ ନେବା ଆବଶ୍ୟକ। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।

କର୍କଟ:-

ବନ୍ଧୁବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବା ସହ ଆର୍ଥିକ ସାହାଯ୍ୟ ମିଳିପାରେ। ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଶୁଭଖବର ପାଇ ଖୁସି ହେବେ। ହଜିଯାଇଥିବା କିମ୍ବା ଖୋଜୁଥିବା ଜିନିଷ ହଠାତ୍ ମିଳିଯିବ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ଅର୍ଜନ କରିବେ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ମଧ୍ୟ ଲାଭହେବ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ କୃତକାର୍ଯ୍ୟ ହେବେ। ପ୍ରତିକାର ମୁହଁ ମିଠାକରି ଘରୁ ବାହାରନ୍ତୁ।

ସିଂହ:-

ଜ୍ଞାନ-ଗବେଷଣା ସ୍ତରରେ କୃତକାର୍ଯ୍ୟ ହୋଇ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବ। ବୃତ୍ତିଗତ ଦୃଷ୍ଟିରୁ ସ୍ଵାଭିମାନ ସୁରକ୍ଷିତ ରହିବା ଫଳରେ ପ୍ରଶଂସିତ ହେବେ। ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ବୈଷୟିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରି ଉଚ୍ଚମନ୍ୟତାର ଅଧିକାରୀ ହେବେ। ଏକାକୀତ୍ଵର ପରିଧିରେ ନିଜକୁ ସଜାଇ ପାରନ୍ତି। ସାଧାରଣ ଭାବରେ ଜୀବନଚର୍ଯ୍ୟା କରି ଚାଲିବେ। ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ ହୋଇ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳେଇବେ। ବନ୍ଧୁଙ୍କ ସମସ୍ୟା ସମାଧାନ କରିବା ପାଇଁ ଚିନ୍ତା କରିବେ। କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।

କନ୍ୟା:-

ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଦାମ୍ପତ୍ୟ ସୁଖ ବୃଦ୍ଧିହେବ। ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ।ଶାରିରୀକ ଅସୁସ୍ଥତା ଦୂରହେବ। ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ। ଆର୍ଥିକସ୍ଥିତି ପୂର୍ବପରି ଠିକ୍ ରହିବ। ବନ୍ଧୁ ମିଳନରେ ମନ ପ୍ରଫୁଲ୍ଲ ରହିବ। ପରିବା ଚାଷି ଓ ବ୍ୟବସାୟୀମାନେ ଆଶାତୀତ ଲାଭପାଇବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-

ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ। ସବୁ କିଛି ସୁନ୍ଦର ହିଁ ସୁନ୍ଦର ଦେଖା ଦେବ। ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ। ଶିକ୍ଷାକ୍ଷେତ୍ରରେ ଅପେକ୍ଷା କରିଥିବା କାମରେ ଶୁଭ ସୂଚନା ପାଇବେ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର, ଶିଳ୍ପ, ବାଣିଜ୍ୟ ଓ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଆଶାଜନକ ଫଳପ୍ରାପ୍ତି ହେବ। ସାମ୍ବାଦିକତାରେ ପ୍ରଂଶସିତ ହେବେ। ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ମିଳିବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-

ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ଭଲ ରହିବ। ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ପୂର୍ଣ ହୋଇଯିବ। ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ। ହୋଇପାରୁ ନଥିବା କାମକୁ ଧୈର୍ଯ୍ୟ ଓ ସାହସ ଦ୍ଵାରା କରି ଦେଖାଇବେ। ସାମାଜିକ ପତିଆରା ଅମଳିନ ରହିବ। ବିଦ୍ୟା କ୍ଷେତ୍ରରେ ପ୍ରତିଯୋଗିତା ପରୀକ୍ଷାରେ ବିଜୟ ପ୍ରାପ୍ତ ହେବ। ସହକର୍ମୀ ମାନଙ୍କ ସହ ବାଦବିବାଦର ଅବସାନ ଘଟିବ। ପାରିବାରିକ ଜୀବନରେ ଶାନ୍ତି, ଭାଇ ଓ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବ। ପ୍ରତିକାର ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ।

ଧନୁ:-

ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବା ସହ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ବଢ଼ିବ। ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ପରୀକ୍ଷାରେ ଆଶାତୀତ ନମ୍ବର ରଖି ପ୍ରଶଂସିତ ହେବେ। ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଭାବନାର ବଶୀଭୂତ ହୋଇ ଅମିନୀ, ଜାମିନି, ମଧ୍ୟସ୍ଥତା ଠିକ୍ ହେବ ନାହିଁ। ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ। ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।

ମକର:-

କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ। ପାର୍ଟି ବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ। ରାଜନୀତିରେ ଉନ୍ନତି ହେବ। ମିତ୍ରଙ୍କ ଦ୍ଵାରା ସହାୟତା ମିଳିବ। ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ଛାତ୍ରଛାତ୍ରୀମାନଙ୍କର ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ। ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ବୃଦ୍ଧି ହେବ। ରାଜନୀତି କ୍ଷେତ୍ରରେ ଜନସେବାଦ୍ଵାରା ଉଚ୍ଚସମ୍ପର୍କରୁ ଲାଭବାନ ହେବେ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ। ଅର୍ଥ ଉପାର୍ଜନରେ ଏକନିଷ୍ଠ ହେଲେ ଧନାଢ୍ୟ ହେବାର ରାସ୍ତା ଖୋଲିଯିବ। ଋଣମୁକ୍ତି ହେବାପାଇଁ ଯୋଜନା ପ୍ରସ୍ତୁତ କରି ପାରିବେ। ରାଜନୀତିରେ ସମ୍ମାନର ସହିତ କୃତକାର୍ଯ୍ୟ ହେବେ। ବନ୍ଧୁବାନ୍ଧବଙ୍କ ଦିଗରୁ ସ୍ଵାର୍ଥ ପ୍ରବଣତାର ଅଭିବୃଦ୍ଧି ଘଟିବ।ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସରେ ଭରପୁର ହେବ। ତରବରିଆ ହିସାବରେ କୌଣସି କାର୍ଯ୍ୟ ନକରି ସବୁଆଡ଼କୁ ନଜରଦେଇ କାମକରିବା ଉଚିତ୍। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:-

ଶାରୀରିକ କ୍ଷେତ୍ରରେ ଉନ୍ନତି ହେବ ଓ ମନ ଶରୀର ଭଲ ରହିବ। ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ।ପାରିବାରିକ ଅଶାନ୍ତି ଦୂରେଇ ଯିବ। ଅପେକ୍ଷା କରୁଥିବା କାର୍ଯ୍ୟଟି ପୂରଣ କରିବାପାଇଁ ଚେଷ୍ଟା କରିବେ। ଯୋଗାଯୋଗ, ସଭାସମିତି ପାଇଁ ବିଶେଷ ସମୟ ଦେବାକୁ ପଡ଼ିବ। ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଲେ ଯଶପ୍ରାପ୍ତି ହେବ। ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଆର୍ଥିକ ସଙ୍କଟ ଦୂରେଇଯିବ। ଧାର କରଜ ସୁଝିବାପାଇଁ ସୁଯୋଗ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ମାନସିକସ୍ଥିତି ସୁଦୃଢ଼ ରହିବା ଫଳରେ କୌଣସି ଅସୁବିଧା ହେବନାହିଁ । ବାକ୍ୟ ସଂଯମତା ରଖିଲେ ଭଲ। ପ୍ରତିକାର- ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!