ଦୈନିକ ରାଶିଫଳ: 26 ଏପ୍ରିଲ 2021, ମହାଦେବଙ୍କ କୃପାରୁ ଆଜି ଏହି 4 ରାଶି ବ୍ୟକ୍ତିଙ୍କୁ ହେବ ଧନଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଅପ୍ରେଲମାସ ୨୬ତାରିଖ, ସୋମବାର, ମେଷମାସ୧୩ଦିନ, ଚୈତ୍ରମାସ, ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀତିଥି, ଚିତ୍ରାନକ୍ଷତ୍ର, କନ୍ୟାରାଶିରେ ଚନ୍ଦ୍ର, ଦିବା ୧୨ଟା ୩୧ମିନିଟ୍ ଗତେ ତୁଳା ରାଶିରେ ଚନ୍ଦ୍ର । ମିଥୁନ ରାଶିର ଘାତବାର । ବୃଷ ରାଶିର ଘାତଚନ୍ଦ୍ର । ବିରି ଜାତୀୟ ଦ୍ରବ୍ୟ ନ ଖାଇଲେ ଭଲ, ଦିବା ୧୨ଟା ୪୫ମିନିଟ୍ ପରେ ଆମିଷ, ତୈଳ ନ ଖାଇଲେ ଭଲ । ଶୁଭସମୟ- ସକାଳ ୫ଟା ୨୫ ମିନିଟ୍ ରୁ ୬ଟା ୫୮ ମିନିଟ୍, ଦିବା ୧୦ଟା ୨୯ ମିନିଟ୍ ରୁ ୧ଟା ୧ ମିନିଟ୍, ଦିବା ୪ଟା ୩୦ ମିନିଟ୍ ରୁ ୫ଟା ୧୨ ମିନିଟ୍ ସନ୍ଧ୍ୟା ୬ଟା ୫୦ ମିନିଟ୍ ରୁ ୯ଟା ୪ ମିନିଟ୍, ରାତ୍ରି ୧୧ଟା ୪୫ ମିନିଟ୍ ରୁ ୨ଟା ୨୧ ମିନିଟ୍ । ପର୍ବଦିନ- ହିଙ୍ଗୁଳା ଯାତ୍ରା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

କୌଣସି ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବାଫଳରେ ଶୁଭ ସୂଚନା ପାଇବେ । ବ୍ୟବସାୟରେ ଉନ୍ନତି ହେବା ଫଳରେ ଖୁସି ରହିବେ । ସେୟାର ବଜାର ଓ ପୁଞ୍ଜି ନିବେଶ କରିଲେ ବହୁତ ଧନ ପ୍ରାପ୍ତ ହେବ । ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ । କୌଣସି କାମରେ ବିଶେଷ ଜ୍ଞାନ ହାସିଲ କରିବେ । ପରିବାରର ଉନ୍ନତି ପାଇଁ ପ୍ରୟାସରତ ହେବେ । ନିଜକୁ ମଧ୍ୟ ଖୁସି ଓ ସୁରକ୍ଷିତ ଅନୁଭବ କରିବେ । ଋଣ ଭାରରୁ ମୁକ୍ତି ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-

ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ପାରିବାରିକ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ସମାଧାନ କରି ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବ ଓ ସହକର୍ମୀ ମାନଙ୍କର ସମର୍ଥନ ସାହାଯ୍ୟ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ଉଚ୍ଚଧିକାରୀ ସହକର୍ମୀଙ୍କ ସହ ବାଦବିବାଦ ମେଣ୍ଟିଯିବ । ସନ୍ତାନ ଯୋଗେ ଚିନ୍ତିତ ରହିବେ । ସତର୍କତା ଅବଲମ୍ବନ ନକଲେ କୌଣସି ଭୁଲ୍ କାମରେ ଫଶିଯିବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-

ଛାତ୍ରଛାତ୍ରୀ ମାନଙ୍କର ପରିଶ୍ରମ ଓ ମେହନତର ପରିଣାମ ମିଳିବ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ପାରିବାରିକ କ୍ଷେତ୍ରରେ ମାନସିକ ଶାନ୍ତି ମିଳିବ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ପ୍ରେମପ୍ରସଙ୍ଗରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଲଢିପାରନ୍ତି । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

କର୍କଟ:-

ସମସ୍ତ କ୍ଷେତ୍ରରେ ଖୁସି ମିଳିବା ଯୋଗେ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । ଆର୍ଥିକସ୍ଥିତି ଆବଶ୍ୟକଠାରୁ ଅଧିକ ବିସ୍ତାରିତ ହେବା ସହ ସବୁ କିଛି ସୁନ୍ଦର ହିଁ ସୁନ୍ଦର ଦେଖା ଦେବ । ଟଙ୍କାର ଆବଶ୍ୟକତା ପୂରଣ ହେବ । ପଡିରହିଥିବା କାର୍ଯ୍ୟକୁ ପୂର୍ଣ୍ଣକରିବାର ଦୃଢ଼ତା ଆସିବ । ନୂତନ ବ୍ୟବସାୟଆରମ୍ଭ, ଯାନ, ବାହନ, ଜାଗା, ଜମି, ଗୃହପୋକରଣ ଆଦି କ୍ରୟ କରିବା ପାଇଁ ଋଣ କରିଲେ ସହଜରେ ମିଳିଯିବ ଓ ସୁଝିବା ପାଇଁ ସହଜ ହେବ । ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ସିଂହ:-

ସାମାଜିକ ସ୍ତରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ । ଆକସ୍ମିକ ଧନ ପ୍ରାପ୍ତି ହୋଇ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପାଇବେ । ବ୍ୟବସାୟ କ୍ଷେତ୍ରରେ ଅନେକ ପ୍ରକାର ସୁବିଧା ପାଇ ଲାଭବାନ ହେବେ । ନିଜ ଆତ୍ମୀୟ ଲୋକଙ୍କ ସହ ସାକ୍ଷାତ ହେବା ସହ ଆର୍ଥିକ ଚିନ୍ତା ଦୁରହେବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

କନ୍ୟା:-

ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇବେ । ରାଜନୀତି କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ନେଇ ପ୍ରଶଂସିତ ହେବେ । ପ୍ରତିଦ୍ଵନ୍ଦିତା ପରୀକ୍ଷାରେ ବିଜୟୀ ହେବେ । ମାନସିକ ଦୁଶ୍ଚିନ୍ତା ଓ ଶତୃବଧା ଦୂରେଇ ଯିବ । ଆୟବୃଦ୍ଧି, ଋଣମୁକ୍ତି, କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ । ପାରିବାରିକ ଜୀବନ ଆନନ୍ଦରେ କଟିବ । ପୁରୁଣା ଧନଲାଭ ହେବାରୁ ଖୁସି ହେବେ ଓ ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ପଡିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ତୁଳା:-

ରାଜନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତି ଥିଲେ ସରଳ ହେବ । ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । କଳେବଳେ କୌଶଳରେ ଅର୍ଥ ସଂଗ୍ରହ କରି ମଉଜ ମଜଲିସ୍ କରିବା ପାଇଁ ସମୟ ପାଇବେ । ସାଧୁ, ସତ୍ୟବାଦୀ, ଧର୍ମାତ୍ମା, ଗୁରୁ ବ୍ରାହ୍ମଣଙ୍କ ସହ ସମ୍ପର୍କ ସ୍ଥାପନହେବ । ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ପ୍ରତିକାର:- ଚାଉଳ କୁଆ ପାରାଙ୍କୁ ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-

ଶୁଭକାମ କରି ପ୍ରଶଂସିତ ହେବେ । ପୁରାତନ ରୋଗର ଉପସମ ଓ ବନ୍ଧୁ ସମାଗମ ହେବ । ଆକସ୍ମିକ ଅର୍ଥଲାଭ, ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ । ବକେୟା ଅର୍ଥ ଆଦାୟ ହେବ । ଉଚ୍ଚଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ । ସନ୍ତାନ ପକ୍ଷର ଚିନ୍ତା ଦୂର ହୋଇଯିବ । ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ ।

ଧନୁ:-

ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ମିଳିବ । ସାମ୍ବାଦିକତାରୁ ଲାଭ ଓ ଶୁଭ ସମାଚାର ମିଳିବ । ଦୂର ଯାତ୍ରାର ସୁଯୋଗ ପାଇ ସଫଳ ହେବେ । ଉଚ୍ଚାଧିକାରୀ, ସହକର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢେଇଦେବ । ସାମାଜିକ ପ୍ରତିଷ୍ଠା ମାନସମ୍ମାନ ପ୍ରାପ୍ତିହେବ । ବାଦବିବାଦ, ପ୍ରତିଯୋଗୀତା ପରୀକ୍ଷା, ଖେଳ ଓ ପ୍ରତିଦ୍ୱନ୍ଦିତାରେ ସଫଳ ହେବେ । ରାଜନୀତି କ୍ଷେତ୍ରରେ ଭୋଗ ବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସଙ୍ଘର୍ଷରତ ହେବେ । ପ୍ରତିକାର- ହଳଦୀରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ନତୁବା ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

ମକର:-

ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ ଓ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ ଫଳରେ ଆଶାତୀତ ଲାଭ ପାଇବେ । କର୍ମ କ୍ଷେତ୍ରରେ କ୍ଷମତା ଓ ଶକ୍ତି ବଳରେ ନିଜର ସମୟ ବିତାଇବେ । ଶତୃମାନେ ଦୁର୍ବଳ ହେବେ ଏବଂ ଆୟରପନ୍ଥା ସହଜ ହେବ । ବନ୍ଧୁ ପରିବାରଙ୍କ ଠାରୁ ସୁଖ ମିଳିବ । ଗୃହରେ ମାଙ୍ଗଳିକ କାର୍ଯ୍ୟ ପାଇଁ ଆୟୋଜନ କରିବେ । ରାଜନୀତିରେ ସଫଳତା ମିଳିବ । ଗଚ୍ଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-

ଅଧିକ ପରିଶ୍ରମ କରି ଅତ୍ୟଧିକ ଲାଭ ପାଇବେ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରତିଯୋଗିତା ପରୀକ୍ଷା ଓ ମାଲିମୋକଦ୍ଦମାରେ ସଫଳତା ମିଳିବ । ରାଜନୀତି କ୍ଷେତ୍ରରେ ସହଯୋଗୀ ମାନଙ୍କ ସହ ସୁ-ସମ୍ପର୍କ ସ୍ଥାପନ କରି ପୂର୍ଣ୍ଣ ସହଯୋଗ ପାଇବେ । ଦାମ୍ପତ୍ୟ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ । ପିଲାମାନଙ୍କ କାର୍ଯ୍ୟ କଳାପ ସମ୍ମାନ ବୃଦ୍ଧିର ସୂଚନା ଦେବ । ଆୟକୁ ଚାହିଁ ବ୍ୟୟ କଲେ ଲୋକହସା ହେବେ ନାହିଁ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ମୀନ:-

ପେଶା, ବ୍ୟବସାୟ, ଭାଗୀଦାରୀ ଓ ବନ୍ଧୁମିତ୍ରଙ୍କଦ୍ଵାରା ଲାଭବାନ ହେବେ । ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ । କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ । କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ । ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ପରିବାରର ସଦସ୍ୟଙ୍କ ସହିତ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସଂପର୍କ ରହିବ । ବନ୍ଧୁ, ମିତ୍ର ଏବଂ ଉଚ୍ଚପଦାଧି କାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ପ୍ରତିକାର- ମିଶ୍ରିଟିକେ ଖାଇ ଘରୁ ବାହାରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!