ଦୈନିକ ରାଶିଫଳ: ୨୫ ମଇ ୨୦୨୦, ମହାଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କିଛି ବଡ ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ମଇମାସ ୨୫ ତାରିଖ, ସୋମବାର, ବୃଷମାସ ୧୨ଦିନ, ଜ୍ୟେଷ୍ଠମାସ, ଶୁକ୍ଳପକ୍ଷ, ତୃତୀୟାତିଥି, ମୃଗଶିରାନକ୍ଷତ୍ର ପ୍ରାତଃ ୬ଟା ୧୦ମିନିଟ୍ ପରେ ଆର୍ଦ୍ରାନକ୍ଷତ୍ର, ମିଥୁନରାଶିରେ ଚନ୍ଦ୍ର। ମିଥୁନରାଶିର ଘାତବାର। କନ୍ୟାରାଶିର ଘାତଚନ୍ଦ୍ର। ପୋଟଳ ନ ଖାଇଲେ ଭଲ। ଶୁଭସମୟ- ଦିବା ୮ଟା ୪୨ମିନିଟ୍ ରୁ ୧୦ଟା ୨୫ମିନିଟ୍, ରାତ୍ର ୯ଟା ୧୧ମିନିଟ୍ ରୁ ୧୦ଟା ୨୦ମିନିଟ୍।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ସାମ୍ବାଦିକ ମାନଙ୍କର ପଦମର୍ଯ୍ୟାଦା ବୃଦ୍ଧି ପାଇବ। ସମସ୍ତ କାର୍ଯ୍ୟର ସମସ୍ୟା ସମାଧାନ ହୋଇଯିବା ଫଳରେ ବୌଦ୍ଧିକ କ୍ଷମତାରେ ବୃଦ୍ଧି ହେବା ସହ ଯଶ କୀର୍ତ୍ତିରେ ଉନ୍ନତି ହେବ। କର୍ମକ୍ଷେତ୍ରରେ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସମ୍ପର୍କ ହେବା ଫଳରେ ଆଗକୁ ବଢିବାରେ ସହାୟତା ମିଳିବ। ସ୍ଵାସ୍ଥ୍ୟରେ ସୁଧାର ହେବ। ନୂତନ କାମ ଆରମ୍ଭ କରି ପାରିବେ। କୌଣସି ଅଚିହ୍ନା ବ୍ୟକ୍ତି ସାହାଯ୍ୟ ସହଯୋଗ କରିବା ଫଳରେ ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାମ ନିଶ୍ଚୟ ସମ୍ପନ୍ନ ହେବ। କୌଣସି ମିତ୍ରଙ୍କ ଉପଦେଶ କାମରେ ଲାଗିବ। ପ୍ରେମପ୍ରସଙ୍ଗରେ ସଫଳତା ମିଳିବ। ପାରିବାରିକ ବାତାବରଣ ମଧ୍ୟ ଅନୁକୂଳ ରହିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ:-

ସମାଚାର ଶୁଣି ସନ୍ତାନଙ୍କ ଚିନ୍ତା ଦୂର ହେବ। ବନ୍ଧୁମିତ୍ର ଓ ସହଯୋଗୀଙ୍କ ଠାରୁ ଆଶାତୀତ ସହଯୋଗ ମିଳିବା ଫଳରେ କାମକାର୍ଯ୍ୟରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଲୋକମାନେ ଆପଣଙ୍କ ସଚ୍ଚୋଟତା ଓ ସରଳତା ଭାବ ଦେଖି ଆନନ୍ଦିତ ହେବେ। କୌଣସି ଗୋପନୀୟ କଥା ଉଜାଗର ହେବାର ସମ୍ଭାବାନା ଅଛି। ପ୍ରେମପ୍ରସଙ୍ଗରେ ଭୁଲ୍ ବୁଝାମଣାର ନିରାକରଣ ହେବ। ଅନୁସନ୍ଧାନ, ଗବେଷଣା, ସମୀକ୍ଷା ଓ ଶୋଧନ କାର୍ଯ୍ୟପାଇଁ ସମୟ ଉପଯୁକ୍ତ ଅଟେ। କାରବାର ଓ ବ୍ୟାପାରରେ ଉନ୍ନତି ହୋଇ ଆଶାତୀତ ଲାଭ ପ୍ରାପ୍ତ ହେବ। ବସ୍ତ୍ର, ଆଭୁଷଣ ଗହଣା ଆଦି କ୍ରୟ କରି ପାରିବେ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ:-

ସ୍ୱାସ୍ଥ୍ୟ ଭଲ ରହିବା ସହ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ପୁରାତନ ଶତୃମାନେ ଦୂରେଇ ଯିବେ। କୌଣସି ଶୁଭ ସମାଚାର ଶୁଣିବେ। କାମକାର୍ଯ୍ୟ ଓ ଚାକିରୀରେ ଉନ୍ନତି କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିବ। ଉଚ୍ଚାଧିକାରୀ ବ୍ୟକ୍ତିମାନେ ପ୍ରସନ୍ନ ରହିବେ। ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ। କୌଣସି ମହାପୁରୁଷଙ୍କ ଆଦର୍ଶ ଓ ସିଦ୍ଧାନ୍ତକୁ ମନେ ପକାଇବେ। ଛାତ୍ରଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ। ରାଜନୀତି କ୍ଷେତ୍ରରେ ମଧ୍ୟ ଲୋକପ୍ରିୟତା ବୃଦ୍ଧି ହେବ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-

ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ଭୌତିକ ସୁଖସୁବିଧା ସାଧନରେ ବୃଦ୍ଧି ହେବ। ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସରେ ଭରପୁର ହେବ। ସାମାଜିକ କାର୍ଯ୍ୟରେ ନିୟୋଜିତ ହେବେ। ଘନିଷ୍ଠ ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ କର୍ମ କ୍ଷେତ୍ରରେ ସୁଧାର ଆସି ମାନସିକ ଦୁଶ୍ଚିନ୍ତା ବା ମନ ବିଚଳିତରୁ ଶାନ୍ତି ଅନୁଭବ କରିବେ। ରୋଜିରୋଜଗାରର ଉଚିତ୍ ପରିସର ମିଳିବ। ଅଧିକ ପରିଶ୍ରମ କରି କିଛି ଅର୍ଥ ଲାଭ କରିବେ, କିନ୍ତୁ ଅଯଥାରେ ଖର୍ଚ୍ଚକରି ବାକୁ ପଡିପାରେ। ଶତୃ ବା ବିରୋଧୀଙ୍କ ଠାରୁ ସାବଧାନ ରହିବା ଉଚିତ୍। ଆଧ୍ୟାତ୍ମିକ ଊର୍ଜାରେ ମନ ଓତପ୍ରୋତ ରହିବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-

କୌଣସି ଠାରୁ ଶୁଭ ସମାଚାର ଶୁଣି ମାନସିକତାରେ ପରିବର୍ତ୍ତନ ହେବ। ସାମୁହିକ ଗତିବିଧି ଦ୍ଵାରା ଆପଣ ସଫଳତା ହାସଲ କରି ପାରିବେ। ଉଚ୍ଚାଧିକାରୀମାନେ ପ୍ରସନ୍ନ ରହିବା ଦ୍ଵାରା ଧନ ଲାଭ ହେବାର ସମ୍ଭାବନା ଅଛି। ସାଂସାରିକ ଜୀବନରେ ମହତ୍ଵପୂର୍ଣ୍ଣ କାର୍ଯ୍ୟରେ ପରାକ୍ରମ ଓ ବହୁତ ପରିଶ୍ରମ କଲେ ଅର୍ଥ ଲାଭ ହେବ।  ଘନିଷ୍ଠ ବ୍ୟକ୍ତିଙ୍କ ସହିତ ଭେଟ ହୋଇ ପ୍ରେମ ସମ୍ବନ୍ଧ ଓ ସମ୍ପର୍କରେ ସୁଧାର ଆସିବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ଅଧାଅଧୁରାଥିବା କାର୍ଯ୍ୟ ପୂରଣ କରିବା ପାଇଁ ଚେଷ୍ଟା କରିବେ। ଭୂମି ବା ଭବନ କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-

ବ୍ୟବସାୟରେ ଲକ୍ଷପ୍ରତି ଯଥାର୍ଥବାଦୀ ହୋଇ ଭାଗୀଦାରୀଙ୍କ ସହିତ ଲାଗିରହିଥିବା ବିବାଦ ବା ମତଭେଦର ନିରାକରଣ କରି ପାରିବେ। ଧନ ସମ୍ବନ୍ଧୀୟ ମାମଲାରେ ବିବେକ ଦ୍ଵାରା ବିଚାର କଲେ ଲାଭ ମିଳିବ। ଲୋକମାନଙ୍କ ସହିତ ମିଳିମିଶି କାମ କରି ପାରିଲେ ହସଖୁସିରେ ସମୟ ବ୍ୟତୀତ ହେବ। ପ୍ରିୟଜନ ଓ ପରିବାର ସଦସ୍ୟ ଆପଣଙ୍କ ନିକଟତର ହେବା ଫଳରେ ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସରେ ଭରପୁର ହେବ। ପ୍ରେମପ୍ରସଙ୍ଗରେ ସଫଳତା ମିଳିବା ସହ ସୁଖଶାନ୍ତି ମିଳିବ। କର୍ମକ୍ଷେତ୍ରରେ ପ୍ରତିସ୍ପର୍ଦ୍ଧା ଓ ଦ୍ଵେଷର ସାମ୍ନା କରିବାକୁ ପଡିପାରେ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-

ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ। ପ୍ରଚୁର ଅର୍ଥ ଲାଭ ହେବା ଫଳରେ ପରିସ୍ଥିତି ବଦଳିଯିବ। ଭୌତିକ ଐଶ୍ଵର୍ଯ୍ୟ ସାଧନରେ ବୃଦ୍ଧି ହେବ।  ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କ ଦ୍ୱରା ବହୁ ସୁବିଧା ସୁଯୋଗ ପାଇବେ। ପାରିବାରିକ ଜୀବନରେ ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବା ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଥିଲେ ମେଣ୍ଟିଯିବ। ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ। ପ୍ରେମକ୍ଷେତ୍ରରେ ସଫଳ ହେବେ। ଛାତ୍ରଛାତ୍ରୀ ମାନଙ୍କର ଉଚ୍ଚଶିକ୍ଷା ପାଇଁ ଆଗ୍ରହ ବୃଦ୍ଧି ପାଇବା ସହ ପଢାପଢିରେ ମନଯୋଗ ଦେବେ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ବିଚ୍ଛା:-

ପାରିବାରିକ ଜୀବନରେ ସାମାନ୍ୟ ସୁଧାର ଆସିବ। ପରିବାର ତଥା କୁଟୁମ୍ବରେ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଖର୍ଚ୍ଚାନ୍ତ ହେବେ। ଭୋଗବିଳାସକୁ ତୁଛମଣି ଅର୍ଥ ଉପାର୍ଜନରେ ଏକନିଷ୍ଠ ହେଲେ ସମ୍ମାନ ପାଇବେ। ପ୍ରେମପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ। କର୍ମକ୍ଷେତ୍ରରେ ଲୋକଙ୍କୁ ନିଜର କରି ପାରିବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। କୌଣସି ନୂତନ ବନ୍ଧୁଙ୍କ ସହିତ ଭେଟ ହେବ। ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ହେବ। ପଡୋଶୀମାନେ ସ୍ଵାର୍ଥ ହାସଲ କରିବା ପାଇଁ ବାକ୍ ଚତୁରୀ କଥା କହି କାର୍ଯ୍ୟ ପୂରଣ କରିବେ।  ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-

ନିଜର ବୁଦ୍ଧିମତା କାରଣରୁ କାମ ହାସଲ କରି ପାରିବେ। ଅଫିସର, ସହକର୍ମୀ ଓ ମିତ୍ରମାନେ କାମର ପ୍ରଶଂସା କରିବେ। ପ୍ରିୟ ଲୋକମାନଙ୍କ ସହିତ ସମ୍ବନ୍ଧ ଓ ସମ୍ପର୍କ ସ୍ଥାପନ ହେବ। ଅଧିକ ପରିଶ୍ରମ କରି ଅର୍ଥ ଲାଭ କରିବେ। ବହୁତ ଦିନରୁ ଲାଗିଥିବା ଚିନ୍ତା ଓ ବିବାଦରୁ ମୁକ୍ତି ମିଳିବ। କୌଣସି ନୂଆ ପ୍ରୋଜେକ୍ଟ ଆରମ୍ଭ କରିପାରିବେ। ଲକ୍ଷପ୍ରତି ଯଥାର୍ଥବାଦୀ ହେବେ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହୋଇ କର୍ମକ୍ଷେତ୍ରରେ ବହୁ ସୁବିଧା ସୁଯୋଗ ପାଇବେ। ପ୍ରେମ କ୍ଷେତ୍ରରେ ସଫଳ ହେବେ। ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବେ। ଶିକ୍ଷା କ୍ଷେତ୍ରରେ ମନଯୋଗ ଦେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-

ସାମାଜିକ କ୍ଷେତ୍ରରେ ଅନ୍ୟର ଉପକାର କରି ପ୍ରଶଂସିତ ହେବେ। ପୁରାତନ ରୋଗର ଉପଶମ ହୋଇ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ପୈତୃକ ସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦର ଅବସାନ ହୋଇ ପାରେ। ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବା ଫଳରେ ପଦନ୍ନୋତି, ସ୍ଥାନପରିବର୍ତ୍ତନ, ବିନା ପରିଶ୍ରମରେ ଧନପ୍ରାପ୍ତି ହେବ। ବ୍ୟବସାୟରେ ନୂତନ ଧାରା ଖୋଲି ସ୍ୱଳ୍ପ ଲାଭ ଦ୍ୱାରା ଆର୍ଥିକ ଉନ୍ନତି ହେବ। ପାରିବାରିକ କ୍ଷେତ୍ରରେ କୌଣସି ଶୁଭ ସମାଚାର ଶୁଣିବାକୁ ମିଳିବା ସହ ଶାନ୍ତି ଶୃଙ୍ଖଳା ଦେଖାଦେବ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ମନ ଯୋଗ ଦେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-

କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ ଫଳରେ ପ୍ରଶଂସିତ ହେବେ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରି ପ୍ରଚୁର ଲାଭ କରିବେ। ନୂତନ ବ୍ୟବସାୟଆରମ୍ଭ, ଯାନ, ବାହନ, ଜାଗା, ଜମି, ଗୃହପୋକରଣ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରିବେ। ଆର୍ଥିକସ୍ଥିତି ଆବଶ୍ୟକ ଠାରୁ ଅଧିକ ବିସ୍ତାରିତ ହେବ ଓ ଋଣ ଭାରରୁ ମୁକ୍ତି ପାଇବେ। ଧୈର୍ଯ୍ୟ ଓ ସାହସ ଦ୍ଵାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ଛାତ୍ରଛାତ୍ରୀମାନେ ହସ ଖୁସିରେ ସମୟ କଟାଇବେ।ପାରିବାରିକ କ୍ଷେତ୍ରରେ ସୁଖ ସମ୍ପତ୍ତି ଲାଭ ହୋଇ ମାନସିକ ଶାନ୍ତି ମିଳିବ। ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ପୂର୍ଣ ହୋଇଯିବ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ମୀନ:-

ସାମାଜିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ। ଶାରିରୀକ ଅସୁସ୍ଥତା ଦୂରହେବ। ଛାତ୍ର ଛାତ୍ରୀମାନଙ୍କର ଉଚ୍ଚବିଦ୍ୟା ଅଧ୍ୟୟନ ପାଇଁ ଶୁଭ ସମାଚାର ପାଇ କଷ୍ଟ ଦୂର ହେବ। ଆର୍ଥିକସ୍ଥିତି ଅସନ୍ତୋଷପ୍ରଦ ହେବ। ପରିବାର ଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ। ବୃତ୍ତିଗତ ଦୃଷ୍ଟିରୁ ସମୟ ଅତ୍ୟନ୍ତ ଶୁଭ ଥିବାରୁ ସ୍ୱାର୍ଥ ପ୍ରବୃତ୍ତିର ଶୀକାର ହୋଇ ଆୟର ସ୍ରୋତ ବୃଦ୍ଧି ହେବ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ। ପାରିବାରିକ କ୍ଷେତ୍ରରେ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ପାଇ ହସଖୁଶିର ବାତାବରଣ ସୃଷ୍ଟି ହେବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!