ଦୈନିକ ରାଶିଫଳ: 25 ଜାନୁୟାରୀ 2023, ଶ୍ରୀ ଗଣେଶଙ୍କ କୃପା ରହିବ ଏହି 5ଟି ରାଶି ଉପରେ, ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୩ମସିହା, ଜାନୁୟାରୀ ମାସ ୨୫ତାରିଖ, ବୁଧବାର, ମକରମାସ ୧୨ଦିନ, ମାଘମାସ, ଶୁକ୍ଳପକ୍ଷ, ଚତୁର୍ଥୀତିଥି ଦିବା ୧୨ଟା ୩୪ମିନିଟ୍ ପରେ ପଞ୍ଚମୀତିଥି, ପୂର୍ବଭାଦ୍ର ନକ୍ଷତ୍ର, କୁମ୍ଭ ରାଶିରେ ଚନ୍ଦ୍ର । ପରିଘଯୋଗ ସନ୍ଧ୍ୟା ୬ଟା ୧୪ମିନିଟ୍ ପରେ ଶିବ ଯୋଗ । ବିଷ୍ଟିକରଣ ଦିବା ୧୨ଟା ୩୪ମିନିଟ୍ ପରେ ବବ କରଣ । କର୍କଟ ରାଶିର ଘାତବାର । ମିଥୁନ, ମୀନ ରାଶିର ଘାତଚନ୍ଦ୍ର ଦିବା ୨ଟା ୩୦ମିନିଟ ପରେ ଧନୁ ରାଶିର ଘାତଚନ୍ଦ୍ର । ନିଷେଧଖାଦ୍ୟ-ମୂଳା ନ ଖାଇଲେ ଭଲ ଦିବା ୧୨ଟା ୩୪ମିନିଟ୍ ପରେ ବେଲ, ପଣସ ନ ଖାଇଲେ ଭଲ । ଯୋଗିନୀ- ନୈଋତେ ଦିବା ୧୨ଟା ୩୪ମିନିଟ୍ ପରେ ଦକ୍ଷିଣେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ଚତୁର୍ଥୀର ଏକୋଦ୍ଦିଷ୍ଟ ଏବଂ ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୯ଟା୧୩ମିନିଟ୍ ରୁ ୧୦ଟା ୩୬ମିନିଟ୍, ଦିବା ୧୧ଟା ୫୮ମିନିଟ୍ ରୁ ୧ଟା ୨୧ମିନିଟ୍, ରାତ୍ରି ୩ଟା ୧୩ମିନିଟ୍ ରୁ ୪ଟା ୫୦ମିନିଟ୍ । ଶୁଭସମୟ- ପ୍ରାତଃ ୬ଟା ୨୭ମିନିଟ୍ ରୁ ୭ଟା ୫୫ମିନିଟ୍, ଦିବା ୧୦ଟା ୩୬ମିନିଟ୍ ରୁ ୧୧ଟା ୩୬ମିନିଟ୍, ଦିବା ୧ଟା ୪୯ମିନିଟ୍ ରୁ ୪ଟା ୪୬ମିନିଟ୍, ସନ୍ଧ୍ୟା ୬ଟା ୨୨ମିନିଟ୍ ରୁ ୧୦ଟା ୪୧ମିନିଟ୍, ରାତ୍ର୨ଟା ୮ମିନିଟ୍ ରୁ ୩ଟା ୧୩ମିନିଟ୍, ରାତ୍ର ୪ଟା ୫୦ମିନିଟ୍ ରୁ ୬ଟା ୨୭ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ଶତୃମାନେ ବିପଦରେ ପକେଇବାକୁ ଚେଷ୍ଟା କରି ବିଫଳ ହେବେ । ବ୍ୟବସାୟ କ୍ଷେତ୍ର ପ୍ରସାରିତ ହେବା ଫଳରେ ଆଶାତୀତ ଲାଭପାଇବେ । କୃଷିଜୀବୀମାନେ ନୂତନ ଯୋଜନା ପ୍ରସ୍ତୁତ କରିବେ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । ବିଦ୍ୟାର୍ଥୀମାନେ ବାଦବିବାଦ ପରୀକ୍ଷା ପ୍ରତିଯୋଗିତାରେ ଦୁଇଗୁଣ ଉତ୍ସାହ ସହ ଆଗେଇଯିବେ ଓ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ବୃଷ:-ଶରୀର ଭଲ ରହିବା ସହ ମାନସିକ ଶାନ୍ତି ଅନୁଭବ କରିବେ । କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ ଓ ନିଷ୍ଠାର ସହ ପରିଶ୍ରମ ଫଳରେ କର୍ମକ୍ଷେତ୍ରରେ ସମ୍ପୂର୍ଣ୍ଣ ଲାଭ ପାଇବେ । ବ୍ୟବସାୟିକ ଗତିବିଧି ଉତ୍ତମ ଭାବରେ ଚାଲିବା ଯୋଗେ ଲାଭବାନ୍ ହେବେ । ଧନସମ୍ପଦ, ବସ୍ତ୍ରଭୂଷଣ ଆଦି ଲାଭହେବ । ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭ କରି ପାରିବେ । ସାମାଜିକ ଜୀବନରେ ନୂତନ ଗୁରୁଦାୟିତ୍ୱ ଗ୍ରହଣ କରିବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ମିଥୁନ:-ସହକର୍ମୀମାନେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ । ପାରିବାରିକ ସମସ୍ୟା ଦୂରହୋଇ ଉଚ୍ଚ ଆଶାରେ ଆଗେଇବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ । ଅନ୍ୟକୁ ନିଜ ସହ ତୁଳନା କରି ମାନସିକ ଶାନ୍ତି ଅନୁଭବ କରିବେ । ପୁରାତନ ରୋଗପ୍ରତି ସାବଧାନ ରହିଲେ ଭଲ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ସାମ୍ବାଦିକତାରୁ ଲାଭ ଓ ଶୁଭ ସମାଚାର ମିଳିବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ପାଖ ପଡୋଶୀଙ୍କ ସହିତ ସମ୍ପର୍କ ବୃଦ୍ଧି ହୋଇ ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ପାରିବାରିକ ପରିସ୍ଥିତି ଠିକ୍ ରହିବା ସହ ଘର ପରିବାରକୁ ପ୍ରାଥମିକତା ଦେବେ । ଆଚାର ଓ ବ୍ୟବହାରରେ ଶାନ୍ତ ହୋଇ କାର୍ଯ୍ୟ କରି ନିଅନ୍ତୁ । ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-ପରିବାରର ସମସ୍ତ ସଦସ୍ୟଙ୍କର ସହଯୋଗ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହେବ । ଅଟକିଥିବା କାର୍ଯ୍ୟ ପୁନରାୟ ଚାଲୁ କରିବେ । ନୂତନ ବନ୍ଧୁଙ୍କ ସାହାଯ୍ୟରେ ନୂତନ ଯୋଜନା ପ୍ରସ୍ତୁତ କରି ଲାଭବାନ୍ ହେବେ ଓ ଆୟ ବୃଦ୍ଧି ପାଇବ । ମାନସମ୍ମାନ ବୃଦ୍ଧି, ବିଦ୍ୟାରେ ଉନ୍ନତି, ଉଚ୍ଚ ଶିକ୍ଷାର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ । ନୂତନ ମିତ୍ର ଲାଭ ହେବେ । ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ ।

କନ୍ୟା:-ସୁଖ, ସମ୍ପତ୍ତି ଲାଭ ଓ ସାହାଯ୍ୟ ପ୍ରାପ୍ତି ହେବ । ଅଧିକ ପରିଶ୍ରମ ତୁଳନାରେ ଅଧିକ ପାରିଶ୍ରମିକ ଆଦାୟର ପ୍ରଚେଷ୍ଟା ଚଳାଇବେ । ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଆର୍ଥିକ ଦିଗରୁ ସୁବିଧା ପାଇବେ । ପାରିବାରିକ କ୍ଷେତ୍ରରେ ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚ ସମ୍ମାନ ପାଇବେ । ସାମାଜିକ ପତିଆରା ଅମଳିନ ରହିବ । ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ । ଘରର କେହି ଉନ୍ନତିର ବିଶେଷ ସ୍ତରକୁ ଉଠିଯିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ତୁଳା:-ସମାଜ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗୀକୃତ କରିବେ । ଅଟକିଥିବା କାର୍ଯ୍ୟ କୌଣସି ଏକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ ପୂରଣ ହେବ । ପରିଜନଙ୍କ ସମ୍ବନ୍ଧିତ ଶୁଭ ସମାଚାର ପାଇବେ । ଭାଗୀଦାରି ବ୍ୟବସାୟରେ ଲାଭବାନ୍ ହେବେ । ଗଠନମୂଳକ କାର୍ଯ୍ୟପ୍ରତି ଆଗ୍ରହ ବଢ଼ିବ । ଆୟ ଉପାର୍ଜନରେ ବାଧା ନାହିଁ । ସମସ୍ତ କାର୍ଯ୍ୟ ମନଇଛା ଅନୁସାରେ ସମ୍ପନ୍ନ ହେବ । ବାହାର ଯାତ୍ରାରେ ସଫଳ ହେବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ବିଚ୍ଛା:-ବାଦବିବାଦ, ପରୀକ୍ଷା, ପ୍ରତିଯୋଗୀତା ଓ ମାଲିମୋକଦ୍ଦମାରେ କୃତକାର୍ଯ୍ୟ ହେବେ । ପାରିବାରିକ ସ୍ତରରେ ଭୁଲ ବୁଝାମଣାର ସମାଧାନ ହୋଇ ଉନ୍ନତିମୂଳକ ପଦକ୍ଷେପ ନେବେ । କର୍ମକ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତାପୂର୍ଣ୍ଣ ହେବ । ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ । କୃଷିଜିବୀମାନେ ଅନେକ ଦିଗରୁ ଲାଭବାନ୍ ହେବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ଧନୁ:-ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ଓ ସାକ୍ଷାତରେ ଉନ୍ନତି ହେବ । ବକେୟା ଅର୍ଥ କିଛି ମିଳିବ । ଅଭାବ ଅନାଟନ ଦୂର ହୋଇ ସ୍ଥିତି ସନ୍ତୋଷ ପ୍ରଦ ହେବ । ବ୍ୟବସାୟ ପ୍ରସାର ଫଳରେ ବିଶେଷ ଲାଭବାନ୍ ହେବେ । ପିଲାମାନଙ୍କ କାର୍ଯ୍ୟରେ ଉନ୍ନତି ହେବ । ଦେଇଥିବା ଧନ ଫେରି ପାଇବା ଫଳରେ ଆର୍ଥିକ ସ୍ଥିତିର ସୁଦୃଢ଼ ହେବ । ଜ୍ଞାନଗବେଷଣା ସ୍ତରରେ କୃତକାର୍ଯ୍ୟ ହୋଇ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।

ମକର:-ବ୍ୟବସାୟରେ ଶତୃମାନେ ଦୂରେଇ ଯିବେ ଓ ଉନ୍ନତି ହେବାସହ ଗୃହବାହାନ ପ୍ରାପ୍ତି ହେବ । କୌଣସି ଶୁଭ କାର୍ଯ୍ୟରେ ଯୋଗ ଦେଇ ହସଖୁସିରେ ସମୟ ବିତାଇବେ । ମାନସିକ ଅସ୍ଥିରତା ଦୂର ହେବ । ଆର୍ଥିକ ଦିଗରୁ ସୁବିଧା ସହଯୋଗ ମିଳିବ । ପୈତୃକ ସମ୍ପତ୍ତି ପ୍ରାପ୍ତି ହେବ । ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟ ଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍, ଆଡମ୍ବରରେ ଆନନ୍ଦିତ ହେବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କୁମ୍ଭ:-ମାନସିକ ଦୁଶ୍ଚିନ୍ତା, ଋଣଭାର, ଶତ୍ରୁବାଧା ଦୂରେଇ ଯିବ । ବିଦ୍ୟାର୍ଥିମାନେ ଉଚ୍ଚଶିକ୍ଷା ପାଇଁ ଚେଷ୍ଟିତ ହେବେ ଓ ବିଶେଷ ଉପକୃତ ହେବେ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ । ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ । ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ ।

ମୀନ:-ପରିବାରର ସଦସ୍ୟଙ୍କ ସମ୍ବନ୍ଧ ଦୃଢ ହେବ । କଳା, ସାହିତ୍ୟ ଓ ସଭାସମିତିରେ ସଫଳତା ହାସଲ କରିବେ । କିଛି ଏମିତି ଲୋକଙ୍କ ସହିତ ମିଳନ ହେବ ଯେ ସେମାନେ ବିକାଶ ଧାରାରେ ସାମିଲ ହେବେ । ସତର୍କତା ଅବଲମ୍ବନ ନକଲେ ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଘଟିବ । କର୍ମକ୍ଷେତ୍ରରେ ଯେତିକି ପାଇବା କଥା ସେତିକି ହିଁ ପାଇବେ । ଅତିରିକ୍ତ ଆୟର ଦରକାର ଅନୁଭବ ହେବ । ପ୍ରତିକାର:- କଦଳୀଗଛ ମୂଳରେ ଗୁଡ଼ଟିକେ ଥୋଇ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!