ଦୈନିକ ରାଶିଫଳ: ୨୪ ମାର୍ଚ୍ଚ ୨୦୨୦, ମା ମଙ୍ଗଳାଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆକସ୍ମିକ ଧନଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ମାର୍ଚ୍ଚ ମାସ ୨୪ତାରିଖ, ମଙ୍ଗଳବାର, ମୀନ ମାସ ୧୧ ଦିନ, ଚୈତ୍ର ମାସ, କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ଉତ୍ତରଭାଦ୍ରପଦ ନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର। ମକର ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର। ଆମିଷ ନ ଖାଇଲେ ଭଲ। ଶୁଭସମୟ ସକାଳ ୮ଟା ୫୨ମିନିଟ୍ ରୁ ୧୦ଟା ୪୦ମିନିଟ୍, ଦିବା ୧ଟା ୬ମିନିଟ୍ ରୁ ୧ଟା ୨୨ମିନିଟ୍, ଦିବା ୪ଟା ୨୫ମିନିଟ୍ ରୁ ୫ଟା ୭ମିନିଟ୍, ସନ୍ଧ୍ୟା ୫ଟା ୫୬ମିନିଟ୍ ରୁ ୬ଟା ୪୨ମିନିଟ୍, ରାତ୍ର ୯ଟା ୫ମିନିଟ୍ ରୁ ୧୧ଟା ୨୮ମିନିଟ୍। ପର୍ବଦିନ ମଧୁ ଅମାବାସ୍ୟା, ମା ମଙ୍ଗଳା ଓ ମା ତାରା ତାରିଣୀଙ୍କ ତୃତୀୟ ପାଳି ଯାତ୍ରା, ବାସନ୍ତିକ ନବରାତ୍ର ଦୂର୍ଗାପୂଜା ଆରମ୍ଭ, ଗୋ ସହସ୍ରି ଗଙ୍ଗାସ୍ନାନ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ସମାଜସେବାରେ ସ୍ଵନାମ ଅର୍ଜନ କରି ପାରିବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ। ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ। ଲୋକମାନଙ୍କ ସହିତ ମିଳିମିଶି କାମ କରିପାରିବେ। ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ। ଶତୃଙ୍କ ସହିତ ମୁକାବିଲା କରିପାରିବେ। ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ। କାର୍ଯ୍ୟଦକ୍ଷତା ହେତୁ ପଦାଧିକାରୀ ମାନଙ୍କ ନିକଟରୁ ପ୍ରଶଂସା ପାଇବେ। ଧନ ସମ୍ବନ୍ଧୀୟ ମାମଲାରେ ବୁଦ୍ଧି ବିବେକ ଦ୍ଵାରା ବିଚାର କଲେ ଲାଭ ମିଳିବ। ପରିଶ୍ରମ କରି ଅର୍ଥ ଲାଭ ହେଲେ ମଧ୍ୟ ଅଧିକ ବ୍ୟୟ କରିବାକୁ ବାଧ୍ୟ ହେବେ। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।

ବୃଷ:-

ସ୍ଵାସ୍ଥ୍ୟରେ ଉନ୍ନତି, ମାନସିକ ସ୍ଥିରତା ଦେଖା ଦେବ। ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସି ହେବେ। ପିଲାମାନେ ପରୀକ୍ଷାରେ ଲକ୍ଷପ୍ରତି ଯଥାର୍ଥବାଦୀ ହେବେ। ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଅଳ୍ପ ପ୍ରୟାସରେ ପୂର୍ଣ ହୋଇଯିବ। ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରି ପାରିବେ। କୌଣସି ବରିଷ୍ଠ ରାଜନେତା ବା ଅଧିକାରୀ ଦେଖା ହୋଇ ପାରନ୍ତି। ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଅଭିଳଷିତ ଜିନିଷ କ୍ରୟ କରି ପାରନ୍ତି। ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ବୃଦ୍ଧି ହେବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-

ଶାରୀରିକ କ୍ଷେତ୍ରରେ ଉନ୍ନତି ହେବ। ଆୟ ବୃଦ୍ଧି ହେବା ଫଳରେ ଆର୍ଥିକ ଉନ୍ନତି ହେବା ସହ ଗୃହବାହାନ ପ୍ରାପ୍ତି ହେବ। ନୂତନ କାର୍ଯ୍ୟକିଛି ଶୁଭାରମ୍ଭ କରି ପାରନ୍ତି। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ କର୍ମକ୍ଷେତ୍ରରେ ଉନ୍ନତି କରି ପାରିବେ। ବ୍ୟବସାୟରେ ଉଚିତ୍ ଲାଭ ପ୍ରାପ୍ତ ହେବା ସହ କୌଣସି ନୂଆ ପ୍ରୋଜେକ୍ଟ ଆରମ୍ଭ କରି ପାରିବେ। ରାଜନୈତିକ କ୍ଷେତ୍ରର ସୁଖ ସୌଭାଗ୍ୟ ତଥା ଯଶ ପ୍ରସିଦ୍ଧି ଆଶା କରି ହେବ। ବାଦବିବାଦ, ମାଲିମୋକଦ୍ଦମା ଖେଳ, କୁଦ, ପ୍ରତିଯୋଗିତାରେ ବିଜୟୀ ହେବେ। ବିଦ୍ୟା କ୍ଷେତ୍ରରେ ନିଜର ରଚନାତ୍ମକ କ୍ଷମତା ବଢିବା ଫଳରେ ପ୍ରଶଂସା ପାଇବେ। ପ୍ରତିକାରମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

କର୍କଟ:-

ବନ୍ଧୁ ମିତ୍ରଙ୍କ ଆଗମନ ହେବା ସହ ଘନିଷ୍ଠ ବ୍ୟକ୍ତିଙ୍କ ସହିତ ଭେଟ ହେବ। କର୍ମକ୍ଷେତ୍ରରେ ସୁଧାର ଆସିବ। ଲୋକଙ୍କ ପ୍ରତି ଉଦାର ଓ ଦୟାଳୁ ପ୍ରବୃତି ଜାଗ୍ରତ ହେବ। ପ୍ରିୟଜନ ଓ ପରିବାର ସଦସ୍ୟ ଆପଣଙ୍କ ନିକଟତର ହେବା ଫଳରେ ଆତ୍ମବିଶ୍ଵାସ ବୃଦ୍ଧି ପାଇବ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ମିତ୍ରମାନଙ୍କ ଦ୍ଵାରା ଲାଭ ପାଇବେ। ସାହିତ୍ୟ, କଳା କ୍ଷେତ୍ରରେ ଆଗ୍ରହ ବଢିବ। ଅତ୍ୟଧିକ ପରିଶ୍ରମ ଓ ଅନିଦ୍ରାଜନିତ ରୋଗପ୍ରତି ସାବଧାନ ରହିବା ଉଚିତ୍। ପୂର୍ବରୁ ଆରମ୍ଭ ହୋଇଥିବା କାର୍ଯ୍ୟ ପୁରଣରେ ବିଳମ୍ବ ହୋଇ ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ସିଂହ:-

ପାରିବାରିକ ଜୀବନରେ ସୁଧାର ହେବ। ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା, ରାଗରୁଷା, ମାନଅଭିମାନ, କଳହ ଇତ୍ୟାଦି ଅଳ୍ପ ବହୁତ ଦେଖାଦେଲେ ମଧ୍ୟ କୁ ପ୍ରଭାବ ପଡିବ ନହିଁ। କର୍ମକ୍ଷେତ୍ରରେ ନାନା ପ୍ରକାର ସଂଘର୍ଷ ମଧ୍ୟରେ ବାଟ ଚାଲିବେ। ବ୍ୟବସାୟ କ୍ଷେତ୍ରରେ ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତା ପୂର୍ଣ୍ଣ ହେବ। ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେଲେ ବି ବଡନେତାଙ୍କୁ ସନ୍ତୁଷ୍ଟ କରିବା କାଠିକର ପାଠ ହେବ। ଶତୃଙ୍କଠାରୁ ଦୂରେଇ ନରହିଲେ ମନସ୍ତାପ ବଢିଯିବ। କୋର୍ଟ କଚେରୀ ମାମଲାରେ ଜିଦରୁ ନିବୃତ ହେବା ଶ୍ରେୟସ୍କର ହେବ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-

ବ୍ୟବସାୟ ବଢାଇବାରେ ସମର୍ଥ ହେବେ ଓ ପ୍ରଚୁର ଲାଭ ହେବ। ରାଜନୀତିରେ ତଳ ମହଲରୁ ଆଶାତୀତ ଲାଭ ପାଇବେ। ମାଲିମୋକଦ୍ଦମା କୋର୍ଟକଚେରୀ ମାମଲାର ସମାଧାନ ହୋଇ ଯିବ। ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ବିବାହ, ଚାକିରୀ ଇତ୍ୟାଦି ସଂପୂର୍ଣ୍ଣ ହେବ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ। ଚାକର, ବାହନ ଓ ଭୌତିକ ଐଶ୍ଵର୍ଯ୍ୟ ସାଧନରେ ବୃଦ୍ଧି ହେବ। ବନ୍ଧୁ ମିତ୍ରଙ୍କର ପ୍ରେରଣା ଓ ଆର୍ଥିକ ସହାୟତାରେ ଲୋକଙ୍କୁ ନିଜର କରି ପାରିବେ। କର୍ମକ୍ଷେତ୍ରରେ କୌଣସି ଶୁଭ ସମାଚାର ଶୁଣିବେ ଓ ହସ ଖୁସିରେ ସମୟ ବ୍ୟତୀତ ହେବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-

ସ୍ଵାସ୍ଥ୍ୟରେ ସୁଧାର ଆସିବ। କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇବେ। ହୋଇପାରୁ ନଥିବା କାମକୁ ଧୈର୍ଯ୍ୟ ଓ ସାହସ ଦ୍ଵାରା କରି ଦେଖାଇବେ। କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ। ଜାଗା, ଜମି, ଗୃହ ବାହନ ଆଦି କ୍ରୟ କରି ପାରିବେ। ଅଚାନକ ଭାବରେ ଦୂରଯାତ୍ରା କରି ପାରନ୍ତି। ମନୋରଞ୍ଜନ କାର୍ଯ୍ୟ କ୍ରମରେ ଯୋଗଦେଇ କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ। କାର୍ଯ୍ୟକ୍ଷେତ୍ରରେ ସମ୍ବନ୍ଧ ଓ ସମ୍ପର୍କରେ ସୁଖ ଶାନ୍ତି ବୃଦ୍ଧି ହୋଇ ଯଶ ଓ ସମ୍ମାନ ବଢିବ। ନିଜ ପରିଶ୍ରମରେ ସଫଳତା ପାଇବେ। ପ୍ରତିକାରମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ବିଚ୍ଛା:-

ନିଜର କାର୍ଯ୍ୟବ୍ୟସ୍ତତା ଯୋଗୁ ସମୟ ପାଇବେ ନାହିଁ। ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ। ବ୍ୟବସାୟରେ ଉତ୍ଥାନ-ପତ୍ତନର ସମ୍ମୁଖୀନ ହୋଇ ପାରନ୍ତି। ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ। ଦୀର୍ଘ ସମୟରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ମେଣ୍ଟିବା ପାଇଁ ଚେଷ୍ଟା କାଲେ ସଫଳତା ପ୍ରାପ୍ତି ହେବ। କିଛି ନୂତନ କର୍ମ ଆରମ୍ଭ କଲେ ସମ୍ପର୍କୀୟଙ୍କଠାରୁ ପ୍ରଶଂସା ପାଇବେ। ପରିବାରର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। ଆଚାର ଓ ବ୍ୟବହାରରେ ଶାନ୍ତ ହୋଇ କାର୍ଯ୍ୟ କରି ନିଅନ୍ତୁ। ପ୍ରତିକାରଘରୁ ବହାରିବା ସମୟରେ ମିଠାଦହି ଖାଇ ବାହାରନ୍ତୁ।

ଧନୁ:-

ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ। ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ଜୀବନସାଥିଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ। ରାଜନୀତି କ୍ଷେତ୍ରରେ ଲୋକଙ୍କ ସମ୍ପର୍କରେ ରହିବେ, ସେଥିପାଇଁ ଇଣ୍ଟରନେଟ୍ ଠାରୁ ଆରମ୍ଭ କରି ଫୋନ୍ ସବୁ କାରବାର କରି ପାରନ୍ତି। ଧନ ଲାଭହେବା ସହିତ କର୍ତ୍ତବ୍ୟ ଦାଇତ୍ଵ ବଢିଯିବ। କୌଣସି କାର୍ଯ୍ୟକ୍ରମରେ ସମ୍ମାନିତ ହେବେ। ବ୍ୟବସାୟ ସୂତ୍ରରୁ ବହୁତ ଲାଭ ଉଠାଇ ପାରିବେ। ଘର ପରିବାରକୁ ପ୍ରାଥମିକତା ଦେବେ। ପାଖ ପଡୋଶୀଙ୍କ ସହିତ ସମ୍ପର୍କ ବୃଦ୍ଧି ହେବ। ପ୍ରତିକାର ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମକର:-

ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ଶତୃମାନେ ପରାଜିତ ହେବେ। ବ୍ୟବସାୟରେ ଉନ୍ନତି ସହ ଲାଭପ୍ରାପ୍ତି ହେବ। ବିଭିନ୍ନ ବିଭାଗୀୟ ପରୀକ୍ଷା ଦେବାର ସୁଯୋଗ ପାଇବେ। ପାରିବାରିକ କ୍ଷେତ୍ରରେ ମାନସିକ ଶାନ୍ତି ମିଳିବ। ଅଧିକାରୀ କାମରେ ପ୍ରସନ୍ନ ରହିବେ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ଦାମ୍ପତ୍ୟ ସୁଖରେ ସୁଖୀ ହେବେ। ଉନ୍ନତି କରିବା ପାଇଁ ବହୁତ ଭଲ ପାଉଥିବା ଲୋକ ଓ ଶୁଭଚିନ୍ତକ ମାନେ ସାହାଯ୍ୟ କରିବେ। ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ ନକଲେ ସାମାନ୍ୟ ଅସୁବିଧା ଘଟି ପାରେ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

କୁମ୍ଭ:-

ଭାଇ ବନ୍ଧୁମାନେ କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ। ଚେଷ୍ଟା କଲେ କାହାକୁ ଦେଇଥିବା ଧନ ମିଳି ଯିବ। ଶତୃମାନେ ଦୂରେଇ ଯିବେ। ବିବାହ ସମ୍ବନ୍ଧୀୟ କଥାବାର୍ତ୍ତା ଆଗକୁ ବଢିବ। ନିଜର ଦକ୍ଷତା ଲୋକମାନଙ୍କୁ ପ୍ରଭାବିତ କରିବ। ପରିବାରର ସଦସ୍ୟଙ୍କ ସମ୍ବନ୍ଧ ଦୃଢ ହେବ। ମାଲିମୋକଦ୍ଦମାରେ ସଫଳତା ମିଳିବ। ପିଲାମାନଙ୍କ ପାଠପଢା ନେଇ ଥିବା ଚିନ୍ତା ଦୂରେଇ ଯିବ। ଅପେକ୍ଷା କରିଥିବା କାମର ଶୁଭସୂଚନା ମିଳିବ। ଅତିରିକ୍ତ ଆୟର ଦରକାର ଅନୁଭବ ହେବ। ବାକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବାରୁ ସନ୍ତୁଷ୍ଟି ମିଳିବ। ପ୍ରତିକାର ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମୀନ:-

ସମସ୍ତ ସମସ୍ୟାର ସମାଧାନ କରି ସତ୍ୟର ସାମ୍ନା କରିବାକୁ ପଡିବ। ମାଆ ବାପା ଓ ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବେ କିନ୍ତୁ ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ। କର୍ମକ୍ଷେତ୍ରରେ ଯେତିକି ପାଇବା କଥା ସେତିକି ହିଁ ପାଇବେ। କଳା, ସାହିତ୍ୟ ଓ ସଭାସମିତିରେ ସଫଳତା ହାସଲ କରିବେ। କିଛି ଏମିତି ଲୋକଙ୍କ ସହିତ ମିଳନ ହେବ ଯେ ସେମାନେ ବିକାଶ ଧାରାରେ ସାମିଲ ହେବେ। ଗୃହରେ ଶୁଭ କାର୍ଯ୍ୟର ସମାଧାନ ହୋଇ ପାରେ। କୌଣସି ମହିଳାଙ୍କ ସାହାଯ୍ୟ ଦ୍ଵାରା ପରିବାରରେ ଶାନ୍ତି ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!