ଦୈନିକ ରାଶିଫଳ: 24 ଡିସେମ୍ବର 2022, ମା’ ସନ୍ତୋଷୀଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଡିସେମ୍ବର ମାସ ୨୪ତାରିଖ, ଶନିବାର, ଧନୁମାସ ୯ଦିନ, ପୌଷମାସ, ଶୁକ୍ଳପକ୍ଷ, ପ୍ରତିପଦାତିଥି ଦିବା ୧୨ଟା ୬ମିନିଟ୍ ପରେ ଦ୍ଵିତୀୟାତିଥି, ପୂର୍ବାଷାଢା ନକ୍ଷତ୍ର, ଧନୁରାଶିରେ ଚନ୍ଦ୍ର । ବୃଦ୍ଧିଯୋଗ ସକାଳ ୯ଟା ୨୬ମିନିଟ୍ ପରେ ଧୃବଯୋଗ । ବବ କରଣ ଦିବା ୧୨ଟା ୬ମିନିଟ୍ ପରେ ବାଳବ କରଣ । ବୃଷ, ସିଂହ, କନ୍ୟା ରାଶିର ଘାତବାର । ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର । ପାଣିକଖାରୁ ନ ଖାଇଲେ ଭଲ ଦିବା ୧୨ଟା ୬ମିନିଟ୍ ପରେ ବୋଇତିକଖାରୁ ନ ଖାଇଲେ ଭଲ । ଯୋଗିନୀ- ପୂର୍ବେ ଦିବା ୧୨ଟା ୬ମିନିଟ୍ ପରେ ଉତ୍ତରେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ପ୍ରତିପଦାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ ଏବଂ ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ପ୍ରାତଃ ୬ଟା ୨୧ମିନିଟ୍ ରୁ ୭ଟା ୪୨ମିନିଟ୍, ଦିବା ୧ଟା ୭ମିନିଟ୍ ରୁ ୨ଟା ୨୮ମିନିଟ୍, ଦିବା ୩ଟା ୪୯ମିନିଟ୍ ରୁ ସନ୍ଧ୍ୟା ୬ଟା ୪୯ମିନିଟ୍, ରାତ୍ର ୪ଟା ୪୩ମିନିଟ୍ ରୁ ୬ଟା ୨୨ମିନିଟ୍ । ଶୁଭସମୟ- ସକାଳ ୭ଟା ୪୯ମିନିଟ୍ ରୁ ୯ଟା ୨ମିନିଟ୍, ଦିବା ୧୨ଟା ୮ମିନିଟ୍ ରୁ ୧ଟା ୬ମିନିଟ୍, ଦିବା ୨ଟା ୨୯ମିନିଟ୍ ରୁ ୨ଟା ୫୯ମିନିଟ୍, ଦିବା ୩ଟା ୪୪ମିନିଟ୍ ରୁ ୩ଟା ୪୮ମିନିଟ୍, ରାତ୍ର ୨ଟା ୫୨ମିନିଟ୍ ରୁ ୩ଟା ୪୨ମିନିଟ୍ । ପର୍ବଦିନ- ଦ୍ଵିତୀୟା ଚନ୍ଦ୍ର ଦର୍ଶନ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ଶିକ୍ଷାକ୍ଷେତ୍ରରେ ସାଙ୍ଗସାଥିମାନେ ସାହାଯ୍ୟ କରିବେ । ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । ଭାତୃ ବିବାଦ, ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହୋଇ ପାରେ । କର୍ତ୍ତବ୍ୟ ନିଷ୍ଠାରୁ ଯଶପ୍ରଶଂସାର ଅଧିକାରି ହେବେ । ବ୍ୟବସାୟୀମାନେ କଠିନ ପରିଶ୍ରମ ଫଳରେ ନାନା ପ୍ରକାର ସଂଘର୍ଷ ମଧ୍ୟରେ କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇ ପାରନ୍ତି । ଜଗିରଖି କଥା ନ କହିଲେ କୌଣସି ଅସୁବିଧାରେ ଫଶି ଯିବେ । ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

ବୃଷ:-ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବା ସହ ଦଇତ୍ଵ ବଢିଯିବ । ପ୍ରେମକ୍ଷେତ୍ରରେ ଆପୋଷ ସମାଧାନର ରାସ୍ତା ଖୋଲି ଯିବ । ମିଥ୍ୟା ଅପବାଦରେ ନିନ୍ଦିତ ହୋଇ ପାରନ୍ତି । ସ୍ଵାସ୍ଥ୍ୟସମସ୍ୟା ନେଇ ମାନସିକ ଚିନ୍ତା ବୃଦ୍ଧି ପାଇବ । ମନକୁ ଆଘାତ ଲାଗିଲାପରି କଥା ଶୁଣିବାକୁ ପାଇବେ । ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ କଠିନ କାର୍ଯ୍ୟ ସହଜରେ ସମାଧାନ କରି ପାରିବେ । ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ । ବ୍ୟବସାୟ କ୍ଷେତ୍ରରେ ଚେଷ୍ଟା କଲେ ବହୁତ ଦିନରୁ ରହିଥିବା ବାକିଟଙ୍କା ମିଳିଯିବ । ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ । ବିଦେଶ ଯାତ୍ରା ଫଳରେ ବିଶେଷ ଲାଭବାନ ହେବେ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ସ୍ଥଗିତଥିବା କର୍ମଟି ପୂରଣ ହେବ । ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ । ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ ।

କର୍କଟ:-ସମ୍ପର୍କୀୟଙ୍କ ଶୁଭ ସୂଚନା ଶୁଣି ଖୁସି ହେବେ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀ ମାନେ ପ୍ରଚୁର ଲାଭ କରିବେ । ପ୍ରତିକାର- ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ ।

ସିଂହ:-କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଓ ବାଦବିବାଦ କ୍ଷେତ୍ରରେ କୃତକାର୍ଯ୍ୟ ହେବେ । ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ । ବ୍ୟବସାୟିକସ୍ଥିତି ସୁଦୃଢ ହେବ । ଏକ ସୁଖଦ କିନ୍ତୁ ଆଶ୍ଚର୍ଯ୍ୟଜନକ ଘଟଣା ହୋଇପାରେ । କର୍ମକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ । ଆୟକୁ ଚାହିଁ ବ୍ୟୟର ଅଟକଳ ନ କଲେ ଲୋକହସା ହେବେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-ସେବା ସମ୍ବନ୍ଧିୟ କାର୍ଯ୍ୟରେ ପ୍ରଶଂସିତ ହେବେ । ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ । ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ । କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ । ନିଜର କାର୍ଯ୍ୟ ପୂରଣ କରିବା ପାଇଁ ବାହାର ଲୋକଙ୍କ ସହଯୋଗ ମିଳିବ । ଦୃଢ଼ ନିଷ୍ଠା ବଳରେ ବଡ଼ ସଫଳତା ହାସଲ କରିପାରିବେ । ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଉଚିତ୍ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ତୁଳା:-କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ । ନିଜ ଚେଷ୍ଟାରେ ସାମାନ୍ୟ ଚେଷ୍ଟାକଲେ ବାକିଥିବା ଅର୍ଥ ପାଇବେ । ଗୃହ ସମସ୍ୟାର ସମାଧାନ କରି ପ୍ରଶଂସିତ ହେବେ । ରାଜନୈତିକ ଜୀବନ ଝଡଝଞ୍ଜାମୟ ଥିଲେବି ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧିହେବ । ଆଶା କରିଥିବା କାମ ପୂରଣ ହେବା ଯୋଗେ ମନ ଖୁସି ହେବ । ଦୂରଯାତ୍ରା କଲେ ହଇରାଣ ହରକତ ହେବାକୁ ପଡିପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ସହକର୍ମୀ ଓ ବିଭାଗୀୟ ଅଧିକାରୀ ମାନଙ୍କସହ ସମ୍ବନ୍ଧରେ ଦୃଢତା ସୃଷ୍ଟିହେବ । କର୍ମକ୍ଷେତ୍ରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ । ବ୍ୟବସାୟରେ ଅଳ୍ପ ପରିଶ୍ରମ କରି ଅଧିକ ଲାଭ ପାଇବେ ଓ ଶୁଭ ସମ୍ବାଦ ପାଇ ଖୁସିହେବେ । ପରିବାରରେ ମାନ ମନାନ୍ତର ଦୂର ହୋଇ ମାନସିକ ଏକାଗ୍ରତା ବଜାୟ ରଖି ପାରିବେ । ରାଜନୀତି କ୍ଷେତ୍ରରେ ଯଶଲାଭ, ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ପ୍ରତିକାର- ଅଷ୍ଟଗନ୍ଧ ତିଳକ ଚନ୍ଦନ ଧାରଣ କରନ୍ତୁ ।

ଧନୁ:-ଶତୃମାନଙ୍କୁ ମୁକାବିଲା କରି ପାରିବେ । ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଆସ୍ୱସ୍ତି ଲାଭ କରିବେ । ପିଲାଙ୍କ ପାଠ ପଢା ସମସ୍ୟା ନେଇ ମନ ସ୍ଥିର ରହିବ । ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବ । ବ୍ୟବସାୟ କ୍ଷେତ୍ରରେ ଗ୍ରାହକ ସେବାକୁ ଗ୍ରହଣ କଲେ ଆକସ୍ମିକ ଧନ ଲାଭ ହେବ । ପାରିବାରିକ ବ୍ୟବସ୍ଥା ପରି ବର୍ତ୍ତନ ସାଙ୍ଗକୁ ଅର୍ଥସଙ୍କଟରୁ ମୁକ୍ତି ମିଳିବା ସହ ନିଜକୁ ଖୁସି ଓ ସୁରକ୍ଷିତ ଅନୁଭବ କରିବେ । ପ୍ରତିକାର:- ହଳଦୀ ଟିକେ ପାଣିରେ ମିଶେଇ ଗାଧାନ୍ତୁ ।

ମକର:-ସୁବିଧା ସୁଯୋଗ ପାଇ ଅଧା ହୋଇପଡ଼ିଥିବା ଗୃହକାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ । ଅଳ୍ପ ପରିଶ୍ରମରେ ବହୁତ ଧନ ଲାଭ ହେବ । ଟଙ୍କା ମିଳିଯିବା ଫଳରେ ଆଶା କରିଥିବା କାମଟି ସମ୍ପନ୍ନ କରି ପାରିବେ ଓ ଯାହା ଚିନ୍ତା କରିବେ ତାହା ପୂରଣ ହେବ । ବିରୋଧୀମାନେ ପରାସ୍ତ ହେବେ । ଛାତ୍ରଛାତ୍ରୀମାନେ ଉଚିତ ପନ୍ଥା ଗ୍ରହଣ କରି ବିଦ୍ୟାରେ ସଫଳ ହେବେ । ନିଜ ଲୋକମାନେ ହିଁ କାମରେ ଆସିବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କୁମ୍ଭ:-ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବା ଫଳରେ ସାମାଜିକ ପତିଆରା ଅମଳିନ ରହିବ । ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ବୃଦ୍ଧି ହୋଇ ପାରେ । ପାରିବାରିକ କ୍ଷେତ୍ରରେ ଶୁଭ ସମାଚାର ଶୁଣି ଖୁସି ହେବେ । ବ୍ୟବସାୟ କ୍ଷେତ୍ରରେ କର୍ମଚାରୀଙ୍କ ପ୍ରତି ସତର୍କ ରହିଲେ ସମସ୍ୟାର ସମାଧାନ କରି ଅଚାନକ ଧନଲାଭ ହେବ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ । ସାମ୍ବାଦିକ ମାନେ ନିଜ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ । ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରିବା ପାଇଁ ଯୋଗାଯୋଗ କରି ପାରନ୍ତି । କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବା ସହ ଆଶା ଓ ଉର୍ଜା ଦ୍ଵାରା ଯେକୌଣସି ଘଟଣାକୁ ସ୍ଵୀକାର କରିବା ପାଇଁ ପ୍ରସ୍ତୁତ ରହିବେ । ଛାତ୍ରଛାତ୍ରୀ ମାନଙ୍କର ବିଦ୍ୟାରେ ଉନ୍ନତି ହେବା ସହ ପ୍ରଶଂସିତ ହେବେ । ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!