୨୦୨୦ ମସିହା, ଜୁନ୍ ମାସ ୨୩ ତାରିଖ, ମଙ୍ଗଳବାର, ମିଥୁନ ମାସ ୯ ଦିନ, ଆଷାଢମାସ, ଶୁକ୍ଳପକ୍ଷ, ଦ୍ଵିତୀୟାତିଥି, ଦିବା ୧୧ଟା ୨୦ମିନିଟ୍ ଗତେ ତୃତୀୟା ତିଥି, ପୁନର୍ବସୁ ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ର। ପ୍ରାତଃ ୭ଟା ୩୪ମିନିଟ୍ ଗତେ କର୍କଟ ରାଶିରେ ଚନ୍ଦ୍ର। ମକର ରାଶିର ଘାତବାର। କନ୍ୟା ରାଶିର ଘାତଚନ୍ଦ୍ର ପ୍ରାତଃ ୭ଟା ୩୪ମିନିଟ୍ ପର୍ଯ୍ୟନ୍ତ। ବୋଇତିକଖାରୁ ନ ଖାଇଲେ ଭଲ। ଦିବା ୧୧ଟା ୨୦ମିନିଟ୍ ଗତେ ପୋଟଳ ନ ଖାଇଲେ ଭଲ। ଶୁଭସମୟ– ପ୍ରାତଃ ୫ଟା ୧୪ମିନିଟ୍ ରୁ ୬ଟା ୫୧ମିନିଟ୍, ସକାଳ ୯ଟା ୩୭ମିନିଟ୍ ରୁ ୧୨ଟା ୧୪ମିନିଟ୍, ଦିବା ୪ଟା ୪୬ମିନିଟ୍ ରୁ ୫ଟା ୩୧ମିନିଟ୍, ସନ୍ଧ୍ୟା ୬ଟା ୨୫ମିନିଟ୍ ରୁ ୭ଟା ୭ମିନିଟ୍, ରାତ୍ର ୯ଟା ୭ମିନିଟ୍ ରୁ ୧୦ଟା ୧ମିନିଟ୍। ପର୍ବଦିନ– ଶ୍ରୀଗୁଣ୍ଡିଚା ରଥଯାତ୍ରା।
ମେଷ:-
ସମସ୍ତ ଚିନ୍ତା ଦୂର ହେବା ଫଳରେ ମାନସିକ ଶାନ୍ତି ପାଇବେ। ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ। ସାମାନ୍ୟ ପରିଶ୍ରମ କଲେ ଅଧିକ ଧନ ପ୍ରାପ୍ତି ହେବ। ଭାଇଙ୍କ ସହିତ ଲାଗିଥିବା ବିବାଦର ସମାଧାନ ହୋଇଯିବ। ସ୍ଵାସ୍ଥ୍ୟରେ ସୁଧାର ଆସିବା ଫଳରେ ପୁରାତନ ରୋଗରୁ ଉପସମ ମିଳିବ। ମାତାପିତା ଓ ଗୁରୁଜନଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବା ଯୋଗେ ମନ ଖୁସି ରହିବ। କୋର୍ଟ କଚେରୀ ମାମଲାରେ ଜିଦରୁ ନିବୃତ ହେବା ଶ୍ରେୟସ୍କର ହେବ। ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।
ବୃଷ:-
ଶତୃମାନେ ସାମ୍ନାକୁ ଆସିବାକୁ ସାହସ କରିବେ ନାହିଁ। ଆର୍ଥିକ ଦିଗରୁ ଉନ୍ନତି ହେବା ଫଳରେ ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି। ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ, ପରିଣାମ ମଧ୍ୟ ସାମ୍ନାକୁ ଆସିବ। ସମସ୍ତ ପରିସ୍ଥିତି ସୁଧୁରି ଯାଇ ନୂତନ କାମରେ ମଧ୍ୟ ଉନ୍ନତି ହେବ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ସାହିତ୍ୟ, କଳା କ୍ଷେତ୍ରରେ ମଧ୍ୟ ଆକର୍ଷିତ ହେବେ। ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ଆତ୍ମକେନ୍ଦ୍ରିତ ହୋଇଯିବେ। ରାଜନୀତି କ୍ଷେତ୍ରରେ ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରତିକାର–ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ମିଥୁନ:-
ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବନ୍ଧୁ ମିତ୍ରଙ୍କ ସାହାଯ୍ୟରେ ବିଗିଡିଥିବା କାର୍ଯ୍ୟ ସୁଧାରୀ ପାରିବେ। ପତିପତ୍ନୀଙ୍କ ମଧ୍ୟରେ କଳହ ସମାପ୍ତ ହେବ। ପ୍ରେମପ୍ରସଙ୍ଗକୁ ସାମାଜିକ ମାନ୍ୟତା ମିଳିଯିବ। ନିଜର କଷ୍ଟ ଓ ପରିଶ୍ରମର ପ୍ରତିଫଳ ବା ପୁରସ୍କାର ମିଳିବ।ବାଣିଜ୍ୟ କ୍ଷେତ୍ରରେ ପୂର୍ଣ୍ଣ ରୂପରେ ସମର୍ପିତ ରହି ବହୁତ ଲାଭ ଉଠାଇ ପାରିବେ। କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇ ଖର୍ଚ୍ଚାନ୍ତ ହୋଇପାରନ୍ତି। କୌଣସି ଗନ୍ୟମାନ୍ୟ ବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗ ଦ୍ଵାରା ଉନ୍ନତି କରିବେ। ଘର ପରିବାରରେ କାମକାର୍ଯ୍ୟକୁ ନେଇ ବ୍ୟସ୍ତ ରହିବା ଫଳରେ ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।
କର୍କଟ:-
ନିଜର ତର୍କସଙ୍ଗତ ଢଙ୍ଗରେ ସମସ୍ତ ସମସ୍ୟା ସମାଧାନ କରି ପାରିବେ। ମାନସିକ ଶାନ୍ତି ମିଳିବା ସହ ପରାକ୍ରମ ବଢିବ। ବହୁତ ଦିନର ଚିନ୍ତା ଓ କଷ୍ଟ ଦୂର ହେବ। ଯେଉଁ କାମ ଆରମ୍ଭ କରିବେ ବାଧାବିଘ୍ନ ଦୂରହୋଇ ତାହା ସଂପୂର୍ଣ୍ଣ ହେବ। ସନ୍ତାନଙ୍କ ଦ୍ଵାରା କିଛି ଶୁଭ ସମାଚାର ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ବହୁତ ଦିନରୁ ପଡିରହିଥିବା କାମ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହଯୋଗରେ ସମ୍ପନ୍ନ ହେବ। କୌଣସି ଗନ୍ୟମାନ୍ୟ ବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ବହୁତ ବଡ କାମର ଦାୟିତ୍ଵ ହାତକୁ ନେବେ।ପତିପତ୍ନୀଙ୍କ ମଧ୍ୟରେ ପ୍ରେମ ସାମଞ୍ଜସ୍ୟ ଠିକ୍ ରହିବ। ପ୍ରତିକାର–ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ସିଂହ:-
ଆତ୍ମବିଶ୍ଵାସ ଓ ମନବଳ ଦୃଢ ହେବ। ପୁରୁଣା ପରିଚିତ ବ୍ୟକ୍ତି ବା ବନ୍ଧୁ ମିତ୍ରଙ୍କ ସହିତ ଭେଟ ହେବ। କଷ୍ଟ ଓ ପରିଶ୍ରମ କରି ସମସ୍ତ କାମକୁ ସମ୍ଭାଳି ନେବେ। ଗଠନମୂଳକ କାର୍ଯ୍ୟ ଓ ସାମୁହିକ ଗତିବିଧିରେ ସଫଳତା ହାସଲ କରିବେ। ପୈତୃକ ସମ୍ପତ୍ତି ମାମଲାରେ ବିଜୟଶ୍ରୀ ମିଳିବ। ଭାଇଙ୍କ ସହିତ ବିବାଦ ସମସ୍ୟା ଦୂର ହେବ। ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ମଧ୍ୟସ୍ଥତା ସମ୍ବନ୍ଧିୟ କାମରେ କମିଶନ୍ ମିଳିପାରେ। କୌଣସି ଅଚିହ୍ନା ବ୍ୟକ୍ତି ଆପଣଙ୍କ ଠାରୁ ସାହାଯ୍ୟ ଲୋଡି ପାରନ୍ତି। ପ୍ରତିଦ୍ୱନ୍ଦିତା, ବିତଣ୍ଡା, ବିତର୍କ କ୍ଷେତ୍ରରୁ ଓହରି ରହିଯିବା ଅଧିକ ଉତ୍ତମ। ପ୍ରତିକାର– କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
କନ୍ୟା:-
ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ଅଧିକାରୀ ନିଜର କାମକାର୍ଯ୍ୟରେ ପ୍ରସନ୍ନ ରହିବେ। ରାଜକୀୟ କାର୍ଯ୍ୟ ମିତ୍ରଙ୍କ ସାହାଯ୍ୟରେ ପୂରଣ ହେବ। ଅକସ୍ମାତ ଧନଲାଭ ହେବାରୁ ମନ ବହୁତ ହର୍ଷିତ ରହିବ। ସମସ୍ତ ପରିସ୍ଥିତି ସୁଧୁରି ଯାଇ ନୂତନ କାମରେ ମଧ୍ୟ ଉନ୍ନତି ହେବ। କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ଭେଟ ମୁଲାକାତ ହେବ, ଭବିଷ୍ୟତରେ ତାହାର ସକରାତ୍ମକ ପରିଣାମ ସାମ୍ନାକୁ ଆସିବ। ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ। ଘର ପରିବାରରେ ସ୍ନେହ ଶ୍ରଦ୍ଧାର ବାତାବରଣ ଲାଗି ରହିବ। ଦୁର୍ବଳ ବା ବୃଦ୍ଧ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢେଇବେ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।
ତୁଳା:-
ସହଯୋଗୀମାନେ ସାହାଯ୍ୟ କରିବା ଫଳରେ ଯଶ କୀର୍ତ୍ତିରେ ଉନ୍ନତି ହେବ। ଅନେକ ଦିଗରୁ ଖୁସି ଓ ସଫଳତା ପ୍ରାପ୍ତ ହେବା ଫଳରେ ନିଜକୁ ବହୁତ ପ୍ରସନ୍ନଚିତ୍ତ ଅନୁଭବ କରିବେ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି। ପାରିବାରିକ କ୍ଷେତ୍ରରେ ମଧୁରତା ଆସିବ। କାହାକୁ ଦେଇଥିବା ଟଙ୍କା ମିଳିଯିବ। ଧର୍ମ, କର୍ମ, ପୂଜା, ପାଠ, ଯୋଗ ପ୍ରତି ରୁଚି ବଢିବ ଓ ଏହା ସମ୍ବନ୍ଧିତ ସାହିତ୍ୟକୁ ମଧ୍ୟ ପଢିବେ। ସ୍ଵାସ୍ଥ୍ୟରେ ସୁଧାର ହେବ। ଯେ କୌଣସି ନୂତନ କର୍ମ ଆଜି ଆରମ୍ଭ କରି ପାରିବେ। ଭୂମି, ଭବନ ଆଦି ସ୍ଥାୟୀ ସମ୍ପତ୍ତି କ୍ରୟ କରି ପାରିବେ। କୃଷିକାର୍ଯ୍ୟରେ ଉନ୍ନତି କରିବେ। ପ୍ରତିକାର–ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ବିଚ୍ଛା:-
ଶୁଭମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇ ଆନନ୍ଦ ଅନୁଭବ କରିପାରିବେ। ଶତୃ ଓ ବିରୋଧୀମାନେ ସାମ୍ନାକୁ ଆସିପାରିବେ ନାହିଁ। ସନ୍ତାନଙ୍କ ସମ୍ବନ୍ଧୀତ କୌଣସି ଶୁଭ ସମାଚାର ଶୁଣିବେ। ବ୍ୟବସାୟ କ୍ଷେତ୍ରରେ ଆଜି ଅଧିକ ଲାଭ ହୋଇପାରେ। ଲେଖନ, କଳା ଓ ସମ୍ପାଦନ ଆଦିରେ ଜଡିତ ବ୍ୟକ୍ତି ଉନ୍ନତି କରିବେ। ରାଜନୀତି କ୍ଷେତ୍ରରେ ପ୍ରଶଂସା ମିଳିବ, କିନ୍ତୁ ସଜାଗ ରହିବାକୁ ହେବ କାରଣ ମାନହାନି ହେବାର ସୂଚନା ମିଳେ। କୌଣସି ନୂଆ କାମ ଓ ନୂଆ ଚୁକ୍ତି ପତ୍ର ନକରିବା ଭଲ। ନିୟନ୍ତ୍ରଣ ମଧ୍ୟରେ ହିଁ କାମ କରିବା ଉଚିତ୍। ଧର୍ମକାର୍ଯ୍ୟରେ ନିଯୋଜିତ ହୋଇ ପାରନ୍ତି। ପ୍ରତିକାର– ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
ଧନୁ:-
ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ନିଶ୍ଚିତ ରୂପରେ ଯୋଜନାବଦ୍ଧ କର୍ମରେ ସଫଳତା ମିଳିବ। କୌଣସି ମାଙ୍ଗଳିକ ଆୟୋଜନ ଓ ଉତ୍ସବରେ ଯୋଗ ଦେଇ ପାରନ୍ତି। ବ୍ୟାପାରରେ ନିୟନ୍ତ୍ରଣରୁ ବାହାର କାମରେ କ୍ଷତି ସହିବାକୁ ପଡିପାରେ। ବନ୍ଧୁ ମିତ୍ରଙ୍କ ଆଗମନ ହୋଇ ଶୁଭ ସମାଚାର ପ୍ରାପ୍ତି ହେବ। ଅଚାନକ ଭାବରେ ଗୁପ୍ତସାଧନରେ ଜୀବନର ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ପ୍ରେମୀପ୍ରେମିକାଙ୍କ ମଧ୍ୟରେ ସାମଞ୍ଜସ୍ୟ ସୃଷ୍ଟି ହେବ। କୃଷିଜୀବିମାନେ ସଂଘର୍ଷରତ ହେଲେ ମଧ୍ୟ ଉଚ୍ଚ ପ୍ରଶଂସିତ ହେବେ। ଚାକିରିରେ ସ୍ଥାନାନ୍ତର ଭୟ ରହିବ। ପ୍ରତିକାର– କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ମକର:-
ଶତୃମାନଙ୍କୁ ମିତ୍ର କରିବା ପାଇଁ ପ୍ରୟାସରତ ରହିବେ। ମିତ୍ରମାନଙ୍କ ସହଯୋଗରେ କୌଣସି ନୂଆକାମ ଓ ନୂଆ ବ୍ୟବସାୟ ଆରମ୍ଭ କରି ପାରିବେ। କିଛି ଅଟକିଥିବା ବା ଉଧାର ଦେଇଥିବା ଟଙ୍କା ପ୍ରାପ୍ତ ହେବ। ସରକାରୀ କ୍ଷେତ୍ରରେ ବିଜୟ ହେବ ଓ ଯଶ, କୀର୍ତ୍ତି, ମାନ ସମ୍ମାନ ମିଳିବ। ଅସହାୟ ଓ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବାକୁ ମନ ବଳାଇବେ। ପୁରାତନ ରୋଗର ଉପଶମ ମିଳିବ। ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରତି ସମ୍ବନ୍ଧ ସୁଦୃଢ ହେବ। ରାଜନୀତି କ୍ଷେତ୍ରରେ ଇଛାଶକ୍ତି ପ୍ରବଳ ହେବା ଫଳରେ ଲୋକସମ୍ପର୍କ ବଢିବ। ହସଖୁସିରେ ସମୟ ବ୍ୟତୀତ ହେବ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।
କୁମ୍ଭ:-
ସ୍ଵାସ୍ଥ୍ୟରେ ସୁଧାର ହେବ। ଅଚାନକ ଭାବରେ ଧନ ଲାଭ ହୋଇ ସମସ୍ତ ଦିଗରୁ ଖୁସି ମିଳିବ। ବ୍ୟବସାୟ କ୍ଷେତ୍ରରେ ଅଚାନକ ଭାବରେ ପରିବର୍ତ୍ତନ ହୋଇ ଉଚିତ୍ ଲାଭ ପ୍ରାପ୍ତି ହେବ। ପୁରୁଣା ମିତ୍ରଙ୍କ ସହିତ ଭେଟ ହେବ। ପରିବାରର ସମସ୍ୟା ସମାଧାନ ହୋଇଯିବ। ମିତ୍ର ଓ ସହଯୋଗୀଙ୍କ ଦ୍ଵାରା ଆଶାତୀତ ଲାଭ ପ୍ରାପ୍ତ ହେବ। ରାଜନୈତିକ କ୍ଷେତ୍ରରେ କୌଣସି ଆଶ୍ଚର୍ଯ୍ୟ ଜନକ କଥା ଶୁଣି ଚକିତ ହେବେ। ପ୍ରେମ ପ୍ରସଙ୍ଗରେ ନିଶ୍ଚିତ ରୂପରେ ସଫଳତା ମିଳିବ। ଅନୁସନ୍ଧାନ, ଖୋଜିବା, ଶୋଧନ କାର୍ଯ୍ୟପାଇଁ ସମୟ ଉପଯୁକ୍ତ ଅଟେ। କାମ କାର୍ଯ୍ୟର ସ୍ଥିତି ଠିକ୍ ରହିବ। ପ୍ରତିକାର–ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ମୀନ:-
ଲୋକକଲ୍ୟାଣ କର୍ମରେ ନିଜକୁ ନିୟୋଜିତ କରିବେ। ପରିଶ୍ରମ ଓ କଷ୍ଟର ପୁରା ଲାଭ ମିଳିବ। ଅଦାଲତ କାର୍ଯ୍ୟରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। କୌଣସି ଅଧିକାରୀ ଓ ଅଫିସର୍ ଆପଣଙ୍କ ପ୍ରତି ପ୍ରଭାବିତ ରହିବେ, ତାଙ୍କ ଦ୍ଵାରା ଅଟକିଥିବା କାମ ହାସଲ କରି ପାରିବେ। ଭୂମି, ଭବନ, ବାହନ ଓ ଭୌତିକ ଐଶ୍ଵର୍ଯ୍ୟର ସାଧନରେ ବୃଦ୍ଧି ହେବ। ଯେଉଁ କାମକୁ କରିବା ପାଇଁ ଚିନ୍ତା ବା ବିଚାର କରୁଥିଲେ ତାହା ସମ୍ପନ୍ନ କରି ପାରିବେ। ଗନ୍ୟମାନ୍ୟ ବ୍ୟକ୍ତିଙ୍କ ସହିତ ସମ୍ପର୍କ ସୁଦୃଢ ହେବ। ନୂତନ କାମ ଆରମ୍ଭ କରି ପାରିବେ। କୁଟୁମ୍ବରେ ଶୁଭ କାର୍ଯ୍ୟରେ ଯୋଗଦାନ କରି କିଛି ଅର୍ଥ ମଧ୍ୟ ବ୍ୟୟ କରିପାରନ୍ତି। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
Jyotirbid Dr. Pramod Satapathy
Jantra Jyotisha, Cuttack
For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9437006746