ଦୈନିକ ରାଶିଫଳ: 23 ଅଗଷ୍ଟ 2022, ମା’ ମଙ୍ଗଳାଙ୍କ କୃପାରୁ ଏହି 3ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଅଗଷ୍ଟମାସ ୨୩ତାରିଖ, ମଙ୍ଗଳବାର, ସିଂହମାସ ୭ଦିନ, ଭାଦ୍ରବମାସ କୃଷ୍ଣପକ୍ଷ, ମଳ ଏକାଦଶୀତିଥି ସକାଳ ୬ଟା ୭ମିନିଟ୍ ପରେ ଦ୍ଵାଦଶୀତିଥି, ଆର୍ଦ୍ରା ନକ୍ଷତ୍ର ଦିବା ୧୦ଟା ୪୩ମିନିଟ୍ ପରେ ପୁନର୍ବସୁ ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ର । ସିଦ୍ଧି ଯୋଗ । ବାଳବ କରଣ ସକାଳ ୬ଟା ୭ମିନିଟ୍ ପରେ କୌଳବ କରଣ । ମକର ରାଶିର ଘାତବାର । କନ୍ୟା ରାଶିର ଘାତଚନ୍ଦ୍ର । ଶିମ୍ବ, ଆମିଷ ନ ଖାଇଲେ ଭଲ ସକାଳ ୬ଟା ୭ମିନିଟ୍ ପରେ ପୋଇ, ମସୁରଡାଲି ନ ଖାଇଲେ ଭଲ । ଯୋଗିନୀ- ଆଗ୍ନେୟେ ସକାଳ ୬ଟା ୭ମିନିଟ୍ ପରେ ନୈଋତେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧତର୍ପଣ- ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ପ୍ରାତଃ ୭ଟା ୬ମିନିଟ୍ ରୁ ୮ଟା ୪୦ମିନିଟ୍, ଦିବା ୧ଟା ୨୩ମିନିଟ୍ ରୁ ୨ଟା ୫୭ମିନିଟ୍, ରାତ୍ରି ୭ଟା ୩୧ମିନିଟ୍ ରୁ ୮ଟା ୫୭ମିନିଟ୍ । ଶୁଭସମୟ- ସକାଳ ୮ଟା ୪୧ମିନିଟ୍ ରୁ ୧୦ଟା ୩୨ମିନିଟ୍, ଦିବା ୧ଟା ୫ମିନିଟ୍ ରୁ ଦିବା ୧ଟା ୨୨ମିନିଟ୍, ଦିବା ୪ଟା ୩୨ମିନିଟ୍ ରୁ ୫ଟା ୧୪ମିନିଟ୍, ସନ୍ଧ୍ୟା ୬ଟା ୬ମିନିଟ୍ ରୁ ୬ଟା ୫୦ମିନିଟ୍, ରାତ୍ର ୯ଟା ୧୦ମିନିଟ୍ ରୁ ୧୧ଟା ୨୫ମିନିଟ୍, ରାତ୍ର ୧ଟା ୪୪ମିନିଟ୍ ରୁ ରାତ୍ର ୩ଟା ୧୪ମିନିଟ୍ । ପର୍ବଦିନ- ସ୍ମାର୍ତ୍ତ ସମ୍ମତ ଅଜା ଏକାଦଶୀ ।

ମେଷ:-ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ । ବୁଦ୍ଧି ବିବେକ ଖେଳାଇ ପ୍ରତିକୂଳ ସ୍ରୋତକୁ ଅନୁକୂଳ ଦିଗରେ ମୁହାଁଇ ଦେବାକୁ ମଧ୍ୟ ସାମର୍ଥ୍ୟ ଯୁଟିବ । ମାଲିମୋକଦ୍ଦମାରେ ସଫଳତା ମିଳିବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ । ବ୍ୟବସାୟରେ କ୍ଷତି ଅପେକ୍ଷା ଲାଭର ପରିମାଣ ଅଧିକ ହେବ । ସାଧୁସନ୍ଥ ଓ ଗୁରୁଜନଙ୍କ ଶୁଭାଶୀର୍ବାଦ ପ୍ରାପ୍ତ ହେବ । ପ୍ରତିକାର- ପାଣିରେ ଟିକେ ଗୋମୁତ୍ର ପକାଇ ଘରକୁ ପୋଛନ୍ତୁ ।

ବୃଷ:-ବନ୍ଧୁ ମିତ୍ରଙ୍କ ଆଗମନ ହେବ । ପାରିବାରିକ କ୍ଷେତ୍ରରେ ସୁସମ୍ପର୍କ ବଜାୟ ରହିବ । କର୍ମକ୍ଷେତ୍ରରେ ସହଯୋଗ ପାଇ ମନ ଖୁସୀ ରହିବ । ବ୍ୟବସାୟୀମାନେ ପ୍ରଚୁର ଲାଭ ପାଇବେ । ଦାମ୍ପତ୍ୟ କଳହ ମେଣ୍ଟିଯାଇ ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ । କଳା, ସାହିତ୍ୟ, କ୍ରିଡା, ଚଳଚିତ୍ର, ଶିଳ୍ପ, ବାଣିଜ୍ୟ ଓ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ପ୍ରତିଦ୍ଵନ୍ଦିତାରେ ସଫଳ, ବିଦ୍ୟାକ୍ଷେତ୍ରରେ ଶୁଭଯୋଗ, ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ମିଥୁନ:-ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହୋଇ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ କ୍ଷାତି ବଢ଼ିବ । ଶୁଭକାମ କରି ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ପଦୋନ୍ନତି ଓ ବନ୍ଧୁ ଲାଭହୋଇପାରେ । ବ୍ୟବସାୟରେ ସଫଳତା ପୂର୍ବକ ସମସ୍ୟାର ସମାଧାନ ହେବ । ପ୍ରପର୍ଟୀ ସମ୍ବନ୍ଧିୟ ମାମଲା କାହାର ମଧ୍ୟସ୍ଥତା ଦ୍ଵାରା ଦୂର ହେବ । ଚିନ୍ତା କରୁଥିବା କାର୍ଯ୍ୟ ପୂରଣ ହେବା ଫଳରେ ଆନନ୍ଦିତ ହେବେ । ଦେଇଥିବା କଥା କାର୍ଯ୍ୟରେ ପୂରଣ କରିବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କର୍କଟ:-ସାହିତ୍ୟ, ସାମ୍ବାଦିକ, ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । ବ୍ୟବସାୟ କ୍ଷେତ୍ରରେ ସଙ୍କଟ ଜନକ ପରିସ୍ଥିତିର ଅବସାନ ଘଟିବ । ପରୋପକାର ଏବଂ ସମାଜସେବା କାର୍ଯ୍ୟରେ ରୁଚି ବୃଦ୍ଧିହେବ । ପିଲାମାନଙ୍କ ପ୍ରତି ସତର୍କ ରହି ଆନନ୍ଦିତ ହେବେ । ମାନସିକ ଅଶାନ୍ତି ଦୂର ହୋଇ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ସିଂହ:-ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ କ୍ୟାରିୟର ଜୀବନ ଓ ପରିବାରର ଉନ୍ନତି ହେବ । ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବ । ଋଣପ୍ରାପ୍ତି ଓ ଋଣମୁକ୍ତିର ରାସ୍ତା ପରିଷ୍କାର ହେବ । ସାହିତ୍ୟଚର୍ଚ୍ଚା, ସଭାସମିତିରେ ସଫଳତା ମିଳିବ । ସେୟାର ବଜାରରେ ମୁନାଫା ମିଳିବ ଓ ପୁରୁଣା ନିବେଶ ଲାଭ ଦେବ । ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରିପାରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କନ୍ୟା:-ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିସ୍କାର କରିବେ । କର୍ମକ୍ଷେତ୍ରରେ କର୍ତ୍ତବ୍ୟ ଠିକ୍ ତୁଲେଇବା ଫଳରେ ଯଶ, ମାନ, ପ୍ରତିଷ୍ଠାର ଅଧିକାରୀ ହେବେ । ପରୀକ୍ଷା ପ୍ରତିଯୋଗିତା, ବାଦବିବାଦ, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ରାଜନୀତି ସ୍ତରରେ ଅଳ୍ପରେ ସନ୍ତୁଷ୍ଟ ହୋଇ ମୁଣ୍ଡ ଉଚ୍ଚା ରହିବ । ଦୂରଯାତ୍ରା କଲେ ହଇରାଣ ହରକତ ହେବାକୁ ପଡିବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-ବ୍ୟବସାୟ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ସରକାରୀ କର୍ମଚାରୀ ମାନେ କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରି ସନ୍ତୋଷ ଲାଭ କରିବେ । କାର୍ଯ୍ୟକ୍ଷେତ୍ରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । କୋର୍ଟ କଚେରୀ ମାମଲାରେ ସଫଳ ହେବା ସହ ଆତ୍ମବିଶ୍ଵାସ ବୃଦ୍ଧି ପାଇବ ଓ ବନ୍ଧୁ ବାନ୍ଧବ ମାନଙ୍କର ସମାଗମ ହେବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-କାର୍ଯ୍ୟକ୍ଷେତ୍ରରେ ସଂଘର୍ଷ ଦେଇ ଗତିକଲେ ମଧ୍ୟ ସଫଳତା ପାଇବେ । ସରକାରୀ କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । ବ୍ୟବସାୟୀ ମାନଙ୍କର କାରବାର ବଢ଼ିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ । ପରୀକ୍ଷା ପ୍ରତିଯୋଗିତା, ବାଦବିବାଦ, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସମ୍ମାନ ଅକ୍ଷୁର୍ଣ୍ଣ ରହିବ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିବେ । ଶାରୀରିକ ଅସୁସ୍ଥତା ଦେଖାଦେଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଜମିବାଡି ନେଇ କେତେକ ସମସ୍ୟା ସମାଧାନ ହୋଇଯିବ । କର୍ମକ୍ଷେତ୍ରରେ ପଦୋନ୍ନତି ସହ ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ । ନୂତନ ଯାନବାହନ, ଗୃହ, ଜାଗା ଜମି ଆଦି କ୍ରୟ କରି ପାରିବେ । ଦୂରଯାତ୍ରାର ସୁଯୋଗ ପାଇ ସଫଳତା ଅର୍ଜନ କରିବେ । ପରିବାରରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ପ୍ରତିକାର-କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ମକର:-ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ବୈଷୟିକ କ୍ଷେତ୍ରରେ ଧାଁଦୌଡ ଯୋଗୁ ଆଶାତୀତ ଧନ ଲାଭହେବ । କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀ ହୋଇ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହୀ ହେବେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କୁମ୍ଭ:-ଶ୍ରମିକ ଓ କର୍ମଚାରୀମାନେ ଉପରିସ୍ଥଙ୍କୁ ଆପଣାର କରି କୃପା ଭାଜନ ହେବେ ଓ ସୁଖଶାନ୍ତିରେ ଦିନଟି କଟାଇ ପାରିବେ । ରାଜନୀତି କ୍ଷେତ୍ରରେ ମାନ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ବ୍ୟବସାୟରେ ଉନ୍ନତି ହେବା ସହ ଋଣ ପରିଶୋଧର ସୁଯୋଗ ପାଇବେ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଯୋଗ ଦେବେ । ଭାବି ଚିନ୍ତି କାର୍ଯ୍ୟ ନ କଲେ ଠକାମିରେ ପଡିବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ । କର୍ମକ୍ଷେତ୍ରରେ ପରିବର୍ତ୍ତନ ହେଲେ ମଧ୍ୟ କ୍ଷୟକ୍ଷତି ଘଟିବାର ଆଶଙ୍କା ନାହିଁ । ଛାତ୍ର ଛାତ୍ରୀମାନେ ସାକ୍ଷାତକାର ପାଇଁ ଦୂରଯାତ୍ରା କରିପାରନ୍ତି । ରାଜନୈତିକ କ୍ଷେତ୍ରରେ ଲୋକମାନଙ୍କୁ ଆପଣେଇ ନବା ଫଳରେ ସମ୍ମାନିତ ହୋଇ ପାରନ୍ତି । କୌଣସି ନୂତନ ଗୃହୋପକରଣ କିଣିବା ପାଇଁ ଯୋଜନା କରିବେ । ପେଶା, ବ୍ୟବସାୟ, ଭାଗୀଦାରୀ ଓ ବନ୍ଧୁମିତ୍ରଙ୍କଦ୍ଵାରା ଲାଭବାନ ହେବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!