ଦୈନିକ ରାଶିଫଳ: 22 ମାର୍ଚ୍ଚ 2023, ବୁଧବାର, ଶ୍ରୀ ଗଣେଶଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୩ ମସିହା, ମାର୍ଚ୍ଚ ମାସ ୨୨ ତାରିଖ, ବୁଧବାର, ମୀନମାସ ୮ଦିନ, ଚୈତ୍ର ମାସ, ଶୁକ୍ଳପକ୍ଷ, ପ୍ରତିପଦ ତିଥି, ଉତ୍ତରଭାଦ୍ର ନକ୍ଷତ୍ର ଦିବା ୩ଟା ୩୨ ମିନିଟ ପରେ ରେବତୀ ନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର। ଶୁକ୍ଳ ଯୋଗ ଦିବା ୯ଟା ୧୬ ମିନିଟ ପରେ ବ୍ରହ୍ମ ଯୋଗ। କିନ୍ତୁଘ୍ନ କରଣ ଦିବା ୯ଟା ୩୩ମିନିଟ୍ ପରେ ବବ କରଣ। କର୍କଟ ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର। ନିଷିଦ୍ଧ ଖାଦ୍ୟ- ପାଣିକଖାରୁ ନ ଖାଇଲେ ଭଲ ରାତି ୮ ଟା ୨୧ମିନିଟ୍ ପରେ ବୋଇତିକଖାରୁ ନ ଖାଇଲେ ଭଲ। ଯୋଗିନୀ-ପୂର୍ବେ ରାତ୍ରି ୮ଟା ୨୧ମିନିଟ୍ ପରେ ଉତ୍ତରେ ଯାତ୍ରା ନିଷେଧ। ଶ୍ରାଦ୍ଧ ତର୍ପଣ- ପ୍ରତିପଦର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଅଶୁଭସମୟ- ଦିବା ୮ଟା ୫୩ମିନିଟ୍ ରୁ ୧୦ଟା ୨୩ମିନିଟ୍, ଦିବା ୧ଟା ୫୩ମିନିଟ୍ ରୁ ଦିବା ୧ଟା ୨୩ମିନିଟ୍, ରାତ୍ରି ୨ଟା ୫୨ମିନିଟ୍ ରୁ ରାତ୍ରି ୪ଟା ୨୨ମିନିଟ୍। ଶୁଭସମୟ- ପ୍ରାତଃ ୫ଟା ୫୩ମିନିଟ୍ ରୁ ୭ଟା ୨୯ ମିନିଟ, ଦିବା ୧୦ଟା ୨୩ମିନିଟ୍ ରୁ ୧୧ଟା ୨୯ ମିନିଟ, ଦିବା ୧ଟା ୫୪ମିନିଟ୍ ରୁ ୫ଟା ୦୬ମିନିଟ୍, ସନ୍ଧ୍ୟା ୬ଟା ୪୨ମିନିଟ୍ ରୁ ୧୦ଟା ୪୧ମିନିଟ୍, ରାତ୍ର ୧ଟା ୧୫ମିନିଟ୍ ରୁ ରାତ୍ର ୨ଟା ୫୨ମିନିଟ୍, ରାତ୍ର ୪ଟା ୨୨ମିନିଟ୍ ରୁ ୫ଟା ୫୨ମିନିଟ୍।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ସନ୍ତାନଙ୍କର ଉନ୍ନତିରେ ଉତ୍ସାହିତ ହେବେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ। ମାଙ୍ଗଳିକ କାର୍ଯ୍ୟ ଓ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଶାନ୍ତି ଅନୁଭବ କରିବେ। ମହିଳାମାନଙ୍କର ସୌଖୀନ ଦ୍ରବ୍ୟାଦି ବ୍ୟବସାୟରେ ବିଶେଷ ଲାଭ କରି ପାରିବେ ଓ ଉତ୍ତମ ରୋଜଗାର ହେବ। ମନଉତ୍ତେଜିତ ଫଳରେ ମାନସିକ ଏକାଗ୍ରତା ଭଙ୍ଗହେବ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ:-ବ୍ୟବସାୟୀମାନେ ବକେୟା ପ୍ରାପ୍ୟ ହାତକୁ ଆଣିବାରେ ସଫଳ ହେବେ। ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଜୟଯୁକ୍ତ ହେବେ। ପରିବାରରେ ଆର୍ଥିକ ସଙ୍କଟ ଦୂରେଇ ଯାଇ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ମାନସିକ ଦୁଶ୍ଚିନ୍ତା ଦୂରହେବ। ନିଶ୍ଚିତ ରୂପରେ ଯୋଜନାବଦ୍ଧ କର୍ମରେ ସଫଳତା ମିଳିବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ମିଥୁନ:-ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବା ସହ ଉଚ୍ଚ ଶିକ୍ଷାରେ ସଫଳତା ଲାଭ କରିବେ। ସହକର୍ମୀ ମାନଙ୍କ ଦ୍ୱରା ବିବାଦୀୟ ପରିସ୍ଥିତିର ସମାଧାନ ହୋଇ ପାରିବ। ରାଜକୀୟ କାର୍ଯ୍ୟ ବା ସରକାରୀ କାର୍ଯ୍ୟରେ ସଫଳତା ପାଇବେ। ସନ୍ତାନ ଯୋଗେ ଆନନ୍ଦିତ ହେବେ ଓ ସ୍ୱାସ୍ଥ୍ୟର କିଛି ପରିବର୍ତ୍ତନ ଘଟିବ। ଭ୍ରାତୃ ବିବାଦ ଓ ପଡୋଶୀ କଳହର ସମାଧାନ ହୋଇ ପାରିବାରିକ ସମ୍ପର୍କରେ ଉନ୍ନତି ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ:-ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାରେ ସାମର୍ଥ୍ୟ ବଢ଼ିବ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ। କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଦେଖାଦେଇ ପାରେ। ବ୍ୟବସାୟ କ୍ଷେତ୍ରରେ ଦୂରଯାତ୍ରା କରି ନିଜକୁ ଅସୁସ୍ଥ ମନେକରି ପାରନ୍ତି। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷାକରିବା ଫଳରେ ମନ ଭଲ ରହିବ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବେ। ଗୁରୁ ଗୁରୁଜନ ମାନଙ୍କର ସହଯୋଗ ପାଇବେ। ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ବ୍ୟବସାୟିକ ଗତିବିଧି ଠିକ୍ ରହିଲେ ମଧ୍ୟ ଅନାବଶ୍ୟକ ଧାଁଦୌଡ଼ କରି ପାରନ୍ତି। ଚିହ୍ନାଜଣା ବ୍ୟକ୍ତିକୁ ଅନ୍ଧଭାବରେ ବିଶ୍ୱାସକଲେ ଧୋକା ଖାଇବେ। ସନ୍ତାନ ଯୋଗେ ଚିନ୍ତିତ ରହିବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ପାଇ ବାଦବିବାଦର ଅବସାନ ଘଟିବ। ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହୋଇ ସଫଳତା ମିଳିବ। ସୁଖ ସମୃଦ୍ଧି ବୃଦ୍ଧିହେବା ସହ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ଜାଗା, ଜମି, ସମ୍ପତ୍ତି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।

ତୁଳା:-ସହକର୍ମୀଙ୍କ ସହାୟତା, ବନ୍ଧୁ ମିତ୍ରମାନଙ୍କ ସମର୍ଥନ ପାଇ ଶତୃମାନଙ୍କୁ ପରାସ୍ତ କରିବେ। ବ୍ୟବସାୟୀ ମାନେ କଠିନ ପରିଶ୍ରମ କରି ଆଶାନୁରୂପ ଲାଭବାନ ହେବେ। ଜାଗା, ଜମି, ସ୍ଥାବର ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ। ରାଜନୈତିକ କ୍ଷେତ୍ରରେ ଅନେକ ସମସ୍ୟାର ସମାଧାନ କରି ପ୍ରଶଂସିତ ହେବେ। ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି। ପ୍ରତିକାର- ଧଳା ରୁମାଲଟିଏ ପାଖରେ ରଖନ୍ତୁ।

ବିଚ୍ଛା:-କର୍ମଚାରୀ ମାନଙ୍କର ଉପରିସ୍ଥ ଅଧିକାରୀମାନଙ୍କ ସହିତ ସୁ ସମ୍ପର୍କ ସ୍ଥାପନ ହେବ। ଆର୍ଥିକ ଦିଗରୁ ଲାଭ ନହେଲେ ମଧ୍ୟ ବ୍ୟୟଭାର କମ୍‌ ହେବ। ବ୍ୟବସାୟରେ ଅଚାନକ ଭାବରେ ପରିବର୍ତ୍ତନ ହୋଇ ଉଚିତ୍ ଲାଭ ପାଇବେ। ବୁଦ୍ଧିମତା କାରଣରୁ ଶତୃମାନଙ୍କୁ ପରାସ୍ତ କରି ସମସ୍ତ କ୍ଷେତ୍ରରେ ସଫଳତା ପାଇବେ। ନିକଟସ୍ଥ ବ୍ୟକ୍ତି ସାହାଯ୍ୟ ସହଯୋଗ କରିବା ଦ୍ଵାରା ବ୍ୟବସାୟ ବଢାଇବାରେ ସମର୍ଥ ହେବେ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ଧନୁ:-ଶିକ୍ଷାକ୍ଷେତ୍ରରେ ହସ ଖୁସିରେ ସମୟ ବିତିବ ଓ ଉଚ୍ଚ ଶିକ୍ଷା ଲାଭ କରିବାର ସୁଯୋଗ ପାଇବେ। ପାରିବାରିକ କ୍ଷେତ୍ରରେ ମାନସିକ ଶାନ୍ତି ମିଳିବ। ସାମାଜିକ ପ୍ରତିଷ୍ଠା ମାନ-ସମ୍ମାନ ବୃଦ୍ଧି ହେବ। ନୂତନ ଲୋକଙ୍କସହ ବନ୍ଧୁତ୍ୱ ସ୍ଥାପନହେବ। ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଗ୍ରସ୍ତ କରାଇବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍। ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-କର୍ମକ୍ଷେତ୍ରରେ ଦାଇତ୍ଵ ବଢିବା ସହ ଯଶ, ମାନସମ୍ମାନ ପ୍ରତିଷ୍ଠା ମିଳିବ। ଅଫିସରେ କରିଥିବା କାମର ଶୁଭ ସୂଚନା ଶୁଣିବାକୁ ପାଇବେ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଥିଲେ ସମାଧାନ କରିପାରିବେ। ବ୍ୟବସାୟ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ ଓ ନିଜ ଚେଷ୍ଟାରେ ବାକିଥିବା ଅର୍ଥ ପାଇବେ। ରାଜନୀତିରେ ବନ୍ଧୁମିତ୍ରଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ଲୋକପ୍ରିୟତା ହାସଲ କରିବେ। ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।

କୁମ୍ଭ:-ରୋଜଗାର ସମସ୍ୟା ସୁଧୁରି ଯାଇ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଛାତ୍ର ଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ଦୂର ଯାତ୍ରାରେ ସଫଳ ହେବେ। ର୍ଧୈର୍ଯ୍ୟ ଓ ସହନଶୀଳତା କାଏମ ରହିବ ଓ ଆତ୍ମବିଶ୍ଵାସ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ରାଜନୀତି କ୍ଷେତ୍ରରେ ସାମାଜିକ ପତିଆରା ଅମଳିନ ରହିବ। ପାରିବାରିକ ଜୀବନରେ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମୀନ:-ଶାରୀରିକ ଅସୁସ୍ଥତା ଓ ମନର ଭୟ ଆଶଙ୍କା ଦୂରେଇଯିବ। ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ ଓ କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ବ୍ୟବସାୟ ପାଇଁ କୌଣସି ଦୂର ସ୍ଥାନକୁ ଯାତ୍ରା କରିବା ଫଳରେ ଉତ୍ତମ ଲାଭ ପ୍ରାପ୍ତି ହେବ। ଶତୃମାନେ ଦୂର ହେବେ ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!