ଦୈନିକ ରାଶିଫଳ: 22 ଫେବୃୟାରୀ 2023, ବୁଧବାର, ଶ୍ରୀ ଗଣେଶଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୩ ମସିହା, ଫେବୃୟାରୀ ମାସ ୨୨ତାରିଖ, ବୁଧବାର, କୁମ୍ଭମାସ ୧୦ଦିନ, ଫାଲଗୁନମାସ, ଶୁକ୍ଲପକ୍ଷ, ତୃତୀୟାତିଥି, ପୂର୍ବଭାଦ୍ରପଦ ନକ୍ଷତ୍ର ସକାଳ ୬ଟା ୩୮ମିନିଟ ପରେ ଉତ୍ତରଭାଦ୍ର ନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର । ସାଧ୍ୟ ଯୋଗ ରାତ୍ର ୧୧ଟା ୪୫ମିନିଟ୍ ପରେ ଶୁଭ ଯୋଗ । ତୈତିଳ କରଣ ଦିବା ୪ଟା ୩୬ମିନିଟ୍ ପରେ ଗର କରଣ । କର୍କଟ ରାଶିର ଘାତବାର । ଧନୁରାଶିର ଘାତଚନ୍ଦ୍ର । ନିଷିଦ୍ଧଖାଦ୍ୟ-ପୋଟଳ ନ ଖାଇଲେ ଭଲ । ଯୋଗିନୀ- ଆଗ୍ନେୟ ରାତ୍ରି ୩ଟା ୨୪ମିନିଟ୍ ପରେ ନୈଋତେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ତୃତୀୟାର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୯ଟା ୭ମିନିଟ୍ ରୁ ୧୦ଟା ୩୪ମିନିଟ, ୧୨ଟା ରୁ ୧ଟା ୨୬ମିନିଟ୍, ରାତ୍ରି ୩ଟା ୭ମିନିଟ ରୁ ୪ଟା ୪୦ମିନିଟ । ଶୁଭସମୟ- ସକାଳ ୬ଟା ୧୫ମିନିଟ୍ ରୁ ୭ଟା ୪୭ମିନିଟ୍, ଦିବା ୧୦ଟା ୩୪ମିନିଟ୍ ରୁ ୧୧ଟା ୩୭ମିନିଟ୍, ଦିବା ୧ଟା ୫୫ମିନିଟ୍ ରୁ ୫ଟା, ସନ୍ଧ୍ୟା ୬ଟା ୩୫ମିନିଟ୍ ରୁ ୧୦ଟା ୪୫ମିନିଟ୍, ରାତ୍ର ୨ଟା ୪ମିନିଟ୍ ରୁ ରାତ୍ର ୩ଟା ୭ମିନିଟ୍, ରାତ୍ର ୪ଟା ୪୦ମିନିଟ୍ ରୁ ୬ଟା ୧୪ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ଶ୍ରମିକ ଓ କର୍ମଚାରୀମାନେ ଉପରିସ୍ଥଙ୍କୁ ଆପଣାର କରି କୃପା ଭାଜନ ହେବେ । ବିଦ୍ୟା କ୍ଷେତ୍ରରେ ମନନିବେଶ କରିବେ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ଧର୍ମାତ୍ମା, ଦେବତା, ସାଧୁସନ୍ଥଙ୍କସେବା ଓ ପରୋପକାର କର୍ମରେ ନିଜକୁ ନିଯୋଜିତ କରି ପାରନ୍ତି । ସ୍ୱାସ୍ଥ୍ୟ ହାନୀ ହେବା ସହ ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ପାଇ ପାରନ୍ତି । ବାକିଥିବା ଅର୍ଥ ଆଦାୟ ହେବ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଆର୍ଥିକ ସଙ୍କଟ ଦୂରେଇ ଯିବ । ଧାର କରଜ ସୁଝିବାପାଇଁ ସୁଯୋଗ ପାଇବେ । ପ୍ରତିକାର- ଶ୍ଵେତଚନ୍ଦନ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ମିଥୁନ:-ସଭାସମିତି, କ୍ରୀଡ଼ା, କଳା, ସଙ୍ଗୀତ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ବିଦ୍ୟାକ୍ଷେତ୍ରରେ ପ୍ରଶଂସା ପାଇବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ । କର୍ମକ୍ଷେତ୍ରରେ ସହକର୍ମୀ, ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ । ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଦୂରବନ୍ଧୁଙ୍କ ସୌଜନ୍ୟ ମୂଳକ ସାକ୍ଷାତ ଲାଭକରି ଖୁସୀହେବେ । ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ ।

କର୍କଟ:-ରାଜନୀତିରେ ଲୋକପ୍ରିୟତା, ଖେଳରେ ପ୍ରଶଂସାପାଇବେ । ଆଧ୍ୟାତ୍ମକ ଭାବଧାରାରେ ଉଦ୍ବୁଦ୍ଧ ହୋଇ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇ ପାରନ୍ତି । କାର୍ଯ୍ୟକ୍ଷେତ୍ରରେ ସଚ୍ଚୋଟ ଓ ନ୍ୟାୟୀ ବ୍ୟକ୍ତିହିସାବରେ ସମ୍ମାନ ପାଇବେ । ପ୍ରତେକ କଥାକୁ ଟିକିନିଖି ପରୀକ୍ଷା ପରେ ହିସାବକୁ ନେବେ । ସନ୍ତାନ ସନ୍ତତି ମାନଙ୍କ ଖୁସିରେ ଆନନ୍ଦିତ ହେବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-ପାରିବାରିକ ସୁଖ ସମ୍ପନ୍ନତା ଲାଭ ହେବ । ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ପଢାପଢିରେ ମନ ଧ୍ୟାନ ପ୍ରାୟ ଲାଗି ରହିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ରାଜନୈତିକ କ୍ଷେତ୍ରରେ ଭୋଗ ବିଳାସକୁ ତୁଚ୍ଛ ମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କନ୍ୟା:-ଶିଳ୍ପବାଣିଜ୍ୟ, ପରିବହନ ବ୍ୟବସାୟ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ । ସରକାରୀ କ୍ଷେତ୍ରରେ ଉନ୍ନତିର ସୁଯୋଗ ପାଇବେ ଓ ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ । ନୂତନ କର୍ମାରମ୍ଭ ହେତୁ ନୂଆ ଉତ୍ସାହ ନେଇ କାମ କରିବେ । ପରିବହନ ବ୍ୟବସାୟ, ଗବେଷଣା, ଯୋଗାଯୋଗ ସକାଶେ ଦିନଟି ବହୁତ ଭଲ । ପ୍ରତିକାର- ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।

ତୁଳା:-ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ନିଜର ପ୍ରତିଷ୍ଠା ଓ ସୁନାମ ବଢିବା ସହ ଆୟ ମଧ୍ୟ ଉତ୍ତମ ହେବ । ବ୍ୟବସାୟ କ୍ଷେତ୍ରରେ ଦ୍ଵିଗୁଣା ଲାଭ ପାଇବା ସହ କିଛି ନୂତନ ଦ୍ରବ୍ୟ କ୍ରୟ କରିବେ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ । ବରିଷ୍ଠ ଅଧିକାରୀଙ୍କ ସହ ଦୂର ଯାତ୍ରା କରିବାକୁ ପଡ଼ି ପାରେ । ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ ।

ବିଚ୍ଛା:-ସନ୍ତାନ ସମ୍ବନ୍ଧୀୟ ଆଶା କରୁଥିବା ଖବର ପାଇ ଖୁସୀ ହୋଇ ଯିବେ । ଆନୁଷ୍ଠାନିକ କାମରୁ ସମ୍ମାନଲାଭ ହେବ ଏବଂ ଆୟ ମଧ୍ୟ ଉତ୍ତମ ହେବ । ସମସ୍ତ ଦୁଃଶ୍ଚିନ୍ତା ଦୂର ହେବ । ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବା ଫଳରେ ଅର୍ଥ ଲାଭର ସୁଯୋଗ ପାଇବେ । ଘରଠୁ କର୍ମକ୍ଷେତ୍ରକୁ ପ୍ରମୁଖତା ଦେଇ ଆଧିକ ସମୟ ମଧ୍ୟ ଉତ୍ସର୍ଗ କରିବାକୁ ପଡିବ । ତୀର୍ଥ ଯାତ୍ରା ଓ ଦେବ ଦର୍ଶନ କରିବେ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ଧନୁ:-ରାଜନୀତି କ୍ଷେତ୍ରରେ ମାନସମ୍ମାନ ବୃଦ୍ଧିହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବିଦ୍ୟାକ୍ଷେତ୍ରରେ ସ୍ୱନାମ ଅର୍ଜନ କରିବେ । ପ୍ରେମ କ୍ଷେତ୍ରରେ ମିତ୍ରମାନଙ୍କ ଦ୍ଵାରା ଲାଭ ପାଇବେ । ତରବରିଆ ହିସାବରେ କୌଣସି କାର୍ଯ୍ୟ ନକରି ସବୁଆଡ଼କୁ ନଜରଦେଇ କାମକରିବା ଉଚିତ୍ । ଅତୀତର କୌଣସି ବିବାଦୀୟ ଘଟଣା ଜଟିଳ ଆଡକୁ ଗତିକରି ପାରେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-ପୁରାତନ ରୋଗର ଉପଶମ ଫଳରେ ସ୍ୱାସ୍ଥ୍ୟ ଠିକ୍ ରହିବ । ଆର୍ଥୀକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ କୌଣସି ଜରୁରୀ କାର୍ଯ୍ୟକୁ ମନୋଯୋଗ ଦେଇ ପୂର୍ଣ୍ଣ କରିବେ । ବିଦ୍ୟାରେ ଉନ୍ନତି ହେବାସହ ଉଚ୍ଚବିଦ୍ୟା ଅଧ୍ୟୟନ ପାଇଁ ସୁଯୋଗ ପାଇବେ । ପାରିବାରିକ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ । ଯୁକ୍ତିଯୁକ୍ତ କଥାକହି ଅନ୍ୟମାନଙ୍କୁ ଆପଣେଇ ପାରିବେ । ପ୍ରତିକାର- ଅଷ୍ଟଗନ୍ଧ ତିଳକ ଚନ୍ଦନ ଧାରଣ କରନ୍ତୁ ।

କୁମ୍ଭ:-ଯେକୌଣସି କାର୍ଯ୍ୟରେ ହାତଦେଲେ ସଫଳତା ମିଳିବ । ବନ୍ଧୁମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ ଓ ମାନସିକ ଏକାଗ୍ରତା ବଜାୟ ରହିବ । ଯେକୌଣସି ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସାମ୍ନା କରିବାର ସାହାସ ରହିବ । କରଜ ଦାତାଙ୍କ କରଜ ପରିଶୋଧ କରିବା ପାଇଁ ସୁବିଧା ପାଇବେ । ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ସ୍ଥଗିତ କର୍ମଗୁଡ଼ିକର ସମ୍ପାଦନ କରିବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ମୀନ:-ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରି ପାରନ୍ତି । ଛାତ୍ର ଛାତ୍ରୀମାନେ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ବିଶେଷ ସମୟ ଦେବାକୁ ପଡ଼ିବ । ଗୃହୋପକରଣ କ୍ରୟ କରିବା ପାଇଁ ମନ ବଲେଇବେ । ପାରିଶ୍ରମିକ ତୁଳନାରେ ଅଧିକ ଶ୍ରମ କରିବେ । ପରିବାର ସମସ୍ୟାର ସମାଧାନ ହୋଇଯିବା ଫଳରେ ପାରିବାରିକ ଜୀବନ ସୁଖମୟ ହେବ । ପ୍ରତିକାର- ହଳଦୀ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!