ଦୈନିକ ରାଶିଫଳ: ୨୨ ଡିସେମ୍ବର ୨୦୧୯, ସୂର୍ଯ୍ୟ ଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ପ୍ରବଳ ଉନ୍ନତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ଶତୃ ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ଅନେକ ଦିଗରୁ ଖୁସି ମିଳିବ। ନିଜର ଲୋକମାନେ ସାହାଯ୍ୟ ସହଯୋଗ କରିବେ। ରାଜନୀତି କ୍ଷେତ୍ରରେ ସମସ୍ତ ଚେଷ୍ଟା ସଫଳ ହେବ। କାର୍ଯ୍ୟ।ଳୟରେ କରିଥିବା କାମର ଶୁଭ ସୂଚନା ପାଇ ଶାନ୍ତି ପାଇବେ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। ବ୍ୟବସାୟକ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢ଼େଇବା ବୁଦ୍ଧିମତା ପୂର୍ଣ୍ଣ ହେବ। ବନ୍ଧୁ ମିତ୍ରମାନେ ଶତ୍ରୁତା ଆଚରଣ କରି ପାରନ୍ତି। ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ନୂତନ କାର୍ଯ୍ୟରେ ଉନ୍ନତି ହେବ। କର୍ମୋନ୍ନତିର ସୂଚନା ପାଇବା ସହ ଆଶା କରିଥିବା କାର୍ଯ୍ୟଟି ପୂରଣ ହେବ। ପୁରାତନ ରୋଗ ପୀଡ଼ାର ଉପଶମ ହେବ ଓ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଅନୁଭବ କରିବେ। ପରିବହନ ବ୍ୟବସାୟରେ ବିଶେଷ ଲାଭବାନ ହେବେ।  ଶତୃନାଶ, ଋଣନାଶ ଓ କାର୍ଯ୍ୟ।ଳୟରେ ପରିଚାଳନାଗତ ସମସ୍ୟା ସମାଧାନ ହେବ। ମନୋରଂଜନ କାର୍ଯ୍ୟରେ ସମୟ କଟିବ। ଶୁଭ ସମାଚାର ପାଇ ମନ ଖୁସି ହେବ। ଦୂରଯାତ୍ରାକରି ଲାଭ ପାଇବେ ଓ ଅଭିଷ୍ଟ ପ୍ରାପ୍ତି ହେବ। ପ୍ରତିକାରନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ।

ମିଥୁନ:-

ମନୋରଂଜନ କାର୍ଯ୍ୟରେ ସମୟ କଟିବ। ପାଖ ପଡୋଶୀମାନଙ୍କ ସହଯୋଗରେ ଗୃହସମସ୍ୟା ସମାଧାନ ହେବ ଓ ଗୃହରେ ଦୀର୍ଘଦିନର ବିବାଦୀୟ ସମସ୍ୟାରେ ସଫଳତା ମିଳିବ। ବ୍ୟବସାୟିକ କାର୍ଯ୍ୟ ସହଜ ସରଳରେ ସମାଧାନ ହେବ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ଦାମ୍ପତ୍ୟ ସୁଖରେ ଖୁସି ହେବେ। ରାଜନୀତି କ୍ଷେତ୍ରରେ ଜନ ସେବାରେ ପ୍ରଶଂସା ମିଳିବ। ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ। ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥାକହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

କର୍କଟ:-

କର୍ମକ୍ଷେତ୍ରରେ କରିଥିବା କାମର ଶୁଭ ସୂଚନା ପାଇବେ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ଶତୃ ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ପରିବାରରେ ଖୁସିର ବାତାବରଣ ସ୍ଥାୟି ରହିବ ଓ ନୂତନ ସମ୍ବନ୍ଧ ସୃଷ୍ଟିହେବ। ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ପଡାପଡୋଶୀ ବନ୍ଧୁ ମିତ୍ରଙ୍କ ବ୍ୟବହାରରେ ମନ ବିଚଳିତ ହୋଇପାରେ। ଖେଳ, ବିଦ୍ୟା ଓ କୃଷିକ୍ଷେତ୍ରରେ ଆଦୃତ ହେବେ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।    

ସିଂହ:-

ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ। ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଧନସମ୍ପଦ, ବସ୍ତ୍ରଆଭୂଷଣ ଆଦି ଲାଭହେବ। ଆମୋଦ-ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟଗୀତ, କଳାସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍, ଆଡମ୍ବରରେ ଉତ୍ସାହ ବଢିବ। ବନ୍ଧୁ ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବ। ଦୂରଯାତ୍ରାର ସୁଯୋଗ ପାଇବେ। ଅର୍ଥଲାଭର ମାର୍ଗ ଖୋଲି ଯିବ। କୌଣସି ମାଙ୍ଗଳିକ କାର୍ଯ୍ୟ ଆୟୋଜନରେ ଯୋଗ ଦେବେ। ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷକ ଓ ସହପାଠୀ ମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-

ଶତୃମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ ଓ ମାନସିକ ଶାନ୍ତି ପାଇବେ। ଶୁଭ ସମାଚାର ମିଳିବ। ପରିଶ୍ରମ କାର୍ଯ୍ୟ କରି ପ୍ରଶଂସିତ ହେବେ। ବ୍ୟବସାୟିକ ସ୍ଥିତି ସୁଧୁରିଯିବ ଓ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ଉଚିତ୍ପନ୍ଥା ଗ୍ରହଣ କରି ହସ ଖୁସିରେ ସମୟ ବିତେଇବେ। ଛାତ୍ର ଛାତ୍ରୀ ମାନଙ୍କର ସଂଘର୍ଷ ଦ୍ୱାରା ସଫଳତା ମିଳିବ। ପ୍ରତିକାର ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-

କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ। ମାନସିକ ସୁସ୍ଥତା ଅନୁଭବ କରିବେ। ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣ ସଫଳତା ଅର୍ଜନ କରିବେ। ଆର୍ଥିକ, ପାରିବାରିକ ଏବଂ ସାମାଜିକ କାର୍ଯ୍ୟରେ ଜୟଯୁକ୍ତ ହେବେ। ସହକର୍ମୀମାନଙ୍କ ଠାରୁ ସାହାଯ୍ୟ ଓ ସହଯୋଗ ପାଇ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ଓ ବରିଷ୍ଠ ବ୍ୟକ୍ତିମାନେ ସନ୍ତୋଷ ହେବେ। ବ୍ୟବସାୟୀମାନଙ୍କର କାରବାର ବଢିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ। ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତାପରୀକ୍ଷା ଓ ସାକ୍ଷାତକାରରେ ଉଚ୍ଚ ପ୍ରଶଂସିତ ହେବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବିଚ୍ଛା:-

କୌଣସି ଗୁରୁତ୍ୱପୂର୍ଣ୍ଣ କର୍ମ ନେଇ ଅର୍ଥ ସଂପର୍କିତ  ଚୁକ୍ତିପତ୍ର କଲେ ସଫଳତା ମିଳିବ ଓ ଉତ୍ସାହିତ ହେବେ। ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ। ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତାରେ ନିଜ ପକ୍ଷ ସବଳ ରହିବ। ଘରୋଇ କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ।  କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ।  ବ୍ୟବସାୟରେ ପ୍ରସାର ପ୍ରଚାର କରି ବଢ଼ାଇବାକୁ ମନ ବଳାଇ ଦକ୍ଷତା ଅର୍ଜନ କରିବେ। ବିଦ୍ୟାକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ପ୍ରଶଂସା ପାଇବେ। ସୁଖ ସମ୍ପଦ ପ୍ରାପ୍ତି ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-

ଉଚ୍ଚ ଶିକ୍ଷା ହାସିଲ କରିବା ପାଇଁ ପ୍ରୟାସରତ ରହିବେ। କାରବାରର ଗତି ରୀତିରେ ପରିବର୍ତ୍ତନର ଆଶଙ୍କା ନାହିଁ। ଅଏସ୍ ଆରାମ ସୁଖ-ସନ୍ତୁଷ୍ଟି ପାଇବାରେ ବାଧା କିଛି ନାହିଁ। ଯେତେ ସମସ୍ୟା ଲାଗିଲେ ମଧ୍ୟ କାମକୁ ଅବହେଳା କରିବେ ନାହିଁ। ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷାକରିବା ଫଳରେ ମନ ଭଲ ରହିବ। ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ଠାରୁ ଆର୍ଥିକ ସାହାଯ୍ୟ ମିଳିବ। ଆଧ୍ୟାତ୍ମିକ ଭାବଧାରରେ ଉଦବୁଦ୍ଧ ହୋଇ ସତସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳେଇବେ। ପ୍ରେମ-ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରତିକାର ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-

ଗୃହୋପକରଣ କ୍ରୟ କରିବେ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରି ପାରନ୍ତି। ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ହେଲେ ଆଗେଇ ନବା ଉଚିତ୍। ବ୍ୟବସାୟ କ୍ଷେତ୍ରରେ ଦ୍ଵିଗୁଣା ଲାଭ ପାଇବେ।  ପାରିବାରିକ ସମସ୍ୟା ସମାଧାନ କରି ଶାନ୍ତି ପାଇବେ। ଆର୍ଥିକ ଚିନ୍ତା ଦୁରହେବ ଓ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ମଧୁରତା ଆସିବ। ପ୍ରତିକାରମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ:-

ଶାରୀରିକ ସୁସ୍ଥତା ଅନୁଭବ କରିବେ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ରାଜନୈତିକ କ୍ଷେତ୍ରରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବା ଦ୍ଵାରା ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ। ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳ ହେବେ। ବଡପଣିଆ ଦେଖାଇଲେ ଭଲ ବଦଳରେ ମନ୍ଦଫଳ ଭୋଗିବାକୁ ପଡିବ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-

ପାରିବାରିକ କ୍ଷେତ୍ରରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। ବାଦବିବାଦ, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ କୃତକାର୍ଯ୍ୟ ହେବେ। ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବନାହିଁ। ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ବାଣିଜ୍ୟ କ୍ଷେତ୍ରରେ ପ୍ରତିଦ୍ଵନ୍ଦିତାରେ ଉନ୍ନତମାନର ଫଳପାଇବେ। ସମୟ ଅନୁକୂଳ ହେଲେ ମଧ୍ୟ କାର୍ଯ୍ୟ ପୁରଣରେ ବାଧା ଆସିବ ଓ ବିଳମ୍ବ ହେବ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ମଧୁରତା ଆସିବ। ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!