ଦୈନିକ ରାଶିଫଳ: 21 ଜୁନ 2022, ମା ମଙ୍ଗଳାଙ୍କ କୃପାରୁ ଏହି 4ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଜୁନମାସ ୨୧ତାରିଖ, ମଙ୍ଗଳବାର, ମିଥୁନମାସ ୭ଦିନ, ଆଷାଢମାସ କୃଷ୍ଣପକ୍ଷ, ଅଷ୍ଟମୀତିଥି, ଉତ୍ତରଭାଦ୍ରପଦ ନକ୍ଷତ୍ର ମୀନରାଶିରେ ଚନ୍ଦ୍ର । ଆୟୁଷ୍ମାନ ଯୋଗ ପ୍ରାତଃ ୬ଟା ୪୦ମିନିଟ୍ ପରେ ସୌଭାଗ୍ୟ ଯୋଗ । ବାଳବ କରଣ ଦିବା ୮ଟା ୪୦ମିନିଟ୍ ପରେ କୌଳବ କରଣ । ମକର ରାଶିର ଘାତବାର । ଧନୁ ରାଶିର ଘାତଚନ୍ଦ୍ର । ନଡିଆ, ଆମିଷ ନ ଖାଇଲେ ଭଲ, ରାତି ୮ଟା ୩୧ମିନିଟ୍ ପରେ ଲାଉ ନ ଖାଇଲେ ଭଲ । ଯୋଗିନୀ- ଐଶାନ୍ୟେ ରାତି ୮ଟା ୩୧ମିନିଟ୍ ପରେ ପୂର୍ବେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ଅଷ୍ଟମୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅଶୁଭସମୟ- ପ୍ରାତଃ ୬ଟା ରୁ ୫୧ମିନିଟ୍ ରୁ ଦିବା ୮ଟା ୩୦ମିନିଟ୍, ଦିବା ୧ଟା ୨୭ମିନିଟ୍ ରୁ ଦିବା ୩ଟା ୬ମିନିଟ୍, ରାତ୍ରି ୭ଟା ୪୫ମିନିଟ୍ ରୁ ୯ଟା ୬ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୧୩ମିନିଟ୍ ରୁ ୬ଟା ୫୦ମିନିଟ୍, ଦିବା ୯ଟା ୩୭ମିନିଟ୍ ରୁ ଦିବା ୧୨ଟା ୧୩ମିନିଟ୍, ଦିବା ୪ଟା ୪୬ମିନିଟ୍ ରୁ ୫ଟା ୩୦ମିନିଟ୍, ସନ୍ଧ୍ୟା ୬ଟା ୨୫ମିନିଟ୍ ରୁ ୭ଟା ୬ମିନିଟ୍, ରାତ୍ର ୯ଟା ୭ମିନିଟ୍ ରୁ ୯ଟା ୫୯ମିନିଟ୍, ରାତ୍ର ୧୨ଟା ୧୧ମିନିଟ୍ ରୁ ରାତ୍ର ୨ଟା ୧୮ମିନିଟ୍ । ପର୍ବଦିନ- କାଳାଷ୍ଟମୀ ।

ମେଷ:-ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରି ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ । ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବ । ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଆପଣା ଲୋକଙ୍କ ଠାରୁ ପ୍ରଶଂସିତ ହେବେ । ରାଜନୀତିରେ କୃତକାର୍ଯ୍ୟ ହେବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ବୃଷ:-ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ନିଶ୍ଚିତ ଭାବେ ପାଇବେ । ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଭଲ କାମ କରି ସହାବସ୍ଥାନର ନିରାପଦ ବଳୟ ଭିତରେ ଆପଣା ଲୋକଙ୍କ ସାହାଯ୍ୟ ପାଇ ପାରିବାରିକ ଜୀବନ ସୁଧାରୀ ନେବେ । ସ୍ୱାସ୍ଥ୍ୟ ଦିଗରୁ ଆଶ୍ଵସ୍ତି ଲାଭ କରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:-ରାଜନୈତିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ ଓ ସୁନାମ ଅର୍ଜନ କରିବେ । ଅଚାନକ ଭାବରେ ଧନ ପ୍ରାପ୍ତି କରିବାର ସୁଯୋଗ ମିଳିବ । ଗୃହରେ କୌଣସି ଶୁଭକର୍ମ ସମ୍ପାଦନ କରିପାରନ୍ତି । ନାନା ବାଟରେ ଧନାଗମ ଘଟି ନିଜର ପ୍ରତିଷ୍ଠା ଓ ସୁନାମ ବଢିବ ଆୟ ମଧ୍ୟ ଉତ୍ତମ ହେବ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ନିର୍ମାଣମୂଳକ ଯୋଜନାରେ ଆଗେଇବେ । ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବ । ପ୍ରତିକାର- ସବୁଜ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

କର୍କଟ:-କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଅର୍ଥ ପ୍ରାପ୍ତି ହୋଇଯିବ । ବ୍ୟବସାୟରେ ପ୍ରଚୁର ଲାଭ କରିବେ ଓ ଆୟ ଅପରିବର୍ତ୍ତିତ ରହିବା ସହ ବ୍ୟୟ ସଙ୍କୁଚିତ ହେବ । ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ । ସମ୍ମାନର ସହିତ ଦିନଚର୍ଯ୍ୟା କରି ସୁଖରେ ଚଳିବାରେ ବାଧା ଉପୁଜିବ ନାହିଁ । ପାରିବାରିକ କ୍ଷେତ୍ରରେ ଅସନ୍ତୋଷ, କ୍ଷୋଭ ଓ ଅବଶୋଷ ଦୂରେଇ ଯିବ । ପ୍ରତିଦ୍ୱନ୍ଦିତା ପରୀକ୍ଷାରେ ସଫଳତା ଲାଭ କରିବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ସିଂହ:-କୌଣସି ଆଧ୍ୟାତ୍ମିକ କାର୍ଯ୍ୟର ଆୟୋଜନ କରେଇବା ଯୋଗେ ଗୁରୁଜନ ସନ୍ତୁଷ୍ଟ ରହିବେ । ବନ୍ଧୁ ମିତ୍ରମାନଙ୍କ ସାହାଯ୍ୟ ସହଯୋଗ ଓ ପରିବାର ଲୋକଙ୍କର ସମର୍ଥନ ହେତୁ ଖୁସି ହେବେ । ପାରିବାରିକ ଜୀବନ ଆନନ୍ଦମୟ ହେବ । ପିଲାମାନଙ୍କ ପ୍ରତି ବିଶେଷ ସତର୍କ ରହିବା ଉଚିତ୍ । ସ୍ୱାସ୍ଥ୍ୟ ହାନୀ ହେବା ସହ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଗତି କରିବା ସାଙ୍ଗକୁ ପାରିବାରିକ ଦୁଶ୍ଚିନ୍ତାରେ ମାନସିକ ଅଶାନ୍ତି ଦେଖାଦେବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କନ୍ୟା:-ଶତୃମାନେ ମିତ୍ରଭାବ ଆଚରଣ କରିବେ । ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ବ୍ୟବସାୟୀ ମାନଙ୍କର କାରବାର ବଢିବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ପୁରାତନ ରୋଗରୁ ଉପଶମ ମିଳିବା ଫଳରେ ଶରୀର ଭଲ ରହିବ । ପାରିବାରିକ କ୍ଷେତ୍ରରେ ଶାନ୍ତିଶୃଙ୍ଖଳା ଦେଖା ଦେବ । ଜ୍ଞାନ-ଗବେଷଣା ସ୍ତରରେ କୃତକାର୍ଯ୍ୟ ହୋଇ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ତୁଳା:-ଶାରିରୀକ ଅସୁସ୍ଥତା ଦୂରହେବ । ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ । ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ ଓ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ରାଜନୀତି କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା ବ୍ୟକ୍ତିରୁପେ ପ୍ରଶଂସା ପାଇବେ । କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇବେ । ବୃତ୍ତିଗତ ଦୃଷ୍ଟିରୁ ସ୍ଵାଭିମାନ ସୁରକ୍ଷିତ ରହିବା ଫଳରେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ବିଚ୍ଛା:-ବ୍ୟବସାୟରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରି ସଫଳତା ଅର୍ଜନ କରି ପାରିବେ । ରାଜନୀତି କ୍ଷେତ୍ରରେ ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବେ । ବିଦ୍ୟା କ୍ଷେତ୍ରରେ ପରିଶ୍ରମ ନ ବଢାଇଲେ ଉତ୍ତମ ରୂପେ ଲକ୍ଷ୍ୟ ସିଦ୍ଧି ସମ୍ଭବ ହେବ ନାହିଁ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ । ସ୍ୱାସ୍ଥ୍ୟ ହାନୀ ହେବା ସହ ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-ରାଜନେତା ମାନେ ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥାକହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ଔଷଧନିର୍ମାଣ ବିକ୍ରୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭାନ୍ୱିତ ହେବେ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ କୃତକାର୍ଯ୍ୟ ହେବେ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ସହ କଷ୍ଟ ଅନୁଭବ କରି ପାରନ୍ତି । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:- ସହକର୍ମୀ ଓ ଉଚ୍ଚାଧିକାରିମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ । ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ । ବ୍ୟବସାୟୀମାନେ ଧନଲାଭ କରିବାର ସୁଯୋଗ ପାଇବେ । ପରିବାରରେ ଆଦରପାଇ ସୁଖଭୋଗ କରିବେ । ବାଦବିବାଦ, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-ବ୍ୟବସାୟିକ କ୍ଷେତ୍ରରେ ସ୍ଥିତି ସୁଧୁରିବା ସହ ଉନ୍ନତିହେବ । ଏକାକୀତ୍ଵର ପରିଧିରେ ନିଜକୁ ସଜାଇ ପାରନ୍ତି । ଭୁଲ୍ ବୁଝାମଣା ଦୂର ହେବା ଯୋଗେ ହିତୈଷିମାନେ ଅଧିକ ନିବିଡ ହେବା ସାଙ୍ଗକୁ ମର୍ଯ୍ୟଦାଜନକ ପରିସ୍ଥିତି ସୃଷ୍ଟି କରିବେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଜୟଯୁକ୍ତ ହେବେ । ପିଲାମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ ହେବେ । ପାରିବାରିକ ଦୁଶ୍ଚିନ୍ତାରେ ମାନସିକ ଅଶାନ୍ତି ଦେଖାଦେବ । ପ୍ରତିକାର- ନିମ୍ବକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

ମୀନ:-ଆର୍ଥିକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ପରିବାରରେ ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ଉତ୍ତମ ରୋଜଗାର କରି ପ୍ରଶଂସିତ ହେବେ । କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ବନ୍ଧୁବାନ୍ଧବଙ୍କ ଦିଗରୁ ସ୍ଵାର୍ଥପ୍ରବଣତାର ଅଭିବୃଦ୍ଧି ଘଟିବ । ରାଜନୀତିରେ କଳବଳ ଖଟାଇ ନିଜର ସ୍ଥାନକୁ କୌଣସିମତେ ଦୃଢ ରଖି ପାରିବେ ଓ ସ୍ଵନାମ ଅର୍ଜନ କରିପାରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!