ଦୈନିକ ରାଶିଫଳ: 21 ଜୁଲାଇ 2022, ମା ଲକ୍ଷ୍ମୀଙ୍କ କୃପାରୁ ଏହି 4ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଜୁଲାଇମାସ୨୧ତାରିଖ, ଗୁରୁବାର, କର୍କଟମାସ୫ଦିନ, ଶ୍ରାବଣମାସ, କୃଷ୍ଣପକ୍ଷ, ଅଷ୍ଟମୀତିଥି ସକାଳ୮ଟା ୧୨ ମିନିଟ୍ ପରେ ନବମୀତିଥି, ଅଶ୍ଵିନୀ ନକ୍ଷତ୍ର ଦିବା ୨ଟା ୧୮ମିନିଟ୍ ପରେ ଦ୍ଵିଜା ନକ୍ଷତ୍ର, ମେଷ ରାଶିରେ ଚନ୍ଦ୍ର । ଧୃତି ଯୋଗ ଦିବା ୧୨ଟା ୧୯ମିନିଟ୍ ପରେ ଶୂଳ ଯୋଗ । କୌଳବ କରଣ ସକାଳ ୮ଟା ୧୨ମିନିଟ୍ ପରେ ତୈତିଳ କରଣ । ତୁଳା, କୁମ୍ଭ ରାଶିର ଘାତ ବାର । ମେଷ ରାଶିର ଘାତଚନ୍ଦ୍ର । ନଡିଆ, ଆମିଷ ନ ଖାଇଲେ ଭଲ ସକାଳ ୮ଟା ୧୨ମିନିଟ୍ ପରେ ଲାଉ ନ ଖାଇଲେ ଭଲ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯୋଗିନୀ- ଐଶାନ୍ୟେ ସକାଳ ୮ଟା ୧୨ମିନିଟ୍ ପରେ ପୂର୍ବେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୩ଟା ୮ମିନିଟ୍ ରୁ ସନ୍ଧ୍ୟା ୬ଟା ୨୩ମିନିଟ୍, ରାତ୍ରି ୧୧ଟା ୫୩ମିନିଟ୍ ରୁ ରାତ୍ରି ୧ଟା ୧୫ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୨୩ମିନିଟ୍ ରୁ ୭ଟା ୫ମିନିଟ୍, ଦିବା ୧୦ଟା ୩୫ମିନିଟ୍ ରୁ ୧ଟା ୧୦ମିନିଟ୍, ରାତ୍ର ୨ଟା ୨୭ମିନିଟ୍ ରୁ ୩ଟା ୧୦ମିନିଟ୍ ।

ମେଷ:-ନିଜର ଲୋକମାନେ ସାହାଯ୍ୟ ସହଯୋଗ କରିବା ଫଳରେ ଅନେକ ଦିଗରୁ ଖୁସି ମିଳିବ । ଦୂରଯାତ୍ରାର ସୁଯୋଗ ମିଳିବ । ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ଆୟ ଓ ପ୍ରତିଷ୍ଠାରେ ଅପ୍ରତ୍ୟାଶିତ ତେଜ ଆସିବ । ଉଚ୍ଚାଧିକାରୀ ମାନେ ପ୍ରସନ୍ନ ରହିବେ । ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ ଓ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ରାଜନୀତି କ୍ଷେତ୍ରରେ ସମସ୍ତ ଚେଷ୍ଟା ସଫଳ ହେବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-ବ୍ୟବସାୟ ବଢ଼ାଇବାରେ ସମର୍ଥ ହେବେ । ଆତ୍ମୀୟବର୍ଗରେ ଉନ୍ନତି ତଥା ଉତ୍ତମ ବୁଝାମଣା ଜନିତ ଉତ୍ସାହ-ଉଦ୍ଦୀପନାଯୁକ୍ତ ହେବେ । ଧର୍ମ କାର୍ଯ୍ୟରେ ଯୋଗଦେଇ ଦେବଦର୍ଶନ କରିବେ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବା ସହ ପ୍ରତିଷ୍ଠିତ ହୋଇପାରିବେ । ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବା ଫଳରେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ମିଥୁନ:-ସ୍ୱାସ୍ଥ୍ୟ ଉତ୍ତମ ରହିବ । ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତିଶୃଙ୍ଖଳା ବଜାୟ ରଖି ପାରିବେ । ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧିହେବ । ଆକସ୍ମିକ ଅର୍ଥଲାଭ, ସୁନାମପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଦୂରଯାତ୍ରାରେ ସଫଳତା ପ୍ରାପ୍ତି ହେବ । ରାଜନୈତିକ କ୍ଷେତ୍ରରେ ସ୍ଥିରତା ଦେଖାଦେବ ଓ ଆଶା ମୁତାବକ ଫଳ ପାଇବେ । ବାସଗୃହ ଓ ଯାନବାହନର କେତେକ ସମସ୍ୟା ସମାଧାନ ହୋଇଯିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କର୍କଟ:-ଶିକ୍ଷାକ୍ଷେତ୍ରରେ ଅଦମ୍ୟ ଉଦ୍ୟମ ବା ଚେଷ୍ଟାଦ୍ୱାରା ସାଫଲ୍ୟ ପ୍ରାପ୍ତି ହେବ । ପରିବାରର ସଦସ୍ୟଙ୍କ ସହିତ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସଂପର୍କ ରହିବ । ଆର୍ଥିକ ଦିଗରୁ ଉନ୍ନତି ଓ ନୂତନ ପଦାର୍ଥ ସଂଗ୍ରହ ଏବଂ ବ୍ୟାଙ୍କବାଲାନ୍ସ ବୃଦ୍ଧି ପାଇବ । ଦୂରଯାତ୍ରାରେ ସଫଳ ହେବେ । ଅଟକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ । ଯାନବାହାନ ବ୍ୟବସାୟରେ ତଥା ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ଅଧିକ ଲାଭ ପାଇବେ । ରାଜନୈତିକ କ୍ଷେତ୍ରରେ ଶତୃମାନେ ଫଛଘୁଞ୍ଚା ଦେବେ । ପ୍ରତିକାର- ଧଳା ରୁମାଲ ଟିଏ ପାଖରେ ରଖନ୍ତୁ ।

ସିଂହ:-କର୍ମକ୍ଷେତ୍ରରେ କରିଥିବା କାମର ଶୁଭ ସୂଚନା ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥାକହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ଧନ ଆଦାନ ପ୍ରଦାନ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଉଚିତ । ପ୍ରତିକାର:- ଆମ୍ବଗଛ ମୂଳରେ ଗୁଡ଼ଟିକେ ଥୋଇ ଦିଅନ୍ତୁ ।

କନ୍ୟା:-ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ । ବ୍ୟବସାୟରେ ବାଧା ଉପୁଜିଲେ ମଧ୍ୟ ଲାଭବାନ୍ ହେବେ । ଧୀରସ୍ଥିର ଭାବରେ ସମସ୍ୟା ସୁଧାରୀ ନେବା ଉଚିତ୍ । ଆର୍ଥିକ ଦିଗରୁ ଉନ୍ନତି ହେଲେ ମଧ୍ୟ ବ୍ୟୟ ଭାର ବୃଦ୍ଧି ହେବ । ସାମାଜିକ କାର୍ଯ୍ୟରେ ରତ ହେବେ । ପ୍ରେମିକ ପ୍ରେମିକା ମାନେ ସାଧୁସନ୍ଥ ଓ ଗୁରୁଜନଙ୍କ ଶୁଭାଶୀର୍ବାଦ ପାଇବେ । ପିଲାମାନଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନରେ ଭରପୁର ଆନନ୍ଦ ପାଇଲାଭଳି ଫାଇଦା ଉଠେଇବେ । ସରକାରୀ କର୍ମଚାରୀମାନେ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁ ଓ କଠିନ ପରିଶ୍ରମ ହେତୁ ଶାରୀରିକ ପୀଡା ଭୋଗି ପାରନ୍ତି । ପରିବାରଜନଙ୍କ ସହ ନିଜ ବାହନରେ କୌଣସି ଜାଗାକୁ ଯାତ୍ରା ନ କରିଲେ ଭଲ । ଗୁପ୍ତ ଶତୃଙ୍କ ଦ୍ୱାରା ହଇରାଣ ଏବଂ ଅପଦସ୍ତ ହୋଇ ପାରନ୍ତି । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ସମସ୍ତ ଚେଷ୍ଟା ସଫଳ ହେବା ଫଳରେ ନୂତନ କାର୍ଯ୍ୟରେ ଉନ୍ନତି ହେବ । ନୂତନ ସମ୍ପତ୍ତି କ୍ରୟ କରିବେ । ପାରିବାରିକ କ୍ଷେତ୍ରରେ ଖୁସିର ବାତାବରଣ ସ୍ଥାୟି ରହିବ ଓ ନୂତନ ସମ୍ବନ୍ଧ ସୃଷ୍ଟିହେବ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାର ସାମର୍ଥ୍ୟ ବଢିବ । ନୂତନ ବ୍ୟବସାୟରେ ପୁଞ୍ଜି ନିବେଶ କରିବାର ସୁଯୋଗ ପାଇବେ । ମାନସମ୍ମାନ, ଯଶ, କୀର୍ତ୍ତି, ପ୍ରତିଷ୍ଠା, ପ୍ରତିପତିରେ ଉନ୍ନତି ହେବ । ପ୍ରତିକାର:- ନାଲି ରଙ୍ଗର ରୁମାଲ୍ ପାଖରେ ରଖନ୍ତୁ ।

ଧନୁ:-କର୍ମଜୀବୀମାନେ କର୍ତ୍ତବ୍ୟ ନିଷ୍ଠା ରକ୍ଷାକରି ସାଧୁ ଓ ସଚ୍ଚୋଟ ଭାବେ ଦାୟିତ୍ୱ ତୁଲାଇ ପାରିବେ । ବ୍ୟବସାୟୀମାନେ କଠିନ ପରିଶ୍ରମର ଫଳ ପାଇବେ । ପାରିବାରିକସ୍ଥିତି ସାମାନ୍ୟ ବଦଳିବ । ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କକୁ ଆଧାରକରି ତିଷ୍ଠି ପାରିବେ । ନକାରାତ୍ମକ ପରିସ୍ଥିତିକୁ ଆତ୍ମବିଶ୍ୱାସ ଦ୍ଵାରା ସକାରାତ୍ମକ ପରିସ୍ଥିତିରେ ପରିଣତ କରି ପାରିବେ । କଳା,ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ପ୍ରତିକାର- ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ମକର:-ସଚ୍ଚୋଟ ଭାବେ ଦାୟିତ୍ୱ ତୁଲାଇବା ଯୋଗେ ଉପରିସ୍ଥଙ୍କ ଶ୍ରଦ୍ଧା ବା କୃପାଭାଜନ ହେବେ । ପରିବାରରେ ଆର୍ଥିକ କ୍ଷେତ୍ରରେ ଉନ୍ନତିହେବା ଫଳରେ ଶାନ୍ତିପାଇବେ । ବ୍ୟବସାୟ ସଂସ୍ଥାନ, ଶିଳ୍ପ ପ୍ରତିଷ୍ଠା ବା ଯୋଜନା ସାଫଲ୍ୟଦାୟକ ହେବ । କର୍ମକ୍ଷେତ୍ରରେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରୀ ହୋଇ ପାରିବେ । ପୁଞ୍ଜିଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-ବ୍ୟବସାୟ କ୍ଷେତ୍ରରେ ପ୍ରଚୁର ପରିମାଣରେ ଆମଦାନୀ ରପ୍ତାନି କରି ଆନନ୍ଦ ଉଲ୍ଲାସରେ ଦିନଟି ବିତାଇବେ । ପରିବାରରେ ମନୋମାଳିନ୍ୟ ମେଣ୍ଟିଯିବ । ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ରାଜନୈତିକ କ୍ଷେତ୍ରରେ ଭୋଗବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସ୍ଵାସ୍ଥ୍ୟକର ପରିବେଶ ଏବଂ ସମ୍ମାନଜନକ ଘଟଣା ଦେଖାଦେବ । ବିଦେଶୀ ବନ୍ଧୁଙ୍କ ଦ୍ଵାରା ଅଧିକ ଉପକୃତ ହେବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ନିଜର ଲୋକମାନେ ସାହାଯ୍ୟ ସହଯୋଗ କରିବେ । ରାଜନୀତି କ୍ଷେତ୍ରରେ ମାନସିକ ଚିନ୍ତା ଦୂରହେବ । ଶତୃ ଓ ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ମାଲିମୋକଦ୍ଦମାର ସହଜ ସମାଧାନ ହେବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!