ଦୈନିକ ରାଶିଫଳ: ୨୧ ଜୁଲାଇ ୨୦୧୯, ସୂର୍ଯ୍ୟ ଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କର ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହେବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ସ୍ଥଗିତଥିବା କର୍ମଟି ପୂରଣ ହେବାପାଇଁ ଆର୍ଥିକ ସଙ୍କଟ ଦୂରେଇ ଯିବ। କୌଣସି ନୂତନ କର୍ମ କରୁଥିଲେ ସେଥିରେ ବିଜୟୀ ହେବେ। ପାର୍ଟି ବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାରେ ଉତ୍ସାହିତ ହେବେ ଓ ସାମାଜିକ ପ୍ରତିଷ୍ଠା ବଢ଼ିବ। ପାରିବାରିକ ସ୍ଥିତି ସୁଧିରି ଯାଇ ସୁଖ ସମୃଦ୍ଧି ବୃଦ୍ଧିହେବ ଏବଂ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ଜ୍ଞାନ-ଗବେଷଣା ସ୍ତରରେ କୃତକାର୍ଯ୍ୟ ହୋଇ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବ। ଖାଇବା ପିଇବାରେ ଅବହେଳା କରିବାରୁ ସ୍ଵାସ୍ଥ୍ୟ ଖରାପ ହୋଇ ପାରେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରି ପାରିବେ। ରାଜନୀତିରେ ଉନ୍ନତି ହେବ। ମିତ୍ରଙ୍କ ଦ୍ଵାରା ସହାୟତା ମିଳିବ। ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ। ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। କୌଣସି ନୂତନ କାର୍ଯ୍ୟଆରମ୍ଭ କରିପାରିବେ। ସନ୍ତାନ ସନ୍ତତିଙ୍କ ତରଫରୁ ଆଶାବାଦୀ ହେବେ। କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷ। ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ।  ବନ୍ଧୁ ମିତ୍ରମାନଙ୍କର ଓ ବରିଷ୍ଠ କର୍ମୀଙ୍କ ପ୍ରିୟପାତ୍ର ହେବେ।  ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ବ୍ୟାପାର ଓ କାରବାରରେ ସୁଧାର ଆସିବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ମିଥୁନ:-

ଟଙ୍କାର ଆବଶ୍ୟକତା ପୂରଣ ହେବ। ଦାମ୍ପତ୍ୟ କଳହ ମେଣ୍ଟିଯାଇ ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ।  ବ୍ୟବସାୟରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ। ଛାତ୍ରଛାତ୍ରୀମାନଙ୍କର ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ। ବ୍ୟବସାୟୀକ ସଫଳତା ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ମନ ଓ ଶରୀର ଭଲ ରହିବ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ରାଜନୀତି କ୍ଷେତ୍ରରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-

ଅର୍ଥ ଉପାର୍ଜନରେ ଏକନିଷ୍ଠ ହେବେ। ଧନ ପାଇବାର ରାସ୍ତା ଖୋଲିଯିବ। ଋଣମୁକ୍ତି ହେବାପାଇଁ ଯୋଜନା ପ୍ରସ୍ତୁତ କରି ପାରିବେ। ରାଜନୀତିରେ ସମ୍ମାନର ସହିତ କୃତକାର୍ଯ୍ୟ ହେବେ। ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧିହେବ। ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତିଶୃଙ୍ଖଳା ବଜାୟ ରଖି ପାରିବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ନ ରଖିଲେ କେତେକ କ୍ଷେତ୍ରରେ ବିଫଳ ହେବେ। କଠିନ ପରିଶ୍ରମ କରିବା ଯୋଗୁଁ ଶାରରୀକ ଅସୁସ୍ଥତା ଦେଖା ଦେଇ ପାରେ। ଆୟ ଅପରିବର୍ତ୍ତିତ ରହିଲେ ମଧ୍ୟ ବ୍ୟୟ ବୃଦ୍ଧିପାଇବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-

ରୌପ୍ୟାଦି ଧାତୁଦ୍ରବ୍ୟ, ଔଷଧ, କ୍ଷୀର, ଜଳଜାତ ଦ୍ରବ୍ୟ, ଖାଇବାତେଲ, କାଚଦ୍ରବ୍ୟ, ଅତର, ସେଣ୍ଟ, ଷ୍ଟେସେନାରୀ, ଥଣ୍ଡାପାନୀୟ, ରେଡିମେଡ, କପଡା, ଶାଢୀ, ଲୁଗା, ସଉକୀନ୍ ଦ୍ରବ୍ୟ ବ୍ୟବସାୟରେ ପ୍ରବଳ ଲାଭ ପାଇବେ। ବିଭାଗୀୟ ପରୀକ୍ଷା, ପ୍ରତିଯୋଗିପରୀକ୍ଷାର ପରିଣାମ ମନ ଅନୁକୂଳହେବ। ରାଜନୀତି କ୍ଷେତ୍ରରେ ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ପାରିବାରିକ ଜୀବନରେ ଶାନ୍ତି, ଭାଇ ଓ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବ। ବନ୍ଧୁବାନ୍ଧବଙ୍କ ଦିଗରୁ ସ୍ଵାର୍ଥ ପ୍ରବଣତାର ଅଭିବୃଦ୍ଧି ଘଟିବ। ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।   

କନ୍ୟା:-

ଜାଗା, ଜମି, ଗୃହ, ବାହନ ଆଦି କ୍ରୟ କରିବାର ସୁଯୋଗ ପାଇବେ। ବୃତ୍ତିଗତ ଦୃଷ୍ଟିରୁ ସ୍ଵାଭିମାନ ସୁରକ୍ଷିତ ରହିବା ଫଳରେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବୈଷୟିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରି ଉଚ୍ଚମନ୍ୟତାର ଅଧିକାରୀ ହେବେ। ବନ୍ଧୁବାନ୍ଧବ ଦିଗରୁ ସ୍ଵାର୍ଥପ୍ରବଣତାର ଅଭିବୃଦ୍ଧି ଘଟିବ। ନୂତନକର୍ମପ୍ରାପ୍ତିର ସୁଯୋଗ ପାଇବେ। ପ୍ରେମିକ ପ୍ରେମିକାମାନେ ନିକଟସ୍ଥ ସ୍ଥାନ ମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ କୃତକାର୍ଯ୍ୟ ହେବେ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

ତୁଳା:-

ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ପରିବାରରେ ସୁସ୍ଥ ବାତାବରଣ  ଜାରିରହିବ। ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ଗୃହପୋକରଣ କ୍ରୟ କରି ପାରନ୍ତି। ଆୟ ଉପାର୍ଜନରେ ବାଧା ନାହିଁ। ପ୍ରମୋଶନ ସୂଚନାପାଇ ଖୁସି ହେବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳହେବେ। ବ୍ୟବସାୟରେ ଆଶାତୀତ ଲାଭ ମିଳିବ। ଏକାକୀତ୍ଵର ପରିଧିରେ ନିଜକୁ ସଜାଇ ପାରନ୍ତି।  ସାଧାରଣ ଭାବରେ ଜୀବନଚର୍ଯ୍ୟା କରି ଚାଲିବେ।  କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-

ଆୟରସ୍ରୋତ ଖୋଲିଯିବ। ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ ଓ ଲୁଗାପଟା ସୌଖୀନ ଦ୍ରବ୍ୟର ବ୍ୟବସାୟୀମାନେ ଦ୍ବିଗୁଣ ଲାଭ କରିବେ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ସମ୍ବନ୍ଧରେ ଜୟଯୁକ୍ତ ହେବେ। ଘରୋଇ ସମସ୍ୟାର ସମାଧାନ ହେବା ସହ ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜ ମାନ କରିବ ଓ  ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-

ମାନସିକ ବିଷାଦ, ଦାମ୍ପତ୍ୟ କଳହ ଓ ଭୟ ଆଶଙ୍କା ଦୂରେଇ ଯିବ। ମାନସିକଶାନ୍ତି ଓ  ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ। ପାରିବାରିକକ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧିହେବ। ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତିଶୃଙ୍ଖଳା ବଜାୟ ରଖି ପାରିବେ। ଆୟ ଉପାର୍ଜ୍ଜନର ବୃଦ୍ଧି, ବ୍ୟବସାୟରେ ଉନ୍ନତି। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ଋଣରୁ ମୁକ୍ତି ମିଳିବ। ଶତ୍ରୁବାଧା ଦୂରେଇ ଯିବ। ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ। ନିର୍ମାଣ ମୂଳକ ଯୋଜନାରେ ଆଗେଇବେ ଓ ଗୃହୋପକରଣ କ୍ରୟ କରିବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ମକର:-

ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ ଜନିତ ଯଶ-ମାନ-ପ୍ରତିଷ୍ଠା ପ୍ରାପ୍ତି ହେବ। ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ। ବକେୟା ଅର୍ଥ କିଛି ମିଳିଗଲେ ନିର୍ମାଣମୂଳକ ଯୋଜନାରେ ଆଗେଇବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ। ପରିବାରରେ ବ୍ୟୟବୃଦ୍ଧି ହେତୁ ଧନ ଆଶା କରିବା ନିରର୍ଥକ। ବ୍ୟବସାୟରେ ଲାଭ ହେଲେ ମଧ୍ୟ ଶତୃ ଦେଖାଦେବେ। ମହିଳା ମାନଙ୍କର ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ସାମ୍ବାଦିକତାରୁ ଲାଭ ଓ ଶୁଭ ସମାଚାର ମିଳିବ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

କୁମ୍ଭ:-

ସ୍ୱାସ୍ଥ୍ୟରେଉନ୍ନତି, ବିନା ପରିଶ୍ରମରେ ଧନପ୍ରାପ୍ତି ହେବ। ଅନ୍ୟର ଉପକାରକରି ପ୍ରଶଂସିତ ହେବେ। ବ୍ୟବସାୟରେ ନୂତନଧାରା ଖୋଲିବେ। କେତେକ ମୁଲ୍ୟବାନ ଆସବାବ ପତ୍ର କ୍ରୟ କରିବେ। ଧର୍ମକାର୍ଯ୍ୟରେ ମତି ରହିବ। ବାଦବିବାଦ, ଖେଳ, କୁଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହୋଇ ପ୍ରଶଂସା ପାଇବେ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନହେବ ଓ ଆୟରସ୍ରୋତ ବୃଦ୍ଧିହେବ। ରାଜନୀତିରେ ଭାବମୂର୍ତ୍ତି ରକ୍ଷା କରି ପଟ୍ଟ ପରିବର୍ତ୍ତନ ଘଟି ଅଶାନ୍ତି ଓ ବିଶୃଙ୍ଖଳାରୁ ମୁକ୍ତ ହେବେ। ପାରିବାରିକ ଜୀବନ ସୁଖରେ କଟିବ। ପ୍ରତିକାର-ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

ମୀନ:-

ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ। ଯୁବକ ଯୁବତୀମାନେ ବାଦବିବାଦ, ଖେଳ, କୁଦ, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ। ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ସହ କଷ୍ଟ ଅନୁଭବ କରି ପାରନ୍ତି। ରାଜନୀତିରେ ସଫଳତା ମିଳିବ ଓ ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ହେବ। ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ। ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖି ହେବେ।  ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!