ଦୈନିକ ରାଶିଫଳ: 21 ଅଗଷ୍ଟ 2022, ସୂର୍ଯ୍ୟଦେବଙ୍କ କୃପାରୁ ଏହି 5ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଅଗଷ୍ଟମାସ ୨୧ତାରିଖ, ରବିବାର, ସିଂହମାସ ୫ଦିନ, ଭାଦ୍ରବମାସ, କୃଷ୍ଣପକ୍ଷ, ଦଶମୀତିଥି, ମୃଗଶିରା ନକ୍ଷତ୍ର, ବୃଷରାଶିରେ ଚନ୍ଦ୍ର ସନ୍ଧ୍ୟା ୬ଟା ୯ମିନିଟ୍ ପରେ ମିଥୁନ ରାଶିରେ ଚନ୍ଦ୍ର । ହର୍ଷଣ ଯୋଗ । ବାଣିଜ୍ୟ କରଣ ଦିବା ୨ଟା ୨୧ମିନିଟ୍ ପରେ ବିଷ୍ଟି କରଣ । ମେଷ ରାଶିର ଘାତବାର । ବିଛା ରାଶିର ଘାତଚନ୍ଦ୍ର ସନ୍ଧ୍ୟା ୬ଟା ୯ମିନିଟ୍ ପରେ କନ୍ୟା ରାଶିର ଘାତଚନ୍ଦ୍ର । କଳମଶାଗ ନ ଖାଇଲେ ଭଲ ରାତି ୩ଟା ୩୬ମିନିଟ୍ ପରେ ଶିମ୍ବ, ଆମିଷ ନ ଖାଇଲେ ଭଲ । ଯୋଗିନୀ- ଉତ୍ତରେ ରାତି ୩ଟା ୩୬ମିନିଟ୍ ପରେ ଆଗ୍ନେୟେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧତର୍ପଣ- ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୧୦ଟା ୧୫ମିନିଟ୍ ରୁ ୧ଟା ୨୪ମିନିଟ୍, ରାତ୍ରି ୧ଟା ୧୫ମିନିଟ୍ ରୁ ୨ଟା ୪୧ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୩୩ମିନିଟ୍ ରୁ ୯ଟା ୪୨ମିନିଟ୍, ଦିବା ୧ଟା ୨୫ମିନିଟ୍ ରୁ ୧ଟା ୫୪ମିନିଟ୍, ସନ୍ଧ୍ୟା ୬ଟା ୫୪ମିନିଟ୍ ରୁ ରାତ୍ର ୯ଟା ୯ମିନିଟ୍, ରାତ୍ର ୧୨ଟା ୧୩ମିନିଟ୍ ରୁ ୧ଟା ୧୪ମିନିଟ୍, ରାତ୍ର ୨ଟା ୪୨ମିନିଟ୍ ରୁ ରାତ୍ର ୩ଟା ୧୪ମିନିଟ୍ । ପର୍ବଦିନ- ଖୁଦୁରୁକୁଣୀ ଓଷା ଦ୍ଵିତୀୟ ପାଳି ।

ମେଷ:-ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ । କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ । ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସଖୁସିରେ ବାତାବରଣ ଖେଳିଯିବ । ରାଜନୀତି କ୍ଷେତ୍ରରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ଛାତ୍ରଛାତ୍ରୀ ମାନେ ଶିକ୍ଷାକୁ ଉଚିତ୍‌ ମନେକରି ପାଠ ପଢାରେ ମନଯୋଗ ଦେବେ । ନିୟନ୍ତ୍ରଣ ମଧ୍ୟରେ ହିଁ କାମ କରିବା ଉଚିତ୍ । ଦୂରଯାତ୍ରା କଲେ ହଇରାଣ ହରକତ ହେବାକୁ ପଡିବ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ବୃଷ:-ଆକସ୍ମିକ ଧନ ପ୍ରାପ୍ତିର ଯୋଗ ଅଛି । ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ଜମିବାଡ଼ି ନେଇ କେତେକ ସମସ୍ୟା ସମାଧାନ ହେବ । ସାମାଜିକ ପତିଆରା ଅମଳିନ ରହିବ । ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ ସାଙ୍ଗକୁ ସ୍ୱାସ୍ଥ୍ୟକର ପରିବେଶ ଓ ସମ୍ମାନଜନକ ଘଟଣା ଘଟିବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ମିଥୁନ:-ପଡୋଶୀମାନେ ସ୍ଵାର୍ଥ ହାସଲ କରିବା ପାଇଁ ବାକ୍ ଚାତୁରୀ କଥା କହି କାର୍ଯ୍ୟ ପୂରଣ କରିବେ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ପାଇ କାର୍ଯ୍ୟକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ । ସନ୍ତାନଙ୍କ ସମ୍ବନ୍ଧୀତ କୌଣସି ଶୁଭ ସମାଚାର ଶୁଣିବେ । ନିଶ୍ଚିତ ରୂପରେ ଯୋଜନାବଦ୍ଧ କର୍ମରେ ସଫଳତା ମିଳିବ । ପରିବାରରେ ସୁଖ ଶାନ୍ତି ଓ ସାମଞ୍ଜସ୍ୟ ବାତାବରଣ ରହିବ । ରାଜନୀତି କ୍ଷେତ୍ରରେ ସମର୍ଥକଙ୍କ ସଂଖ୍ୟା ବୃଦ୍ଧି ହେବ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

କର୍କଟ:-ନୂତନ ସଂସ୍ଥାର ଆୟୋଜନ କରିବେ । ଜାଗା ଜମି, ଗୃହ ଉପକରଣ କ୍ରୟ କରିବେ । ଯାନ ବାହାନ ପ୍ରାପ୍ତି ହେବ । ସ୍ୱାସ୍ଥ୍ୟ ଭଲ ରହିବ । ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ । କର୍ମୋନ୍ନତି ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ । ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ ସାଙ୍ଗକୁ ସ୍ୱାସ୍ଥ୍ୟକର ପରିବେଶ ଏବଂ ସମ୍ମାନଜନକ ଘଟଣା ଦେଖା ଦେବ । ପ୍ରତିକାର- ଧଳା ରୁମାଲ ଟିଏ ପାଖରେ ରଖନ୍ତୁ ।

ସିଂହ:-ସାମ୍ବାଦିକତାରୁ ଲାଭ ଓ ଶୁଭ ସମାଚାର ମିଳିବ । ଶରୀର ସୁସ୍ଥ ରହିବା ସହ ଋଣରୁ ମୁକ୍ତି ମିଳିବ । ଶତୃମାନେ ଦୂରେଇ ଯିବେ । ଆକସ୍ମିକ ଧନ ପ୍ରାପ୍ତି ହେବ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ରାଜନୀତିରେ ପ୍ରଶଂସିତ ହେବେ । ବନ୍ଧୁ ମିତ୍ରମାନେ ସହଯୋଗ କରିବେ । ଛାତ୍ରଛାତ୍ରୀମାନେ ଅଳ୍ପ ପରିଶ୍ରମ କରି ଅଧିକ ଲାଭ ପାଇବେ । ସମସ୍ତ କାର୍ଯ୍ୟ ସିଦ୍ଧି ହେବ । ମିଷ୍ଠାନ୍ନ ଭୋଜନ କରିବେ । ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କନ୍ୟା:-ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରି ପାରନ୍ତି । ଗଚ୍ଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ସମସ୍ୟାର ସମାଧାନ ହୋଇପାରେ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଅନାବଶ୍ୟକ ଖର୍ଚ୍ଚ ଓ ଭ୍ରମଣ ଯୋଗେ ବ୍ୟଥିତ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ତୁଳା:-ସୁଖ, ସମ୍ପତ୍ତି ଲାଭ ଓ ସାହାଯ୍ୟ ପ୍ରାପ୍ତି ହେବ । ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଆର୍ଥିକ ଦିଗରୁ ସୁବିଧା ପାଇବେ । ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । ବାଦବିବାଦ, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ରାଜନୀତିରେ ପ୍ରଶଂସିତ ହେବେ । ବ୍ୟବସାୟୀ ମାନେ କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବେ । ସାମାଜିକ ପତିଆରା ଅମଳିନ ରହିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ଅନେକ ପ୍ରକାର ପରିବର୍ତ୍ତନ ଆସିବ । ଆମୋଦ ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟଗୀତ, କଳା ସଙ୍ଗୀତ, ମଉଜ ମଜିଲିସ୍ ରେ ଆନନ୍ଦିତ ହେବେ । ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ । ଗୃହ ସମସ୍ୟା ସଜାଡିବାକୁ ଯାଇ ସୁବିଧା ସୁଯୋଗ ପାଇବେ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ଧନୁ:-ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନପଦାର୍ଥ ସଂଗ୍ରହ କରି ପାରନ୍ତି । ଜୀବନର ନୂଆ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଉଚ୍ଚାଧିକାରୀ କାମରେ ପ୍ରସନ୍ନ ରହିବେ । କୌଣସି ମିତ୍ରଙ୍କ ସାହାଯ୍ୟ ଦ୍ଵାରା ଉନ୍ନତି କରିବେ । ବିରୋଧୀମାନେ ସାମ୍ନାକୁ ଆସିପାରିବେ ନାହିଁ । ବନ୍ଧୁ ମିତ୍ରଙ୍କ କାର୍ଯ୍ୟରେ ଯୋଗଦେଇ ଆନନ୍ଦ ଅନୁଭବ କରିବେ । ଲେଖନ, କଳା ଓ ସମ୍ପାଦନ ଆଦିରେ ଜଡିତ ବ୍ୟକ୍ତିମାନେ ଉନ୍ନତି କରି ପାରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମକର:- ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ । ପୈତୃକ ସମ୍ପତ୍ତିପାଇଁ ପାରିବାରିକ ଦ୍ଵନ୍ଦର ସମାଧାନ ହେବ । ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନ ଓ ସ୍ଥିତି ଅଟଳ ରଖି ପାରିବେ । ଗୃହୋପକରଣ କ୍ରୟ କରି ପାରନ୍ତି । ପ୍ରେମିକ ପ୍ରେମିକା ମାନଙ୍କର ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ । ବିଦେଶ ଯାତ୍ରାରେ ଲାଭବାନ ହେବେ । ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ ।

କୁମ୍ଭ:-ସ୍ୱାସ୍ଥ୍ୟ ଦିଗରୁ ପ୍ରାୟତଃ ଠିକ୍ ରହିବ । ଯାତ୍ରାରେ ସଫଳତା ପ୍ରାପ୍ତି ହେବ । ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି । ପେଶା, ବ୍ୟବସାୟ, ଭାଗୀଦାରି ଓ ବନ୍ଧୁମିତ୍ରଙ୍କ ଦ୍ୱାରା ଲାଭବାନ ହେବେ । ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚସମ୍ମାନ ପାଇବେ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ପରିବାରରେ ସୁଖ ସମ୍ପଦ ପ୍ରାପ୍ତି ହେବ । ରାଜନୀତି କ୍ଷେତ୍ରରେ ଶୁଭ ସମ୍ବାଦ ପାଇବେ ଓ ବିଶେଷ ଲାଭାନ୍ୱିତ ହୋଇ ପାରନ୍ତି । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ମୀନ:-କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟଶ୍ରୀ ମିଳିବ । ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ । ସ୍ୱାସ୍ଥ୍ୟ ଠିକ୍ ରହିବ । ଶତୃ ଓ ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ । ବ୍ୟବସାୟରେ କର୍ମତତ୍ପରତା ଓ ସଫଳତା ଯୋଗେ ଉଚ୍ଚ ସମ୍ମାନ ଲାଭ ହେବ । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ପ୍ରଚୁର ଲାଭବାନ ହେବେ । କଥାବାର୍ତ୍ତା ଓ ଚତୁରତା ହେତୁ ବିଗିଡିଥିବା କର୍ମଟିକୁ ସଜାଡି ପାରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!