ଦୈନିକ ରାଶିଫଳ: ୨୧ ଅଗଷ୍ଟ ୨୦୨୦, ମା’ ସନ୍ତୋଷୀଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ସମସ୍ଯାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ଅଗଷ୍ଟ ମାସ ୨୧ ତାରିଖ, ଶୁକ୍ରବାର, ସିଂହ ମାସ ୬ ଦିନ, ଭାଦ୍ରବମାସ, ଶୁକ୍ଳପକ୍ଷ, ତୃତୀୟାତିଥି, ଉତ୍ତରାଫାଲଗୁନୀ ନକ୍ଷତ୍ର, କନ୍ୟା ରାଶିରେ ଚନ୍ଦ୍ର। ବିଛା, ଧନୁ, ମୀନ ରାଶିର ଘାତବାର। ବୃଷ ରାଶିର ଘାତଚନ୍ଦ୍ର। ପୋଟଳ ନ ଖାଇଲେ ଭଲ। ଶୁଭସମୟ- ପ୍ରାତଃ ୫ଟା ୩୩ମିନିଟ୍ ରୁ ୬ଟା ୨୧ମିନିଟ୍, ସକାଳ ୭ଟା ୧୩ମିନିଟ୍ ରୁ ୮ଟା ୫୭ମିନିଟ୍, ଦିବା ୧୨ଟା ୧୫ମିନିଟ୍ ରୁ ୨ଟା ୪୪ମିନିଟ୍, ଦିବା ୪ଟା ୨୫ମିନିଟ୍ ରୁ ସନ୍ଧ୍ୟା ୬ଟା ୬ମିନିଟ୍, ରାତ୍ର ୭ଟା ୩୯ମିନିଟ୍ ରୁ ୮ଟା ୫୭ମିନିଟ୍। ପର୍ବଦିନ- ବାଲି ତୃତୀୟା, ହରିତାଳିକା ତୃତୀୟା।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ସବୁ କିଛି ସୁନ୍ଦର ହିଁ ସୁନ୍ଦର ଦେଖା ଦେବ। ସ୍ଵାସ୍ଥ୍ୟରେ ଉନ୍ନତି ହେବାରୁ ମନ ଭଲ ରହିବ। ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ ଓ ସ୍ଵର୍ଣ୍ଣ ଅଳଙ୍କାର କ୍ରୟ କରିବେ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ। କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ। ମୂଲ୍ୟବାନ ବା ସୌଖୀନ ପଦାର୍ଥ ସଂଗ୍ରହ ତଥା ନିର୍ମାଣ କ୍ଷେତ୍ରରେ ଅଗ୍ରଗତି ନିମନ୍ତେ ସମର୍ଥ ହୋଇ ପାରିବେ। କୌଣସି ବ୍ୟାଙ୍କରୁ ମଧ୍ୟ ଋଣ ପାଇବା ଯୋଗ ଅଛି। ସ୍ଵାଭିମାନକୁ ବଜାୟ ରଖି କର୍ମୋନ୍ନତି ଭାଗ୍ୟୋନ୍ନତି କରି ପାରିବେ।   ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ:-

ସୁଯୋଗ ପାଇବା ଯୋଗେ ଗଠନମୂଳକ ଚିନ୍ତାଧାରାକୁ ଉଜ୍ଜୀବିତ କରି ଯୋଜନାବଦ୍ଧ ରୀତି ଗ୍ରହଣ କରି ପାରିବେ। ଅଚାନକ ଭାବରେ ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ। ଶୁଭ ପରିଣାମ ମଧ୍ୟ ସାମ୍ନାକୁ ଆସିବ। ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ। ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ। ବ୍ୟବସାୟ ବୃଦ୍ଧି ପାଇବା ସହ ଲାଭାଂଶ ଉପରେ ସୁପ୍ରଭାବ ପଡିବ। ରାଜନୀତି କ୍ଷେତ୍ରରେ କଠିନ ପରିଶ୍ରମ ଯୁକ୍ତ ହେବେ ଓ ନିଜ କ୍ଷେତ୍ରରେ ଭାବମୂର୍ତ୍ତି ସୁରକ୍ଷିତ ରହିବ। ମୂଲ୍ୟବାନ ପଦାର୍ଥ ଓ ଅଧିକ ଧନରତ୍ନ ସହିତ ଏକୁଟିଆ ଚଳପ୍ରଚଳ ହେବା ନିରାପଦ ନୁହେଁ। ପ୍ରତିକାର-ମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ।

ମିଥୁନ:-

ସାମାଜିକ କାମରେ ପ୍ରଶଂସା ମିଳିବ। ସମସ୍ତ ବାଧାବିଘ୍ନକୁ ଭ୍ରୂକ୍ଷେପ ନକରି ନିଜର ସିଦ୍ଧାନ୍ତରେ ଅଟଳ ରହିବେ। ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ।  କାରବାରରେ ଉତ୍ଥାନ ହେବା ଫଳରେ ବ୍ୟବସାୟର ପରିବର୍ଦ୍ଧନ କରିବାର ଇଚ୍ଛା ଜାଗ୍ରତ ହେବ। ଅତି ନିକଟତର ବନ୍ଧୁବାନ୍ଧବଙ୍କ ସହ ଅତି ପ୍ରିୟତା ସୃଷ୍ଟିହେବ। ପୁତ୍ର କନ୍ୟାମାନଙ୍କର ଉନ୍ନତ୍ତି ଓ ଅଗ୍ରଗତି ଘଟିବ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ ପାଇଁ ପ୍ରସ୍ତୁତ ହେବେ। ପାରିବାରିକ ସମସ୍ୟା ବଡ ଚିନ୍ତାର କାରଣ ହେବ। ହାତ ପାହାନ୍ତାରେ ଥିବା ସୁଯୋଗ ହରାଇ ମନ ବିଚଳିତ ହୋଇପାରେ। ବେପରୁଆ କାର୍ଯ୍ୟକଳାପ ଯୋଗୁ ଉଚ୍ଚବର୍ଗଙ୍କ ଠାରୁ ସମାଲୋଚିତ ହେବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-

ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ ହେବ। ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ। ପାରିବାରିକ କ୍ଷେତ୍ରରେ ନାନା ସମସ୍ୟାର ସମାଧାନ ହୋଇ ମାଆବାପା, ଗୁରୁଜନଙ୍କ ଆଶୀର୍ବାଦ ପାଇବେ। ସ୍ଵାସ୍ଥ୍ୟରେ ସୁଧାର ଆସିବ। ରାଜନୀତି କ୍ଷେତ୍ରରେ ପୂର୍ବ ଶତୃମାନେ ପଛଘୁଞ୍ଚା ଦେବା ଫଳରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ। କାର୍ଯ୍ୟଆଳୟରେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ବିଦ୍ୟାସମ୍ବନ୍ଧୀୟ ଶୁଭ ସମାଚାର ମିଳିବ। ଆର୍ଥିକ ଦିଗରୁ ସୁବିଧା ଜନକ ପରିସ୍ଥିତି ଦେଖାଦେବା ଫଳରେ ଉଚ୍ଚଆଶା ସଫଳ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:-

ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। ପରିବାରରେ ସମୟ ବିତେଇଲେ ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଦୂରେଇ ଯିବ। ନିକଟ ସମ୍ପର୍କୀୟଙ୍କଠାରୁ ପ୍ରଶଂସିତ ହେବେ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ। ପରୋକ୍ଷ ଶତୃଙ୍କୁ ପ୍ରତିହତ କରି ବହୁତ ଦିନରୁ ବାକି ରହିଥିବା ଟଙ୍କା ମିଳିଯିବା ଫଳରେ ଆଶା କରିଥିବା କାମଟି ସମ୍ପନ୍ନ କରି ପାରିବେ। ଅନେକ ଦିଗରୁ ଖୁସି ମିଳିବ। କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟଭାର ହାତକୁ ନେବେ। ପ୍ରେମପ୍ରସଙ୍ଗରେ ସୁଖଦ ପରିଣାମ ଅବଶ୍ୟ ଆସିବ। ଆର୍ଥିକ ମାମଲାରେ ସ୍ଥାୟିତ୍ଵ ଆସିବ। ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-

ସାମାଜିକ ପତିଆରା ଅମଳିନ ରହିବ। ସାମ୍ବାଦିକ ମାନଙ୍କର ପଦମର୍ଯ୍ୟାଦା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବା ସହ ପ୍ରଶଂସିତ ହେବେ। ବ୍ୟବସାୟରେ ବିରୋଧୀ ମାନଙ୍କୁ ପରାସ୍ତ କରି ବିଜୟୀ ହେବା ସହ ବକେୟା ଅର୍ଥ ପ୍ରାପ୍ତି ହେବା ଫଳରେ ଆର୍ଥିକ ସ୍ଥିତି ସୁଧୁରି ଯିବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପରିବାରରେ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ରାଜନୀତି କ୍ଷେତ୍ରରେ ଶତୃମାନଙ୍କୁ ମୁକାବିଲା କରି ପାରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-

ସାମ୍ବାଦିକ ମାନେ ପ୍ରଶଂସିତ ହେବେ। ସାମାଜିକ କାମରେ ପ୍ରଶଂସା ମିଳିବ। ପ୍ରତିଯୋଗିତାମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ। କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ଛାତ୍ରଛାତ୍ରୀମାନେ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବିବାଦମୁକ୍ତ ନିରୁପଦ୍ରବ ଜୀବନଚର୍ଯ୍ୟା ମଧ୍ୟେ ସମୟ ବିତିବ। ବହୁ ଲୋକଙ୍କର ପ୍ରଶଂସା ପାଇବା ଫଳରେ ଶତୃପକ୍ଷ ଦୁର୍ବଳ ହୋଇ ପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଯେତିକି ପାଇବା କଥା ସେତିକି ହିଁ ପାଇବେ। ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ବିଚ୍ଛା:-

ସ୍ୱାସ୍ଥ୍ୟ ଭଲ ରହିବା ସହ ମାନସିକ ଶାନ୍ତି ଅନୁଭବ କରିବେ। ସରକାରୀ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ। ବ୍ୟବସାୟରେ ଅଚାନକ ଧନ ପ୍ରାପ୍ତି ହେବା ସହ ମାନ ସମ୍ମାନ ବୃଦ୍ଧି ହେବ। ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାର ପ୍ରଯତ୍ନ କରିବେ। ଛାତ୍ରଛାତ୍ରୀମାନଙ୍କର ଉଚ୍ଚଶିକ୍ଷା ପାଇଁ ଆଗ୍ରହ ବୃଦ୍ଧି ପାଇବା ସହ ପଢାପଢିରେ ମନଯୋଗ ଦେବେ। ରାଜନୀତି କ୍ଷେତ୍ରରେ ହୋଇପାରୁ ନଥିବା କାମକୁ ଧୈର୍ଯ୍ୟ ଓ ସାହସ ଦ୍ଵାରା କରି ଦେଖାଇବେ। କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-

ବ୍ୟବସାୟ କ୍ଷେତ୍ରରେ ବିବାଦୀୟ ସ୍ଥିତି ଦେଖାଦେଲେ ମଧ୍ୟ ନିଜର ପ୍ରତିପତ୍ତି ବିସ୍ତାର କରି ପାରିବେ। ଶତ୍ରୁଙ୍କ ସହିତ ସଂଘର୍ଷ କରି ସମାଧାନର ରାସ୍ତା ପ୍ରସ୍ତୁତ କରିବା ସହ ବନ୍ଧୁମିତ୍ର ଓ ସହଯୋଗୀଙ୍କ ଦ୍ଵାରା ଆଶାତୀତ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହି ହେବା ସହ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି। ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଅଶାନ୍ତିର ଝଡ ଶାନ୍ତ ହେବ। ବାହାରକୁ ବାହାରିଲେ ସତର୍କତା ଅବଲମ୍ବନ କରିବା ଉଚିତ୍। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ମକର:-

ବହୁତ ଦିନରୁ ବାକି ରହିଥିବା ଟଙ୍କା ମିଳିଯିବା ଫଳରେ ଆଶା କରିଥିବା କାମଟି ସମ୍ପନ୍ନ କରି ପାରିବେ। ସାମ୍ବାଦିକ ମାନଙ୍କର ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ନିଶ୍ଚିତ ଭାବେ ପାଇବେ। କର୍ମକ୍ଷେତ୍ରରେ ଉନ୍ନତି ହେବା ସହ ସନ୍ତୋଷ ଲାଭ କରିବେ। ମନରେ ଭୟ ଆଶଙ୍କା, ଶାରୀରିକ ଅସୁସ୍ଥତା ଦୂରେଇ ଯିବ। ପରୋକ୍ଷ ଶତୃଙ୍କୁ ପ୍ରତିହତ କରି ବେଶ୍ ଆନନ୍ଦ ଅନୁଭବ କରିବେ। ସନ୍ତାନମାନଙ୍କ ଉନ୍ନତି ପାଇଁ ଖୁସି ରହିବେ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ପାଇ ସୁଖ ଶାନ୍ତିରେ ଦିନଟି କଟାଇ ପାରିବେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ଶିକ୍ଷାର୍ଥୀମାନେ ସଂଘର୍ଷ କରିବାକୁ ବାଧ୍ୟ ହୋଇ ଉଚ୍ଚ ଶିକ୍ଷାସ୍ଵପ୍ନ ସାର୍ଥକ କରିବେ। ବ୍ୟବସାୟୀମାନେ ଧୈର୍ଯ୍ୟଧରୀ ପରିଶ୍ରମ ନ କଲେ ବ୍ୟବସାୟକୁ ରକ୍ଷା କରିବା କାଠିକର ପାଠ ହେବ। କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଦେଖାଦେଇ ପାରେ। ପାରିବାରିକ ସ୍ତରରେ ଭୁଲ ବୁଝାମଣା ଜନିତ ସୁଖଶାନ୍ତି ହାନିହେବା ସହ ଦାମ୍ପତ୍ୟ ସମସ୍ୟା ବୃଦ୍ଧି ହୋଇ ପାରେ। ନିଜର ଅବହେଳାରୁ ହ୍ରାସ ମୂଲ୍ୟରେ ଦ୍ରବ୍ୟ ବିକ୍ରୟ ହେବ। ବେପରୁଆ କାର୍ଯ୍ୟ କଳାପ ଯୋଗୁଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବା ସହ ମାନହାନୀ ହୋଇପାରେ। ସୁଯୋଗ ହାତପାହାନ୍ତାରେ ଥିଲେ ମଧ୍ୟ ଶେଷ ସମୟରେ ହରାଇ ମନ ବ୍ୟସ୍ତ ହେବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-

ବୈଷୟିକ ଅଭିବୃଦ୍ଧି ପାଇଁ ସମାଧାନର ରାସ୍ତା ପ୍ରସ୍ତୁତ କରି ବେଶ୍ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରରେ ଅଶାନ୍ତିର ମୁହାଁମୂହିଁ ହୋଇ ଧନମାନ ଦିଗରୁ ସୁରକ୍ଷିତ ରହିବେ। ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ। ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ। ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ, ଆନନ୍ଦ ଉତ୍ସାହ ବୃଦ୍ଧି ପାଇବା ସହ ଆୟ ଉତ୍ତମ ହେବ ଓ ବ୍ୟୟ ହ୍ରାସ ପାଇବ। ପରିବାରରେ ସମୟ ବିତେଇବେ। ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ଘରୁ ବାହାରକୁ ବାହାରିଲେ ବିପଦରେ ପଡି ପାରନ୍ତି। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!