2023 ମସିହା ଇଂରାଜୀ ନବବର୍ଷ କେମିତି କଟିବ ମକର (Capricorn ) ରାଶିର, କଣ କହୁଛି ଗ୍ରହ ନକ୍ଷତ୍ର… ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ନୂଆ ବର୍ଷ ଅର୍ଥାତ୍ ଜୀବନର ନୂଆ ନୂଆ ଯୋଜନା ଓ ସ୍ଵପ୍ନ । ଏହି ନୂଆ ବର୍ଷ ସହିତ ଏକ ଆଶାର ଡୋରୀ ବାନ୍ଧି ହୋଇଥାଏ। ଏହି ଆଶାରୁ ହିଁ ଜିଜ୍ଞାସା ସୃଷ୍ଟି ହୁଏ। ଏହି ନୂଆ ଯୋଜନା ଓ ସ୍ଵପ୍ନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୁଏ। ଯେପରିକି କ୍ୟାରିୟର କିପରି ହେବ ? ଶିକ୍ଷା କ୍ଷେତ୍ରରେ କିପରି ହେବ ? ସ୍ୱାସ୍ଥ୍ୟ କିପରି ରହିବ ? ପାରିବାରିକ ଓ ବୈବାହିକ ଜୀବନ କିପରି ରହିବ ? ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ। ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ସମୟ ପୂର୍ବରୁ ଘଟଣା ଗୁଡିକ ବିଷୟରେ ଜାଣି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ସାହସ ଓ ଧର୍ଯ୍ୟ ଏକଜୁଟ କରି ଲଢିବାର କ୍ଷମତାକୁ ବିକସିତ କରିବା ଆବଶ୍ୟକ। ତେବେ ଆସନ୍ତୁ ପ୍ରଥମେ ଜାଣିବା ୨୦୨୩ ମସିହାରେ ମକରରାଶିର ରାଶିଫଳ ଅନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ ବିଷୟରେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବର୍ଷ ଆରମ୍ଭରୁ ଧନୁରାଶିରେ ରବି, ବୁଧ, ମେଷରାଶିରେ ଚନ୍ଦ୍ର, ରାହୁ, ବୃଷରେ ମଙ୍ଗଳ, ମକରରେ ଶନି, ଶୁକ୍ର, ମୀନରାଶିରେ ଗୁରୁ, ତୁଳାରାଶିରେ କେତୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି। ଗୁରୁ ୨୦୨୩ମସିହା ଏପ୍ରିଲମାସ ୨୧ତାରିଖରେ ମେଷରାଶିକୁ ଗମନ କରି ବର୍ଷଶେଷ ପର୍ଯ୍ୟନ୍ତ ରହିବେ। ୨୦୨୩ ମସିହା ଜାନୁୟାରୀ ୧୭ତାରିଖରେ ଶନି କୁମ୍ଭରାଶିକୁ ଗୋଚର ହୋଇ ବର୍ଷଶେଷ ପର୍ଯ୍ୟନ୍ତ ଅବସ୍ଥାନ କରିବେ।

ମକରରାଶିର ଜାତକଙ୍କ ପାଇଁ ୨୦୨୩ ମସିହାରେ ସୁଖଭାବରେ ରାହୁ, ବିକ୍ରମ ଭାବରେ ଗୁରୁ, ଧନଭାବରେଶନି ଅବସ୍ଥାନ କରୁଛନ୍ତି ଯାହାଫଳରେ ଗୃହ, ବାହନ, ମାତୃସୁଖ, ଜାଗାଜମି, ପ୍ରେମ ଓ ଶିକ୍ଷା କ୍ଷେତ୍ରରେ ଅଶୁଭ ପ୍ରଭାବ ପଡିବ। ସରକାରୀ ସାହାଯ୍ୟ ସହଯୋଗ ହାତଛଡା ହେବାର ନାହିଁ। କ୍ୟାରିୟରରେ ସକାରାତ୍ମକ ପ୍ରଭାବ ପଡିବ। ସହକର୍ମୀଙ୍କ ଠାରୁ ଆଶାତୀତ ସହଯୋଗ ମିଳିବ ଓ ଚାକିରୀ କ୍ଷେତ୍ରରେ ପଦୋନ୍ନତି ପାଇବାର ସମ୍ଭାବନା ଅଛି। ସେଥିପାଇଁ କର୍ମ କ୍ଷେତ୍ରରେ ଅଧିକାରୀ ମାନଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ହେବ।

କର୍ମରେ ଉନ୍ନତି ସହିତ ଯଶ, ମାନକୁ ଅଧିକ ମହତ୍ତ୍ୱ ଦେଇ ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ। କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ। ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀ ମାନଙ୍କ ସାନ୍ନିଧ୍ୟରେ ଆସିବେ। ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ବରିଷ୍ଠ ନେତାଙ୍କ ସ୍ନେହର ପାତ୍ର ହେବେ। ରାହୁଙ୍କ ସ୍ଥିତି ଆପଣଙ୍କୁ ଭୁଲ ଉପାୟରେ ଟଙ୍କା ରୋଜଗାର କରିବାକୁ କହିପାରେ। ଅନେକାଂଶରେ ଶୁଭଫଳ ପ୍ରାପ୍ତି ହେବ। ପରିବାର ସଦସ୍ୟଙ୍କ ସବୁ ଦାୟିତ୍ଵକୁ ପୂରଣ କରିବେ ଓ ଜୀବନସାଥୀଙ୍କ ସହିତ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିବା ପାଇଁ ଯୋଜନା କରିବେ।

ଶଶୁର ଘର ତରଫରୁ କୌଣସି ମୁଲ୍ୟବାନ ଉପହାର ପ୍ରାପ୍ତି ହେବେ। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଦେଖା ଦେବ। ପରିବାରରେ ଉତ୍ତମ ଯୋଜନାବଦ୍ଧ ହେବା ଫଳରେ ଆର୍ଥିକ କ୍ଷେତ୍ରରେ ସାମାନ୍ୟ ଉନ୍ନତିହେବ। ଧନ ସଞ୍ଚୟ କରିବା ପାଇଁ ଜଣେ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେବା ଉଚିତ୍। ବିଭାଗୀୟ ପରୀକ୍ଷା, ପ୍ରତିଯୋଗିପରୀକ୍ଷାର ପରିଣାମ ମନ ଅନୁକୂଳହେବ ଓ ନୂତନକର୍ମରେ ନିଯୁକ୍ତି ପାଇବେ। ପ୍ରେମିକ ପ୍ରେମିକାମାନେ ଯୋଗାଯୋଗ କରିବାର ସୁବିଧା ସୁଯୋଗ ପାଇ ଖୁସିହେବେ।

ଶିକ୍ଷାକ୍ଷେତ୍ରରେ ତେଜସ୍ୱୀ, ବ୍ୟବହାରକୁଶଳ, ଅନୁଶାସନ ପ୍ରିୟ, ଗୁଣିଜ୍ଞାନୀ, ଯୋଗ୍ୟ, ଆଜ୍ଞାପାଳକ, ସୌଭାଗ୍ୟଶାଳୀ ହେବେ। ସାମାଜିକ କ୍ଷେତ୍ରରେ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ସମାଜ କଲ୍ୟାଣ, ଧର୍ମାନୁଷ୍ଠାନରେ, ମଠ, ମନ୍ଦିରମାନଙ୍କରେ ଯୋଗଦାନ କରି ପ୍ରଶଂସିତ ହେବେ। ପ୍ରିୟଜନ ମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବା ଦ୍ଵାରା ସାମାଜିକ ପତିଆରା ଅମଳିନ ରହିବ। ସେୟାରବଜାର, ଜୁଆ, ଲଟେରୀ, ପ୍ଲାଷ୍ଟିକ୍, ଚମଡ଼ା, ଠିକାଦାରୀ, ରାସ୍ତାଗୃହନିର୍ମାଣ, ମଟରପାର୍ଟସ୍, ପେଟ୍ରୋଲିୟମ୍ପଦାର୍ଥ, କୋରିଅର, କୋଇଲା, କୋଳଥ, ଖାଦ୍ୟଦ୍ରବ୍ୟ, ଖାଇବାତେଲ, ଘିଅ, ଖାଦ୍ୟସାମଗ୍ରୀ, କାଚ, ବିଦ୍ୟୁତ୍ ସାମଗ୍ରୀ, ଧାତୁ, ବସ୍ତ୍ର, ଔଷଧ, ଚଳଚିତ୍ର ଆଦି ବ୍ୟବସାୟ କରୁଥିଲେ ବିଶେଷ ଲାଭବାନ୍ ହେବେ।

ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବ। ପିଲାଙ୍କର ଶିକ୍ଷାକୁ ନେଇ ଚିନ୍ତିତ ରହିବେ। ଧନ ସଞ୍ଚୟ କରିବା ପାଇଁ କିଛି ସଂଘର୍ଷ ମଧ୍ୟ କରିବାକୁ ପଡିପାରେ।କ୍ୟାରିୟର ଓ ଶିକ୍ଷା କ୍ଷେତ୍ରରେ ପ୍ରତ୍ୟକ କାର୍ଯ୍ୟକୁ ବୁଝି ବିଚାରୀ କରିବା ଠିକ ହବ। ଆପଣଙ୍କର ଅଧିକ ଖର୍ଚ ହବାର ସମ୍ଭାବନା ଅଛି। ଧ୍ୟାନ ଦେବାକୁ ହେବ ଯେ ଅତି ଶୀଘ୍ର କିଛି ନ ବୁଝି ନ ସୁଝି କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ। ଶରୀର ଉପରେ ଧ୍ୟାନ ରଖନ୍ତୁ ନଚେତ ଶରୀର ଅସୁସ୍ଥ ହବାର ସମ୍ଭାବନା ଅଛି। ଶାରୀରିକ ସମସ୍ୟା ଦେଖା ଦେଇପାରେ। ଆପଣ ସାମାନ୍ୟରୋଗ ପାଇଁ ଅଧିକଟଙ୍କା ଖର୍ଚ୍ଚ ହୋଇ ଯାଇପାରେ।

ମନକୁ ଶାନ୍ତ ରଖିବା ପାଇଁ ଯୋଗର ସାହାଯ୍ୟ ନିଅନ୍ତୁ। ଆୟୁର୍ବେଦ ଏବଂ ହୋମିଓପାଥି ବ୍ୟବହାର କରି ଆପଣ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉପକାର ପାଇବେ। ବିଶେଷ କରି ସ୍ୱାସ୍ଥ୍ୟ ସମସ୍ୟାରେ ଉନ୍ନତି ହେବ। ପୁରୁଣା ରୋଗ ଓ ଶତୃମାନଙ୍କ ଠାରୁ ଉପସମ ମିଳିବ। ଅପବ୍ୟବହାରକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବେ। ପାରିବାରିକ ଓ ବୈବାହିକ ଜୀବନରେ କିଛି ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ ସାମାନ୍ୟ ସାମସ୍ୟା ସୃଷ୍ଟି ହୋଇପାରେ। ପ୍ରେମ ସମ୍ପର୍କରେ ନିଜର କ୍ରୋଧକୁ ନିୟନ୍ତ୍ରଣ ରଖିବାକୁ ହେବ। ଯାହାକି ଆପଣ ଚାହୁଁ ନଥିଲେ ମଧ୍ୟ ବ୍ୟବହାର ଖରାପ କରି ନିଜକୁ ବଦନାମ କରିବେ।

କିନ୍ତୁ ଯେ କୌଣସି କଥାକୁ ଅଧିକ ଚିନ୍ତା ନକଲେ ଚିନ୍ତାରୁ ମୁକ୍ତି ମିଳିବ। ପ୍ରତିକାର- ୧- ପ୍ରତ୍ୟେକ ଦିନ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ଓ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ। ୨- ପ୍ରତ୍ୟେକ ଦିନ ପାଣିରେ କିଛି ଫିଟିକିରି ପକାଇ ଘରକୁ ପୋଛନ୍ତୁ ଓ ସର୍ବଦା କଳା ରୁମାଲ ଟିଏ ପାଖରେ ରଖନ୍ତୁ। ୩- ମୟୁର ଚନ୍ଦ୍ରିକାଟିଏ ସର୍ବଦା ପାଖରେ ରଖନ୍ତୁ ଓ ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!