2023 ମସିହା ଇଂରାଜୀ ନବବର୍ଷ କେମିତି କଟିବ କନ୍ୟା (Virgo) ରାଶିର, କଣ କହୁଛି ଗ୍ରହ ନକ୍ଷତ୍ର… ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୩ ମସିହା ଇଂରାଜୀ ନବବର୍ଷ କେମିତି କଟିବ କନ୍ୟାରାଶିର ଆବାଳବୃଦ୍ଧ ବନିତାମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା – ନୂଆ ବର୍ଷ ଅର୍ଥାତ୍ ଜୀବନର ନୂଆ ନୂଆ ଯୋଜନା ଓ ସ୍ଵପ୍ନ । ଏହି ନୂଆ ବର୍ଷ ସହିତ ଏକ ଆଶାର ଡୋରୀ ବାନ୍ଧି ହୋଇଥାଏ । ଏହି ଆଶାରୁ ହିଁ ଜିଜ୍ଞାସା ସୃଷ୍ଟି ହୁଏ । ଏହି ନୂଆ ଯୋଜନା ଓ ସ୍ଵପ୍ନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୁଏ । ଯେପରିକି କ୍ୟାରିୟର କିପରି ହେବ ? ଶିକ୍ଷା କ୍ଷେତ୍ରରେ କିପରି ହେବ ? ସ୍ୱାସ୍ଥ୍ୟ କିପରି ରହିବ ? ପାରିବାରିକ ଓ ବୈବାହିକ ଜୀବନ କିପରି ରହିବ ? ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ । ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ସମୟ ପୂର୍ବରୁ ଘଟଣା ଗୁଡିକ ବିଷୟରେ ଜାଣି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ସାହସ ଓ ଧର୍ଯ୍ୟ ଏକଜୁଟ କରି ଲଢିବାର କ୍ଷମତାକୁ ବିକସିତ କରିବା ଆବଶ୍ୟକ । ତେବେ ଆସନ୍ତୁ ପ୍ରଥମେ ଜାଣିବା ୨୦୨୩ ମସିହାରେ କନ୍ୟାରାଶିର ରାଶିଫଳ ଅନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ ବିଷୟରେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବର୍ଷ ଆରମ୍ଭରୁ ଧନୁରାଶିରେ ରବି, ବୁଧ, ମେଷରାଶିରେ ଚନ୍ଦ୍ର, ରାହୁ, ବୃଷରେ ମଙ୍ଗଳ, ମକରରେ ଶନି, ଶୁକ୍ର, ମୀନରାଶିରେ ଗୁରୁ, ତୁଳାରାଶିରେ କେତୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି । ଗୁରୁ ୨୦୨୩ମସିହା ଏପ୍ରିଲମାସ ୨୧ତାରିଖରେ ମେଷରାଶିକୁ ଗମନ କରି ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ୨୦୨୩ ମସିହା ଜାନୁୟାରୀ ୧୭ତାରିଖରେ ଶନି କୁମ୍ଭରାଶିକୁ ଗୋଚର ହୋଇ ବର୍ଷଶେଷ ପର୍ଯ୍ୟନ୍ତ ଅବସ୍ଥାନ କରିବେ ।

କନ୍ୟାରାଶିର ଜାତକଙ୍କ ପାଇଁ ୨୦୨୩ ମସିହାରେ ବର୍ଷ ଆରମ୍ଭରୁ ବୃହସ୍ପତି ମହାଗ୍ରହ ମୀନରାଶିରେ ଗୋଚର କରିବା ଫଳରେ ଜାୟା ବା ବ୍ୟବସାୟ ଭାବରେ ବିରାଜମାନ କରିବେ । ଜାମିତ୍ରସଂସ୍ଥେ ବିପୁଲାଚ ଲକ୍ଷ୍ମୀ ସୂତ୍ରରେ ବ୍ୟବସାୟରେ ପୂର୍ବ ସମସ୍ୟାର ସମାଧାନ ହୋଇ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ଆର୍ଥିକ କ୍ଷେତ୍ରରେ ଶୁଭ ପରିଣାମ ମିଳିବ । ବାଣିଜ୍ୟ କାରବାରରେ ଉତ୍ସାହ ଉଦ୍ଦିପନା ଯୁକ୍ତ ହେବେ । ହଠାତ୍ ଧନ ଲାଭ ହବାର ସମ୍ଭାବନା ଅଛି । ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ । କିଛି ନୂଆ କାର୍ଯ୍ୟ କରିବେ । ନୂତନ ଗୃହ ବାହନ ଜାଗା ଜମି କ୍ରୟ କରି ପାରିବେ । ନୂତନ ବ୍ୟବସାୟ ଆରମ୍ଭ କରିପାରିବେ ଓ ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି ।

ବ୍ୟବସାୟୀ ମାନଙ୍କର ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ହେବ ଓ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ । ନୂତନ ପ୍ରୋଜେକ୍ଟ ଆରମ୍ଭ କରିବାର ସୁଯୋଗ ପାଇବେ । ଦୁରଯାତ୍ରା କରିବାର ସୁଯୋଗ ପାଇ ବିଶେଷ ଲାଭବାନ ହେବେ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହୋଇ ପରିବାରରେ ସୁଖଶାନ୍ତି ଦେଖା ଦବ । ମାଙ୍ଗଳିକ କାର୍ଯ୍ୟର ଆୟୋଜନ କରି ପାରିବେ । ଅବିବାହିତ ଯୁବକ ଯୁବତୀ ମାନେ ବିବାହ କରିବାର ସୁଯୋଗ ପାଇବେ । ଜୀବନସାଥିଙ୍କ ସହ ବୁଝାମଣା ଠିକ୍ ରହିବା ଫଳରେ ବୈବାହିକ ଜୀବନରେ ଶୁଖ ଶାନ୍ତି ବଜାୟ ରହିବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ମିତ୍ରମାନଙ୍କ ଦ୍ଵାରା ଲାଭ ପାଇବେ ଓ ଆଗକୁ ବଢିବା ସମ୍ଭବ ହେବ । ପ୍ରେମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ପ୍ରେମ ସମ୍ପର୍କ ବିବାହରେ ପରିଣତ ହୋଇପାରେ । ଗ୍ରହରାଜ ଶନିଶ୍ଚର ଷଷ୍ଠ ଭାବରେ ରହିବା ଫଳରେ ରାଜ ଯୋଗ ଭୋଗ କରିବେ । ସରକାରୀ ସାହାଯ୍ୟ ସହଯୋଗ ହାତଛଡା ହେବାର ନାହିଁ । ଉଚ୍ଚାଧିକାରୀଙ୍କ ସହ ସୁ ସମ୍ପର୍କ ଫଳରେ ଭାଗ୍ୟୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭର ଯୋଗ ଅଛି ।

କର୍ମକ୍ଷେତ୍ରରେ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ବରଂ କର୍ମୋନ୍ନତି ହେବ । କର୍ମକ୍ଷେତ୍ରରେ ଊନତିର ରାସ୍ତା ଖୋଲିଯିବ ଓ ନିଜର ଯୋଗ୍ୟତା କ୍ଷମତା ଠାରୁ ଅଧିକ କାର୍ଯ୍ୟ କରିବା ଫଳରେ ଆପଣ ପ୍ରଶଂସିତ ହେବେ । କାର୍ଯ୍ୟଆଳୟରେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ । ଉଦାସୀନତା ଓ ନକରାତ୍ମକ ପ୍ରବୃତ୍ତିକୁ ଛାଡିବା ପାଇଁ ପ୍ରୟାସ କରିବେ । ଉଚିତ ବ୍ୟବହାର ପାଇଁ ଖୁସିର ବାତାବରଣ ଦେଖା ଦବ । ଆତ୍ମବିଶ୍ଵାସ ବୃଦ୍ଧି ହେବାର ଅନୁଭବ କରିପାରିବେ । ଭୂମିକ୍ରୟ, ବାହନକ୍ରୟ, ଗୃହନିର୍ମାଣ କରିବାରେ ଖର୍ଚ୍ଚ କରିବାକୁ ପଡ଼ିପାରେ । ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ବିଶେଷ ଶୁଭଫଳ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଛାତ୍ର ଛାତ୍ରୀମାନେ ପାଠ ପଢାରେ ମନ ଯୋଗଦେବେ । ସ୍ମରଣଶକ୍ତି ବୃଦ୍ଧି ହେବା ସହ ଶିକ୍ଷା କ୍ଷେତ୍ରରେ ଅତି ଶୀଘ୍ର ସଫଳତା ମିଳିଯିବ । ପ୍ରତିଯୋଗୀ ପରୀକ୍ଷା ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ ।

ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା ଜାରି ରଖିବେ ଓ ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପାଇବେ । ଯେଉଁ ବିଦ୍ୟାର୍ଥୀମାନେ ବିଦେଶରେ ରହି ପାଠ ପଢିବା ପାଇଁ ଯୋଜନା କରୁଛନ୍ତି ବା ବିଦେଶରେ ରହି ପାଠ ପଢୁଛନ୍ତି ସେମାନଙ୍କର ବିଦ୍ୟାରେ ଉନ୍ନତି ହେବ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ । କ୍ୟାରିୟର କ୍ଷେତ୍ରରେ ବିଶେଷ ଧ୍ୟାନ ରଖିବା ଆବଶ୍ୟକ । ରାଜନୀତି କ୍ଷେତ୍ରରେ ଆଶା କରୁଥିବା ଖବର ପାଇ ଖୁସୀ ହୋଇ ଯିବେ । ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ନିର୍ବାଚନ କ୍ଷେତ୍ରରେ ଶତୃମାନଙ୍କୁ ମୁକାବିଲା କରି ପାରିବେ । ସୁଖ ଜାୟାଧିପତି ଗୁରୁ ଏପ୍ରିଲମାସ ୨୧ତାରିଖରେ ଅଷ୍ଟମ ଭାବକୁ ଆସିବା ଫଳରେ ଜୀବନସାଥୀଙ୍କ ସହିତ ମତଭେଦ ସୃଷ୍ଟି ହୋଇପାରେ ତେଣୁ ଜୀବନସାଥୀଙ୍କ କଥାକୁ ଶୁଣି ବୁଝିବାକୁ ଚେଷ୍ଟା କରିବା ଉଚିତ୍ ।

ଛୋଟ ଛୋଟ କଥାକୁ ବଡ ଆକାର ନକରିବାଉଚିତ୍ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଗ୍ରହଙ୍କ ପ୍ରଭାବରେ ଛୋଟମୋଟ ଶାରୀରିକ କଷ୍ଟ ଦେଖାଦେଇ ପାରେ । ସେହିପରି ହଜମ ଶକ୍ତି ଓ ପେଟ ରୋଗ ମଧ୍ୟ ଦେଖାଦେବ । ତେଣୁ ଶରୀର ପ୍ରତି ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଖାଇବା ପିଇବାରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ଚେଷ୍ଟା କରନ୍ତୁ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ ଓ ଫିଟନେସ୍ ରହିବା ପାଇଁ ଜିମ୍ ବା ଯୋଗ ଆଦି କରନ୍ତୁ । ଏହା ଆପଣଙ୍କ ପାଇଁ ଭଲ ହେବ । ପ୍ରତିକାର:- ୧-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ଓ ପ୍ରଦକ୍ଷିଣ କରନ୍ତୁ । ୨- ପ୍ରତ୍ୟେକ ଗୁରୁବାର ଓ ଶନିବାର ପାଣିରେ ଟିକେ ଗୋମୁତ୍ର ପକାଇ ଘରକୁ ପୋଛନ୍ତୁ । ୩- ସବୁ ସମୟରେ ମୟୂର ଚନ୍ଦ୍ରିକା ପାଖରେ ରଖି ଯାତ୍ରା କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!