2023 ମସିହା ଇଂରାଜୀ ନବବର୍ଷ କେମିତି କଟିବ ଧନୁ (Sagittarius) ରାଶିର, କଣ କହୁଛି ଗ୍ରହ ନକ୍ଷତ୍ର… ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ନୂଆ ବର୍ଷ ଅର୍ଥାତ୍ ଜୀବନର ନୂଆ ନୂଆ ଯୋଜନା ଓ ସ୍ଵପ୍ନ । ଏହି ନୂଆ ବର୍ଷ ସହିତ ଏକ ଆଶାର ଡୋରୀ ବାନ୍ଧି ହୋଇଥାଏ । ଏହି ଆଶାରୁ ହିଁ ଜିଜ୍ଞାସା ସୃଷ୍ଟି ହୁଏ । ଏହି ନୂଆ ଯୋଜନା ଓ ସ୍ଵପ୍ନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୁଏ । ଯେପରିକି କ୍ୟାରିୟର କିପରି ହେବ ? ଶିକ୍ଷା କ୍ଷେତ୍ରରେ କିପରି ହେବ ? ସ୍ୱାସ୍ଥ୍ୟ କିପରି ରହିବ ? ପାରିବାରିକ ଓ ବୈବାହିକ ଜୀବନ କିପରି ରହିବ ? ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ । ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ସମୟ ପୂର୍ବରୁ ଘଟଣା ଗୁଡିକ ବିଷୟରେ ଜାଣି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ସାହସ ଓ ଧର୍ଯ୍ୟ ଏକଜୁଟ କରି ଲଢିବାର କ୍ଷମତାକୁ ବିକସିତ କରିବା ଆବଶ୍ୟକ । ତେବେ ଆସନ୍ତୁ ପ୍ରଥମେ ଜାଣିବା ୨୦୨୩ ମସିହାରେ ଧନୁରାଶିର ରାଶିଫଳ ଅନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ ବିଷୟରେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବର୍ଷ ଆରମ୍ଭରୁ ଧନୁରାଶିରେ ରବି, ବୁଧ, ମେଷରାଶିରେ ଚନ୍ଦ୍ର, ରାହୁ, ବୃଷରେ ମଙ୍ଗଳ, ମକରରେ ଶନି, ଶୁକ୍ର, ମୀନରାଶିରେ ଗୁରୁ, ତୁଳାରାଶିରେ କେତୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି । ଗୁରୁ ୨୦୨୩ମସିହା ଏପ୍ରିଲମାସ ୨୧ତାରିଖରେ ମେଷରାଶିକୁ ଗମନ କରି ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ୨୦୨୩ ମସିହା ଜାନୁୟାରୀ ୧୭ତାରିଖରେ ଶନି କୁମ୍ଭରାଶିକୁ ଗୋଚର ହୋଇ ବର୍ଷଶେଷ ପର୍ଯ୍ୟନ୍ତ ଅବସ୍ଥାନ କରିବେ ।

ଧନୁରାଶିର ଜାତକଙ୍କ ପାଇଁ ୨୦୨୩ ମସିହାରେ ଅତ୍ୟନ୍ତଶୁଭ ଫଳ ପ୍ରାପ୍ତ ହେବ । ଗ୍ରହରାଜ ଶନିଶ୍ଚର ବିକ୍ରମ ଭାବରେ ରହୁଥିବାରୁ ଧନଧାନ୍ୟ, ମାନସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧି ପାଇବ । ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ । ବିଦେଶ ଯାତ୍ରା ଫଳରେ ବିଶେଷ ଲାଭବାନ ହେବେ । ଜାଗା, ଜମି, ଗୃହ ବାହନଆଦି କ୍ରୟ କରିବାର ସୁଯୋଗ ପାଇବେ । ଏପ୍ରିଲମାସ ୨୧ତାରିଖପରେ ଭାଗ୍ୟର ପରିବର୍ତ୍ତନ ହେଲାଭଳି ଉନ୍ନତି ପଥରେ ଅଗ୍ରସର ହେବେ । ସମୟକୁ ସତ୍ ଉପଯୋଗ କରିବାକୁ ଆପ୍ରାଣ ଚେଷ୍ଟା କରିବା ଉଚିତ୍ । ପରାକ୍ରମ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ ।

ଏହି ବର୍ଷ ପରିବାରରେ ଶୁଭକାର୍ଯ୍ୟ ଅନୁଷ୍ଟିତ ହେବ । ନେଇଥିବା ଲୋକ କିମ୍ବା ଦେଉନଥିବା ଲୋକ ଏବଂ ସାହାଯ୍ୟ କରିଥିବା ଲୋକଠାରୁ ସମସ୍ତ ଅର୍ଥପ୍ରାପ୍ତି ହୋଇଯିବ । ଏହି ବର୍ଷ ଆପଣଙ୍କର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଭଲ ରହିବ । ଆପଣ କିଛି ବଡ ପ୍ରକଳ୍ପରେ ଟଙ୍କା ବିନିଯୋଗ କରିପାରିବେ ଓ ନୂତନ ସମ୍ପତ୍ତି କିଣିପାରିବେହଠାତ୍ ବଡଧରଣର ବା ମୋଟାଟଙ୍କା ଲାଭ ହେବାର ସମ୍ଭାବନା ଅଛି ଏବଂ ବେଳେବେଳେ ଷ୍ଟକ୍ ମାର୍କେଟରୁ ବଡଧରଣର ଆୟର ବିକଳ୍ପ ଉତ୍ସ ସୃଷ୍ଟି କରିବାକୁ ଚେଷ୍ଟା କରିବେ । ଅଚାନକ ଆୟ ବୃଦ୍ଧି ହେତୁ ଆପଣ ଆଚମ୍ବିତ ହୋଇ ଯିବେ । ପୁରୁଣା ଋଣ ପରିଶୋଧ କରିବାର ସୁଯୋଗ ପାଇବେ ।

ସମ୍ପର୍କୀୟ ବନ୍ଧୁଙ୍କ ସାହାଯ୍ୟ ସହଯୋଗରେ ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ । ବୈବାହିକ ଜୀବନ ସୁଖମୟ ହେବାର ଅନୁଭବ କରି ପାରିବେ । ବିଶେଷ କରି ଜୀବନସାଥୀ ଖୁସିର ମୁଖ୍ୟ କାରଣ ହେବେ । ମାମୁଘର ସହିତ ଆପଣଙ୍କର ସମ୍ପର୍କ ଆନ୍ତରିକ ହେବ ସାଧାରଣ ଲୋକମାନେ ଆପଣଙ୍କୁ ଅତି ଦାୟିତ୍ଵବାନ ଓ ବୁଦ୍ଧିମାନ ବ୍ୟକ୍ତିଭାବରେ ଭାବିବେ । ଜୀବନସାଥୀ ଆପଣଙ୍କୁ ଭାବପ୍ରବଣ ଭାବରେ ବହୁତ ସାହାଯ୍ୟ କରିବେ ଓ ବର୍ଷା ଋତୁରେ ଆପଣ ଯେକୌଣସି ସ୍ଥାନକୁ ବୁଲିବାକୁ ଯାଇ ପାରିବେ ।

ଗୁରୁଙ୍କ ଅସୀମ କୃପା ପ୍ରେମ ଭାବରେ ରହିବା ଫଳରେ ପ୍ରେମ ସମ୍ପର୍କକୁ ନେଇ ମନରେ କୌଣସି ଆଶଙ୍କା ରହିବ ନାହିଁ । ଗୃହକୁ ସମ୍ପର୍କୀୟ ମାନଙ୍କର ଆଗମନ ହେବ । ଗୃହରେ କୌଣସି ବ୍ୟକ୍ତିଙ୍କ ଠାରୁ ସୁଖ ସମ୍ବାଦ ପାଇବେ । ଅବିବାହିତ ଯୁବକ ଯୁବତୀ ମାନେ ବିବାହ କରିବାର ସୁଯୋଗ ପାଇବେ । ଗୃହର ସମସ୍ତ ସଦସ୍ୟଙ୍କ ମନ ଆନନ୍ଦିତ ରହିବ । ଯଦି ପୂର୍ବରୁ କୌଣସି ବ୍ୟକ୍ତିଙ୍କ ସହ ବାଦ ବିବାଦ ହେଇଥିଲା ତାହାମଧ୍ୟ ସମାଧାନ ହେଇଯିବ । ଗୃହରେ କୌଣସି ଧର୍ମ କାର୍ଯ୍ୟ ଅନୁଷ୍ଠିତ ହେବ । ପୈତୃକ ସମ୍ପତ୍ତିକି ନେଇ ଲାଗିଥିବା ବିବାଦର ସମାଧାନ ହୋଇଯିବ ।

ପରିବାରରେ ସୁଖ ଶାନ୍ତି ଦେଖା ଦବ । ପ୍ରେମିକ ପ୍ରେମିକାମାନେ ପରସ୍ପରକୁ ଅନ୍ଧ ଭାବରେ ବିଶ୍ୱାସ କରିବା ଫଳରେ ବହୁତ ରୋମାନ୍ସ ମୁଡ୍ ରେରହି ଆନନ୍ଦିତ ହେବେ । ନୂତନ ପ୍ରେମ ସମ୍ପର୍କ ବିଷୟରେ ଟିକେ ଯତ୍ନବାନ ହେବା ଉଚିତ୍ । ପ୍ରେମ ବିବାହ ସମ୍ବନ୍ଧରେ ସମସ୍ତ ସମସ୍ୟା ଅପସରିଯାଇପାରେ । ଗୃହରେ ମାଙ୍ଗଳିକ କାର୍ଯ୍ୟ ହବାର ସମ୍ଭାବନା ଅଛି । କାର୍ପାସ, ଚିତ୍ରକଳା, ଷ୍ଟେସ୍ନାରୀ, ଚଳଚିତ୍ର, ମିଠାଦ୍ରବ୍ୟ ବା ମିଷ୍ଠାନ୍ନ ଭଣ୍ଡାର, ଚାନ୍ଦି, ଚାଉଳ, ଗହମ, ବସ୍ତ୍ର, ଫଟୋଗ୍ରାଫି, ଶୃଙ୍ଗାର ପ୍ରସାଧନୀ ବ୍ୟବସାୟୀମାନେ ବା ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ ।

ଶିକ୍ଷାକ୍ଷେତ୍ରରେ ମନୋବାଞ୍ଛିତ ସ୍ଥାନରେ ପଢ଼ିବାର ସୁଯୋଗ ପାଇବେ । ଉଚ୍ଚଶିକ୍ଷାପାଇଁ ବିଦେଶଯାତ୍ରା କରିବାର ଆଶାୟୀଥିବା ଛାତ୍ରଛାତ୍ରୀମାନେ ବିଦେଶଯାତ୍ରା କରି ପାରିବେ । କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ । ବିଦ୍ୟାର୍ଥୀମାନେ ଆପ୍ରାଣ ଚେଷ୍ଟା କରି ପ୍ରତିଦ୍ୱନ୍ଦିତାରେ ସଫଳ ହେବା ସହ ଆଶା କରୁଥିବା ଫଳ ପାଇ ପାରିବେ । ପଢାପଢିରେ ମନ ଲାଗି ରହିବ ଓ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଉଚ୍ଚଶ୍ରେଣୀ ପାଇବେ ଏବଂ ଉଚ୍ଚଶିକ୍ଷା ପାଇବାର ସୁଯୋଗ ମଧ୍ୟ ରହିଛି । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ ।

ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ । ରାଜନୀତି କ୍ଷେତ୍ରରେ ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ । ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଯୋଗେ ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ । ଶୁଭ ସମ୍ବାଦ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ ଓ ସହନଶୀଳତା ଯୋଗେ ପ୍ରଶଂସା ମିଳିବ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ ।

ପ୍ରତିକାର- ୧- ହଳଦୀରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ନତୁବା ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ । ୨-ପ୍ରତ୍ୟେକ ଦିନ କଦଳୀଗଛ ମୂଳରେ ହଳଦୀ ପାଣି ଦିଅନ୍ତୁ ଓ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ । ୩- ପ୍ରତ୍ୟେକ ଗୁରୁବାର ଦିନ ଗୋମାତାକୁ ଗୁଡ, ବୁଟ, ପାଚିଲା କଦଳୀ ଖାଇବାକୁ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!