2022 ମସିହା ଇଂରାଜୀ ନବବର୍ଷ କେମିତି କଟିବ କର୍କଟ ରାଶିର ଆବାଳବୃଦ୍ଧ ବନିତା ମାନଙ୍କ ପାଇଁ, ଏମାନଙ୍କର ବଦଳିବାଲୁ ଯାଉଛି ଭାଗ୍ୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ ମସିହା ଇଂରାଜୀ ନବବର୍ଷ କେମିତି କଟିବ କର୍କଟରାଶିର ଆବାଳବୃଦ୍ଧ ବନିତା ମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା –

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ନୂଆ ବର୍ଷ ଅର୍ଥାତ୍ ଜୀବନର ନୂଆ ନୂଆ ଯୋଜନା ଓ ସ୍ଵପ୍ନ । ଏହି ନୂଆ ବର୍ଷ ସହିତ ଏକ ଆଶାର ଡୋରୀ ବାନ୍ଧି ହୋଇଥାଏ । ଏହି ଆଶାରୁ ହିଁ ଜିଜ୍ଞାସା ସୃଷ୍ଟି ହୁଏ । ଏହି ନୂଆ ଯୋଜନା ଓ ସ୍ଵପ୍ନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୁଏ । ଯେପରିକି କ୍ୟାରିୟର କିପରି ହେବ ? ଶିକ୍ଷା କ୍ଷେତ୍ରରେ କିପରି ହେବ ? ସ୍ୱାସ୍ଥ୍ୟ କିପରି ରହିବ ? ପାରିବାରିକ ଓ ବୈବାହିକ ଜୀବନ କିପରି ରହିବ ? ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ । ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ସମୟ ପୂର୍ବରୁ ଘଟଣା ଗୁଡିକ ବିଷୟରେ ଜାଣି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ସାହସ ଓ ଧର୍ଯ୍ୟ ଏକଜୁଟ କରି ଲଢିବାର କ୍ଷମତାକୁ ବିକସିତ କରିବା ଆବଶ୍ୟକ । ତେବେ ଆସନ୍ତୁ ଏବେ ଜାଣିବା ୨୦୨୨ ମସିହାରେ କର୍କଟରାଶିର ରାଶିଫଳ ଅନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ ବିଷୟରେ ।

ବର୍ଷ ଆରମ୍ଭରୁ ଧନୁରାଶିରେ ରବି, ଶୁକ୍ର, ବିଛାରେ ଚନ୍ଦ୍ର, ମଙ୍ଗଳ ଓ କେତୁ, ମକରରେ ଶନି, ବୁଧ, କୁମ୍ଭରେ ଗୁରୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି । ଗୁରୁ ୨୦୨୨ମସିହା ଏପ୍ରିଲମାସ ୧୩ତାରିଖରେ ମୀନ ରାଶିକୁ ଗମନ କରି ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ୨୦୨୨ ମସିହା ଅପ୍ରେଲ ୨୯ତାରିଖରେ ଶନି କୁମ୍ଭରାଶିକୁ ଗୋଚର ହେବେ ଓ ଜୁଲାଇ ୧୨ତାରିଖରେ ମକର ରାଶିକୁ ବକ୍ରହୋଇ ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ରାହୁ ମାର୍ଚ୍ଚ ୧୭ ତାରିଖରେ ମେଷ ରାଶିକୁ ଓ କେତୁ ତୁଳାରାଶିକୁ ବକ୍ର ସଂଚାର ହୋଇ ବର୍ଷଶେଷ ପର୍ଯ୍ୟନ୍ତ ଅବସ୍ଥାନ କରିବେ ।

କର୍କଟ- କର୍କଟ ରାଶିର ଜାତକଙ୍କ ପାଇଁ ୨୦୨୨ ମସିହାରେ ଶୁଭ ପରିଣାମ ମିଳିବ । ବର୍ଷ ଆରମ୍ଭରୁ ମଙ୍ଗଳ ଗ୍ରହ ଷଷ୍ଠ ଭାବରେ ରହୁ ମହାଗ୍ରହ ଏକାଦଶ ଓ ଦଶମ ଭାବରେ ଗୋଚର ହେବେ, ଯାହା କି ଆତ୍ମ ବିଶ୍ଵାସ ବୃଦ୍ଧି ହେବା ସହ ଧୈର୍ଯ୍ୟ, ସାହସ, ବଳ, ପରାକ୍ରମ ବୃଦ୍ଧି ପାଇବ । ଏପ୍ରିଲମାସ ୧୩ତାରିଖରେ ଗୁରୁ ମୀନରାଶିକୁ ଗମନ କରି ଭାଗ୍ୟଭାବକୁ ପ୍ରଭାବିତ କରିବେ ଯାହା ଫଳରେ କ୍ୟାରିୟର, ଆର୍ଥିକ, ରାଜନୀତି, ପାରିବାରିକ ଓ ଶିକ୍ଷା କ୍ଷେତ୍ରରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତ ହେବ । ଅଚାନକ ଧନ ଲାଭ ହୋଇ ଆର୍ଥିକ ପରିସ୍ଥିତି ଆପଣଙ୍କର ବହୁତ ଭଲ ରହିବ । ମାନସିକ ଶାନ୍ତି ମିଳିବ ।

ଯେଉଁକ୍ଷେତ୍ରରେ କର୍ମ କରୁଛନ୍ତି ଅଚାନକ ଭାବରେ ବାହାରକୁ ଯିବାର ସମ୍ଭାବନା ଅଛି । ଶଶୁର ଘର ପକ୍ଷରୁ ସହଯୋଗ ମିଳି ମଧୁର ସମ୍ପର୍କ ସୃଷ୍ଟି ହବ । ଜୀବନ ସାଥୀଙ୍କର ପୂର୍ଣ୍ଣ ସହଯୋଗ ପାଇ ବୈବାହିକ ଜୀବନରେ ସମ୍ପର୍କ ମଧୁମୟ ହେବ । ପରିବାରର ସଦସ୍ୟଙ୍କ ସହିତ ଓ ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ରହିଛି । ସନ୍ତାନ ସନ୍ତତିଙ୍କର ଶୁଭ ସମ୍ବାଦ ଶୁଣିବେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ କୌଣସି ବ୍ୟକ୍ତିଙ୍କର ନୂତନକର୍ମ ନିଯୁକ୍ତିର ସୁଯୋଗ ଅଛି ଓ ନିଜେ ମଧ୍ୟ ନୂତନକର୍ମ ନିଯୁକ୍ତି ପାଇ ପାରିବେ । ପରିବାରରେ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ । ଆମୋଦ ପ୍ରମୋଦ, ମନୋରଞ୍ଜନ, ନୃତ୍ୟ ଗୀତ, ମଉଜ ମଜିଲିସ୍ ରେ ମଜ୍ଜି ରହିବେ ।

ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ସଂଘର୍ଷ ଦ୍ୱାରା ସଫଳତା ମିଳିବ । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦପଦବି ମିଳିବା ସହ ନୂତନ ସମ୍ପର୍କ ସୃଷ୍ଟିହୋଇ ଜନସମାଜରେ ମାନ ସମ୍ମାନ ବୃଦ୍ଧି ହବ । କର୍ମ କ୍ଷେତ୍ରରେ ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ । ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ । ନିକଟସ୍ଥ ବ୍ୟକ୍ତି ସାହାର୍ଯ୍ୟ କରିବା ଦ୍ଵାରା ବ୍ୟବସାୟରେ ସଫଳତା ମିଳିବ ଓ କର୍ମଚାରୀମାନେ ବେସୀ ଉପକୃତ ହେବେ । ସାମାଜିକ କ୍ଷେତ୍ରରେ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ସାମ୍ବାଦିକ ମାନେ ନିଜ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ । ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ ପାଇଁ ପ୍ରସ୍ତୁତ ହେବେ ।

ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ଶିକ୍ଷା କ୍ଷେତ୍ରରେ ମାନସିକ ଏକାଗ୍ରତା ବଜାୟ ରହିବା ଯୋଗେ ଆନନ୍ଦିତ ହେବେ । କିନ୍ତୁ ଗ୍ରହରାଜ ଶନିଶ୍ଚର ସପ୍ତମ ଓ ଅଷ୍ଟମ ଭାବରେ ଗୋଚର ହେଉଥିବାରୁ ସ୍ୱାସ୍ଥ୍ୟ ପ୍ରତି ସାବଧାନ ରହିବା ଜରୁରୀ କାରଣ କିଛି ମାତ୍ରାରେ ଶାରୀରିକ ସମସ୍ୟା ଦେଖାଦବ । ଯେ କୌଣସି ଶାରୀରିକ ସମସ୍ୟାକୁ ଅବହେଳା ନ କରିବା ଉଚିତ୍ । ରାତିରେ ନିଦ୍ରାର ଅବାଭ ହବ । ବାହାର ଖାଦ୍ୟପଦାର୍ଥ ଠାରୁ ଦୂରେଇ ରହିବା ଉଚିତ୍ । ନିଜର ବ୍ୟବହାରକୁ ସଂଯମତା ରଖନ୍ତୁ ନତୁବା ଗ୍ରାହକଙ୍କ ସହ ତର୍କ ବିତର୍କ ହବା ଫଳରେ ବାଣିଜ୍ୟ କ୍ଷେତ୍ରରେ ବିଶେଷ କ୍ଷତି ଘଟିବ । ପିଲାଙ୍କର ଶିକ୍ଷାକୁ ନେଇ ଚିନ୍ତିତ ରହିବେ । ପ୍ରତିକାର:- ୧-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ଓ ପ୍ରଦକ୍ଷିଣ କରନ୍ତୁ । ୨- ପ୍ରତ୍ୟେକ ଗୁରୁବାର ଓ ଶନିବାର ପାଣିରେ ଟିକେ ଗୋମୁତ୍ର ପକାଇ ଘରକୁ ପୋଛନ୍ତୁ । ୩- ପ୍ରତ୍ୟେକ ଦିନ ବୁଲା କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!