ମକର ରାଶି ପାଇଁ କେମିତି ରହିବ ଏହି ବର୍ଷ, 2019 ରେ କଣ ଲେଖା ଅଛି ଆପଣଙ୍କ ଭାଗ୍ୟରେ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବର୍ଷାରମ୍ଭରେ  ରବି, ଶନି ବ୍ୟୟ ଭାବରେ। ଚନ୍ଦ୍ର, ଶୁକ୍ର ଦଶମ ଭାବରେ। ମଙ୍ଗଳ ତୃତୀୟ ଭାବରେ। ବୁଧ, ଗୁରୁ ଏକାଦଶ ଭାବରେ। ରାହୁ ସପ୍ତମ ଭାବରୁ ଷଷ୍ଠ ଭାବକୁ ଓ କେତୁ ପ୍ରଥମ ଭାବରୁ ବ୍ୟୟ ଭାବକୁ ଯାଇ ବର୍ଷ ପୂରଣ କରିବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବାର୍ଷିକ ଶୁଭ ଫଳ:-

ଇଲେକ୍ଟ୍ରୀ, ଇଲେକ୍ଟ୍ରୋନିକସ୍, ଠିକାଦାରୀ, ଧାତୁ ବ୍ୟବସାୟୀ, ଔଷଧ ଦୋକାନ, ଭୋଜନାଳୟ, କଳକାରଖାନା, ଖଣିଜପଦାର୍ଥ, ଗୁଡ଼, ଲଙ୍କାମରିଚ, ମସୁରଡାଲି, ଧାନ, ଗହମ ଇତ୍ୟାଦି ବ୍ୟବସାୟ କରୁଥିବା ବ୍ୟକ୍ତିମାନେ କିମ୍ବା ଏହି ସଂସ୍ଥାରେ କର୍ମରତ ଥିବା ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ। ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ୍ ହେବେ। ନୂଆ ନୂଆ ବ୍ୟବସାୟିକ ସମ୍ପର୍କ ସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। ଭାଗିଦାରୀ ବ୍ୟବସାୟ ପ୍ରଗତି ପାଇଁ ଚେଷ୍ଟିତ ହେବେ। ବ୍ୟବସାୟକ୍ଷେତ୍ର ପ୍ରସାର ଫଳରେ ବିଶେଷ ଲାଭବାନ୍ ହେବେ। ଫଳରେ ନୂତନ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିପାରିବେ।  କୁଟୁମ୍ବଙ୍କ ସହିତ ପୂର୍ବ  କଳିତକରାଳ, ଦ୍ୱନ୍ଦ ଝଗଡ଼ା ଝାଣ୍ଟି ଓ ପୈତୃକ ସମ୍ପତ୍ତିକୁ ନେଇ ମାଲିମୋକଦ୍ଦମା କୋର୍ଟ କଚେରୀରେ ଥିବା ସମସ୍ୟା ସହଜ ସରଳରେ ସମାଧାନ ହୋଇଯିବ।

ଭ୍ରାତୃବିବାଦ ମେଣ୍ଟିଯିବ। ଧର୍ମରେ ଆସ୍ଥା ବଢ଼ିବ। ଧାର୍ମିକ କାର୍ଯ୍ୟ ଯଜ୍ଞାଦି ଅନୁଷ୍ଠାନରେ ମନୋବୃତ୍ତି ନିବେଶ କରି କେତେକାଂଶରେ ବିପଦକୁ ଖଣ୍ଡନ  କରିଦେଇ ପାରିବେ। ସନ୍ତାନ ବିବାହ, ବନ୍ଧୁ ବେଭାର ଆଦିରେ ଅନେକ ଖର୍ଚ୍ଚାନ୍ତ ହେବେ। କର୍ମକ୍ଷେତ୍ରରେ  ଉନ୍ନତି, ଆଶା କରୁଥିବା କ୍ଷେତ୍ରକୁ ସ୍ଥାନାନ୍ତରଣ ଯୋଗେ ଆନନ୍ଦିତ ହେବେ। ପ୍ରଭାବଶାଳୀ ବ୍ୟକ୍ତି, ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ବନ୍ଧୁତା ସ୍ଥାପନ ହେବ। ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ। ଧନ, ଧାନ୍ୟ, ଐଶ୍ୱର୍ଯ୍ୟ, ମାନ ସମ୍ମାନ ତଥା ପରାକ୍ରମର ବୃଦ୍ଧି ହେବ। ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ। ଭୂମି କ୍ରୟ ବାହନ କ୍ରୟ, ଗୃହ ନିର୍ମାଣ କରିବାରେ ଖର୍ଚ୍ଚ କରିବାକୁ ପଡିବ। ବିଦେଶ ଯାତ୍ରା ଫଳରେ ବିଶେଷ ଲାଭବାନ ହେବେ। ସମାଜ କଲ୍ୟାଣ, ଧର୍ମାନୁଷ୍ଠାନରେ, ମଠ, ମନ୍ଦିରମାନଙ୍କରେ, ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରି ପ୍ରଶଂସିତ ହେବେ।

ଅବିବାହିତ ହୋଇଥିଲେ ବିବାହ ସମ୍ପନ୍ନ ହେବ। ପାରିବାରିକ ସମ୍ପର୍କର ଡୋରକୁ ଖୋଲାକରି ଚଳିବେ। ଆଶା-ଆଶ୍ଵାସନା ଜନିତ କଳ୍ପନା-ଜଳ୍ପନା ମଧ୍ୟରେ ଶୁଭକାର୍ଯ୍ୟ ପୂରଣ ହେବ। ବାସ ସ୍ଥାନର  ସଂସ୍କାର କରିବେ। ଉଚ୍ଚମନ୍ୟତା ସତ୍ତ୍ୱେ ନମ୍ରତା ଓ ସଦାଚାରରେ ରହିବେ।  ଆର୍ଥିକ ଦିଗରୁ ସମସ୍ୟା କିଛି ନାହିଁ। ଭବିଷ୍ୟତ ଗଠନ ଯୋଜନାକୁ ତୁରନ୍ତ ଫଳପ୍ରସୂ କରିବାରେ ମନଭାବ ସୃଷ୍ଟି ହେବ। ଦୂର ସମ୍ପର୍କ ଅଧିକରୁ ଅଧିକ ନିବିଡ ହେବ। ଶ୍ରମିକ ଓ କର୍ମଚାରିମାନଙ୍କ କର୍ତ୍ତବ୍ୟନିଷ୍ଠା ଦେଖି ସେମାନଙ୍କ ଉପରେ ସ୍ଵାଭାବିକ ଭରସା ଓ ବିଶ୍ଵାସ ରଖିହେବ। ସେମାନେ  ମଧ୍ୟ ସୁଖ-ଦୁଃଖର ସାଥୀ ସାବିତ ହେବେ।

ଲୋକ ଦେଖାଣିଆ ମନୋବୃତ୍ତି ତ୍ୟାଗ କରି ଚଳିତ ପରମ୍ପରାକୁ ଆଗେଇ ନେବା ଉଚିତ ହେବ। ସାମାଜିକ ଓ ଆର୍ଥିକ ଦୃଷ୍ଟିକୋଣରୁ ଅବିଚଳିତ ରହିଲେ ମଧ୍ୟ କର୍ମ ବା ଦାୟିତ୍ଵ  ପରିବର୍ତ୍ତନର ଅଧୀନ ହେବେ। ଉପରିସ୍ଥଙ୍କ ନିର୍ଲିପ୍ତଭାବ ବା ଅନାସକ୍ତ ଚାଲିଚଳନ ବଳବତ୍ତର ରହିବ। ଅଧସ୍ତନ ମାନଙ୍କଠାରୁ ସେବା ଓ ସହୃଦୟତା ଉପଲବ୍ଧ ହେବ।  ମାଲିମୋକଦ୍ଦମା ଓ ରାଜନୀତି କ୍ଷେତ୍ରରେ ବିଜୟର ସାଫଲ୍ୟ ମୁକୁଟ ନିଶ୍ଚିତ ପିନ୍ଧିବେ। କୃଷିଜୀବୀମାନଙ୍କର ଆମଦାନୀ ବୃଦ୍ଧିହେବା ଫଳରେ ମାଲିକାନା ପ୍ରତି ଆସକ୍ତି ବଢିବ। ଆଶାବାଦିତା, ମାନସିକ ଦୃଢତା, ଧନାଗମ, ଅଭାବ-ଅନାଟନରୁ ମୁକ୍ତିଲାଭ, ଧର୍ମପ୍ରାଣତା ଓ କର୍ତ୍ତବ୍ୟ ସଚେତନତାରୁ ଭାବମୂର୍ତ୍ତି ବୃଦ୍ଧି ତଥା ପ୍ରତିଷ୍ଠା ସୁରକ୍ଷା ରହିବ। ଆୟ ଉତ୍ତମ ହେବ। ଶତ୍ରୁଜୟ ବା ବିବାଦୀୟ କାର୍ଯ୍ୟରେ ଜୟଯୁକ୍ତ ହେବେ। ପ୍ରତିଷ୍ଠା ମିଳିବ ଓ ନେତୃତ୍ଵ ଲାଭ ଯୋଗ ରହିଛି।

ଅଶୁଭ ଫଳ:-

ସ୍ଵଳ୍ପକାଳିନ ଗ୍ରହମାନଙ୍କ ଗୋଚର ସ୍ଥିତ୍ୟାଦି ଯୋଗ କରି ବିଚାର କଲେ –  ଇଂରାଜୀ ନବବର୍ଷଟି ସମ୍ପୂର୍ଣ ଅଶୁଭ ଫଳରୁ ବଞ୍ଚିତ କରି ରଖିବ। ଗ୍ରହଙ୍କ ଗୋଚର ସ୍ଥିତ୍ୟାନୁଯାଇ ଶୁଭାଶୁଭ ମିଶ୍ରିତ ଫଳ ମିଳିବ। ବର୍ଷ ଶେଷ ଆଡକୁ ଗୋଚର ଚଳନରେ ପରିବର୍ତ୍ତିତ ସ୍ଥିତି ପ୍ରାପ୍ତି ହେଲେ ମଧ୍ୟେ ମଧ୍ୟେ ସାମାନ୍ୟ ଅଶୁଭ ଫଳ ଅନୁଭୂତ ହେବା ଫଳରେ ମନୋବଳ ଭାଙ୍ଗି  ଯିବାର ସମ୍ଭାବନା ନାହିଁ। ଅନ୍ୟକୁ ସାହାଯ୍ୟ କରିବା ପାଇଁ ଅନେକ ଅର୍ଥ ହରେଇ ବସିବେ। ସହକର୍ମୀ କେହି ଈର୍ଷାକାତର  ହେବେ। କେତେକ ନିନ୍ଦନୀୟ କାର୍ଯ୍ୟରେ ସମ୍ପୃକ୍ତ ହେବେ।

ମହିଳା ମାନଙ୍କ ପାଇଁ:-

ବର୍ଷ ଫଳ ଅତି ଉତ୍ତମ। ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବ। କର୍ମରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। କର୍ମକ୍ଷେତ୍ରରେ ସୁଯୋଗ ହାତଛଡା ହେବାର ନାହିଁ। ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ। ମାନସିକ ଶାନ୍ତି ଅନୁଭବ କରିବେ। ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ ଓ ବହୁବିଧ ଲାଭ ମିଳିବ। ଅଧ୍ୟୟନ, ଅଧ୍ୟାପନ, ଓ ଅନୁସନ୍ଧାନପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ। ସ୍ଵାମୀ ସୋହାଗିନୀ ହେବା ସଙ୍ଗେସଙ୍ଗେ ଉତ୍ତମ ଗୃହିଣୀ ଭାବରେ ସ୍ଵନାମ ଅର୍ଜନ କରିବେ। ବନ୍ଧୁମିଳନ ତୀର୍ଥ ଭ୍ରମଣ ଓ ସଂସ୍କୃତିକ ତଥା ସାମାଜିକ କାର୍ଯ୍ୟରେ ଭାଗନେବେ।

ଗୃହିଣୀ ମାନଙ୍କ ହାତପାଣ୍ଠି ବୃଦ୍ଧି ପାଇବ। ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ, ବିବାହୋତ୍ସବ, ଆନନ୍ଦ ଉତ୍ସାହ ବୃଦ୍ଧି ଘଟି ଆୟ ଉତ୍ତମ ହେବ। ବ୍ୟୟ ହ୍ରାସ ପାଇବ। ସଙ୍ଗେ ପ୍ରଚୁର ଅର୍ଥଲାଭ ହେବ ଓ କୌଣସି ବ୍ୟାଙ୍କରୁ ମଧ୍ୟ ଋଣ ପାଇବା ଯୋଗ ଅଛି। ରାଜନୈତିକ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ। ଅଚାନକ ଧନପ୍ରାପ୍ତି, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବେ। ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସି ହେବେ। କର୍ମ କ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁଁ ଶାନ୍ତି ପାଇବେ। ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ।

ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ବିଦେଶ ଯାତ୍ରା, ସୁଖ ଶାନ୍ତି, ଯଶ ଲାଭ, ନୂତନ ବାହନଆଦି ପ୍ରାପ୍ତି ହେବ। ଆମୋଦ-ପ୍ରମୋଦ, କ୍ରିଡା, ଆଡମ୍ବରରେ ଆଗ୍ରହ ବଢିବ। ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ। କୌଣସି ଶୁଭ ସମାଚାର ମଧ୍ୟ ଶୁଣିବାକୁ ମିଳିବ। ଯୁବତୀମାନେ ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ। ହସଖୁସିରେ ସମୟ ବିତାଇବେ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ ଓ ସ୍ଥାନାନ୍ତର ମଧ୍ୟ ହୋଇପାରେ। ଗତାନୁଗତିକ ରୀତିରେ କାରବାର ଚଳାଇ ଚାଲିବେ।  ନୂତନ ବ୍ୟବସାୟ ଆରମ୍ଭ ଓ ବ୍ୟବସାୟର ପ୍ରଚାର ପ୍ରସାର ଫଳରେ ପ୍ରବଳ ମାତ୍ରାରେ ଲାଭବାନ ହେବେ। ପରିବାରରେ ମଙ୍ଗୋଳତ୍ସବ, ବନ୍ଧୁଲାଭ, ସୁଖଲାଭ ଓ ସମ୍ମାନଦାୟକ ହେବ।

ସ୍ଵାସ୍ଥ୍ୟ:-

ଥଣ୍ଡା ଦୋଷର ବିଭିନ୍ନ ଉପସର୍ଗ ଓ ପେଟ ରୋଗର ପ୍ରୋକୋପ ଏକାଠି ହୋଇ ମୁଖପୀଡା, ମୁଣ୍ଡବ୍ୟଥା ଓ ଅବସନ୍ନତା ସାଙ୍ଗକୁ ସ୍ଥଳ-ବିଶେଷରେ ଉଦର ତଥା ହୃତ୍ପିଡା ବୃଦ୍ଧି କରାଇବ। ଏସବୁ କ୍ଲେଶ ସେପରି ସାଂଘାତିକ ନହେଲେ ବି ବ୍ୟୟର କାରଣ ହେବ। ଏଥିପାଇଁ କର୍ମଶକ୍ତି ହ୍ରାସ ପାଇବ ଓ ମାନସିକ ସ୍ତରରେ ଉଦାସଭାବ ଲାଗି ରହିବ।

ଛାତ୍ର ଛାତ୍ରୀ ମାନଙ୍କ ପାଇଁ:-

A multi-ethnic group of elementary age children are sitting at their desks are are writing in their notebooks.

ଶିକ୍ଷାକ୍ଷେତ୍ରରେ ଖେଳକୁଦ ମନୋରଂଜନରେ ଅଧିକ ସମୟ କଟାଇଲେ ମଧ୍ୟ ପରୀକ୍ଷା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇ ପ୍ରଶଂସା ପାଇବେ। ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ବିଦେଶ ଯାତ୍ରା କରିବେ ଓ ସଫଳତା ସହ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ। ଅଧ୍ୟୟନ ପଟ୍ଟୁତାକୁ ତ୍ୱରାନ୍ୱିତ କରି ଶେଷବର୍ଷର ଛାତ୍ରଛାତ୍ରୀ ମାନେ କଠୋର ପରିଶ୍ରମ କରି ଉତ୍ତୀର୍ଣ୍ଣ ହେବେ। ଫେଲ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଶୁଭ ସମୟ ଆସିଯାଇଛି ଯେଉଁ କ୍ଷେତ୍ରରେ ବିଳମ୍ବ ବା ବାଧା ପ୍ରତିରୋଧ, ଅସମ୍ମାନ ଦେଖା ଦେଉଥିଲା ତାହା ଦୂରେଇ ଜିବ। ସୁଖୋପଲବ୍ଧି, ଆଶାର ପଦ୍ମ ନିକଟତର ହେବା ଫଳରେ  ପ୍ରଶଂସା ପାଇ କର୍ମମୁଖର ରହିବେ। କୌଣସି ଦିଗରୁ ଆଶା-ଆଶ୍ଵାସନାର ଆଲୋକ ଦେଖି ଅଧ୍ୟବସାୟ ବୃଦ୍ଧି କରି ପାରିବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ରାଜନୀତି, ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ଉଚ୍ଚ ଶିକ୍ଷା ହାସିଲ କରିବା ପାଇଁ ପ୍ରୟାସରତ ରହିବେ।

ପ୍ରତିକାର:-

୧- ଶନିଙ୍କ ନିକଟରେ ଶନିବାର ଦିନ କିଛି ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିଦେବେ । ୨- ଶନିବାର ଦିନ ଆମିଷ ଖାଇବେ ନାହିଁ ଓ ପୋଡ଼ା ଦ୍ରବ୍ୟ କିଛି ଖାଇବେ । ୩- ବାଡିଅଁଳା ମୂଳ ଶନିବାର ଦିନ ସଂଗ୍ରହ କରି କଳା ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ। ୪- ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ବଗଳାମୁଖୀ  ଯନ୍ତ୍ର ପୂଜାକରିବା ସହ ତ୍ରିଶକ୍ତି କବଚ ଧାରଣ କରିବେ। ୫- ପ୍ରତ୍ୟେକ ଦିନ ପିତାମାତା, ଗୁରୁଗୁରୁଜନଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ କୁକୁରକୁ ଖାଦ୍ୟ ଦିଅନ୍ତୁ। ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!