ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନୁ ରାଶିର ରାଶିଫଳ, ଜାଣନ୍ତୁ ଧନୁ ରାଶି ପାଇଁ କେମିତି ରହିବ 2019

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବର୍ଷାରମ୍ଭରେ  ରବି, ଶନି ପ୍ରଥମ ଭାବରେ। ଚନ୍ଦ୍ର, ଶୁକ୍ର ଏକାଦଶ ଭାବରେ। ମଙ୍ଗଳ ଚତୁର୍ଥ ଭାବରେ। ବୁଧ, ଗୁରୁ ବ୍ୟୟ ଭାବରେ। ରାହୁ ଅଷ୍ଟମ ଭାବରୁ ସପ୍ତମ ଭାବକୁ ଓ କେତୁ ଦ୍ଵିତୀୟ ଭାବରୁ ପ୍ରଥମ ଭାବକୁ ଯାଇ ବର୍ଷ ପୂରଣ କରିବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବାର୍ଷିକ ଶୁଭ ଫଳ:-

ଏ ବର୍ଷ ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ। ଧନ, ଧାନ୍ୟ, ଐଶ୍ଚର୍ୟ୍ୟ, ମାନସମ୍ମାନ ତଥା ପରାକ୍ରମର ବୃଦ୍ଧି ହେବ। ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ ହେବେ। ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। ବ୍ୟବସାୟ କ୍ଷେତ୍ରରେ ବର୍ଷଫଳ ଅତି ଉତ୍ତମ ଅଟେ। ଲୁଗାପଟା ଓ ସୌଖୀନ ଦ୍ରବ୍ୟର ବ୍ୟବସାୟୀମାନେ ଦ୍ଵିଗୁଣ ଲାଭ କରିବେ। କଳକାରଖାନା ବା ଯନ୍ତ୍ରପାତି ବ୍ୟବସାୟ ଭଲରେ ଚାଲିବ। ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ।

ଭୂମିକ୍ରୟ, ବାହନକ୍ରୟ, ଗୃହନିର୍ମାଣ କରିବାରେ ଖର୍ଚ୍ଚ କରିବାକୁ ପଡ଼ିବ। ସମାଜ କଲ୍ୟାଣ, ଧର୍ମାନୁଷ୍ଠାନରେ, ମଠ, ମନ୍ଦିରମାନଙ୍କରେ ମାଙ୍ଗଳିକ କାର୍ୟ୍ୟରେ ଯୋଗଦାନ କରି ପ୍ରଶଂସିତ ହେବେ। ଅବିବାହିତ ହୋଇଥିଲେ ବିବାହ ସଂପନ୍ନ ହେବ। ମନ ମୁତାବକ କନ୍ୟା କିମ୍ବା ବରପ୍ରାପ୍ତି ହେବ। ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶ୍ରେଷ୍ଠ ସମୟ। ଏହାକୁ ସତ୍ ଉପଯୋଗ କରିବାକୁ ଆପ୍ରାଣ ଚେଷ୍ଟା କରିବା ଉଚିତ। ପାରିବାରିକ  ଜୀବନ ସୁଖରେ କଟିବ। ମାତୃ ଓ ମାତୃସ୍ଥାନୀୟା ବ୍ୟକ୍ତିଙ୍କ ପାଇଁ ବର୍ଷଫଳ ଶୁଭ ହେବ।  ବନ୍ଧୁବାନ୍ଧବଙ୍କ ସହ ମଉଜ ମଜଲିଶରେ ଦିନ କାଟିବେ। ସନ୍ତାନ ଲାଭ ଯୋଗ ରହିଛି। ପୁତ୍ର କନ୍ୟାମାନଙ୍କର ଉନତ୍ତି ଓ ଅଗ୍ରଗତି ଘଟିବ। ପୁତ୍ର କନ୍ୟାର ବିବାହ କାର୍ଯ୍ୟରେ ମଧ୍ୟ ସଫଳ ହେବେ। ଆୟ ଉତ୍ତମ ହେବ। ଆର୍ଥିକ ସ୍ଥିତି ସ୍ଵଛଳ ରହିବ। କେତେ ମୁଲ୍ୟବାନ ଆସବାବ ପତ୍ର କ୍ରୟ କରିବେ। ନିଜ ଲୋକଙ୍କ ତରଫରୁ ଆଶ୍ଵାସନା ବା ସହାନୁଭୂତି ପାଇବେ।

ବହୁ ଦିଗରୁ ମନୋବଳ ଓ ପ୍ରତିକୂଳତତ୍ତ୍ଵ ସହ ମୁକାବିଲା କରିବାର ସାମର୍ଥ୍ୟ ବି ବୃଦ୍ଧି ପାଇବ।  ଖର୍ଚବୃଦ୍ଧି ସମସ୍ୟା ବଢିବାର ନାହିଁ। ହାତଖାଲି ହେବା ବେଳକୁ ଦୈବୀ ସହାୟତା ତଥା କର୍ମଯୋଗ ଦ୍ଵାରା ଖାଲି ହାତ ପୁଣି ଭରି ହୋଇଯିବ। ଶାନ୍ତିର ନିଃଶ୍ଵାସ ମାରି ପାରିବେ। ଶୁଭ ଫଳାଧିକ ସ୍ଥିତି ଆଖିଦୃଶିଆ ହେବ। ଶୁଭଫଳ ଦିଗ ଦେଖିଲେ ବ୍ୟକ୍ତିତ୍ଵ ଓ ପ୍ରତିଭା ବଳରେ ଲୋକପ୍ରିୟତା ଅର୍ଜ୍ଜନ, ଧନସମ୍ପଦରେ ଅଭିବୃଦ୍ଧି ତଥା ବୈଷୟିକ ପ୍ରାଚୁର୍ଜ୍ୟପ୍ରାପ୍ତି ହେବ।   ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ଓ ସାମାଜିକ ଭାବମୂର୍ତ୍ତି-ସୁରକ୍ଷା ହେବ।  ଉଦ୍ୟମ ବଳରେ ସିଦ୍ଧିପ୍ରାପ୍ତି ଓ ଉଚ୍ଚସ୍ଥାନ ସଂପୃକ୍ତି ଭଳି ସୁଖ-ସୌଭାଗ୍ୟ ତଥା ଯଶ-ପ୍ରସିଦ୍ଧ ଆଶା କରି ହେବ। କର୍ମ ସ୍ଥଳରେ ନିଜେ କଠିନ ପରିଶ୍ରମକରି  ପତିଆରା ରକ୍ଷା କରିବେ। ଆରମ୍ଭରୁ ସତର୍କ ରହିଲେ ଆର୍ଥିକ ଭରସାମ୍ୟ ରକ୍ଷାକରୀ ପାରିବେ। ପଦୋନ୍ନତିର ସମ୍ଭାବନା ରହିଛି ବର୍ଷ ଆରମ୍ଭରୁ ଆଶାକରି ପାରନ୍ତି।

ଉପରିସ୍ଥ ଅଧିକାରୀଙ୍କ କୃପା ଦୃଷ୍ଟିରେ ରହିପାରିବେ। ନିମ୍ନବର୍ଗର  ସହକର୍ମୀ କେହି ଉଦ୍ଦେଶ୍ୟ ପ୍ରଣୋଦିତ ହାନି ପହଞ୍ଚାଇବାର ଉଦ୍ୟମ କରି ଅପଦସ୍ତ ହେବେ। ବର୍ଷର ପ୍ରଥମାର୍ଦ୍ଧର ଶେଷବେଳକୁ ସ୍ଥାନାନ୍ତରର ସୂଚନା ପାଇବେ। ମାଲି-ମୋକଦ୍ଦମାରେ ଶୀଘ୍ର ଫଇସଲା ଦିଗ ଉନ୍ମୁକ୍ତ ହେବ।  ରାଜନୀତି କ୍ଷେତ୍ରରେ ଉଚ୍ଚ ପ୍ରତିଷ୍ଠାର ଦ୍ଵାର ସାହାଣମେଲା ହେବ ଓ ପ୍ରତ୍ୟେକ ମୁଖରୁ ପ୍ରଶଂସାବାଣୀ ଶୁଣିବେ। ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ। କୃଷିଜୀବୀମାନେ କରିଥିବା ସଂଘର୍ଷର ଫଳସ୍ୱରୂପ ନଭେମ୍ବର ଡିସେମ୍ବର ମାସରେ ଆଶାତୀତ ଲାଭ ପାଇବେ। ଚାଷରେ ଯଥେଷ୍ଟ ଅଗ୍ରଗତି ଘଟିବ ଓ ଚାଷୀମାନେ ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ। ଏ ବର୍ଷରେ କୃଷିଜାତ ଦ୍ରବ୍ୟ ରପ୍ତାନି ବାଣିଜ୍ୟରୁ ଯଥେଷ୍ଟ ଲାଭ ମିଳିବ।

ଅଶୁଭ ଫଳ:-

ରାଜନୈତିକ କ୍ଷେତ୍ରରେ ପ୍ରତିଯୋଗିତାରେ ଲୋକ ସମର୍ଥନ କମି ଯାଇପାରେ ଓ ଆତ୍ମୀୟମାନେ ଭିତରେ ଚେର କାଟିବେ। ବିଷକୁମ୍ଭ ପୟୋମୁଖ ବ୍ୟକ୍ତିମାନେ ସବୁବେଳେ ଘେରିବସିବେ। ଅନେକ କ୍ଷେତ୍ରରେ ବାରମ୍ବାର ଅପଦସ୍ଥ ହେବେ। ଏଥି ସହିତ ବନ୍ଧୁ କୁଟୁମ୍ବଙ୍କ ପକ୍ଷରୁ କେହି ଈର୍ଷା ପ୍ରଣୋଦିତ ବୈରତା, ଖଳବଳର ପ୍ରକୋପ ଦେଖେଇ ପାରନ୍ତି। କଠିନ ପରିଶ୍ରମର ବାଧ୍ୟ-ବାଧକତାରୁ ସ୍ଵାସ୍ଥ୍ୟପୀଡା ତଥା ଅଏସ୍ –ଆରାମ ହାନି ପ୍ରତି ଉପେକ୍ଷା କରିହେବ ନାହିଁ।  ଅବଶ୍ୟ ନିଃସଙ୍ଗତା, ଅସହାୟତା, ଅସମାହିତ ସମସ୍ୟା, ଦୈବୀ ବିପତ୍ତି ଭାଗ୍ୟର ବିଡମ୍ବନା ଭଳି ସମସ୍ୟା ଘଟିବାର ନାହିଁ। କିନ୍ତୁ ବେଳେ ବେଳେ ସାଧାରଣ ବାଧାବିଘ୍ନ ବଡ ଧରଣର ମନେ ହେବ। ଶ୍ରମିକ ଓ କର୍ମଚାରୀ ତଥା ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରିବେ। ବ୍ୟକ୍ତିଗତ କ୍ରୋଧକୁ ଆଧାର କରି କେହି ଚଞ୍ଚକତାର ଜାଲ ବିଛେଇ ଦେବେ। ଫଳରେ ହାତେମାପି ଚାଖଣ୍ଡେ ନ ଚାଲିଲେ ସମସ୍ୟା ଜାଲରେ ଛନ୍ଦି ହୋଇଯିବେ। ଯଦିଚ ମାନହାନିର ଭୟ ନାହିଁ, ତଥାପି ବାରମ୍ବାର ପଟ୍ଟ ପରିବର୍ତ୍ତନ ଦେଖି କେତେବେଳେ ଆତଙ୍କିତ, ପୁଣି କେତେବେଳେ ଆମୋଦିତ ହେବେ। ତେଣୁ ଗ୍ରହରାଜ ଶନିଶ୍ଚରଙ୍କ ଯନ୍ତ୍ର ପୂଜା କରନ୍ତୁ। ଧଳା, ନାଲି, ହଳଦୀ ଓ କ୍ରିମ୍ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ୧, ୨, ୯ ସଂଖ୍ୟା ବିଶିଷ୍ଟ ତାରିଖରେ ଯୋଗାଯୋଗ ରଖନ୍ତୁ ।

ମହିଳା ମାନଙ୍କ ପାଇଁ:-

ମହିଳା ମାନଙ୍କର ଘର, କାର୍ଯ୍ୟାଳୟ, ବ୍ୟବସାୟିକସ୍ଥଳ ନିର୍ମାଣ, ସାଜ୍ଜସଜାରେ ପରିବର୍ତ୍ତନ ହେବ। ଗୃହପୋକରଣ କ୍ରୟ କରିବେ। ଆୟ ଅତି ମାତ୍ରାରେ ବୃଦ୍ଧି ହେବ। ବହୁତ ଦିଗରୁ ଧନ ଉପାର୍ଜନ ହେବ। ପରିବାର, ସମାଜ  ପ୍ରିୟଜନଙ୍କ ପାଇଁ  ଅର୍ଥ ବ୍ୟୟ ହେବ। ଅର୍ଥ ଆଦାନ ପ୍ରଦାନ, ସାମାଜିକ ଅନୁଷ୍ଠାନରେ ଓ ମାଙ୍ଗଳିକ କାର୍ଯ୍ୟରେ କ୍ଷମତା ପ୍ରଦର୍ଶନ ହେବ। ସୌଭାଗ୍ୟଶାଳୀ, ସନ୍ତାନ ସୁଖ, ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ। ପରହାତରେ ଥିବା ଧନ ଓ ଅଧା ହୋଇଥିବା କର୍ଯ୍ୟ ସହଜରେ ପ୍ରାପ୍ତି ହେବ। ବ୍ୟବସାୟରେ ସର୍ବଦା ଉନ୍ନତୀ ଓ ଲାଭ ପ୍ରାପ୍ତି ହେବ। ସନ୍ତାନମାନେ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ। ଦୀର୍ଘଦିନ ଧରି ଚନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରିପାରିବେ। ନିର୍ବାଚନରେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ। ବାଣିଜ୍ୟ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେବେ ଓ ବନ୍ଦ କରି ଦେଉଥିବା ବେପାର ପୁଣି ଚାଲୁ ହେବ। କର୍ମକ୍ଷେତ୍ରରେ ସମ୍ମାନ ଓ ପ୍ରତିଷ୍ଠା ପାଇବେ। ଚାକିରିରେ ଅସ୍ଥିରତା ସମ୍ପୂର୍ଣ ଦୂର ହୋଇଯିବ। ତେବେ ନିକଟକୁ ସ୍ଥାନାନ୍ତର ହୋଇ କର୍ମର ସାଧାରଣ ପରିବର୍ତ୍ତନ ଘଟିବ। ଆୟ ଊତ୍ତମ ସ୍ଥଳେ ପରିଶ୍ରମ ବୃଦ୍ଧି ପାଇବ। ମାନସିକ ସ୍ଥିରତା ଯୋଗେ ବେଳେ ବେଳେ ଆଶା ଆକାଂକ୍ଷା ପୂର୍ତ୍ତି ଘଟିବା ଦ୍ଵାରା ଉତ୍ସାହିତ ହେବେ। କୁମାରୀ ଓ ଯୁବତୀ ମାନେ କର୍ତ୍ତବ୍ୟ ନିଷ୍ଠାରୁ ଯଶ- ପ୍ରଶଂସାର ଅଧିକାରିଣୀ ହେବେ ଓ ସୁଖ ଶାନ୍ତି ବର୍ଦ୍ଧିତ ହେବା ସହ ମାଙ୍ଗଳିକ କର୍ମ ସମ୍ପାଦନ ହେବ।

ସ୍ଵାସ୍ଥ୍ୟ:-

ବିଶେଷ ପିଡାର ଆଶଙ୍କା ନଥିଲେ ମଧ୍ୟ ମାନସିକ ଅବ୍ୟବସ୍ଥିତତା ସାଙ୍ଗକୁ ଉଦରପୀଡା, ଚରାବାତର ସାମାନ୍ୟ ପ୍ରକୋପ ଓ ଶୀରପୀଡା ଅତିଷ୍ଠ କରିବ।  ଖାଦ୍ୟପେୟରେ ନୀତିନିୟମ ରକ୍ଷା କରିବା ସହିତ ମନକୁ ସନ୍ତୁଳିତ କରି ରଖି  ପାରିଲେ ସ୍ୱାସ୍ଥ୍ୟ ଭଙ୍ଗଭଳି ବିଡମ୍ବନା ଘଟିବ ନାହିଁ। ନତୁବା ପେଟ ରୋଗୀ ଓ ହାର୍ଣ୍ଣିଆ ରୋଗୀ ମାନଙ୍କର ଅପରେଶନ ହେବ। ଅବିବାହିତ ମାନେ ବ୍ରହ୍ମଚର୍ଯ୍ୟ ପାଳନରେ ବିଫଳ ହେବେ।

ଛାତ୍ର ଛାତ୍ରୀ ମାନଙ୍କ ପାଇଁ:-

ଶିକ୍ଷାର୍ଥୀମାନଙ୍କ ପାଇଁ  ବର୍ଷଫଳ ଯଥେଷ୍ଠ ଅନୁକୂଳ ହେବ।  ଶିକ୍ଷା ଯୋଜନାରେ ଦୂରଗାମୀ ହେଲେ ସବୁ ମତେ ଉନ୍ନତିର ସମ୍ଭାବନା ବୃଦ୍ଧି ପାଇବ।  ଗବେଷଣା କ୍ଷେତ୍ର ପ୍ରାୟତଃ ପ୍ରଶସ୍ତ ରହିବ। ପ୍ରତିଯୋଗୀତା କ୍ଷେତ୍ରକୁ ମୁହାଁଇଲେ ବାଧାବିଘ୍ନକୁ ପଛରେ ପକାଇ ଅଗ୍ରଗତିର ବେଗ ବଢିଯିବ। ଉଚ୍ଚତର ଶିକ୍ଷାଯୋଜନା ଫଳବତୀ ହୋଇପାରିବ। ଅତ୍ୟନ୍ତ ସଫଳତା ସହ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ। ବିଦେଶ ଯାତ୍ରା ଫଳରେ ବିଶେଷ ଲାଭବାନ ହେବେ।

ପ୍ରତିକାର:- 

୧- ନାରାୟଣଙ୍କ ନିକଟରେ ଗୁରୁବାର ଦିନ କିଛି ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିଦେବେ।୨- ଗୁରୁବାର ଦିନ ଆମିଷ ଖାଇବେ ନାହିଁ । ୩- ବ୍ରାହ୍ମଣଝାଟିଆ ମୂଳ ଗୁରୁବାର ଦିନ ସଂଗ୍ରହ କରି ହଳଦିଆ ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ । ୪- ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ମହାମୃତ୍ୟୁଞ୍ଜୟ ଯନ୍ତ୍ର ପୂଜାକରିବା ସହ ଉଗ୍ରତାରାଙ୍କ କବଚ ଧାରଣ କରିବେ। ୫- ପ୍ରତ୍ୟେକ ଦିନ ପିତାମାତା, ଗୁରୁଗୁରୁଜନଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ ଓ ଗୋମାତାର ସେବାକରିବା ଆବଶ୍ୟକ। କୁକୁରକୁ ଖାଦ୍ୟ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!