ସାପ୍ତାହିକ ରାଶିଫଳ: ୨୦ ଜାନୁୟାରୀ ରୁ ୨୬ ଜାନୁୟାରୀ, ଏହି ସପ୍ତାହରେ ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆକସ୍ମିକ ଧନ ଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ। କର୍ମସଂଧାନୀ ମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ।  ବ୍ୟବସାୟକ୍ଷେତ୍ରରେ ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। ପୈତୃକ ସମ୍ପତ୍ତିକୁ ନେଇ  ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସମାଜ ସେବାରେ ସ୍ଵନାମ ଅର୍ଜନ କରିପାରିବେ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ। ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ। ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ ଓ  ସହଯୋଗ କରିବେ। ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ବ୍ୟବସାୟରେ ଉନ୍ନତି ଓ ଲାଭ ପ୍ରାପ୍ତି ହେବା ସହ ଆର୍ଥିକ ସ୍ଥିତିରେ ବୃଦ୍ଧିହେବ। ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ। ରାଜନୀତି କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ ଓ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବା ସହ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ପାଇବେ।  ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅ।

ମିଥୁନ:-

ଏ ସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟ ମିଳିବାଦ୍ଵାରା ଆୟର ସ୍ରୋତ ଖୋଲିଯିବ। ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ବ୍ୟବସାୟିକ ସଫଳତା ମିଳିବ। ବାଦ-ବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ପାରିବାରିକ ଜୀବନରେ ଅଶାନ୍ତି ଦୂର ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବା ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କ ଦ୍ୱରା ବହୁ ସୁବିଧା ପାଇବେ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ମେଣ୍ଟିଯିବ ଓ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। କର୍ମ ସନ୍ଧିତ୍ସୁମାନେ କର୍ମ ନିଯୁକ୍ତିରେ ସଫଳ ହେବେ। ଛାତ୍ର-ଛତ୍ରୀମାନେ କଠିନ ପରିଶ୍ରମ କରିବା ସହିତ ପଢ଼ା ପଢ଼ିରେ ମନଯୋଗ ଦେବେ। ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ପୂରଣ ହୋଇପାରିବ। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।

କର୍କଟ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଆର୍ଥିକକ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ। କର୍ମକ୍ଷେତ୍ରରେ ସମ୍ମାନ ପ୍ରାପ୍ତି ଓ ସହକର୍ମୀଙ୍କ ସହ ବୁଝାମଣା ଠିକ୍ ରହିବ। ଋଣଭାର କମିଯିବ। ଶତୃମାନେ ପରାଜିତ ହେବେ। ଦାମ୍ପତ୍ୟ ସୁଖରେ ସୁଖୀ ହେବେ। ବ୍ୟବସାୟକ୍ଷେତ୍ରରେ କଠିନ ପରିଶ୍ରମ କରି ଆଗକୁ ବଢ଼ିବାର ଇଚ୍ଛା ଏବଂ ଆତ୍ମବିଶ୍ୱାସ ବୃଦ୍ଧିହେବ। ବନ୍ଧୁ ମିତ୍ରଙ୍କ ଉପଦେଶକୁ ଖରାପ ନଭାବି ମାନି ନେଲେ ସାମାଜିକ ସ୍ଥିତି ଓ ମାନସମ୍ମାନ ବୃଦ୍ଧିହେବ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଏବଂ ରାଜନୀତି କ୍ଷେତ୍ରରେ ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଭାଗ୍ୟୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭର ଯୋଗ ଅଛି। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ପାଇବେ। ସନ୍ତାନର ବିଦ୍ୟାରେ ଉନ୍ନତି ଖବର ପାଇ ଖୁସି ହେବେ। ନୂତନ ବାହନ, ଜାଗା, ଜମି, ଗୃହ ଆଦି କ୍ରୟ କରିବାର ଯୋଜନା କରିବେ। ସମୟକୁ ହାତ ଛଡ଼ା ନ କରିବା ଉଚିତ୍। କାରଣ ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବ। ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ, ସୁଖ, ସମ୍ପତ୍ତି ଲାଭ ଓ ଉଚ୍ଚ ସମ୍ମାନ ପାଇବେ। ରାଜନୀତିରେ ପ୍ରଶଂସିତ ହେବେ ଓ ସାମାଜିକ ପତିଆରା ଅମଳିନ ରହିବ। ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ପରିବାରରେ ମାନ ମନାନ୍ତର ଦୂର ହେବ। ବ୍ୟବସାୟ ପାଇଁ ବିଦେଶ ଯାତ୍ରା କରି ଲାଭବାନ ହେବେ। ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଆର୍ଥିକ ଦିଗରୁ ସୁବିଧା ପାଇବେ। ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-

ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଉଚ୍ଚ ଆଶାରେ ଆଗେଇବେ। ଚିତ୍ତପ୍ରସନ୍ନ ସହ କାର୍ଯ୍ୟ ସିଦ୍ଧି ହେବ। ନୂତନ କାର୍ଯ୍ୟଆରମ୍ଭ, ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସମସ୍ୟା ଦୂର ହେବ। ଗୃହରେ ଧର୍ମକାର୍ଯ୍ୟ ଓ ଧର୍ମାନୁଷ୍ଠାନରେ ଯୋଗଦାନ କରିପାରନ୍ତି। ପୈତୃକ ସମ୍ପତ୍ତିପାଇଁ ପାରିବାରିକ ଦ୍ଵନ୍ଦର ସମାଧାନ ହେବ। ମାନସିକ ଏକାଗ୍ରତା ରଖି ପାରିବେ। ଶୁଭ ସମ୍ବାଦପାଇ ଖୁସିହେବେ। ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି। ପରିବାରରେ ମାନ ମନାନ୍ତର ଦୂର ହେବ। ବିଦେଶ ଯାତ୍ରାରେ ଲାଭବାନ ହେବେ। ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଉନ୍ନତି ହେବ। ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବା ସହ ଧନଧାନ୍ୟ, ଗୋ-ସଂପଦ, ଭୂମି, ବସ୍ତ୍ରଭୂଷଣ, ବାହାନାଦି ପ୍ରାପ୍ତି ହବାର ଯୋଗ ଅଛି। ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ।  ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ। ଦୂରଯାତ୍ରାରେ ଶତୃ ଓ ବିରୋଧିମାନେ ମଥାନତ କରିବେ। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।

ତୁଳା:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପୁରୁଣା ରୋଗରୁ ଉପସମ ମିଳିବ। ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ। ଋଣ ଭରଣା ପାଇଁ ଚେଷ୍ଟା କରିବେ। ପଡୋଶୀଙ୍କ ସହିତ ମଧୁର ସଂପର୍କ ସ୍ଥାପନ ହେବ। ଇଲେକ୍ଟ୍ରୀ, ଇଲେକ୍ଟ୍ରୋନିକସ୍, ଠିକାଦାରୀ, ଧାତୁ ବ୍ୟବସାୟୀ, ଔଷଧ ଦୋକାନ, ଭୋଜନାଳୟ, କଳକାରଖାନା, ଖଣିଜପଦାର୍ଥ, ଗୁଡ଼, ଲଙ୍କାମରିଚ, ମସୁରଡାଲି, ଧାନ, ଗହମ ଇତ୍ୟାଦି ବ୍ୟବସାୟ କରୁଥିବା ବ୍ୟକ୍ତିମାନେ କିମ୍ବା ଏହି ସଂସ୍ଥାରେ କର୍ମରତ ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ। ବୁଡ଼ି ଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ ଦେଉନଥିଲେ କଳେବଳେ କୌଶଳେ ପ୍ରାପ୍ତି ହେବ। ମହତ୍ ଉଦ୍ଦେଶ୍ୟ ଓ ଉଚ୍ଚ ଆକାଂକ୍ଷା ପୂର୍ଣ୍ଣ ହେବ। ବିଦେଶ ଯାତ୍ରା କଲେ ନିଶ୍ଚୟ ଭାଗ୍ୟୋଦୟ ହେବା ସହ ଅଭିଳାଷ ପୂର୍ଣ୍ଣ ହେବ। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଫଳ ପାଇ ପାରିବେ। ରାଜନୈତିକ କ୍ଷେତ୍ରରେ ନିଜର ଉଚ୍ଚ ପଦାଧିକାରୀ ମାନଙ୍କୁ ବିରୋଧୀ ନ କରିବାକୁ ବିଶେଷ ସତର୍କ ରହିବା ନିତ୍ୟାନ୍ତ ଆବଶ୍ୟକ। ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ଗ୍ରହଙ୍କର ଅଶୁଭତ୍ୱ ଖଣ୍ଡନ ପାଇଁ ପ୍ରତ୍ୟେକ ଦିନ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଗୃହପାଳିତ ପଶୁ ଓ ଯାନବାହାନ  ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ। ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି, ଶତୃ ମାନଙ୍କୁ ପରାସ୍ତ କରି ପାରିବେ ଓ ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ବହୁ ସୁବିଧା ସୁଯୋଗ ପାଇବେ। କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ। ପାରିବାରିକ କ୍ଷେତ୍ରରେ ଶାନ୍ତି ଦେଖା ଦେବା ଫଳରେ ଭାଇ ଭଉଣୀମାନଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ। ସନ୍ତାନ ମାନଙ୍କ ଭବିଷ୍ୟତ ଚିନ୍ତା କରି ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦ-ବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପ୍ରତିକାର: ଆମିଷ ଓ ମାଦକଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ।

ଧନୁ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନେ ନିଜ ଗୃହ ସମସ୍ୟା ସଜାଡିବାର  ସୁବିଧା ପାଇବେ। ପାରିବାରିକ ଅଶାନ୍ତି ଦୂରେଇ ଯାଇ ପରିବାରରେ ସୁସ୍ଥ ବାତାବରଣ ଜାରିରହିବ। ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ବ୍ୟବସାୟରେ ଦୂରଯାତ୍ରାର ସୁଯୋଗ ପାଇବେ ଓ ଆଶାତୀତ ଲାଭମିଳିବ। ଆୟ ଉପାର୍ଜନରେ ବାଧାନାହିଁ। ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ସୁଯୋଗ ପାଇବେ। ଅନ୍ୟମାନଙ୍କ କାନ୍ଧରେ ବନ୍ଧୁକରଖି ଖେଳ ଖେଳିବେ ଏବଂ ଅପଯଶକୁ ଦୂରକୁ ଠେଲିଦେଇ କେବଳ ଯଶତକ ଗ୍ରହଣ କରିବେ। ପ୍ରଶାସନ ବିଭାଗ, ବିଚାର ବିଭାଗ, ଡାକ ଓ ତାର ବିଭାଗ, ବୈଜ୍ଞାନିକ, ନୃତ୍ୟ ଓ ସଙ୍ଗୀତବିଭାଗ, ସମାଚାର ପତ୍ର ବିଭାଗରେ କର୍ମରତ ଥିଲେ ବିଶେଷ ଲାଭବାନ୍ ହେବେ। ପ୍ରଶାସନିକ ସ୍ତରରେ ପରିଚାଳନା ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ। ଚାକିରୀରେ ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ଅବ୍ୟାହତ ରହିବ। କଠିନ ପରିଶ୍ରମ କରି କାର୍ଯ୍ୟ କଲେ ଉପରିସ୍ଥ କର୍ମଚାରୀମାନଙ୍କ ପ୍ରିୟଭାଜନ ହେବେ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

ମକର:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ। ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ। ବ୍ୟବସାୟରେ ଉନ୍ନତି ଓ ଲାଭ ପ୍ରାପ୍ତି ହେବା ସହ ଆର୍ଥିକ ସ୍ଥିତିରେ ବୃଦ୍ଧିହେବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବାସହ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ପାଇବ। ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ ଓ  ସହଯୋଗ କରିବେ। ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ। ରାଜନୀତି କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ ଓ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ହେବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇ ପାରନ୍ତି। ବ୍ୟବସାୟରେ ଭଲ ଲାଭ ପାଇବା ସହ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ ଓ ଶତୃ ପରାଜିତ ହେବେ। ବାକିଥିବା ଅର୍ଥପ୍ରାପ୍ତି ହେବ। ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବ। ଉତ୍ତମ ରୋଜଗାର ମିଳିବ। ନୂତନ କର୍ମ ନିଯୁକ୍ତି ପାଇବେ। ଗୃହସ୍ଥ ଜୀବନ ସୁଖମୟ ହେବ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ନୂତନ ଯୋଜନାରେ ସଫଳତା ମିଳିବ। ନିଜ ପରିଶ୍ରମରୁ ଲାଭ ମିଳିବ। ଘରୋଇ କର୍ମକ୍ଷେତ୍ରରେ  ସହଯୋଗୀଙ୍କ ସାହାଯ୍ୟ ପାଇବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଆଶାନୁରୂପ ଲାଭପାଇବେ। କଳା ସାହିତ୍ୟ କିମ୍ବା ଆନୁଷ୍ଠାନିକ କାମଗୁଡ଼ିକରେ ସମସ୍ୟା ସମାଧାନ ହୋଇଯିବ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

ମୀନ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ। ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ। ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବେ। ବ୍ୟବସାୟରେ ଉତ୍ତମ ରୋଜଗାର ହେବା ସହ ଭଲ ଲାଭ ହେବ। କର୍ମ କ୍ଷେତ୍ରରେ ଉନ୍ନତି ଏବଂ ନୂତନ ଆୟର ପନ୍ଥା ପ୍ରାପ୍ତି ହେବ। ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ। ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ। ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!