ଦୈନିକ ରାଶିଫଳ: 20 ନଭେମ୍ବର 2022, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି 6ଟି ରାଶି ଉପରେ, ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ନଭେମ୍ବର ମାସ ୨୦ତାରିଖ, ରବିବାର, ବିଛାମାସ ୫ଦିନ, ମାର୍ଗଶିରମାସ, କୃଷ୍ଣପକ୍ଷ, ଏକାଦଶୀତିଥି ଦିବା ୧୦ଟା ୪୧ମିନିଟ୍ ପରେ ଦ୍ଵାଦଶୀତିଥି, ହସ୍ତାନକ୍ଷତ୍ର, କନ୍ୟାରାଶିରେ ଚନ୍ଦ୍ର । ପ୍ରୀତିଯୋଗ । ବାଳବ କରଣ ଦିବା ୧୦ଟା ୪୧ମିନିଟ୍ ପରେ କୌଳବ କରଣ । ମେଷ ରାଶିର ଘାତବାର । ବୃଷରାଶିର ଘାତଚନ୍ଦ୍ର । ଶିମ୍ବ, ଆମିଷ ନ ଖାଇଲେ ଭଲ ସକାଳ ୧୦ଟା ୪୧ମିନିଟ୍ ପରେ ପୋଇ, ମସୁରଡାଲି ନ ଖାଇଲେ ଭଲ । ଯୋଗିନୀ- ଆଗ୍ନେୟେ ସକାଳ ୧୦ଟା ୪୧ମିନିଟ୍ ପରେ ନୈଋତେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୧୦ଟା ୯ମିନିଟ୍ ରୁ ୧୨ଟା ୫୪ମିନିଟ୍, ରାତ୍ରି ୧ଟା ୯ମିନିଟ୍ ରୁ ୨ଟା ୪୭ମିନିଟ୍ । ଶୁଭସମୟ- ସକାଳ ୬ଟା ୪୬ମିନିଟ୍ ରୁ ୮ଟା ୫୬ମିନିଟ୍, ଦିବା ୧୨ଟା ୫୫ମିନିଟ୍ ରୁ ୨ଟା ୪୯ମିନିଟ୍, ଦିବା ୩ଟା ୩୫ମିନିଟ୍ ରୁ ୩ଟା ୩୮ମିନିଟ୍, ରାତ୍ର ୭ଟା ୩୯ମିନିଟ୍ ରୁ ୯ଟା ୨୧ମିନିଟ୍, ରାତ୍ର ୧୧ଟା ୫୯ମିନିଟ୍ ରୁ ୧ଟା ୮ମିନିଟ୍, ରାତ୍ର ୨ଟା ୪୮ମିନିଟ୍ ରୁ ୬ଟା ୧ମିନିଟ୍ । ପର୍ବଦିନ- ସର୍ବସମ୍ମତ ଉତ୍ପନ୍ନା ଏକାଦଶୀ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ବ୍ୟବସାୟରେ କଠିନ ପରିଶ୍ରମର ଫଳାଫଳ ପାଇ ମନ ଖୁସି ହେବ । ଘର କିମ୍ବା କାର୍ଯ୍ୟାଳୟର ନବୀକରଣ ପାଇଁ ଯୋଜନା କରିପାରନ୍ତି । କୌଶଳ ପ୍ରୟୋଗ କରି ନିଜର କାର୍ଯ୍ୟକୁ ବିସ୍ତାର କରିବାକୁ ସକ୍ଷମ ହେବେ । ଜିଦ୍ଖୋର ମନୋଭାବ ଯୋଗେ କିଛି ଲୋକ ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି । ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ମିଥ୍ୟା ଅପବାଦରେ ନିନ୍ଦିତ ହୋଇ ପାରନ୍ତି । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-ରାଜନୈତିକ କ୍ଷେତ୍ରରେ ବିଜୟୀ ହେବେ ଓ ମାନହାନୀର ସମ୍ଭାବନା ଅଛି । ଛାତ୍ରଛାତ୍ରୀ ମାନେ ଶିକ୍ଷାକୁ ଉଚିତ୍‌ ମନେକରି ପାଠ ପଢାରେ ମନଯୋଗ ଦେବେ । ଜନସେବା ଦ୍ଵାରା ସୁନାମପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । ନୂତନ ଓ ପୁରାତନ ଯୋଜନା ଫଳପ୍ରସୂ ହେବା ସହଜ ସରଳ ହୋଇ ଯିବ । କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ । ରାସ୍ତା ଘାଟରେ ଯଥେଷ୍ଟ ସତର୍କ ରହି ଯାତାୟତ କରିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-ସାମାଜିକ ପତିଆରା ଅମଳିନ ରହିବ । ଛାତ୍ରଛତ୍ରୀମାନେ କଠିନ ପରିଶ୍ରମ କରିବା ସହିତ ପଢ଼ା ପଢ଼ିରେ ମନଯୋଗ ଦେବେ । ପେଶା, ବ୍ୟବସାୟ, ଭାଗୀଦାରୀ ଓ ବନ୍ଧୁମିତ୍ରଙ୍କଦ୍ଵାରା ଲାଭବାନ ହେବେ । ପରିବାରର ସଦସ୍ୟଙ୍କ ସହିତ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସଂପର୍କ ରହିବ । ବନ୍ଧୁ, ମିତ୍ରଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଅଧିକ ପରିଶ୍ରମ କରି ଅତ୍ୟଧିକ ଲାଭ ପାଇବେ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ଅଧିକ ଘନିଷ୍ଠତା ହେବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କର୍କଟ:-ନୂତନ କାର୍ଯ୍ୟ ଆରମ୍ଭ କରିଲେ ଭଲ ଲାଭ ପାଇବେ । ରାଜନୀତି ସହ ଜଡିତ ଲୋକମାଙ୍କର ମାନସମ୍ମାନ ବୃଦ୍ଧି ପାଇବ । ସାମାଜିକ କାର୍ଯ୍ୟରେ ସଫଳତା ପାଇଁ ଗର୍ବ ଅନୁଭବ କରିବେ । ନୂତନବ୍ୟବସାୟ ଆରମ୍ଭ, ବ୍ୟବସାୟ ବିସ୍ତାରକଲେ ଆଶାତିତ ଲାଭବାନ୍ ହେବେ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇଯିବ । ବନ୍ଧୁ ମିତ୍ର ଦେଇଥିବା ପ୍ରତିଶୃତି ରକ୍ଷା କରିବା ଫଳରେ ମାନ ପ୍ରତିଷ୍ଠା ବଢିବ । ପ୍ରତିକାର- ଫିକାରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।

ସିଂହ:-ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ । ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ଦୁଃଖୀ ଲୋକଙ୍କୁ ସାହାରା ହେବେ । ସାଧାରଣ କଥାକୁ ନେଇ ମନରେ ବିରକ୍ତିଭାବ ପ୍ରକାଶ ପାଇବ । ବ୍ୟବସାୟ ବାଣିଜ୍ୟ କାରବାର ଯୋଗେ ବହୁତ ଚିନ୍ତିତ ରହି ପାରନ୍ତି । ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁ ଏବଂ କଠିନ ପରିଶ୍ରମ ହେତୁ ଶାରିରୀକ ଓ ମାନସିକ କଷ୍ଟ ଭୋଗିବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କନ୍ୟା:-ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ । ସବୁ କିଛି ସୁନ୍ଦର ହିଁ ସୁନ୍ଦର ଦେଖା ଦେବ । ସମ୍ପର୍କୀୟମାନେ ଆପଣଙ୍କଠାରୁ ମତାମତ ନେଇ ପାରନ୍ତି । ପ୍ରତେକ କ୍ଷେତ୍ରରେ ମାନସିକସ୍ଥିତି ସୁଦୃଢ ରହିବ । ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା ଜାରି ରଖିବେ । ଆମୋଦ ପ୍ରମୋଦ, ମନୋରଞ୍ଜନରେ ସମୟ ବିତେଇ ପାରନ୍ତି । ବ୍ୟବସାୟରେ ନୂତନ ଜିନିଷ କ୍ରୟ ବିକ୍ରୟ କରିବା ପାଇଁ ଚେଷ୍ଟା କରିବେ କିନ୍ତୁ ସରକାରୀ ଆଦେଶକୁ ଅବମାନନା କରନ୍ତୁ ନାହିଁ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ତୁଳା:-ନିଜର ବୁଦ୍ଧି, ବିବେକ ଖଟାଇ ସମସ୍ୟାର ସମାଧାନ କରି ପାରିବେ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବା ସହ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ବ୍ୟବସାୟ ପାଇଁ ନିକଟସ୍ଥ ସ୍ଥାନମାନଙ୍କରେ ଯୋଗାଯୋଗ କରି ବେଶ୍ ଆନନ୍ଦ ଅନୁଭବ କରିବେ । ଯୌଥ ପରିବାର ସମ୍ପର୍କୀୟ ଘଟଣା ଯୋଗୁଁ ବିଶେଷ ବ୍ୟସ୍ତ ରହିବେ । ଆତ୍ମୀୟ ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ ଓ ଗୃହୋପକାରଣ କ୍ରୟକରି ପାରନ୍ତି । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ବିଚ୍ଛା:-ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ପ୍ରାପ୍ତିହେବ । କର୍ମକ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ପାଇବା ସହ ନୂତନ ବନ୍ଧୁ ସୃଷ୍ଟି ହୋଇ ପାରନ୍ତି । ପର୍ଯ୍ୟଟନ ବ୍ୟବସାୟ ସହିତ ଜଡିତଥିଲେ ବଡ଼ ଧରଣର କାରବାର କରିପାରିବେ । ଯାନବାହନର କେତେକ ସମସ୍ୟା ସମାଧାନ ହୋଇଯିବ । ଛାତ୍ର ଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ । ରାଜନୀତି କ୍ଷେତ୍ରରେ ସଫଳତା ମିଳିବ । ଶାରିରୀକ ସୁସ୍ଥତା ଦେଖା ଦେବ । ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ ।

ଧନୁ:-ବ୍ୟବସାୟିକ ପରିଣାମ ସନ୍ତୋଷ ଜନକ ହେବ । ପରିବାରରେ ଅଶାନ୍ତି ଅଶନ୍ତୋଷ ଦୂରେଇଯିବ । କେତେକ କ୍ଷେତ୍ରରେ ଶତୃମାନେ ପରାଜିତ ହେବେ । ଆମୋଦ ପ୍ରମୋଦ, ମନୋରଞ୍ଜନ, ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ସହ ସାମାଜିକ ଭାବମୂର୍ତ୍ତି ସୁରକ୍ଷା ହେବ । ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ମକର:-ପ୍ରଶାସନ କ୍ଷେତ୍ରରେ ଆତ୍ମ ସମ୍ମାନ ବୃଦ୍ଧି ପାଇବା ସହ ଦିନଟି ବହୁତ ଉତ୍ସାହଜନକ ହେବ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ଚାକିରିରେ ଉଚ୍ଚ ପଦାଧିକାରୀମାନେ ଆପଣଙ୍କ ଉପରେ ବହୁତ ଖୁସି ହେବେ । ଅଦରକାରୀ ଜିନିଷ ଉପରେ ଓ ଅଦରକାରୀ ଭାବନା ଉପରେ ଅଧିକ ସମୟ ନଷ୍ଟ କରନ୍ତୁ ନାହିଁ । ନିଜର କାମକୁ ଅନ୍ୟମାନଙ୍କୁ ଦେବା ଠାରୁ ଦୂରେଇ ରୁହନ୍ତୁ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-ଉଦାସୀନତା ଓ ନକରାତ୍ମକ ପ୍ରବୃତ୍ତିକୁ ଛାଡିବା ପାଇଁ ପ୍ରୟାସ କରିବେ । ଦାମ୍ପତ୍ୟ ସୁଖରେ ଅପ୍ରିତିକର ପରିସ୍ଥିତି ଦେଖାଦେଇ ପାରେ । ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁ ଶାରିରୀକ ଏବଂ ମାନସିକ କଷ୍ଟ ଭୋଗି ପାରନ୍ତି । ପରିଚିତ ଲୋକଙ୍କଠାରୁ ଅଧିକ ଲାଭ ମିଳିବ କିନ୍ତୁ ସଞ୍ଚୟ କମ୍ ହେବ । ଘରୁ ବାହାରକୁ ବାହାରିବା ଦ୍ଵାରା ଅସୁସ୍ଥତା ଅନୁଭବ କରି ପାରନ୍ତି । ଯତ୍ନର ସହିତ ବୈଦୁତିକ ଉପକରଣ ବ୍ୟବହାର କରନ୍ତୁ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ନିଜ ବ୍ୟକ୍ତିତ୍ୱର ବିକାଶ ହୋଇ ମାନସମ୍ମାନ ପ୍ରତିଷ୍ଠା ବୃଦ୍ଧି ପାଇବ । ଆଖପାଖର ଲୋକମାନେ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ । ଦିନର ଆରମ୍ଭ ବହୁତ ଶୁଭ ହେବ ଯାହା ଆପଣଙ୍କୁ ଖୁସିର ସନ୍ଦେଶ ଆଣିଦେବ । ଧୈର୍ଯ୍ୟ ଏବଂ ଦୃଢତା ସହିତ କାର୍ଯ୍ୟ କରନ୍ତୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଲୋକମାନେ ଆପଣଙ୍କ ମତ ସହିତ ସହମତ ହେବା ଫଳରେ ଆନନ୍ଦିତ ହେବେ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ପ୍ରତିକାର- ହଳଦୀରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!