ଦୈନିକ ରାଶିଫଳ: 20 ମଇ 2022, ମା’ ସନ୍ତୋଷୀଙ୍କ କୃପାରୁ ଏହି 2ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ ମସିହା, ମଇମାସ ୨୦ତାରିଖ, ଶୁକ୍ରବାର, ବୃଷମାସ ୬ଦିନ, ଜ୍ୟେଷ୍ଠମାସ କୃଷ୍ଣପକ୍ଷ, ପଞ୍ଚମୀ ତିଥି, ଉତ୍ତରାଷାଢା ନକ୍ଷତ୍ର, ଧନୁ ରାଶିରେ ଚନ୍ଦ୍ର ସକାଳ ୮ଟା ୪୫ମିନିଟ୍ ପରେ ମକର ରାଶିରେ ଚନ୍ଦ୍ର । ଶୁଭ ଯୋଗ ଦିବା ୧୧ଟା ୨୪ମିନିଟ୍ ପରେ ଶୁକ୍ଳ ଯୋଗ । କୌଳବ କରଣ ସକାଳ ୬ଟା ୫୪ମିନିଟ୍ ପରେ ତୈତିଳ କରଣ । ବିଛା, ଧନୁ ଓ ମୀନ ରାଶିର ଘାତବାର । ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର ସକାଳ ୮ଟା ୪୫ମିନିଟ୍ ପରେ ସିଂହ ରାଶିର ଘାତଚନ୍ଦ୍ର । ବେଲ, ପଣସ ନ ଖାଇଲେ ଭଲ, ସନ୍ଧ୍ୟା ୫ଟା ୨୯ମିନିଟ୍ ପରେ ନିମ୍ବ ବା ପିତା ଦ୍ରବ୍ୟ ନ ଖାଇଲେ ଭଲ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯୋଗିନୀ- ଦକ୍ଷିଣେ ସନ୍ଧ୍ୟା ୫ଟା ୨୯ମିନିଟ୍ ପରେ ପଶ୍ଚିମେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ପଞ୍ଚମୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୮ଟା ୩୨ମିନିଟ୍ ରୁ ୧୧ଟା ୪୩ମିନିଟ୍, ରାତ୍ରି ୮ଟା ୫୫ମିନିଟ୍ ରୁ ୧୦ଟା ୧୯ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୧୯ମିନିଟ୍ ରୁ ୬ଟା ୯ମିନିଟ୍, ପ୍ରାତଃ ୭ଟା ୨ମିନିଟ୍ ରୁ ୮ଟା ୩୦ମିନିଟ୍, ଦିବା ୧୨ଟା ୧୦ମିନିଟ୍ ରୁ ୨ଟା ୪୧ମିନିଟ୍, ଦିବା ୪ଟା ୨୬ମିନିଟ୍ ରୁ ସନ୍ଧ୍ୟା ୬ଟା ୬ମିନିଟ୍, ରାତ୍ର ୭ଟା ୩୮ମିନିଟ୍ ରୁ ରାତ୍ର ୮ଟା ୫୫ମିନିଟ୍, ରାତ୍ର ୧ଟା ୩୫ମିନିଟ୍ ରୁ ୩ଟା ୪୮ ମିନିଟ୍ । ପର୍ବଦିନ- ଆଦି ଶଙ୍କାରାଚାର୍ଯ୍ୟଙ୍କ ଜୟନ୍ତୀ ।

ମେଷ:-କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ । ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ଦୂରଯାତ୍ରାର ସୁଯୋଗ ପାଇବେ । ପାରିବାରିକ କ୍ଷେତ୍ରରେ ନୂତନ ସମ୍ବନ୍ଧ ସୃଷ୍ଟିହେବ ଓ ଖୁସିର ବାତାବରଣ ସ୍ଥାୟି ରହିବ । ରାଜକର୍ମଚାରୀ ମାନେ ଅନେକ ସୁବିଧା ସୁଯୋଗ ପାଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ନୂଆ ଯୋଜନାରେ ସଫଳହେବେ । ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

ବୃଷ:-ସନ୍ତାନମାନେ ସୁନାମ ଅର୍ଜନ କରିବେ । ଦାମ୍ପତ୍ୟ ଜୀବନରେ ବିଶେଷ ସୁଖ ପ୍ରାପ୍ତି ହେବ । ବ୍ୟବସାୟୀମାନେ ଘର ଅପେକ୍ଷା ବ୍ୟବସାୟ କ୍ଷେତ୍ରରେ ଜଞ୍ଜାଳ ଅଧିକ ମୁଣ୍ଡାଇ ବ୍ୟସ୍ତ ରହିବେ । ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ମିଥୁନ:-ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଉତ୍ତମ ଆୟର ପଥ ପରିଷ୍କାର କରିବେ । ରାଜନୀତିରେ ଯଶ, ମାନ, ପ୍ରତିଷ୍ଠାର ଅଧିକାରୀ ହେବେ । ବିଦ୍ୟାର୍ଥୀଙ୍କର ପ୍ରତିଯୋଗିତା ପରୀକ୍ଷାରେ ଉତ୍ତମ ଅଙ୍କ ପ୍ରାପ୍ତି ହେବ । କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷା ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡ଼ିବ । କର୍ମରେ ସଙ୍କଟ ଜନକ ପରିସ୍ଥିତିର ସମ୍ମୁଖୀନ ହେବେ । ଭୟ ଆଶଙ୍କା, ଶାରୀରିକ ଅସୁସ୍ଥତା ଓ ମନ ବିଷାଦଗ୍ରସ୍ତ ହେବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । ବ୍ୟବସାୟରେ ଉନ୍ନତି ହେବା ସହ ମାନସିକ ଶାନ୍ତି ଓ ଋଣଭାର ଲାଘବ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଛାତ୍ରଛାତ୍ରୀମାନେ ବିିଭିନ୍ନ ବିଭାଗୀୟ ପରୀକ୍ଷା ଦେବାର ସୁଯୋଗ ପାଇବେ । ପାରିବାରିକ କ୍ଷେତ୍ରରେ ମାନସିକ ଶାନ୍ତି ମିଳିବ । ଅବିବାହିତ ଯୁବକ ଓ ଯୁବତୀଙ୍କର ବିବାହ ଧାର୍ଯ୍ୟ ହେବ । ଉପରିସ୍ଥ କର୍ମଚାରୀ, ଗୁରୁ ଓ ଗୁରୁଜନ ମାନଙ୍କର ସହଯୋଗ ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ସିଂହ:-ନୂତନ ଲୋକଙ୍କସହ ବନ୍ଧୁତ୍ୱ ସ୍ଥାପନହେବ । କର୍ମଚାରୀଙ୍କର ଉପରିସ୍ଥ ଅଧିକାରୀଙ୍କ ସହିତ ସୁ-ସମ୍ପର୍କ ସ୍ଥାପନ ହେବ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ଲାଭ କରିବାର ସୁଯୋଗ ପାଇ ହସ ଖୁସିରେ ସମୟ କଟାଇବେ । ନୂତନକର୍ମ ନିଯୁକ୍ତି, ନୂତନ ବ୍ୟବସାୟରମ୍ଭ, ଯାନ, ବାହନ, ଜାଗା, ଜମି, ଗୃହପୋକରଣ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରନ୍ତି । ଆର୍ଥିକସ୍ଥିତି ଆବଶ୍ୟକଠାରୁ ଅଧିକ ବିସ୍ତାରିତ ହେବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-ସନ୍ତାନ ସନ୍ତତିଙ୍କ ତରଫରୁ ଆଶାବାଦୀ ହେବେ । ସହକର୍ମୀଙ୍କ ପ୍ରତି ସତର୍କ ରହି ଚଉଆଖିଆହୋଇ କର୍ତ୍ତବ୍ୟ ପାଳି ଚାଲିଲେ ପରେ ହଇରାଣ ହେବେ ନାହିଁ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ବିଦ୍ୟାର୍ଥୀଙ୍କର ମାନସିକ ଦୁଶ୍ଚିନ୍ତା ଦୂରହୋଇ ଯିବ । ନିଜ ଲୋକ ଶତ୍ରୁତା ଆଚରଣ କରି ପାରନ୍ତି । ମନରେ କ୍ଷୋଭ ଓ ହତାଶାଭାବ ବୃଦ୍ଧି ହେବ । ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ତୁଳା:-ଛାତ୍ରଛାତ୍ରୀମାନେ ଅଳ୍ପ ପରିଶ୍ରମ କରି ଅଧିକ ଲାଭ ପାଇବେ । ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । କର୍ମଜୀବିମାନେ ଭୋଗ ବିଳାସକୁ ତୁଚ୍ଛମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ । ପାରିବାରିକ କ୍ଷେତ୍ରରେ ଅଶାନ୍ତି ବିଶୃଙ୍ଖଳା ସୃଷ୍ଟି ହୋଇପାରେ । ବିବାଦୀୟ ଦୁଃସ୍ଥିତିରେ ଜଡ଼ିତ ହେବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:- ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । ଋଣ ଭରଣାରେ ସହଜହେବ । ଅଧସ୍ତନ କର୍ମୀ ଓ ସହକର୍ମୀଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ପରିବାରର ସହଯୋଗ ପାଇ ଅପ୍ରତ୍ୟାଶିତ ଲାଭ ହେବାର ସମ୍ଭାବନା ଅଛି । ରୋଜଗାର ପାଇବା ପାଇଁ କରିଥିବା ଚେଷ୍ଟାରେ ସଫଳ ହେବେ । ଉତ୍ସାହର ସହ ଯେ କୌଣସି ବଡ଼ କାର୍ଯ୍ୟ କରିବାକୁ ଇଛା କରିବେ । ଆୟ ଅପରିବର୍ତ୍ତିତ ରହିବ ଓ ବ୍ୟୟ ବୃଦ୍ଧି ହେବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ଧନୁ:-ସହକର୍ମୀ କେହି ଈର୍ଷାତୁର ହେଲେବି କ୍ଷତିକାରି ହେବେ ନାହିଁ । ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ସମ୍ମିଳନୀରେ ଯୋଗଦେବେ । କର୍ମଚାରୀମାନେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ମନକୁ ଆଘାତ ଲାଗିଲାପରି କଥା ଶୁଣିବେ । ସତର୍କ ନହେଲେ ଯାନବାହନରେ ଆକସ୍ମିକ ଦୁର୍ଘଟଣା ଘଟିପାରେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେତୁ ଚିତ୍ତ ପ୍ରସନ୍ନ ରହିବ । ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ । ବକେୟା ଅର୍ଥ ପ୍ରାପ୍ତି ହେବା ଫଳରେ ବ୍ୟବସାୟରେ ଉନ୍ନତି ହୋଇ ଆର୍ଥିକ ସ୍ଥିତି ସୁଧୁରିଯିବ । ଋଣ ଭାରରୁ ମୁକ୍ତି ପାଇବେ । ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପ୍ରତୀଯୋଗିତାରେ ସଫଳହେବେ । ନୂତନକାର୍ଯ୍ୟ କରିବାର ସୁଯୋଗ ପାଇବେ । କାରବାର ଓ କାମକାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । ପ୍ରତିକାର- ନିମ୍ବକାଠରେ ଚନ୍ଦନ ଘୋରି ମସ୍ତକରେ ଧାରଣ କରନ୍ତୁ ।

କୁମ୍ଭ:- ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତିଶୃଙ୍ଖଳା ବଜାୟ ରଖି ପାରିବେ । ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ । ସାମ୍ବାଦିକତାରୁ ଲାଭ ଓ ଶୁଭ ସମାଚାର ମିଳିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ସାଧାରଣ ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ । ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବେ । ଅଯଥା ବାକ୍ବିତଣ୍ଡା ବା ବିବାଦରୁ ଦୂରତା ରକ୍ଷା କରନ୍ତୁ । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।

ମୀନ:-ଆୟ ଅପରିବର୍ତ୍ତିତ ରହି ମାନସିକ ସ୍ଥିରତା ଦେଖାଦେବ । ବ୍ୟବସାୟରେ ଜବରଦସ୍ତି ଉନ୍ନତି ସହ ଆଶାତୀତ ଲାଭ ପାଇବେ ଓ ଆୟରସ୍ରୋତ ଖୋଲିଯିବ । ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ । ପାରିବାରିକ କ୍ଷେତ୍ରରେ ଭୂଲ ବୁଝାମଣା ଘଟି ଅଶାନ୍ତି ବାତାବରଣ ସୃଷ୍ଟି ହେବ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!