ଦୈନିକ ରାଶିଫଳ: ୨୦ ଜୁଲାଇ ୨୦୨୦, ମହାଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଶାରୀରିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ଜୁଲାଇ ମାସ ୨୦ ତାରିଖ, ସୋମବାର, କର୍କଟ ମାସ ୫ ଦିନ, ଶ୍ରାବଣମାସ, କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ପୁନର୍ବସୁ ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ର। ମିଥୁନ ରାଶିର ଘାତବାର। କନ୍ୟା ରାଶିର ଘାତଚନ୍ଦ୍ର। ଆମିଷ ତୈଳ ନ ଖାଇଲେ ଭଲ। ଶୁଭସମୟ- ପ୍ରାତଃ ୫ଟା ୨୨ମିନିଟ୍ ରୁ ୬ଟା ୫୮ମିନିଟ୍, ଦିବା ୧୦ଟା ୩୫ମିନିଟ୍ ରୁ ୧ଟା ୧୦ମିନିଟ୍, ଦିବା ୪ଟା ୪୭ମିନିଟ୍ ରୁ ୫ଟା ୩୦ମିନିଟ୍, ସନ୍ଧ୍ୟା ୭ଟା ୮ମିନିଟ୍ ରୁ ୯ଟା ୧୮ମିନିଟ୍, ରାତ୍ର ୧୧ଟା ୫୪ମିନିଟ୍ ରୁ ୨ଟା ୨୫ମିନିଟ୍। ପର୍ବଦିନ- ଚିତଉ ଅମାବାସ୍ୟା।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ପୁରୁଖା ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିବେ। ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରି ପାରିବେ। ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ସାହାଯ୍ୟ ପାଇ ଧନ୍ୟ ହେବେ। ପରୀକ୍ଷାରେ ଆଶା ମୁତାବକ ଫଳ ପାଇବେ। ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ। ଦୀର୍ଘଦିନର ଆଶା ଆଜି ପୂରଣ ହେବ। ଉଚ୍ଚପଦବୀରେ ଅଧିଷ୍ଠିତ ହୋଇ ପାରନ୍ତି। ପର ହାତରେ ଥିବା ଧନ ପ୍ରାପ୍ତି ହେବ। ଅଧା ହୋଇଥିବା କାର୍ଯ୍ୟ ସହଜରେ ପୂରଣ ହେବ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ:-

ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। ନୂତନ ବନ୍ଧୁ ମିତ୍ରଙ୍କ ସହ ମିଳନ ହେବ। କ୍ଷମତା ଓ ଶକ୍ତି ବଳରେ ନିଜର ସମୟ ବିତାଇବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରେମୀକ ପ୍ରେମିକାଙ୍କ ଉନ୍ନତି ପାଇଁ ପ୍ରୟାସରତ ହେବେ। ଅଧା ଅଧୁରାଥିବା କାର୍ଯ୍ୟ ପୂରଣ ହୋଇଯିବ। ଉଚ୍ଚ ଶିକ୍ଷା ହାସିଲ କରିବା ପାଇଁ ପ୍ରୟାସରତ ରହିବେ। ବନ୍ଧୁ ମିତ୍ରଙ୍କର ସହାୟତାରେ ବହୁତ ଦିନରୁ ଲାଗିଥିବା ଚିନ୍ତା ଓ ବିବାଦରୁ ମୁକ୍ତି ମିଳିବ। ଜାଗା, ଜମି, ସମ୍ପତ୍ତି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ। ପରକଥାରେ ପଡି ପରିବାରରେ କଳହ ସୃଷ୍ଟି ହୋଇ ପାରେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:-

ଶତୃଙ୍କ ଠାରୁ ସାହାଯ୍ୟ ପାଇବେ। ସନ୍ତାନଙ୍କ ପାଇଁ ଶୁଭସମ୍ବାଦ ପାଇବେ। ବିରୋଧିମାନେ ଦୂରେଇ ଯିବେ। ଅନେକ କ୍ଷେତ୍ରରେ ପୂର୍ବ ଯୋଜନା ସଫଳ ହୋଇ ସୁଖ ସମୃଦ୍ଧି ବୃଦ୍ଧି ହେବ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। ବ୍ୟବସାୟରେ ସଫଳତା ଅର୍ଜନ କରିବା ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହେବ।  ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ। ପ୍ରତିକାର- ଗୋମାତାକୁ ଖାଇବାକୁ ଦିଅନ୍ତୁ।

କର୍କଟ:-

ସ୍ୱାସ୍ଥ୍ୟରେ ଉନ୍ନତି ହୋଇ ସାଧାରଣ ଦିନଚର୍ଯ୍ୟ। ଅତୁଟ ରହିବ। ସାମାଜିକ କାର୍ଯ୍ୟରେ ଭାଗନେଇ ପ୍ରବଳ ଲୋକ ସମର୍ଥନ  ହାସଲ କରିବେ। ବିଦେଶୀ ବନ୍ଧୁଙ୍କ ଦ୍ଵାରା ଅଧିକ ଉପକୃତ ହେବେ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରୀ ହୋଇ ପାରିବେ। ବନ୍ଧୁ ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବ। ପ୍ରେମିକ ପ୍ରେମିକା ମାନେ ନୂତନ ଯୋଜନା କରିବାର ସୁଯୋଗ ପାଇବେ। ବ୍ୟବସାୟ ବାଣିଜ୍ୟ କାରବାର ଯୋଗେ ବହୁତ ଚିନ୍ତିତ ରହି ପାରନ୍ତି। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। କିନ୍ତୁ ଶାରୀରିକ ପୀଡ଼ାଯୋଗୁ ଖର୍ଚ୍ଚ ଅଧିକ ହୋଇପାରେ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ସିଂହ:-

କର୍ମକ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦପଦବୀ ଲାଭ ହେବ। ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ଆର୍ଥିକ ସମସ୍ୟା ଦୂର ହୋଇଯିବା ଫଳରେ ନିର୍ମାଣ ମୂଳକ ଯୋଜନା ରେ ଆଗେଇବେ। କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ। ଗୃହୋପକରଣ କ୍ରୟ କରିବେ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ। ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ। ପିଲାମାନଙ୍କ ପ୍ରତି ସତର୍କ ରହି ଆନନ୍ଦିତ ହେବେ ଓ ସାମାଜିକ ପ୍ରତିଷ୍ଠା. ମାନ ସମ୍ମାନ ବୃଦ୍ଧି ହେବ। ଛାତ୍ରଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ଆଗ୍ରହୀ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-

ସରକାରୀ କର୍ମରତଥିବା ବ୍ୟକ୍ତିମାନଙ୍କର ଅନେକ ଶୁଭହେବ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ। ପାରିବାରିକ କ୍ଷେତ୍ରରେ ନୂତନ ସମ୍ବନ୍ଧ ସୃଷ୍ଟିହେବା ଫଳରେ ମାନସିକ ସୁସ୍ଥତା ଅନୁଭବ କରିବେ। କିଛି ଅସୁବିଧା ନଥିଲେ ମଧ୍ୟ କେତେକ କ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ। ବ୍ୟବସାୟ ବାଣିଜ୍ୟ କିମ୍ବା ଯୌଥ ପରିବାର ସମ୍ପର୍କୀୟ ଘଟଣା ଯୋଗୁ ବିଶେଷ ବ୍ୟସ୍ତ ରହିବେ। ରାଜନୈତିକ କ୍ଷେତ୍ରରେ ଅନ୍ୟସଦସ୍ୟଙ୍କ ସହିତ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସଂପର୍କ ରହିବ। ବିଳାସବ୍ୟସନ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-

ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଶତୃ ପରାଜିତ ହେବେ। ବାକିଥିବା ଅର୍ଥପ୍ରାପ୍ତି ହେବ। ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବ। ସନ୍ତାନ ପକ୍ଷର ଚିନ୍ତା ଦୂର ହେଇଯିବ। କୁଟୁମ୍ବରେ କିମ୍ବା ପଡୋଶୀଙ୍କ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟର ଦାୟିତ୍ୱ ନେଇ ଧାଁ ଦଉଡ଼ କରିବା ଫଳରେ ପ୍ରଶଂସା ପାଇବେ। ଶିକ୍ଷା କ୍ଷେତ୍ରରେ ପରୀକ୍ଷା, ପରିଣାମ ଅନୁକୂଳ ହେବ। ପରିବାରର କେତେକ ସମସ୍ୟା ସମାଧାନ ହୋଇ ମାନସିକ ଶାନ୍ତି ଅନୁଭବ କରିବେ। ଦୈନଦିନ କର୍ମପ୍ରତି ଉତ୍ସାହ ବୃଦ୍ଧି ପାଇବ। ବ୍ୟବସାୟରେ ଭାଗୀଦାରମାନଙ୍କ ସହ ମତାନ୍ତର ମେଣ୍ଟିଯିବ। ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-

ପରିବାରରରେ ମନୋମାଳିନ୍ୟକୁ ଏଡ଼େଇ ପାରିଲେ ଶାନ୍ତି ମିଳିବ। ସମସ୍ତ ବାଧାକୁ ସଂଘର୍ଷ କରି ଆଗକୁ ବଢି ପାରିବେ। ବ୍ୟବସାରେ ଉନ୍ନତି ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। କଳା, ସଙ୍ଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧି ହେବ।  ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ। ଶତୃପକ୍ଷ ଦୁର୍ବଳ ହୋଇ ଗୋଡ ଟାଣିବାର ପ୍ରଚେଷ୍ଠା ଆରମ୍ଭ କରିପାରନ୍ତି। ଶତୃଙ୍କଠାରୁ ଦୂରେଇ ରହିବା ଉଚିତ୍। ସ୍ୱାସ୍ଥ୍ୟ ଦିଗରୁ ବିଶେଷ ସତର୍କ ରହିବା ଉଚିତ୍। ପ୍ରତିକାର:-ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

ଧନୁ:-

ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବ। ସାମ୍ବାଦିକତାରୁ ଲାଭ ଓ ଶୁଭ ସମାଚାର ମିଳିବ।  ନୂତନ ଲୋକଙ୍କ ସହିତ ଭେଟ ହେବ। ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ବ୍ୟବସାୟ କ୍ଷେତ୍ରରେ କୌଣସି ଖୁସି ପ୍ରସଙ୍ଗ ଆସିବା ଫଳରେ ମନ ପ୍ରଫୁଲ୍ଲିତ ରହିବ। ଚାକିରୀରେ ପ୍ରମୋଶନ ମିଳିବାର ଯୋଜନା ପ୍ରସ୍ତୁତ ହେବ। ଆଧ୍ୟାତ୍ମିକ ବା ଧାର୍ମିକ କ୍ଷେତ୍ରରେ ବ୍ୟସ୍ତ ରହିବେ। ନୂତନ ବ୍ୟବସାୟର ସୁଯୋଗ ପାଇବେ। ପାରିବାରିକ କ୍ଷେତ୍ରରେ ସୁସମ୍ପର୍କ ବଜାୟ ରହିବ। ଚିନ୍ତା କରୁଥିବା କାର୍ଯ୍ୟ ପୂରଣ ହେବା ଫଳରେ ଆନନ୍ଦିତ ହେବେ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବା ସହ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-

ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ପ୍ରଚୁର ଲାଭବାନ ହେବେ। ଋଣ ପରିଶୋଧ କରିବାର ସୁଯୋଗ ପାଇବେ। କଳେବଳେ କୌଶଳରେ ଅର୍ଥ ସଂଗ୍ରହ କରି ମଉଜ ମଜଲିସ୍ କରିବା ପାଇଁ ସମୟ ପାଇବେ। କର୍ମ କ୍ଷେତ୍ରରେ ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ। ପାରିବାରିକ ସ୍ଥିତି ସନ୍ତୋଷ ଜନକ ରହିବ। ରାଜନୀତିରେ ସଫଳତା ମିଳିବ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ। ଭାଇ ବନ୍ଧୁ ମାନଙ୍କ ଠାରୁ ଲାଭ ମିଳିବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। ପ୍ରତିକାର-ମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ।  

କୁମ୍ଭ:-

ସମସ୍ତଙ୍କ ପ୍ରତି ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ। ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ। ଗୁରୁଜନଙ୍କ ସହାନୁଭୁତି ଉପଲବ୍ଧ ହେବ। ପାରିବାରିକ ଜୀବନରେ ସୁବିଧା ବାଦକୁ ଆପଣେଇ ନେଇ ସଫଳ ହେବେ। ବିବାଦମୁକ୍ତ ନିରୁପଦ୍ରବ ଜୀବନଚର୍ଯ୍ୟା ମଧ୍ୟେ ସମୟ ବିତିବ ଓ ଅର୍ଥାଗମ ଦିଗ ଖୋଲା ରହିବ। ସାମାଜିକ କାର୍ଯ୍ୟରେ ଭାଗନେବେ। ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତିରେ ସଫଳତା ମିଳିବ। ବ୍ୟବସାୟୀ ମାନଙ୍କର କାରବାର ବଢିବା ସହ ମନମୁତାବକ ଲାଭବାନ ହେବାର ସମ୍ଭାବନା ଅଛି। ସାମ୍ବାଦିକ ମାନେ ନିଜ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ। ପ୍ରତିକାର- ମୁହଁ ମିଠାକରି ଘରୁ ବାହାରନ୍ତୁ।

ମୀନ:-

ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ। ଅଧିକାରୀ କାମରେ ପ୍ରସନ୍ନ ରହିବେ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପୂର୍ବ ଶତୃମାନେ ପଛଘୁଞ୍ଚା ଦେବା ଫଳରେ ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ। ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ହେବ। ପଡୋଶୀମାନେ ସ୍ଵାର୍ଥ ହାସଲ କରିବା ପାଇଁ ବାକ୍ ଚାତୁରୀ କଥା କହି କାର୍ଯ୍ୟ ପୂରଣ କରିବେ। ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!