ଦୈନିକ ରାଶିଫଳ: 20 ଫେବୃୟାରୀ 2023, ସୋମବାର , ମହାଦେବଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୩ ମସିହା, ଫେବୃୟାରୀ ମାସ ୨୦ତାରିଖ, ସୋମବାର, କୁମ୍ଭମାସ ୮ଦିନ, ଫାଲଗୁନ ମାସ, କୃଷ୍ଣପକ୍ଷ, ଆମବାସ୍ୟା ତିଥି ଦିବା ୧୨ଟା ୩୫ମିନିଟ ପରେ ପ୍ରତିପଦ ତିଥି, ଧନିଷ୍ଠା ନକ୍ଷତ୍ର ଦିବା ୧୧ଟା ୪୬ମିନିଟ ପରେ ଶତଭିଷା ନକ୍ଷତ୍ର, କୁମ୍ଭ ରାଶିରେ ଚନ୍ଦ୍ର। ପରିଘ ଯୋଗ ଦିବା ୧୧ଟା ୨ମିନିଟ୍ ପରେ ଶିବ ଯୋଗ। ନାଗ କରଣ ଦିବା ୧୨ଟା ୩୫ମିନିଟ୍ ପରେ କିନ୍ତୁଘ୍ନ କରଣ। ମିଥୁନ ରାଶିର ଘାତବାର। ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର। ନିଷିଦ୍ଧଖାଦ୍ୟ- ଆମିଷ, ତୈଳ ନ ଖାଇଲେ ଭଲ ଦିବା ୧୨ଟା ୩୫ମିନିଟ୍ ପରେ ପାଣିକଖାରୁ ନ ଖାଇଲେ ଭଲ। ଯୋଗିନୀ- ଐଶାନ୍ୟେ ଦିବା ୧୨ଟା ୩୫ମିନିଟ୍ ପରେ ପୂର୍ବେ ଯାତ୍ରା ନିଷେଧ। ଶ୍ରାଦ୍ଧତର୍ପଣ- ଅମାବାସ୍ୟାର ଏକୋଦ୍ଧିଷ୍ଟ ଏବଂ ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଅଶୁଭସମୟ- ପ୍ରାତଃ ୭ଟା ୪୧ମିନିଟ୍ ରୁ ୯ଟା ୮ମିନିଟ୍, ଦିବା ୨ଟା ୫୨ମିନିଟ୍ ରୁ ୪ଟା ୧୮ମିନିଟ୍, ରାତ୍ରି ୧୦ଟା ୨୬ମିନିଟ୍ ରୁ ୧୨ଟା । ଶୁଭସମୟ- ସକାଳ ୬ଟା ୧୬ମିନିଟ୍ ରୁ ୭ଟା ୪୨ମିନିଟ୍, ଦିବା ୧୦ଟା ୫୧ମିନିଟ୍ ରୁ ଦିବା ୧ଟା ୯ମିନିଟ୍, ଦିବା ୪ଟା ୧୮ମିନିଟ୍ ରୁ ୪ଟା ୫୮ମିନିଟ୍, ସନ୍ଧ୍ୟା ୬ଟା ୩୪ମିନିଟ୍ ରୁ ରାତ୍ର ୯ଟା ୪ମିନିଟ୍, ରାତ୍ର ୧୨ଟା ରୁ ରାତ୍ର ୨ଟା ୫୫ମିନିଟ୍।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟକରି ପଦୋନ୍ନତି ପାଇବାର ରାସ୍ତା ପରିଷ୍କାର ହୋଇ ଯିବ। ଆର୍ଥିକସ୍ଥିତି ପୂର୍ବପରି ଠିକ୍ ରହିବ। ବ୍ୟବହାର କୁଶଳତାକୁ ଆଧାରକରି ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ। ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି। ଚିତ୍ତପ୍ରସନ୍ନ ସହ କାର୍ଯ୍ୟ ସିଦ୍ଧି ହେବ। ବ୍ୟବସାୟ ପାଇଁ ବିଦେଶ ଯାତ୍ରା କରି ଲାଭବାନ ହେବେ। ଟଙ୍କାର ଆବଶ୍ୟକତା ପୂରଣ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ:-କ୍ରିଡା ପ୍ରତିଦ୍ଵନ୍ଦିତାରେ, ପ୍ରତିଯୋଗିତା ପରୀକ୍ଷା, ସାକ୍ଷାତ୍କାରରେ ଉତ୍ତୀର୍ଣ୍ଣ ହୋଇ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେଇ ପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ। ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବ ମାନ ସମାଧାନ ହୋଇ ଯିବ।କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ମିଥୁନ:-ରାଜନୀତିରେ ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିବନ୍ଧକ ସୃଷ୍ଟି କଲେମଧ୍ୟ ପ୍ରଶଂସା ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ନ ହରାଇ କାର୍ଯ୍ୟ କଲେ ବ୍ୟବସାୟିକସ୍ଥିତି ସୁଦୃଢ ହେବ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ। ରାସ୍ତାଘାଟରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ଅନ୍ୟକୁ ନିଜ ସହ ତୁଳନା କରି ମାନସିକ ଶାନ୍ତି ଅନୁଭବ କରିବେ। ସାଧାରଣ ଘଟଣାଯୋଗୁ ବନ୍ଧୁଙ୍କ ସହ ଯୁକ୍ତିତର୍କଠାରୁ ଦୂରେଇ ରହିବା ଉଚିତ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ। ସନ୍ତାନଙ୍କ ଚିନ୍ତାରେ ମାନସିକ ଚିନ୍ତା ବୃଦ୍ଧି ହେବ। ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରି ପାରନ୍ତି। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:-ଦୂରଯାତ୍ରାରେ ସଫଳ ହେବେ। ଧର୍ମ କାର୍ଯ୍ୟରେ ଯୋଗ ଦେଇ ଦେବ ଦର୍ଶନ କରିବେ। ବ୍ୟବସାୟ କ୍ଷେତ୍ରରେ ଲାଭବାନ୍ ହେବେ। ପରୀକ୍ଷା ପ୍ରତିଯୋଗିତାରେ ଆଶା ମୁତାବକ ଫଳ ପାଇବେ। ଆକସ୍ମିକ ଧନପ୍ରାପ୍ତି ହୋଇପାରେ। ପରିବାରର ସଦସ୍ୟଙ୍କ ସହିତ ସୌହାଦ୍ୟ ପୂର୍ଣ୍ଣ ସଂପର୍କ ରହିବ। ରପ୍ତାନି ବାଣିଜ୍ୟରୁ ଯଥେଷ୍ଟ ଲାଭ ମିଳିବ। ଆର୍ଥିକ ସ୍ଥିତି ସ୍ଵଛଳ ରହିବ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

କନ୍ୟା:-ଶତୃନାଶ, ଋଣନାଶ ଓ ପୁରାତନ ରୋଗପୀଡ଼ାର ଉପଶମ ହେବ। ବନ୍ଧୁ, ମିତ୍ର ସହକର୍ମୀ ଭାଗୀଦାରୀଙ୍କ ପାଇଁ ବିଶେଷ ଲାଭ ପାଇବେ। ବ୍ୟବସାୟରେ ସାହାଯ୍ୟ ସହଯୋଗ ପାଇ ମହତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ। ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ ଓ ଦାମ୍ପତ୍ୟଜୀବନ ସୁଖମୟ ହେବ। ସମୟକୁ ହାତ ଛଡ଼ା ନ କରିବା ଉଚିତ୍। ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ।

ତୁଳା:-ଗୃହୋପକରଣ କ୍ରୟ କରିବା ପାଇଁ ମନ ବଲେଇବେ। ବନ୍ଧୁଙ୍କ ସମସ୍ୟା ସମାଧାନ କରିବା ପାଇଁ ଚିନ୍ତା କରିବେ। ପାରିବାରିକ ଜୀବନ ଆନନ୍ଦରେ କଟିବ। ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ସୁଯୋଗ ପାଇବେ। ଭୋଗ ବିଳାସକୁ ତୁଚ୍ଛ ମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ। ଅଯଥା ଧାଁଦୌଡ ଯୋଗୁ ଧନ, ସମୟ ଓ ଶକ୍ତିର ଅପଚୟ ହେବ। ସନ୍ତାନଙ୍କ ଚିନ୍ତାରେ ମାନସିକ ଚିନ୍ତା ବୃଦ୍ଧି ହେବ। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ ଓ ପାରିବାରିକ ସ୍ତରରେ ଭୁଲ ବୁଝାମଣାର ସମାଧାନ ହୋଇ ଉନ୍ନତି ମୂଳକ ପଦକ୍ଷେପ ନେବେ। ଯାତ୍ରାରେ ବିଶେଷ ଲାଭାନ୍ୱିତ ହେବେ। ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ। ଉଚ୍ଚ ବିଦ୍ୟା ଅଧ୍ୟୟନ ପାଇଁ ସୁଯୋଗ ପାଇବେ। ବିଭିନ୍ନ ଦିଗରୁ ଲାଭବାନ୍ ହେବେ। ରାଜନୈତିକ କ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ଧନୁ:-ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ। ଦୂରଯାତ୍ରାର ସୁଯୋଗ ପାଇ ସଫଳତା ମିଳିବ। ବିଦେଶ ଯାତ୍ରା, ସୁଖ ଶାନ୍ତି, ଯଶଲାଭ, ନୂତନ ବାହନଆଦି ପ୍ରାପ୍ତି ଯୋଗ ଅଛି। ରାଜନୀତିରେ ପ୍ରସଂଶା, ବିଦ୍ୟାରେଉନ୍ନତି, ଖେଳରେ ବିଜୟୀ ହେବେ। ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରନ୍ତି। ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ମକର:-ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ସମାଧାନ କରି ପ୍ରଶଂସିତ ହେବେ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ସନ୍ତାନର ବିଦ୍ୟାରେ ଉନ୍ନତି ଖବର ପାଇ ଖୁସି ହେବେ। ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ବ୍ୟବସାୟରେ କଠିନ ପରିଶ୍ରମ କରି ସାମାନ୍ୟ ଲାଭ ପାଇବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-ସନ୍ତାନର ବିଦ୍ୟାରେ ଉନ୍ନତି ହେବାସହ ନୂତନ କର୍ମ ପ୍ରାପ୍ତି ହୋଇପାରେ। ପ୍ରତେକ କ୍ଷେତ୍ରରେ ମାନସିକସ୍ଥିତି ସୁଦୃଢ ରହିବ। ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ ଓ ସମୟ ଆନନ୍ଦ ମୟହେବ। ପାରିବାରିକ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ। ଦାମ୍ପତ୍ୟ ସୁଖ ପାଇବେ ଓ ସୁଖ ସମୃଦ୍ଧି ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଅଶାନ୍ତିର ଝଡ ଶାନ୍ତ ହେବା ଫଳରେ ପଦୋନ୍ନତି ପାଇବାର ସୂଚନା ପାଇ ପାରନ୍ତି। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:-ବ୍ୟବସାୟରେ କଠିନ ପରିଶ୍ରମ କରିବାକୁ ପଡିବ। ଉତ୍ତମ ରୋଜଗାର ହେବ। ବିଳାସ ବ୍ୟସନ ଖାଦ୍ୟ ପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ନ ରଖିଲେ କେତେକ କ୍ଷେତ୍ରରେ ବିଫଳ ହେବେ। ରାଜନୈତିକ କ୍ଷେତ୍ରରେ ଯଶ, ମାନ ବୃଦ୍ଧି ହେବ। ଈର୍ଷାପରାୟଣ ବ୍ୟକ୍ତିମାନେ କଟୁ ବଚନ ଶୁଣେଇବେ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!