ଦୈନିକ ରାଶିଫଳ: 20 ଫେବୃୟାରୀ 2021, ଶନିଦେବଙ୍କ କୃପାରୁ ଏହି ସବୁ ରାଶିଙ୍କୁ ମିଳିବ ସବୁ କର୍ମରେ ସଫଳତା

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଫେବୃୟାରୀ ମାସ ୨୦ତାରିଖ, ଶନିବାର, କୁମ୍ଭମାସ ୯ ଦିନ, ମାଘମାସ, ଶୁକ୍ଳପକ୍ଷ, ଅଷ୍ଟମୀତିଥି, ରୋହିଣୀ ନକ୍ଷତ୍ର, ବୃଷରାଶିରେ ଚନ୍ଦ୍ର । ବୃଷ, ସିଂହ, କନ୍ୟା ରାଶିର ଘାତବାର । ବିଛା ରାଶିର ଘାତଚନ୍ଦ୍ର । ନଡିଆ, ଆମିଷ ନ ଖାଇଲେ ଭଲ, ଦିବା ୧ଟା ୩୨ମିନିଟ୍ ପରେ ଲାଉ ନ ଖାଇଲେ ଭଲ । ଶୁଭସମୟ- ଦିବା ୧୦ଟା ୩୫ମିନିଟ୍ ରୁ ୧ଟା ୮ମିନିଟ୍, ରାତ୍ର ୮ଟା ୧୫ମିନିଟ୍ ରୁ ୧୦ଟା ୪୪ମିନିଟ୍, ରାତ୍ର ୧୨ଟା ୨୫ମିନିଟ୍ ରୁ ୨ଟା ୫ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ଶତୃମାନେ ଦୂରେଇ ଯିବେ । ଅନେକ ସମସ୍ୟା ଦୂର ହୋଇଯିବା ଫଳରେ ଅର୍ଥ ଲାଭର ସୁଯୋଗ ପାଇବେ । ଲେଖାପଢାରୁ ଶୁଭଫଳ ମିଳିବ । ଭ୍ରାତୃ ବିବାଦ, ପଡ଼ୋଶୀ କଳହର ସମାଧାନ ହେବ । ଜନ ସମାଜରେ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବ । ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ । ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ । ବନ୍ଧୁ ମିତ୍ର ଓ ପରିବାରଜନଙ୍କ ସହ ପିକ୍ନିକ୍ ପାଇଁ ଯାତ୍ରା କରିବେ । କର୍ମକ୍ଷେତ୍ରରେ ଟେନସନ ଦୂର ହେବ । ପ୍ରତିକାର- ନାଲିବସ୍ତ୍ର ପରିଧାନ କରନ୍ତୁ ।

ବୃଷ:-

ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ । ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ । କଳା ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ । ପରିବାରର ସାହାଯ୍ୟରେ ଉପକୃତ ହେବେ । ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ଭୁଲ୍ ବୁଝିଥିବା ଲୋକମାନେ ନିଜର ତ୍ରୁଟି ଜାଣି ପାରିବେ । ପ୍ରତିଯୋଗିତା ପରୀକ୍ଷାରେ ଶୁଭ ଖବର ଶୁଣି ଗୃହରେ ଶାନ୍ତ ବାତାବରଣ ଦେଖା ଦେବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ମିଥୁନ:-

ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ଅଫିସର ବା ଅଧିକାରୀ କାମରେ ପ୍ରସନ୍ନ ରହିବେ । ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ । ବ୍ୟାପାର ଓ କାରବାରରେ ସୁଧାର ଆସିବ । ପରିବାରରେ କାହାର ସ୍ଵାସ୍ଥ୍ୟସମସ୍ୟା ନେଇ ମାନସିକ ଚିନ୍ତା ବୃଦ୍ଧି ପାଇବ । ଅଯଥା ଧାଁଦୌଡ ଯୋଗୁ ଧନ, ସମୟ ଓ ଶକ୍ତିର ଅପଚୟ ହେବ । ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ ।

କର୍କଟ:-

ଶତୃମାନେ ଦୂରେଇ ଯିବେ ଓ ମାନସିକ ଶାନ୍ତି ମିଳିବ । ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ ହେଲେ ଆଗେଇ ନବା ଉଚିତ୍ । ନୂତନ ଦ୍ରବ୍ୟ କ୍ରୟ କରିବେ । ଟଙ୍କାର ଆବଶ୍ୟକତା ପୂରଣ ହେବ । ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ । କର୍ମ ସମ୍ବନ୍ଧିତ ଯାତ୍ରା କରିବାକୁ ପଡିବ । ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ । ଜାଗା, ଜମି ଗୃହ ସମ୍ବନ୍ଧୀୟ କୌଣସି ମାମଲା, ସମାଧାନ ହୋଇଯିବ । ପ୍ରତିକାର- ତିଳକଚନ୍ଦନ ଧାରଣ କରନ୍ତୁ ।

ସିଂହ:-

ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ । ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ପୁରୁଣା ରୋଗ ନୂଆ ରୂପରେ ଦେଖାଦେବ । ଆବଶ୍ୟକତା ପୂରଣ ଦିଗରେ ବହୁତ ଖର୍ଚ୍ଚାନ୍ତ ହେବେ । ବ୍ୟବସାୟୀମାନେ ସ୍ଥଳବିଶେଷରେ ଅଧିକ ପରିଶ୍ରମ କରି ଲାଭବାନ ହେବେ । କର୍ମକ୍ଷେତ୍ରରେ ବ୍ୟବସ୍ଥିତତା ହେତୁ ଶାନ୍ତି ଉପୁଜିବ । ପାରିବାରିକ ଜୀବନରେ ଶାନ୍ତି ପାଇବେ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

କନ୍ୟା:-

ନିଜର ପ୍ରତିଷ୍ଠା ଓ ସୁନାମ ବଢିବା ସହ ଆୟ ମଧ୍ୟ ଉତ୍ତମ ହେବ । ଆର୍ଥିକ ଟଣାଟଣି ଅବସ୍ଥା ସୁଧୁରି ଯିବ । ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ସ୍ଥାନାନ୍ତର ହେବାକୁ ଚାହୁଁଥିଲେ, ଆଜି ଚେଷ୍ଟାକଲେ ଉତ୍ତମ ସ୍ଥାନରେ ଅବସ୍ଥାପିତ ହେବେ । ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ । ଆଇନ ଅଦାଲତ ତଥା କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ । ତୀର୍ଥଯାତ୍ରା ବା ଦୂରଯାତ୍ରା କରିବା ଦ୍ଵାରା ଅସୁସ୍ଥତା ଅନୁଭବ କରିବେ । ପ୍ରତିକାର: ଶିବ ଦର୍ଶନ କରି ପାଦୁକ ସେବନ କରନ୍ତୁ ।

ତୁଳା:-

ସାମାଜିକ କାର୍ଯ୍ୟରେ ଯୋଗଦେଇଆନନ୍ଦିତ ହେବେ । ଅତି ପ୍ରିୟବନ୍ଧୁ ଆର୍ଥିକ ସହାୟତା କରିବେ । ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବ ସେତେ ଅଧିକ ଲାଭ ହେବ । ପରୀକ୍ଷା ପ୍ରତିଯୋଗିତାରେ ଶୁଭଫଳ ମିଳିବ । କଳବଳ ଖଟାଇ ନିଜର ସ୍ଥାନକୁ କୌଣସିମତେ ଦୃଢ ରଖି ପାରିବେ । ପରିବାରର କେତେକ ଅକୁହା କଥା ଚିନ୍ତା କରି ଅନ୍ୟମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବେ । ରାଜନୈତିକ ଜୀବନ ଝଡଝଞ୍ଜାମୟ ହେବାର ସମ୍ଭାବନା ରହିଛି । ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

ବିଚ୍ଛା:-

ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତିରେ ସଫଳତା ମିଳିବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାରେ ଉତ୍ସାହିତ ହେବେ । ଭିନ୍ନ ରାସ୍ତାରେ ଆୟବୃଦ୍ଧିର ଯୋଜନା ଚାଲୁରଖିବେ । ବହୁ ସମୟ ବାହାରେ କଟାଇବାକୁ ବାଧ୍ୟ ହେବେ ଓ ଲୋକସମର୍ଥନ ପ୍ରଚୁର ମିଳିବ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ । ଧର୍ମାନୁଷ୍ଠାନରେ ଯୋଗ ଦେଇ ସମ୍ମାନ ପାଇବେ । ପାରିବାରିକ ଜୀବନ ସୁଖମୟ ହେବ । ପ୍ରେମ କ୍ଷେତ୍ରରେ ମିତ୍ରମାନଙ୍କ ଦ୍ଵାରା ଲାଭ ପାଇବେ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ଧନୁ:-

ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ । କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବାଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । ପ୍ରବାସ ଯାତ୍ରାରେ ଲାଭବାନ ହେବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ରାଜନୀତିରେ ଉନ୍ନତି ହେବ । ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ପରିଶ୍ରମ ଓ ମେହନତର ପରିଣାମ ମିଳିବ । ପ୍ରତିକାର- ହଳଦୀରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ।

ମକର:-

ସମସ୍ତ ଦୁଃଶ୍ଚିନ୍ତା ଦୂର ହେବ । ବରିଷ୍ଠ ଅଧିକାରୀଙ୍କ ସହ ଦୂର ଯାତ୍ରା କରିବାକୁ ପଡ଼ିବ । ରାଜନୀତି କ୍ଷେତ୍ରରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ପ୍ରତିଯୋଗିତା ପରୀକ୍ଷାରେ ଆନନ୍ଦିତ ହେବେ । ବ୍ୟବସାୟ କ୍ଷେତ୍ରରୁ ଆଶାତୀତ ଲାଭ ପାଇବେ । ସନ୍ତାନ ସନ୍ତତି ମାନଙ୍କପାଇଁ ଫଳ ଉତ୍ତମ । ସାମାନ୍ୟ ଚେଷ୍ଟା କଲେ ଜମି, ଜମା ବିବାଦ ମେଣ୍ଟି ଯିବ । ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ । କର୍ମକ୍ଷେତ୍ରରେ ସଫଳତା ସହ ପଦୋନ୍ନତି ହେବାର ସୂଚନା ପାଇବେ । ପ୍ରତିକାର- ନୀଳବସ୍ତ୍ର ପରିଧାନ କରନ୍ତୁ ।

କୁମ୍ଭ:-

ସନ୍ତାନର ଶୁଭ ଖବର ଶୁଣି ଖୁସି ହେବେ । ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ । ବ୍ୟବସାୟ କ୍ଷେତ୍ରରେ ତୈଳବୀଜ ଓ ରବି ଫସଲ ବ୍ୟବସାୟରେ ବେଶ୍ ଲାଭବାନ ହେବେ । ପାର୍ଟି ବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ । କାହାରି ପାଖରେ ମୁଣ୍ଡ ନଇଁବ ନାହିଁ । ପାରିବାରିକ କ୍ଷେତ୍ରରେ ଅସନ୍ତୋଷ, କ୍ଷୋଭ ଓ ଅବଶୋଷ ଦୂରେଇ ଯିବ । ଉତ୍ତମ ରୋଜଗାର କରିପାରିବେ । ରାଜନୀତିରେ ଗସ୍ତ କାର୍ଯ୍ୟକ୍ରମ ଥିଲେ ସତର୍କ ରହିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-

ଯାତ୍ରା ଫଳରେ ଉତ୍ସାହିତ ହେବେ ଓ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ । ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ମିତ୍ରଙ୍କ ଦ୍ଵାରା ସହାୟତା ମିଳିବ । ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ । ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!