ଦୈନିକ ରାଶିଫଳ: ୨ ଜୁନ୍ ୨୦୧୯, ସୂର୍ଯ୍ୟ ଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କିଛି ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରି ପାରିବେ। ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ପରିବାରର ଉନ୍ନତି ହେବ। ଶତୃ ଓ ବିରୋଧିମାନେ ଜଣାପଡି ଅପଦସ୍ଥ ହେବେ। ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ଲାଭବାନ ହେବେ। ଶାରୀରିକ ଅସୁସ୍ଥତା ଦୂର ହେବ। ରାଜନୈତିକ କ୍ଷେତ୍ରରେ ଯଶଲାଭ ହେବ। ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବ। ଧଳା ଓ କଳାରଙ୍ଗର ଗାଡ଼ିଥିଲେ ଗାଡ଼ିରେ ଗୋଟିଏ ପଇଡ଼ରଖି ଯାତ୍ରା କରନ୍ତୁ। ପ୍ରତିକାର:- କୁଆ, କୁକୁରଙ୍କୁ ଖାଦ୍ୟ ଦେବା ଉଚିତ୍।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ଗୃହରେ ଭାତୃ ବିବାଦ, ପଡ଼ୋଶୀ କଳହ, ଜମିପାଇଁ ମାଲିମକଦ୍ଦମାର ସମାଧାନ ହେବେ। ବସ୍ତ୍ର, ତେଜରାତି, ସୁନା, ରୂପା, ଅଳଙ୍କାର ଇତ୍ୟାଦି, ଲୌହ ଜାତୀୟ ଦ୍ରବ୍ୟ କାଷ୍ଠ ଉପକରଣ ଇତ୍ୟାଦି ବ୍ୟବସାୟରେ ଲାଭବାନ ହେବେ। ମହିଳା ମାନଙ୍କର ମାନସିକ ଅଶାନ୍ତି ଦୂର ହୋଇ ସୁଖ ଶାନ୍ତିରେ ଦିନଟି କଟିବ। ଗୃହରେ ଧର୍ମକାର୍ଯ୍ୟ ଓ ଧର୍ମାନୁଷ୍ଠାନରେ ଯୋଗଦାନପାଇଁ ଦୂରଯାତ୍ରାର ସୁଯୋଗ ପାଇବେ। ପଢ଼ାପଢ଼ିରେ ମନଦେବେ। ମାନସିକ ଦୁଶ୍ଚିନ୍ତା ଦୂରହେବ। ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଆଶାତୀତ ଫଳ ପାଇବେ। ବାଦବିବାଦଠାରୁ ଦୂରେଇ ରହିବା ଉଚିତ। ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

ମିଥୁନ:-

ଶତ୍ରୁମାନେ ମିତ୍ରତା କାର୍ଯ୍ୟ କରିବେ। ବ୍ୟବସାୟରେ ଅତ୍ୟଧିକ ଲାଭବାନ ହୋଇ ଆର୍ଥିକ ସ୍ଥିତି ସୁଦୃଢ ହେବ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ। ମାନସିକ ଅଶାନ୍ତି ଦୂର ହୋଇ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦ-ବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ କୃତକାର୍ଯ୍ୟ ହେବେ। ରାଜନୈତିକକ୍ଷେତ୍ରରରେ ସ୍ଥିତି ସୁଦୃଢ ହେବ। ପ୍ରତିକାର- ମୁହଁ ମିଠାକରି ଘରୁ ବାହାରନ୍ତୁ।

କର୍କଟ:-

ଧନଧାନ୍ୟ, ଗୋ-ସଂପଦ, ଭୂମି, ବସ୍ତ୍ରଭୂଷଣ, ବାହାନାଦି ପ୍ରାପ୍ତି ହେବାର ଯୋଗଅଛି। କାର୍ଯ୍ୟକ୍ଷେତ୍ରରେ କମ୍ ପରିଶ୍ରମରେ ସଫଳତା ପାଇବେ। ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ। ମହିଳା ମାନଙ୍କର ଅଶୁଭତ୍ୱନାଶ ହୋଇ ଶୁଭ ଫଳ ପ୍ରାପ୍ତି ହେବ। ନୂତନ ବାହନଆଦି କ୍ରୟ କରି ପାରନ୍ତି। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦ-ବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ କୃତକାର୍ଯ୍ୟ ହେବେ। ପ୍ରେମିକ ପ୍ରେମିକାମାନଙ୍କର ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ସିଂହ:-

ଶତୃନାଶ, ଋଣନାଶ ଓ ପୁରାତନ ରୋଗପୀଡ଼ାର ଉପଶମ ହେବ। ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ। ସାମାଜିକକ୍ଷେତ୍ରରେ ନିଜର ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ। ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ ଓ ଆୟ ବୃଦ୍ଧିହେବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦ-ବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ ଉଚ୍ଚ ପ୍ରଶଂସିତ ହେବେ। ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ ଓ ଅଧିକ ରୋଜଗାର କରି ଗୃହୋପକରଣ କ୍ରୟ କରି ପାରିବେ। ଘରୋଇ ସଂସ୍ଥାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-

ଆୟ ବୃଦ୍ଧିହେବା ଫଳରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ। ପତି-ପତ୍ନିଙ୍କ ମଧ୍ୟରେ ଥିବା ମତାନ୍ତର ଦୂରେଇ ଯିବ। ଯେକୌଣସି କାର୍ଯ୍ୟ କରିବେ ଭବିଷ୍ୟତ ପାଇଁ ଉନ୍ନତି ହେବ। ପ୍ରିୟଜନ ଓ ବନ୍ଧୁ ମିତ୍ରଙ୍କ ସମାଗମରେ ସମୟ ବିତିବ। ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନଦେଇ ବ୍ୟାୟାମ କରିବା ଆବଶ୍ୟକ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଜୟଯୁକ୍ତ ହେବେ। ଆଧ୍ୟାତ୍ମିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହେବେ। କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-

ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିସ୍କାର କରିବେ। ଦୂରଯାତ୍ରା କରି ଯଶ, ମାନ, ପ୍ରତିଷ୍ଠାର ଅଧିକାରୀ ହେବେ। ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ବିଶେଷ ଲାଭବାନ ହେବେ। ପାରିବାରିକ ସମସ୍ୟାକୁ ନେଇ ବାଦବିବାଦରେ ବିଜୟୀ ହେବେ। ଦୂରଯାତ୍ରା କରିଲେ ବି ଶାରୀରିକ କଷ୍ଟ ଦୂରେଇ ଯିବ। ଭୌତିକ ଓ ଆଧ୍ୟାତ୍ମିକ ମାମଲାରେ ବ୍ୟସ୍ତ ରହିବେ। ଅବହେଳିତ ଲୋକଙ୍କ ସହ ମିଳାମିଶା କରି ପ୍ରଶଂସିତ ହେବେ। ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳତା ପାଇବେ।  ପ୍ରତିକାର- ଗୋମତାକୁ ଖାଇବାକୁ ଦିଅନ୍ତୁ।

ବିଚ୍ଛା:-

ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ ଘରୋଇ କର୍ମଚାରୀଙ୍କର କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ। ମାନସିକ ଅଶାନ୍ତି ଦୂର ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି, ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ। ଦୂରଯାତ୍ରା କରି ବ୍ୟବସାୟରେ ସଫଳତା ପାଇବେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦ-ବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ ଉଚ୍ଚ ପ୍ରଶଂସିତ ହେବେ। ପରିବାରରେ କମ୍ ପରିଶ୍ରମରେ ଆଶାଜନକ ଫଳ ପାଇବେ। ଆର୍ଥିକ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ଧନୁ:-

ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରି ପ୍ରଶଂସା ପାଇବେ। ଉଚ୍ଚଶିକ୍ଷା ପାଇଁ ବିଦେଶଯାତ୍ରାର ସୁଯୋଗ ପାଇବେ। ରାଜନୀତିକ୍ଷେତ୍ରରେ ସହଯୋଗୀ ବା ଭାଇଭଳି ଚଳୁଥିବା ବ୍ୟକ୍ତିମାନେ ପୂର୍ଣ୍ଣ ସହଯୋଗ କରିବେ। ଦାମ୍ପତ୍ୟ ସୁଖ ଏବଂ ପାରିବାରିକ ଜୀବନ କ୍ଷେତ୍ରରେ ଆନନ୍ଦମୟ ପରିସ୍ଥିତି ସୃଷ୍ଟିହେବ। ଭଲମନ୍ଦ ବିଚାର ନକରି ଯେ କୌଣସି କାର୍ଯ୍ୟକଲେ ଆୟ ବୃଦ୍ଧି ହେବ।  ବ୍ୟବସାୟ ଓ କାର୍ଯ୍ୟକ୍ଷେତ୍ରରେ ନୂତନ ଯୋଜନା ପାଇଁ ସହଯୋଗ ମିଳିବ। ଶାରୀରିକ କଷ୍ଟ ଦୂରେଇ ଯିବ। ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ ଉଚ୍ଚ ପ୍ରଶଂସିତ ହେବେ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ମକର:-

ବ୍ୟବସାୟକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡିବ। ପରିବାରରେ ପ୍ରତିବନ୍ଧକ ସତ୍ତ୍ୱେ ଆଗକୁ ବଢ଼ିବାର ଇଚ୍ଛା ଏବଂ ଆତ୍ମବିଶ୍ୱାସ ବୃଦ୍ଧିହେବ। ବନ୍ଧୁ ମିତ୍ରଙ୍କ ଉପଦେଶକୁ ଖରାପ ନଭାବି ମାନି ନେବା ହିତକର। ଚିଡ଼ିଚିଡା ନ ହୋଇ ବୁଝି ବିଚାରୀ କାର୍ଯ୍ୟ କଲେ ଭଲ। ମହିଳା ମାନଙ୍କର ସାମାଜିକ ସ୍ଥିତି ଓ ମାନ-ସମ୍ମାନ ବୃଦ୍ଧିହେବ। ଯେତେ ପରିଶ୍ରମ କରିବେ ସେତେ ଲାଭବାନ୍ ହେବେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦ-ବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ ଉଚ୍ଚ ପ୍ରଶଂସିତ ହେବେ। ପ୍ରତିକାର- ଗୋମାତାକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ। ବ୍ୟବସାୟକ୍ଷେତ୍ରରେ ଆଶାତୀତ ଲାଭ ପାଇବେ ଓ ନୂତନବ୍ୟବସାୟ ଆରମ୍ଭପାଇଁ ଅତ୍ୟନ୍ତ ଉତ୍ତମସମୟ। ନେଇଥିବା ଲୋକ କିମ୍ବା ଦେଉନଥିବା ଲୋକ ଏବଂ ସାହାଯ୍ୟ କରିଥିବା ଲୋକଠାରୁ ସମସ୍ତ ଅର୍ଥପ୍ରାପ୍ତି ହୋଇଯିବ। ଯଶ-ମାନ-ପ୍ରତିଷ୍ଠା ବୃଦ୍ଧିପାଇବ। ସନ୍ତାନ ଏବଂ ସ୍ତ୍ରୀଙ୍କ ସହଯୋଗ ପାଇ ସୁଖପ୍ରାପ୍ତି ହେବ। ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣହେବେ। ଆର୍ଥିକକ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ। ବ୍ୟବସାୟରେ ଉନ୍ନତି ହେବ। ଋଣଭାର କମିଯିବ। ଶତୃମାନେ ପରାଜିତ ହେବେ। ଦାମ୍ପତ୍ୟ ସୁଖରେ ସୁଖୀ ହେବେ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ :-

ସନ୍ତାନ ପକ୍ଷର ଚିନ୍ତା ଦୂର ହେଇଯିବ। ବ୍ୟବସାୟରେ ଭାଗିଦାରମାନେ ପାଦ ସହିତ ପାଦ ମିଶେଇ ବେପାର ବୃଦ୍ଧି କରିବେ। ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ। ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ବାସସ୍ଥାନ ବା ଯାନବାହାନ ପାଇଁ ଖର୍ଚାନ୍ତ ହୋଇ ପାରନ୍ତି। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ରାଜନୀତି କ୍ଷେତ୍ରରେ ଆନୁଷ୍ଠାନିକ କ୍ଷେତ୍ରରେ ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବେ। ପ୍ରତିକାର:- କୁକୁରକୁ ଖାଇବାକୁ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!