ସାପ୍ତାହିକ ରାଶିଫଳ: ୨୩ ଡିସେମ୍ବର ରୁ ୨୯ ଡିସେମ୍ବର, ଏହି ସପ୍ତାହରେ ଏହି ସବୁ ରାଶି ବ୍ୟକ୍ତିଙ୍କର ହେବ ଆକସ୍ମିକ ଧନ ଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ବ୍ୟବସାୟବୃଦ୍ଧି ଆର୍ଥିକ ଉନ୍ନତିରେ ସଫଳତା ଓ ମାନ ସମ୍ମାନ ବୃଦ୍ଧି ହେବ।  ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ। ଦୂର ସ୍ଥାନକୁ ଯାତ୍ରା କରିବେ। ବ୍ୟବସାୟରେ ଉନ୍ନତି ହେବ। କରଜରମାତ୍ରା ହ୍ରାସ ପାଇବ। ଭୋଗବିଳାସରେ ଦିନ କାଟିବା ପାଇଁ ଆଗ୍ରହୀ ହେବେ। ନିଜର ଆତ୍ମନିରୀକ୍ଷଣ, ମନୋବୈଜ୍ଞାନିକ ତଥ୍ୟ, ଅନ୍ୱେଷଣ, ଅନ୍ତର୍ଦୃଷ୍ଟି ଏବଂ ଆନ୍ତରିକ ମୂଲ୍ୟାଙ୍କନର ଅନୁଭୂତି ଜାଗ୍ରତ ହେବ। ସାମାଜିକ କଲ୍ୟାଣ ଓ ଜୀବନସ୍ତର ପରିବର୍ତ୍ତନର ଉଦ୍ୟମ କରିବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ମାନସମ୍ମାନ ବୃଦ୍ଧିହେବ। ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ। ଦୂରଯାତ୍ରାର ସୁଯୋଗ ପାଇବେ।  ବୃତ୍ତିଗତ ଦୃଷ୍ଟିରୁ ଅତ୍ୟନ୍ତ ଶୁଭ। ରାଜନୀତି କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ ଓ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବା ସହ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ପାଇବେ।  ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ। ବ୍ୟବସାୟରେ ଉନ୍ନତି ଓ ଲାଭ ପ୍ରାପ୍ତି ହେବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବେ ଏବଂ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ। ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ଦାମ୍ପତ୍ୟ ସୁଖ ବୃଦ୍ଧି ହେବ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବଢିବ। ପାରିବାରିକ କ୍ଷେତ୍ରରେ ସ୍ୱାର୍ଥ ପ୍ରବୃତ୍ତିର ଶୀକାର ହୋଇ ସମ୍ପର୍କର ମଧୁରସ୍ୱାଦ ପାଇବେ।  ଆୟରସ୍ରୋତ ବୃଦ୍ଧିହେବ  କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ, ବାଣିଜ୍ୟ, ବ୍ୟବସାୟ, କୃଷି ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ। ନିଜ ଗୃହ ସମସ୍ୟା ସଜାଡିବାର ସୁବିଧା ପାଇବେ। ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ। ନେଇଥିବା ଲୋକ କିମ୍ବା ଦେଉନଥିବା ଲୋକ ଏବଂ ସାହାଯ୍ୟ କରିଥିବା ଲୋକଠାରୁ ସମସ୍ତ ଅର୍ଥପ୍ରାପ୍ତି ହୋଇଯିବ।  ପ୍ରତିକାର:- ଭୋକିଲା ଲୋକଙ୍କୁ ଖାଦ୍ୟ ଦିଅନ୍ତୁ।

ମିଥୁନ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭ ହେବ।  ଆର୍ଥିକ କ୍ଷେତ୍ରରେ  ଉନ୍ନତି, ଶତୃ ବୃଦ୍ଧି ହେଲେ ମଧ୍ୟ  ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। ସରକାରୀ କର୍ମଚାରୀ ମାନେ କର୍ମକ୍ଷେତ୍ରରେ ବହୁ ସୁବିଧା ସୁଯୋଗ ପାଇବେ। କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ପ୍ରେମିକ  ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବା ସହ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ପାଇବ। ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବେ। ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ଆୟ ତୁଳନାରେ ବ୍ୟୟ ବହୁତ ହେବା ଫଳରେ ଆର୍ଥିକ ଅନାଟନ ଦେଖା ଦେଇ ପାରେ। ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିବେ। ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ। ରାଜନୀତି କ୍ଷେତ୍ରରେ ସହଯୋଗୀମାନେ ଅସହଯୋଗ କରିବେ ଓ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

କର୍କଟ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଶରୀର ସୁସ୍ଥ ରହିବ ଓ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ। ଅତ୍ୟଧିକ କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ। ସରକାରୀ କର୍ମଚାରୀ ମାନଙ୍କର ନିଜର ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ। ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ ଓ ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ। ଶତୃମାନେ ମିତ୍ରଭାବ ଆଚରଣ କରିବେ। ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ବାଦବିବାଦ, ପରୀକ୍ଷାପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳହେବେ। ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ଦାମ୍ପତ୍ୟ ସୁଖରେ ଉନ୍ନତି ହେବ। ବନ୍ଧୁମିତ୍ରଙ୍କ ସହ ମନୋରଞ୍ଜନ, ଭ୍ରମଣ ଫଳରେ ହସଖୁସିର ବାତାବରଣ ସୃଷ୍ଟି ହେବ। ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ପରୀକ୍ଷା ପରିଣାମ ଅନୁକୂଳ ହେବ। ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ସିଂହ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନେ ବ୍ୟବସାୟରେ ଆଶାତୀତ ଲାଭ ପାଇବେ। ପୂର୍ବରୁ ଥିବା ପାରିବାରିକ ସମସ୍ୟା ଗୁଡ଼ିକ ଧିରେ ଧିରେ ସମାଧାନ ହୋଇ ପାରିବାରିକ ଜୀବନ ସୁଖମୟ ହେବ। ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ଓ ଉପରିସ୍ଥ ଅଧିକାରୀଙ୍କ  ପ୍ରିୟଭାଜନ ହେବେ। ସହଜ ସରଳରେ କର୍ମ ନିଯୁକ୍ତି ପାଇବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ପ୍ରକାଶନ, ବାଣିଜ୍ୟ, କୃଷି  ବ୍ୟବସାୟରେ ଆଶାତୀତ ଲାଭ ପାଇବେ। ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ। ଛାତ୍ର ଛାତ୍ରୀମାନେ କ୍ରୀଡ଼ା, କଳା, ସାହିତ୍ୟ କ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସା ପାଇବେ। ଘରୋଇ କର୍ମକ୍ଷେତ୍ରରେ ସମ୍ମାନ ଓ ପ୍ରତିଷ୍ଠା ପାଇ ଅସ୍ଥିରତା ସମ୍ପୂର୍ଣ ଦୂର ହେବ। ଆର୍ଥିକ ଦୃଷ୍ଟି କୋଣରୁ ଅନୁକୂଳ ରହିବା ଫଳରେ ଜାଗା, ଜମି, ଗୃହ, ବାହନ ଆଦି କ୍ରୟ କରିବାର ସୁଯୋଗ ପାଇବେ। କୋର୍ଟ, କଚେରୀ, ମାଲିମକଦ୍ଦମା, ବାଦବିବାଦ କ୍ଷେତ୍ରରେ ଜୟଯୁକ୍ତ ହେବେ। ପ୍ରତିକାର ତୁଲସୀ ମୂଳ ମାଟି ଧାରଣ କରନ୍ତୁ।

କନ୍ୟା:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବା ଫଳରେ ଦେହମନ ଭଲ ରହିବ। ସରକାରୀ କର୍ମଚାରୀମାନଙ୍କର କର୍ମ କ୍ଷେତ୍ରରେ ପଦୋନ୍ନତି  ଓ ସଫଳତା ଲାଭ କରିବେ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା, କ୍ରିଡା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ ଓ ମାଲିମୋକଦ୍ଦମାରେ ସଫଳ ହେଲେ ମଧ୍ୟ ଅସ୍ଥିରତା ଦେଖାଦେବ। ବନ୍ଧୁ ମିତ୍ରମାନେ ସାହାଯ୍ୟ କରିବେ। ବରିଷ୍ଠ କର୍ମୀଙ୍କ ପ୍ରିୟ ପାତ୍ର ହେବେ। ବିଦେଶ ଯାତ୍ରାରେ ସଫଳ ହେବେ। ପୂର୍ବ ଶତ୍ରୁମାନେ ପଛଘୁଞ୍ଚା ଦେବେ। ଶତୃ, ରୋଗ, ଋଣରୁ ମୁକ୍ତି ହେବେ। ଶାରିରୀକ ସୁସ୍ଥତା ଦେଖା ଦେବ। ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳତା ପାଇବେ। ପ୍ରତିକାର ଗୋମାତାକୁ ଖାଇବାକୁ ଦିଅନ୍ତୁ।

ତୁଳା:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ବ୍ୟବସାୟରେ ପ୍ରଚୁର ଲାଭ ହେବ। ଦାମ୍ପତ୍ୟ ସୁଖ ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ। ଅବିବାହିତ ଯୁବକ ଯୁବତୀମାନଙ୍କର ବିଭିନ୍ନ ସ୍ଥାନରୁ ପ୍ରସ୍ତାବ ମାନ ଆସିବ। ରାଜନୀତିରେ ନାନା ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ନିଜର ଫାଇଦା ଉଠାଇବେ। ଛାତ୍ର ଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବା ସହ ପ୍ରତିଦ୍ୱନ୍ଦିତାରେ ସଫଳ ହେବେ। ବାଦବିବାଦ ପରୀକ୍ଷା, ପ୍ରତିଯୋଗିତା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ।ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ସୁଖ ସମୃଦ୍ଧି ବୃଦ୍ଧି  ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।

ବିଚ୍ଛା:-

ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳତା ପାଇବେ। ସରକାରୀ କର୍ମଚାରୀମାନଙ୍କର କର୍ମ କ୍ଷେତ୍ରରେ ପଦୋନ୍ନତିରେ ସଫଳତା ଲାଭ କରିବେ। ବ୍ୟବସାୟରେ ଶତୃ, ରୋଗ, ଋଣରୁ ମୁକ୍ତି ହେବା ସହ ଉନ୍ନତି ଆଶାନୁରୂପ ଲାଭ କରିବେ। ଶାରିରୀକ ସୁସ୍ଥତା ଦେଖା ଦେବ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ଅବିବାହିତ ଯୁବକ-ଯୁବତୀମାନଙ୍କର ବିଭିନ୍ନ ସ୍ଥାନରୁ ପ୍ରସ୍ତାବ ମାନ ଆସିବ।  ଛାତ୍ର-ଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ। ନୂତନ ଆୟର ପନ୍ଥା ଖୋଲିଯିବ। ବିରାଟ ଯୋଜନାର ସଂକଳ୍ପ ନେବେ। ଜାଗା, ଜମି, ଗୃହ ବାହନ ଆଦି ପାଇଁ ଚୂକ୍ତି ହେବ। ଆକସ୍ମିକ ଧନ ଲାଭ ହେବ। ନୂତନ କର୍ମପ୍ରାପ୍ତିର ସୁଯୋଗ ପାଇବେ। ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ନେଇ ଧାଁ ଦଉଡ଼ କରିବାକୁ ପଡ଼ିବ ଓ ସହକର୍ମୀମାନେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ଦୂରଯାତ୍ରାର ସୁଯୋଗ ପାଇବେ। ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

ଧନୁ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ବ୍ୟବସାୟରେ ଉନ୍ନତି ହେବା ସହ ପ୍ରବଳ ଲାଭ ପାଇବେ। ସରକାରୀ କର୍ମଚାରୀମାନେ କାର୍ଯ୍ୟ କ୍ଷେତ୍ରରେ ସଫଳତା ଲାଭ କରିବା ସହ ପଦୋନ୍ନତି ପାଇବେ। କୃଷି କ୍ଷେତ୍ରରେ ସଫଳତା ଦେଖାଦେବ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ସାମାଜିକ ପ୍ରତିଷ୍ଠା. ମାନ-ସମ୍ମାନ ବୃଦ୍ଧି ହେବ। ପ୍ରେମିକ-ପ୍ରେମିକାମାନେ ପ୍ରେମ ସମ୍ବନ୍ଧୀୟ କ୍ଷେତ୍ରରେ ସଫଳ ହେବେ। ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋାଗ ଆସିବ। ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ। ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ଦାମ୍ପତ୍ୟ ସୁଖ ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ। ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ। ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ। ମିଛଆଶା ଉପରେ ନିର୍ଭର ନକରି ନିଜକୁ ନିୟନ୍ତ୍ରଣ କରିପାରିବେ। ପ୍ରତିକାର:ଗୋମାତାକୁ ଖାଇବାକୁ ଦିଅନ୍ତୁ।

ମକର:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବା ସହ ଶାରିରୀକ ସୁସ୍ଥତା ଦେଖା ଦେବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପାରିବାରରେ କୌଣସି ଜଟିଳ ସମସ୍ୟାର ସମାଧାନ ହୋଇ ଶାନ୍ତି ଦେଖା ଦେବ। ବନ୍ଧୁ ବାନ୍ଧବଙ୍କଦ୍ଵାରା ସମସ୍ୟାର ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ନୂତନ ନିଯୁକ୍ତି କ୍ଷେତ୍ରରେ ସଫଳତା ଦେଖାଦେବ। ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ପ୍ରସ୍ତାବ ସ୍ଥିରହେବ। ଛାତ୍ର-ଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସଫଳତା ଲାଭ କରିବେ। ଘରୋଇ କର୍ମଚାରୀ ମାନଙ୍କର କର୍ମ କ୍ଷେତ୍ରରେ ପଦୋନ୍ନତିରେ ସଫଳତା ଲାଭ କରିବେ। ବ୍ୟବସାୟରେ ଉନ୍ନତି ସହ ଆଶାତୀତ ଲାଭ କରିବେ। ଶତୃ, ରୋଗ, ଋଣରୁ ମୁକ୍ତି ହେବେ। ଯେ କୌଣସି କାମରେ ହାତ ଦେଲେ, ସଫଳତା ପାଇବେ। ଆର୍ଥିକ ଅନାଟନ ଯୋଗୁଁ ଗୃହର ବାତାବରଣ ଅଶାନ୍ତ ରହି ପାରେ। ପ୍ରତିକାର:-ଅସହାୟଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ।

କୁମ୍ଭ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ। ରାଜନୀତିରେ ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ଲୋକପ୍ରିୟତା ହାସଲ କରି ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ ଓ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ଶୁଭ ସମାଚାର ମିଳିବ ଓ ନିଜଲୋକ ସାହାଯ୍ୟ କରିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେଇ କାର୍ଯ୍ୟ କରନ୍ତୁ ନତୁବା ଦୂରଯାତ୍ରା କରି ନିଜକୁ ଅସୁସ୍ଥ ମନେ କରିବେ। ଯୁବକଯୁବତୀ ମାନେ ନୂତନ କର୍ମନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ। ସରକାରୀ କର୍ମଚାରୀମାନଙ୍କର କର୍ମକ୍ଷେତ୍ରରେ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ଓ ଅନୁଭବି ହେବେ। ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଫଳରେ ପଦୋନ୍ନତିର ସୁଯୋଗ ପାଇପାରିବେ।  ବ୍ୟବସାୟରେ ଉନ୍ନତି ଓ ଲାଭ କରିବେ। ପ୍ରତିକାର:- ଶିବ ଦର୍ଶନ କରି ପାଦୁକ ସେବନ କରନ୍ତୁ।

ମୀନ:-

ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଶାରିରୀକ ସୁସ୍ଥତା ଦେଖା ଦେବ। ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳତା ପାଇବେ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ଯୁବକଯୁବତୀମାନଙ୍କର ବିଭିନ୍ନ ସ୍ଥାନରୁ ପ୍ରସ୍ତାବ ମାନ ଆସିବ। ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ। ସରକାରୀ କର୍ମଚାରୀମାନଙ୍କର କର୍ମ କ୍ଷେତ୍ରରେ ପଦୋନ୍ନତି ସହ ସଫଳତା ଲାଭ କରିବେ। ପ୍ରେମିକପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ। ରାଜନୀତି କ୍ଷେତ୍ରରେ ଶାରିରୀକ ଅସୁସ୍ଥତା ଦୂରହେବା ସହ ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ ଓ ନୂଆ ଯୋଜନାରେ ସଫଳହେବେ। କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!