ଦୈନିକ ରାଶିଫଳ: 19 ଜୁଲାଇ 2022, ମା’ ମଙ୍ଗଳାଙ୍କ କୃପାରୁ ଏହି 2ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଜୁଲାଇମାସ୧୯ତାରିଖ, ମଙ୍ଗଳବାର, କର୍କଟମାସ୩ଦିନ, ଶ୍ରାବଣମାସ, କୃଷ୍ଣପକ୍ଷ, ଷଷ୍ଠୀତିଥି ସକାଳ ୭ଟା ୫୦ମିନିଟ୍ ପରେ ସପ୍ତମୀତିଥି, ଉତ୍ତରଭାଦ୍ରପଦ ନକ୍ଷତ୍ର ଦିବା ୧୨ଟା ୧୩ମିନିଟ୍ ପରେ ରେବତୀ ନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର । ଅତିଗଣ୍ଡ ଯୋଗ । ବାଣିଜ୍ୟ କରଣ ସକାଳ ୭ଟା ୫୦ମିନିଟ୍ ପରେ ବିଷ୍ଟି କରଣ । ମକର ରାଶିର ଘାତବାର । ଧନୁ ରାଶିର ଘାତଚନ୍ଦ୍ର । ନିମ୍ବ ବା ପିତା ଦ୍ରବ୍ୟ ନ ଖାଇଲେ ଭଲ ସକାଳ ୭ଟା ୫୦ମିନିଟ୍ ପରେ ତାଳ ନ ଖାଇଲେ ଭଲ । ଯୋଗିନୀ- ପଶ୍ଚିମେ ସକାଳ ୭ଟା ୫୦ମିନିଟ୍ ପରେ ବାୟବ୍ୟେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧତର୍ପଣ- ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ପ୍ରାତଃ ୬ଟା ୫୯ମିନିଟ୍ ରୁ ୮ଟା ୩୭ମିନିଟ୍, ଦିବା ୧ଟା ୩୦ମିନିଟ୍ ରୁ ୩ଟା ୮ମିନିଟ୍, ରାତ୍ରି ୭ଟା ୪୬ମିନିଟ୍ ରୁ ୯ଟା ୮ମିନିଟ୍ । ଶୁଭସମୟ- ସକାଳ ୮ଟା ୩୮ମିନିଟ୍ ରୁ ୧୦ଟା ୩୩ମିନିଟ୍, ଦିବା ୧ଟା ୧୨ମିନିଟ୍ ରୁ ଦିବା ୧ଟା ୨୯ମିନିଟ୍, ଦିବା ୪ଟା ୪୭ମିନିଟ୍ ରୁ ୫ଟା ୩୧ମିନିଟ୍, ସନ୍ଧ୍ୟା ୬ଟା ୨୫ମିନିଟ୍ ରୁ ୭ଟା ୭ମିନିଟ୍, ରାତ୍ର ୯ଟା ୨୦ମିନିଟ୍ ରୁ ୧୧ଟା ୩୦ମିନିଟ୍, ରାତ୍ର ୧ଟା ୪୩ମିନିଟ୍ ରୁ ରାତ୍ର ୩ଟା ୯ମିନିଟ୍ ।

ମେଷ:-ଶାରୀରିକ ଅସୁସ୍ଥତାରୁ ଉପଶମ ପାଇବେ । ଆର୍ଥିକ ପରିସ୍ଥିତିରେ ଉନ୍ନତି ହେବ । ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ରୟୋଗ କରି ପ୍ରଶଂସିତ ହେବେ । ବ୍ୟବସାୟ କ୍ଷେତ୍ର ପ୍ରସାରିତ ହେବା ଫଳରେ ଆଶାତୀତ ଲାଭପାଇବେ । କର୍ମଚାରୀ ମାନଙ୍କର ପଦୋନ୍ନତି ସହ ସ୍ଥାନାନ୍ତର ଯୋଗ ଅଛି । ଶିକ୍ଷାକ୍ଷେତ୍ରରେ ଚଳଚଞ୍ଚଳ ହୋଇ ଲକ୍ଷ୍ୟସ୍ଥଳରେ ପହଁଞ୍ଚିବାକୁ ଚେଷ୍ଟା କରିବେ । ପାରିବାରିକ ସମସ୍ୟା ଧିରେ ଧିରେ ସମାଧାନ ହୋଇଯିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-ସମାଜରେ ପ୍ରତିଷ୍ଠା ବର୍ଦ୍ଧକ କାର୍ଯ୍ୟ ସମ୍ପର୍ଣ୍ଣ କରିବେ । ଲଟେରୀ, ଜୁଆ, ସଟ୍ଟା ଓ ସେୟାର୍ ମାର୍କେଟରେ ଅର୍ଥ ପ୍ରାପ୍ତି ହେବ । ନିଜର କାର୍ଯ୍ୟକୁ ବାଦଦେଇ ପରୋପକାର କାର୍ଯ୍ୟରେ ମନ ଲଗେଇବେ । ବିଦ୍ୟାର୍ଥୀ ମାନଙ୍କର ମନୋବାଞ୍ଛିତ କାର୍ଯ୍ୟ ପୂରଣ ହୋଇ ମାନସିକ ଶାନ୍ତି ମିଳିବ । ପରିବାରର ସମସ୍ୟା ସମାଧାନ ହୋଇ ଆୟ ଦିଗଟି ସନ୍ତୋଷ ଜନକ ହେବ । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ପ୍ରଚୁର ଲାଭବାନ ହେବେ । ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ମିଥୁନ:-ମାନସିକ ଶାନ୍ତି ମିଳିବା ସହ ଶରୀର ଭଲ ରହିବ । ନିଷ୍ଠାର ସହ ପରିଶ୍ରମ ଫଳରେ କର୍ମକ୍ଷେତ୍ରରେ ସମ୍ପୂର୍ଣ୍ଣ ଲାଭ ପାଇବେ ଓ ଉପରିସ୍ଥ ଅଧିକାରୀଙ୍କ ଠାରୁ ସମ୍ମାନ ପାଇବେ । ଶତୃମାନେ ବିପଦରେ ପକେଇବାକୁ ଚେଷ୍ଟା କରି ବିଫଳ ହେବେ । ବ୍ୟବସାୟିକ ଗତିବିଧି ଉତ୍ତମ ଭାବରେ ଚାଲିବା ଯୋଗେ ଭଲ ଲାଭବାନ୍ ହେବେ । ଅଧ୍ୟୟନ ପାଇଁ ତତ୍ପର ହେବେ ଓ ପଢ଼ାପଢ଼ିରେ ମନଦେବେ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ପ୍ରତିକାର- ସବୁଜ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

କର୍କଟ:-ଶିକ୍ଷାକ୍ଷେତ୍ରରେ ସଫଳତା ଲାଭ କରିବେ । ଭୟ ସତ୍ତ୍ୱେ ଜୟ, ନାନା ସମସ୍ୟାର ସମ୍ମୁଖୀନ ହେବେ । ବାଦବିବାଦ ପରୀକ୍ଷା, ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ବନ୍ଧୁମିତ୍ର ମାନଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇ ପୂର୍ବ କଳହର ସମାଧାନ କରି ପାରିବେ । ଦାମ୍ପତ୍ୟସୁଖ ବୃଦ୍ଧି ହେବା ସହ ଆର୍ଥିକ ସ୍ଥିତି ଭଲ ରହିବ । ରାଜନୀତି କ୍ଷେତ୍ରରେ ନିଜର ପ୍ରତିଷ୍ଠା ଫଳରେ ଜନସାଧାରଣଙ୍କ ମନ କିଣିପାରିବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ସିଂହ:-ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ । ବ୍ୟବସାୟରେ କଠିନ ପରିଶ୍ରମ କରିବାକୁ ପଡିବ । ରାଜନୈତିକ କ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତାପୂର୍ଣ୍ଣ ହେବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ବାଦ ବିବାଦଠାରୁ ଦୂରେଇ ରହିବା ଉଚିତ । ଏକ ସମୟରେ ଅନେକ ଗୁଡ଼ିଏ କାର୍ଯ୍ୟବ୍ୟସ୍ତତା ଭିତରେ ରହି ହଇରାଣ ହରକତ ହେବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ବିଚାର ବିଭାଗ ରାୟ ସପକ୍ଷରେ ଯିବ ଓ ସମୟକୁ ହାତ ଛଡ଼ା ନ କରିବା ଉଚିତ୍ । କର୍ମଯୋଗକୁ ଅଧିକ ମହତ୍ତ୍ୱ ଦେଇ ତଳୁ ଉପର ସ୍ତରଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ । ପରିବାରର କୌଣସି ସଦସ୍ୟଙ୍କର ସୁସମ୍ବାଦ ପାଇ ଉତ୍ସାହ ସହ ଆଗେଇ ଯିବେ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି ଓ ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ତୁଳା:-ସ୍ୱାସ୍ଥ୍ୟ ଠିକ୍ ରହିବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ପୁରାତନ ରୋଗର ଉପସମ ହୋଇ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବା ସହ ଚିତ୍ତପ୍ରସନ୍ନ ରହିବ । ଦୂରଯାତ୍ରା ବା ବିଦେଶ ଯାତ୍ରାରେ ସୁଖ ଶାନ୍ତି, ଯଶ ଲାଭହେବା ସହ ନୂତନ ବାହନଆଦି ପ୍ରାପ୍ତି ଯୋଗ ଅଛି । ବ୍ୟକ୍ତିଗତ ସାର୍ବଜନୀନ ସମ୍ପର୍କରେ ବିକଶିତ ହେବ । ଲେଖାପଢ଼ାରୁ, ସଭାସମିତିରୁ, ବନ୍ଧୁମିଳନରୁ ଶୁଭଫଳ ପାଇବେ । ବଡ ଧରଣର ବ୍ୟବସାୟ ହାତକୁ ନେବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ବିଚ୍ଛା:-ସଂପର୍କିତ ଲୋକ ଓ ସହକର୍ମି ମାନଙ୍କଠାରୁ ସହାନଭୂତି ପ୍ରାପ୍ତିହେବ । ସହକର୍ମୀ ମାନଙ୍କ ସହିତ ସୁ ସମ୍ପର୍କ ସ୍ଥାପନ କରି କେତେକ କ୍ଷେତ୍ରରେ ଭଲ କାମକରି ସାମାଜିକ ପ୍ରତିଷ୍ଠା ମାନସମ୍ମାନ ଅକ୍ଷୂର୍ଣ୍ଣ ରଖି ପାରିବେ । ପୂର୍ବ ଶତ୍ରୁମାନେ ପଛଘୁଞ୍ଚା ଦେବେ । ରାଜନୀତିକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ହେବା ସହ ସୁସମ୍ବାଦ ପାଇ ଖୁସି ହେବେ । ଧାର୍ମିକ କାର୍ଯ୍ୟକ୍ଷେତ୍ରରେ ଅଂଶ ଗ୍ରହଣ କରିବା ଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।

ଧନୁ:-ଶିକ୍ଷା କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ବ୍ୟବସାୟରେ ଲାଭବାନ୍ ହେବା ସହ କରଜ ସୁଝିବାର ବ୍ୟବସ୍ଥା କରିବେ । କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ ଅଫିସରମାନେ ସନ୍ତୋଷ ରହିବେ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ରାଜନୈତିକ କ୍ଷେତ୍ରରେ ବଡନେତାଙ୍କୁ ସନ୍ତୁଷ୍ଟ କରିବା ସହଜ ସରଳ ହେବ । ସାଧାରଣ ଘଟଣାଯୋଗୁ ବନ୍ଧୁଙ୍କ ସହ ସମ୍ପର୍କ ତୁଟି ଯାଇପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-ସାମାଜିକ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ଦ୍ୱାରା ଉପଯୁକ୍ତ ପ୍ରାପ୍ୟ ଫେରି ପାଇବେ । ବନ୍ଧୁ, ମିତ୍ରଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଅଧିକ ପରିଶ୍ରମ କରି ସାମାନ୍ୟ ଲାଭ ପାଇବେ । ପାରିବାରିକ ସମ୍ପର୍କରେ ଉନ୍ନତି ହେବ ଓ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନକୁ ଆଧାର କରି ବଳିୟାନ ହେଲେ ବି ବଡ଼ନେତାଙ୍କୁ ସନ୍ତୁଷ୍ଟ କରିବା କାଠିକର ପାଠ ହେବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ପୂରାତନ ରୋଗର ଉପଶମ ଓ ବନ୍ଧୁ ସମାଗମ ହେବ । ବ୍ୟବସାୟୀମାନେ ସାଧୁ, ସଚ୍ଚୋଟ ଭାବେ କର୍ମ ଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ମାଲିମକଦ୍ଦମା, ବାଦବିବାଦ, ପରୀକ୍ଷା ପ୍ରତିଯୋଗିତାରେ ସଫଳତା ମିଳିବ । ସରକାରୀ କର୍ମକ୍ଷେତ୍ରରେ ଉନ୍ନତିର ସୁଯୋଗ ପାଇବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମୀନ:-ସନ୍ତାନଙ୍କର ଉନ୍ନତିରେ ଖୁସିହେବେ । ସରକାରୀ କର୍ମକ୍ଷେତ୍ରରେ ଉନ୍ନତିର ସୁଯୋଗ ପାଇବେ । ଭାତୃ ବିବାଦ, ଜମି ବାଡ଼ି ଘର ଓ ଜାଗାନେଇ ଥିବା ଦ୍ୱନ୍ଦ୍ୱର ସମାଧାନ ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ରାଜନୈତିକ କ୍ଷେତ୍ରରେ ଯଶ, ମାନ ପ୍ରତିଷ୍ଠା ବୃଦ୍ଧି ହେବ । ବାକିଥିବା ଅର୍ଥ ଆଦାୟ ହେବା ଫଳରେ ସୁଖ ଶାନ୍ତିରେ ଦିନଟି କଟାଇବେ । ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!