୨୦୨୩ମସିହା, ଜାନୁୟାରୀ ମାସ ୧୯ତାରିଖ, ଗୁରୁବାର, ମକରମାସ ୬ଦିନ, ମାଘମାସ, କୃଷ୍ଣପକ୍ଷ, ଦ୍ଵାଦଶୀତିଥି ଦିବା୧ଟା ୧୮ମିନିଟ୍ ପରେ ତ୍ରୟୋଦଶୀତିଥି, ଜ୍ୟେଷ୍ଠାନକ୍ଷତ୍ର, ବିଛା ରାଶିରେ ଚନ୍ଦ୍ର ଦିବା ୩ଟା ୧୭ମିନିଟ୍ ପରେ ମୂଳା ନକ୍ଷତ୍ର, ଧନୁରାଶିରେ ଚନ୍ଦ୍ର । ଧୃବଯୋଗ ରାତ୍ରି ୧୧ଟା ୩ମିନିଟ୍ ପରେ ବ୍ୟାଘାତ ଯୋଗ । ତୈତିଳ କରଣ ଦିବା ୧ଟା ୧୮ମିନିଟ୍ ପରେ ଗର କରଣ । ତୁଳା, କୁମ୍ଭ ରାଶିର ଘାତବାର । ଦିବା ୩ଟା ୧୭ମିନିଟ୍ ପରେ ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର । ନିଷେଧଖାଦ୍ୟ- ପୋଇ ମସୁରଡାଲି ନ ଖାଇଲେ ଭଲ ଦିବା ୧ଟା ୧୮ମିନିଟ୍ ପରେ ବାଇଗଣ ନ ଖାଇଲେ ଭଲ । ଯୋଗିନୀ- ନୈଋତେ ଦିବା ୧ଟା ୧୮ମିନିଟ୍ ପରେ ଦକ୍ଷିଣେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଏବଂ ତ୍ରୟୋଦଶୀର ଏକୋଦ୍ଧିଷ୍ଟ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୨ଟା ୪୨ମିନିଟ୍ ରୁ ୫ଟା ୨୬ମିନିଟ୍, ରାତ୍ରି ୧୧ଟା ୫୭ମିନିଟ୍ ରୁ ୧ଟା ୩୪ମିନିଟ୍ । ଶୁଭସମୟ- ପ୍ରାତଃ ୬ଟା ୨୭ମିନିଟ୍ ରୁ ୭ଟା ୫୫ମିନିଟ୍, ଦିବା ୧୦ଟା ୫୧ମିନିଟ୍ ରୁ ରାତ୍ର ୧ଟା ୩ମିନିଟ୍, ରାତ୍ର ୨ଟା ୫୯ମିନିଟ୍ ରୁ ୩ଟା ୫୧ମିନିଟ୍ ।
ମେଷ:-ଶିକ୍ଷାର୍ଥୀ ମାନଙ୍କର ଉତ୍ସାହ, ଉଦ୍ଦୀପନା ବୃଦ୍ଧି ପାଇବ । ଚାଲୁଥିବା କାର୍ଯ୍ୟରେ ବାଧା ଉପୁଜିବ ନାହିଁ । ସେବା ସମ୍ବନ୍ଧିୟ କାର୍ଯ୍ୟରେ ପ୍ରଶଂସିତ ହେବେ । ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର ହେବା ସହ ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ । ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ । ନୂତନ ଉଦ୍ୟମରେ ନିଶ୍ଚିତ ସଫଳତା ପ୍ରାପ୍ତିହେବ । କଳା, ସଙ୍ଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧିହେବ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।
ବୃଷ:-ସନ୍ତାନର ଶୁଭ ଖବର ଶୁଣି ଖୁସି ହେବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ ହେବେ । ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ । ରାଜନୀତି କ୍ଷେତ୍ରରେ ବଡନେତାଙ୍କୁ ସନ୍ତୁଷ୍ଟ କରି ମାନ ସମ୍ମାନ ବୃଦ୍ଧି ହେବା ସହ ଅତି ଉତ୍ତମ ଫଳ ଭୋଗିବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।
ମିଥୁନ:-ଶାରିରୀକ ଅସୁସ୍ଥତା ଦୂରହେବା ସହ ମାନସିକ ସୁସ୍ଥତା ଅନୁଭବ କରିବେ । ଆଇନ ଅଦାଲତରେ ଜୟଯୁକ୍ତ ହେବେ । କର୍ମଚାରୀ ମାନଙ୍କୁ ଭରସା କଲେ ବ୍ୟବସାୟରେ ପ୍ରବଳ ଧନଲାଭ ହେବ । କର୍ମକ୍ଷେତ୍ରରେ ପଦୋନ୍ନତି ଓ ସ୍ଥାନାନ୍ତର ଯୋଗ ଅଛି । ଅଟକିଥିବା ଧନ ସହଜରେ ପ୍ରାପ୍ତ ହେବ । ପାରିବାରିକ ଅଶାନ୍ତି ଦୂରେଇଯିବ । ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ମାନସିକ ଦୁଶ୍ଚିନ୍ତା, ଋଣଭାର, ଶତ୍ରୁବାଧା ଦୂରେଇ ଯିବ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।
କର୍କଟ:-ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ଧାର୍ମିକ କ୍ଷେତ୍ରରେ ମନ ବଳାଇବେ । ନୂତନ ବନ୍ଧୁଙ୍କୁ ପାଇ ଖୁସୀ ଅନୁଭବ କରିବେ । ବାଦବିବାଦ, ମାଲିମକଦ୍ଦମା, ପରୀକ୍ଷା, ପ୍ରତିଯୋଗିତା ଓ ସାକ୍ଷାତକାରରେ ଜୟଲାଭ ହେବ । ମନରେ ଦୁଶ୍ଚିନ୍ତା ଓ ଭୟ ରହିବ । ଅଧିକାଂଶ ସମୟରେ ମିଶୁଥିବା ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରି ପାରନ୍ତି । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
ସିଂହ:-ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ଘରର କେହି ଉନ୍ନତିର ବିଶେଷ ସ୍ତରକୁ ଉଠିଯିବା ଫଳରେ ଆନନ୍ଦିତ ହେବେ । ବିଦ୍ୟାକ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି କରି ଚର୍ଚ୍ଚିତ ହେବେ । କର୍ମସଂଧାନୀ ମାନେ କର୍ମ ନିଯୁକ୍ତିରେ ସଫଳତା ଲାଭ କରିବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
କନ୍ୟା:-ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ । ଚେଷ୍ଟା କଲେ ବହୁତ ଦିନରୁ ରହିଥିବା ବାକିଟଙ୍କା ମିଳିବ । କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବେ ଏବଂ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ । ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । କେତେକ କ୍ଷେତ୍ରରେ ଆତ୍ମନିର୍ଭର ଶୀଳ ହେବେ । ପ୍ରତିକାର- ନିମ୍ବକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।
ତୁଳା:-ଭାତୃବିବାଦ, ଜମିବାଡ଼ି ଓ ଘରଜାଗାନେଇ ଥିବା ଦ୍ୱନ୍ଦ୍ୱର ସମାଧାନ ହେବ । ଆଧ୍ୟାତ୍ମିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହେବେ । କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ଗୃହ ଜାଗା ଯାନବାହାନ କ୍ରୟ କରନ୍ତୁ ନାହିଁ । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ବିପଦରେ ପଡିବେ । ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ବିଚ୍ଛା:-ବିଦେଶ ଯାତ୍ରାରେ ଲାଭବାନ ହେବେ । ଦାମ୍ପତ୍ୟ କଳହ ଦୂର ହେବ । ବ୍ୟବସାୟର ପ୍ରସାର ଫଳରେ ଆଶାତୀତ ଲାଭ ପାଇବେ ଶତୃମାନେ ପରାଜିତ ହେବେ । ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧିହେବ । ପରୀକ୍ଷା ପ୍ରତୀଯୋଗିତାରେ ସଫଳ ହେବେ । କର୍ମକ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ । ନୂତନ କାର୍ଯ୍ୟ କରିବାର ସୁଯୋଗ ପାଇବେ । ବକେୟା ଅର୍ଥ ପ୍ରାପ୍ତି ହେବ ଓ ଆର୍ଥିକ ସ୍ଥିତି ସୁଧୁରିଯିବ । ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ ।
ଧନୁ:-ଆୟ ବୃଦ୍ଧିହେବା ଫଳରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ । ପତି-ପତ୍ନିଙ୍କ ମଧ୍ୟରେ ଥିବା ମତାନ୍ତର ଦୂରେଇ ଯିବ । ଯେକୌଣସି କାର୍ଯ୍ୟ କରିବେ ଭବିଷ୍ୟତ ପାଇଁ ଉନ୍ନତି ହେବ । ଦେହମନ ଭଲ ରହିବା ଫଳରେ କର୍ମକ୍ଷେତ୍ରରେ ଉତ୍ସାହିତ ହେବେ । ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରି ଜନ ସମ୍ପର୍କ ବୃଦ୍ଧି ପାଇବ । ସନ୍ତାନମାନଙ୍କ ପାଇଁ ଆନନ୍ଦିତ ହେବେ । ବକେୟା ଅର୍ଥ କିଛି ମିଳିବ । କୌଣସି କାର୍ଯ୍ୟକ୍ରମରେ ସମ୍ମାନିତ ହେବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।
ମକର:-ନୂତନ କାର୍ଯ୍ୟଆରମ୍ଭ, ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭସାହସ ବୃଦ୍ଧି, କ୍ଷମାଗୁଣରେ ଯଶପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦୂରେଇଯିବ । କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ । ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନସମ୍ମାନ ତଥା ପରାକ୍ରମର ବୃଦ୍ଧି ହେବ । ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ । ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।
କୁମ୍ଭ:-ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ । ଧର୍ମଦିଗରୁ ଦୂରେଇ ଯାଇ ବୈଷୟିକ-ଆସକ୍ତି ଦ୍ଵାରା ଜଡିତ ହେବେ । ବୁଝି ବିଚାରି କାର୍ଯ୍ୟ କଲେ ଅନେକ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଗୋଟିଏ ପାଖରେ ସ୍ନେହ ଶ୍ରଦ୍ଧାର ସ୍ରୋତ ଛୁଟୁଥିଲାବେଳେ ଅନ୍ୟ ପାଖରେ ଉପେକ୍ଷା ଓ ଅଶାନ୍ତିର ବାତାବରଣ ଦେଖାଦେଇ ପାରେ । ଦୂରଯାତ୍ରା କରି ହଇରାଣ ହରକତ ହେବାକୁ ପଡିବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ମୀନ:-ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ଵେ କୃଷିଜାତ ଦ୍ରବ୍ୟ ବ୍ୟବସାୟୀ ମାନେ ପ୍ରଚୁର ଲାଭ କରିବେ । ନୂତନ ମିତ୍ର ଲାଭ ହେବେ । ଘର ପରିବାରରେ ସୁଖଦାୟକ ବାତାବରଣ ଦେଖାଦେବ । ରାଜନୀତିରେ ଧାଁ ଦଉଡ ଓ ଅଧିକ ସଂଘର୍ଷ କରି ପ୍ରଶଂସିତ ହେବେ । ଯାହାର ବେଶି ଉପକାର କରିଥିବେ ତାହାଦ୍ୱାରା ବେଶି ଆଘାତ ପାଇ ପାରନ୍ତି । ଲୋକମାନଙ୍କ ସହିତ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।